spot_img
Home Blog Page 7117

୫ଟି ସ୍ତମ୍ଭ ଉପରେ ଭାରତ ଆତ୍ମନିର୍ଭରଶୀଳ: ମୋଦି

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ କେମିତି ସୁଦୃଢ଼ ହେବ ଭାରତ ? ପ୍ରଧାନମନ୍ତ୍ରୀ ମୋଦି ଏହାର ବାଖ୍ୟା କରିଛନ୍ତି । ଏହା ୫ଟି ସ୍ତମ୍ଭ- ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଜନସଂଖ୍ୟା ଓ ଆବଶ୍ୟକତା ଉପେ ନିର୍ଭର । ଏହି ୫ଟି ସ୍ତମ୍ଭ ଦ୍ୱାରା ଭାରତ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

ଏହାଦ୍ୱାରା ଅର୍ଥନୀତିର ଗତି ବୃଦ୍ଧି ପାଇବ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜ୍ ଦେଶ ଜିଡିପିର ୧୦ ପ୍ରତିଶତ ।

ଦେଶରେ ଲାଗୁ ହେବ ଲକଡାଉନ୍ ୪.୦, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଏହି ଦେଶରେ ଇମାମ୍‌ଙ୍କ ଅଜବ ଯୁକ୍ତି, ମୁସଲମାନଙ୍କ କ୍ଷତି କରିପାରିବନି କରୋନା..

ନୂଆଦିଲ୍ଲୀ: କରୋନାରୁ ବର୍ତ୍ତିବା ପାଇଁ ହେଲେ ରୋଗ ପ୍ରତିରୋଧକ ଶକ୍ତି ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡାକ୍ତରଙ୍କଠାରୁ ଆରମ୍ଭ କରି ବୈଜ୍ଞାନିକ ପର୍ଯ୍ୟନ୍ତ, ସମସ୍ତେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇ ଲୋକଙ୍କୁ ପରାମର୍ଶ ଦେଉଛନ୍ତି । ଠିକ୍‌ ଏତିକିବେଳେ ଏବେ ଶୁଣିବାକୁ ମିଳିଛି ଜଣେ ଇମାମଙ୍କ ଅଜବ ଯୁକ୍ତି । ଜଣେ ଇମାମ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ମୁସଲମାନମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଏତେ ଶକ୍ତିଶାଳୀ ଯେ କରୋନା ଜୀବାଣୁ ସେମାନଙ୍କୁ କୌଣସି କ୍ଷତି ପହଞ୍ଚାଇପାରିବ ନାହିଁ ।

ବରିଷ୍ଠ ମୁସଲମାନ ପଣ୍ଡିତମାନଙ୍କ ବୟାନ୍‌ ଠାରୁ ଇମାମଙ୍କ ଏହି ବିବୃତ୍ତି ସମ୍ପୂର୍ଣ୍ଣ ବିପରୀତ । ଅନେକ ବରିଷ୍ଠ ମୁସଲମାନ ପଣ୍ଡିତମାନେ ସମଗ୍ର ବିଶ୍ୱ ପାଇଁ କରୋନା ଭାଇରସ୍‌ ଏକ ବଡ଼ ବିପଦ ବୋଲି ବର୍ଣ୍ଣନା କରିଥିଲେ । ଜଣେ ମେଡିକାଲ୍ କର୍ମଚାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଇମାମଙ୍କ ଏଭଳି ବିବୃତ୍ତି ସୋମାଲିଆର ଲୋକଙ୍କ ଜୀବନକୁ ବିପଦରେ ପକାଉଛି । ଏଥି ସହିତ, ସ୍ଥାନୀୟ ଲୋକଙ୍କୁ ଶିକ୍ଷାଗତ ଯୋଗ୍ୟତା ଦେବାରେ ମଧ୍ୟ ବାଧା ସୃଷ୍ଟି ହେଉଛି ।

