ଘଣ୍ଟାକରେ ଦିଲ୍ଲୀ-ଭୁବନେଶ୍ୱର ଟିକେଟ ବିକ୍ରି ଶେଷ, ବଢ଼ିଲା ସନ୍ଦେହ…

1 min read

ଭୁବନେଶ୍ୱର: ଶେଷ ହୋଇଗଲା ଟ୍ରେନ୍‌ ଟିକେଟ୍‌ । ମାତ୍ର ଘଣ୍ଟାକ ମଧ୍ୟରେ ଟ୍ରେନ୍‌ ଟିକଟ ବିକ୍ରି ଶେଷ ହୋଇଯାଇଛି । ଏକଥା ଆମେ କହୁନାହୁଁ କି କୌଣସି ମନଗଢ଼ା କାହାଣି ନୁହେଁ । ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାତ୍ର ଘଣ୍ଟାକ ମଧ୍ୟରେ ଭୁବନେଶ୍ୱରରୁ ଦିଲ୍ଲୀ ଓ ଦିଲ୍ଲୀରୁ ଭୁବନେଶ୍ୱର ଗଡ଼ିବାକୁ ଥିବା ପ୍ରଥମ ଟ୍ରେନ୍‌ର ଟିକଟ ଶେଷ ହୋଇଯାଇଛି ।

ଗୃହମନ୍ତ୍ରାଳୟର ଅନୁମତି ପରେ ଆସନ୍ତା କାଲିଠାରୁ ଦେଶରେ ରେଳ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ହେଲେ ଭୁବନେଶ୍ୱରୁ ନୂଆଦିଲ୍ଲୀକୁ ୧୩ ତାରିଖରେ ପ୍ରଥମ ଟ୍ରେନ୍‌ ଗଡ଼ିବ ବୋଲି ସ୍ଥିର ହୋଇଛି । ଏହା ସହ ୧୪ ତାରିଖରେ ଦିଲ୍ଲୀରୁ ଭୁବନେଶ୍ୱରକୁ ଗଡ଼ିବ ଟ୍ରେନ୍‌ ବୋଲି ପୂର୍ବତଟ ରେଳବାଇ ସୂଚନା ଦେଇଛି ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଟ୍ରେନ୍‌ ଟିକେଟ ବୁକିଂ ପାଇଁ ଆଇଆର୍‌ସିଟିସି ଓ୍ୱେବ୍‌ସାଇଟ୍‌ ଖୋଲୁନଥିବା ବେଳେ ମାତ୍ର ଘଣ୍ଟାଏ ଭିତରେ କିଭଳି ଟିକେଟ୍‌ ଶେଷ ହୋଇଗଲା । ସାଧାରଣ ଲୋକଙ୍କୁ ତାହା ଆଶ୍ଚର୍ଯ୍ୟ କରିଛି ।

କେବଳ ଏତିକି ନୁହେଁ IRCTC ଓ ରେଳ ମନ୍ତ୍ର।ଳୟର ଓ୍ୱେବ୍‌ସାଇଟ୍‌ ପକ୍ଷରୁ, ରେଳ ଯାତ୍ରା ନେଇ ଦିଆଯାଉଥିବା ତଥ୍ୟ ଲୋକଙ୍କୁ ସମସ୍ୟାରେ ପକାଉଛି । ରେଳ ମନ୍ତ୍ର।ଳୟର ଓ୍ୱେବସାଇଟ୍‌ରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ୧୨ ତାରିଖରୁ ଦିଲ୍ଲୀରୁ ଭୁବନେଶ୍ୱରକୁ ଟ୍ରେନ୍‌ ଗଡିବ । କିନ୍ତୁ ପୂର୍ବତଟ ରେଳବାଇର ଟ୍ୱିଟ୍‌ ଅନୁଯାୟୀ ଦିଲ୍ଲୀରୁ ୧୪ ତାରିଖରେ ଭୁବନେଶ୍ୱରକୁ ଗଡିବ ଟ୍ରେନ୍‌ ବୋଲି ଦର୍ଶାଯାଇଛି । ତେବେ ବାଲେଶ୍ୱର, ହିଜଲି, ଟାଟା, ବୋକାରୋ ଷ୍ଟିଲ୍‌ ସିଟି, ଗୟା, ଦିନଦୟାଲ ଉପାଧ୍ୟାୟ ଜଙ୍କସନ, କାନପୁର ସେଣ୍ଟ୍ରାଲ ମଧ୍ୟରେ ଟ୍ରେନ୍‌ ଅଟକିବ ବୋଲି ପୂର୍ବତଟ ରେଳବାଇ ସୂଚନା ଦେଇଛି ।

Leave a Reply