ନିଜ ନାମ ଗୋପନ ରଖି ମେଡିକାଲ କର୍ମଚାରୀ ଜଣକ କହିଛନ୍ତି, କିଛି ମସଜିଦ୍‌ର ଇମାମମାନେ ଗୁଜବ ପ୍ରଚାର କରୁଛନ୍ତି ଯେ କେବଳ ଇସଲାମରେ ବିଶ୍ୱାସ କରୁ ନଥିବା ଲୋକ ହିଁ କରୋନାର ଶିକାର ହେଉଛନ୍ତି । ସେ ଆହୁରି କହିଛନ୍ତି ଯେ ସୋମାଲିଆର ଲୋକମାନେ ବହୁତ ଧାର୍ମିକ ଏବଂ ଏଠାରେ ଡାକ୍ତର କିମ୍ବା ସରକାରଙ୍କ କଥାବାର୍ତ୍ତା ଅପେକ୍ଷା ଇମାମଙ୍କ କଥାକୁ ଅଧିକ ବିଶ୍ୱାସ କରନ୍ତି ।

ଦେଶରେ ଲାଗୁ ହେବ ଲକଡାଉନ୍ ୪.୦, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏବେ ହଟିବନି ଲକଡାଉନ୍ । ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ମେ ୧୭ରେ ସରୁଛି । ୧୮ ତାରିଖ ପୂର୍ବରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ନେଇ ଘୋଷଣା ହେବ । ଏହାର ରୂପ ସମ୍ପୂର୍ଣ୍ଣ ଭିନ୍ନ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ସ୍ପଷ୍ଟ କରିଛନ୍ତି । ରାଜ୍ୟ ଗୁଡ଼ିକର ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

ବୈଜ୍ଞାନିକ ଅନୁସାରେ କରୋନା ଦୁନିଆରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ । ତା ସହ ଆମେ ଲଢେଇ କରିବା । ସେଥିପାଇଁ ଆମକୁ ସବୁବେଳେ ମାସ୍କ ପିନ୍ଧିବାକୁ ପଡ଼ିବ । ଏଥିସହ ସାମାଜିକ ଦୂରତ୍ୱ ରକ୍ଷା କରିବା ବାଧ୍ୟ । ତେଣୁ, ୧୮ ତାରିଖ ପୂର୍ବରୁ ଲକଡାଉନ୍ ୪.୦ ନୂଆ ଆଇନ୍ ସହ ନୂଆ ରୂପରେ ଦେଶରେ ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

କରୋନା ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀଙ୍କ ସ୍ୱଦେଶୀ ମନ୍ତ୍ର: ସ୍ଥାନୀୟ କଂପାନୀଙ୍କ ପ୍ରଡକ୍ଟ ବ୍ୟବହାର କରନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନ୍ ୪.୦ ଘୋଷଣା ପୂର୍ବରୁ ଆର୍ଥିକ ପ୍ୟାକେଜ୍ କଥା ଘୋଷଣା କରିଛନ୍ତି । ଆର୍ଥିକ ପ୍ୟାକେଜ୍ ଘୋଷଣା କରି ସେ ଲୋକାଲ ସପ୍ଲାଏ ଚେନ୍‌ର ମହତ୍ୱ କଥା ବର୍ଣ୍ଣନା କରିଛନ୍ତି । ଲୋକାଲ ସପ୍ଲାଏ ଚେନ୍ ଓ ଲୋକାଲ ବ୍ରାଣ୍ଡ୍ କେତେ ଗୁରୁତ୍ୱପୂର୍ଣ୍ଣ ସେକଥା କରୋନା ସଂକଟ ଆମକୁ ଜଣାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଲୋକାଲକୁ ଆମକୁ ଜୀବନ ମନ୍ତ୍ର ବନାଇବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲୋକାଲ ବ୍ରାଣ୍ଡକୁ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଆପଣଙ୍କୁ ଆଜି ଯାହା ଗ୍ଲୋବାଲ ବ୍ରାଣ୍ଡ୍ ଲାଗୁଛି ତାହା ଦିନେ ଲୋକାଲ ବ୍ରାଣ୍ଡ୍ ଥିଲା କିନ୍ତୁ ଯେତେବେଳେ ସେଠାକାର ଲୋକ ସେହି ବ୍ରାଣ୍ଡର ପ୍ରଚାର କଲେ ସେତେବେଳେ ସେହି ପ୍ରଡକ୍ଟ ଲୋକାଲରୁ ଗ୍ଲୋବାଲ ବନିଗଲା । ତେଣୁ ଭାରତବାସୀଙ୍କୁ ଏବେ ଲୋକାଲ ପାଇଁ ଭୋକାଲ ବନିବାକୁ ପଡ଼ିବ ।

କରୋନା କାରଣରୁ ଭାରତୀୟ କଂପାନୀଗୁଡିକ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏମିତିରେ ପ୍ରଧାନମନ୍ତ୍ରୀ ଲୋକାଲ ବା ସ୍ଥାନୀୟ କଂପାନୀଙ୍କ ପାଇଁ କହିବା ବେସ୍‌ ମହତ୍ୱ ରଖେ । ଏମିତି କହି ଭାରତୀୟ କଂପାନୀଙ୍କୁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରୋତ୍ସାହନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

ନୂଆଦିଲ୍ଲୀ: କରୋନା ଯୁଦ୍ଧ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବଡ଼ ଘୋଷଣା କରିଛନ୍ତି । ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦ୍ୱାରା ଦେଶର ଅର୍ଥନୈତିକ ଗତି ବଢ଼ିବ ବୋଲି କହିଛନ୍ତି । ଏହି ପ୍ୟାକେଜକୁ ‘ଆତ୍ମନିର୍ଭର ଭାରତ ଅଭିଯାନ’ ନାଁରେ ନାମିତ କରାଯାଇଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସହ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ।

ଏହି ପ୍ୟାକେଜ୍ ଦେଶର ଜିଡିପିର ୧୦ ପ୍ରତିଶତ ଅଟେ । ଏହାଦ୍ୱାରା ଦ୍ୱାରେ ଦେଶର କୁଟୀର ଶିଳ୍ପ ଲାଭାନ୍ୱିତ ହେବ । କ୍ଷୁଦ୍ର, ମଧ୍ୟମ ଓ ଲଘୁ ଶିଳ୍ପ ମଧ୍ୟ ଉପକାର ପାଇବ । MSMEରେ କାର୍ଯ୍ୟରତ ଲୋକ ଏହାର ସୁଫଳ ପାଇବେ । ଏହି ପ୍ୟାକେଜରେ ଚାଷୀଙ୍କ ଠାରୁ ଶ୍ରମିକ ସମସ୍ତଙ୍କ ଉପରେ ଧ୍ୟାନ ଦିଆଯାଇଛି । ୨୦୨୦ ମସିହାରେ ଦେଶର ବିକାଶର ଗତିକୁ ଏହା ନୂଆ ଗତି ଦେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଯାଜପୁରରେ ସୁସ୍ଥ ହେଲେ ୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆଉ ଏକ ଭଲ ଖବର ସାମ୍ନାକୁ ଆସିଛି । ଓଡ଼ିଶାରେ ଏକା ଥରକେ ୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି । ତେବେ ସୁସ୍ଥ ହୋଇଥିବା ସମସ୍ତ ରୋଗୀ ଯାଜପୁରର ବୋଲି ଜଣାପଡ଼ିଛି । ଏହି ୩୧ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ୧୧୬ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ ଯାଜପୁରରେ ମୋଟ ୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ସୁସ୍ଥ ହେଲା ପରେ ଏବେ ୩୧ ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି ।

ଅନ୍ୟପଟେ ଓଡିଶାରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଏବେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪୩୭ ରହିଥିବା ବେଳେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି LIVE : ଲକଡାଉନ୍ 4.0 ଆସିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶକୁ ସମ୍ବୋଧନ ଆରମ୍ଭ  ।

କରୋନା ମୁକାବିଲ କରି ଦୁନିଆକୁ ୪ ମାସରୁ ଅଧିକ ହେଲାଣି

ଏହି ସମୟରେ ଦୁନିଆରେ ୪୨ ଲକ୍ଷରୁ ଅଧିକ ସଂକ୍ରମିତ

୨ ଲକ୍ଷରୁ ଅଧିକ ପ୍ରାଣ ହରାଇଛନ୍ତି

ଭାରତରେ ମଧ୍ୟ ଅନେକ ନିଜ ଜ୍ଞାତି କୁଟୁମ୍ବକୁ ହରାଇଛନ୍ତି

ମୁଁ ସମସ୍ତଙ୍କ ପ୍ରତି ସମବେଦନା ପ୍ରକଟ କରୁଛି

ଗୋଟିଏ ଭାଇରସ ଦୁନିଆକୁ ନଷ୍ଟଭ୍ରଷ୍ଟ କରିଦେଇଛି

ସମଗ୍ର ଦୁନିଆ ଜୀବନ ବଂଚାଇବା ପାଇଁ ଯୁଦ୍ଧ କରୁଛି

ଏହିଭଳି ସଂକଟ ଆମେ ଆଗରୁ ନା ଦେଖିଥିଲୁ ନା ଶୁଣିଥିଲୁ

ଏହା ମାନବ ଜାତି ପାଇଁ ଅକଳ୍ପନୀୟ

କିନ୍ତୁ ମାନବ ହାରିବ ନାହିଁ

ସତର୍କ ରହି ଏହି ଯୁଦ୍ଧର ସବୁ ନିୟମ ପାଳନ କରିବାକୁ ପଡିବ

ବଂଚିବାକୁ ହେବ ଓ ଆଗକୁ ବଢିବାକୁ ପଡିବ

ଆମକୁ ପୁରୁଣା ସଂକଳ୍ପ ଅଧିକ ମଜବୁତ କରିବାକୁ ପଡିବ

ଆମର ସଂକଳ୍ପ ଏହି ସଂକଟଠାରୁ ବଡ ହେବ

ଆଗାମୀ ଶତାବ୍ଦୀ ଭାରତର

କରୋନା ସଂକଟ ପରେ ମଧ୍ୟ ଦୁନିଆରେ ଯେଉଁ ସ୍ଥିତି ବନୁଛି ଆମେ ତାହାକୁ ନିରନ୍ତର ଦେଖୁଛି

୨୧ ଶତାବ୍ଦୀ ଭାରତର ହେଉ ଏହା ଆମ ସମସ୍ତଙ୍କ ଦାୟିତ୍ୱ

ନିର୍ଭୟ ଭାରତ ଏକମାତ୍ର ପନ୍ଥା

ଏକମ ପନ୍ଥା,ଏହି ଗୋଟିଏ ରାସ୍ତା ହେଉଛି ଆତ୍ମ ନିର୍ଭର ଭାରତ ହେବାର

ଆମେ ଏକ ମହତ୍ୱପୁ୍ର୍ଣ୍ଣ ଘଡିରେ ଛିଡା ହେଉଛୁ

ମୁଁ ଏକ ଉଦାହରଣ ଦ୍ୱାରା କହିବି

ଯେତେବେଳେ କରୋନା ସଂକଟ ଆରମ୍ଭ ହେଲା । ସେତେବେଳେ ପିପିଇ କିଟ୍ ତିଆରି ହେଉନଥିଲା । ଆଜି ଭାରତରେ ୨ ଲକ୍ଷ ପିପିଇ ତିଆରି ହେଉଛି । ଆମେ ସଂକଟକୁ ମୌକାରେ ବଦଲାଇ ଦେଲୁ
ଆମେ ସଂକଟକୁ ଅବସରରେ ପରିବର୍ତ୍ତନ କଲୁ

ଏହି ଦୃଷ୍ଟି ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପରେ ସେତିକି ପ୍ରଭାବଶାଳୀ ହେବ

ଆଜି ବିଶ୍ୱରେ ଆତ୍ମନିର୍ଭରଶୀଳତାର ସଜ୍ଞା ବଦଳି ଯାଇଛି

ବିଶ୍ୱ ସମ୍ମୁଖରେ ଭାରତର ମୁଳ ଚିନ୍ତନ ଆଶା

ଭାରତର ସଂସ୍କୃତି,ଭାରତର ସଂସ୍କାର ସେହି ଆତ୍ମନିର୍ଭରଶିଳତାର କଥା କୁହେ,ଯାହାର ଆତ୍ମା ବସୁଧୈବ କୁଟୁମ୍ବକମ

ଭାରତର ସଂସାରର ସୁଖର ଚିନ୍ତା କରେ

ଯେଉଁ ସଂସ୍କୃତି ଜୟ ଜଗତରେ ବିଶ୍ପାସ କରେ

ଯାହା ପୁରା ବିଶ୍ୱକୁ ପରିବାର ଭାବେ ଜ୍ଞାନ କରେ

ଯିଏ ପୃଥିବୀକୁ ମା’ ମାନେ,ସେହି ସଂସ୍କୃତି ଯେତେବେଳେ ଆତ୍ମନିର୍ଭରଶୀଳ ବନେ ,ସେତେବେଳେ ଗୋଟିଏ ସୁଖି ବିଶ୍ୱ ତିଆରି ହୁଏ

ଭାରତର ଲକ୍ଷ୍ୟର ପ୍ରଭାବ,ଭାରତର କାର୍ଯ୍ୟର ପ୍ରଭାବ ବିଶ୍ୱ କଲ୍ୟାଣ ଉପରେ ପଡେ

ଯେତେବେଳେ ଭାରତ ଖୋଲା ଶୌଚରୁ ମୁକ୍ତ ହୁଏ ତେବେ ତାହାର ପ୍ରଭାବ ଦୁନିଆ ଉପରେ ପଡେ

ଭାରତର ପ୍ରଭାବ ଦୁନିଆ ଉପରେ ପଡେ

ଗ୍ଲୋବାଲ ୱାର୍ମିଂ ବିରୋଧେର ଲଢେଇ ବିଶ୍ୱକୁ ଭାରତର ଉପହାର

ଅନ୍ତର୍ଜାତୀୟ ଯୋଗ ଦିବସ ଭାରତର ଉପହାର

ଭାରତର ଔଷଧ ନୁଆ ଆଶା ଆଣେ

ଭାରତର ଭୁରି ଭୁରି ପ୍ରଶଂସା ହୁଏ ଦୁନିଆରେ

ଆମର ଗୌରବପୂର୍ଣ୍ଣ ଇତିହାସ ରହିଛି

ଏହା ସବୁବେଳେ ବିଶ୍ୱ କଲ୍ୟାଣ ରାସ୍ତାରେ ଚାଲିଛି

ସମୟ ବଦଳିଥିଲା,ଦେଶ ପରାଧିନ ହେଲା

ଆଜି ଭାରତ ପୁଣି ବିକାଶ ଦିଗରେ ପାଦ ବଢାଉଛି

ଏବେ ମଧ୍ୟ ଭାରତ ବିଶ୍ୱ କଲ୍ୟାଣ ପଥରେ ଅଗ୍ରସର

ୱାଇ ଟୁ ସଂକଟରୁ ଭାରତୀୟ ଏକ୍ସପର୍ଟ ଦୁନିଆକୁ ବାହାର କରିଥିଲେ

ଆମ ପାଖରେ ସାଧନ ଅଛି

କଛ ଭୂକମ୍ପର ସେହି ଦିନ ଦେଖିଥିଲି,ସୁବୁ ଧ୍ୱଂସ ହୋଇଯାଇଥିଲା  । ଏମିତି ଲାଗୁଥିଲା କଛ ମରିଯାଇଛି । କିନ୍ତୁ କଚ୍ଛ ଉଠିଥିଲା । ଏହା ଭାରତୀୟଙ୍କ ସଂକଳ୍ପ ଶକ୍ତି

ଭାରତ ଆତ୍ମନିର୍ଭରଶୀଳ ହୋଇପାରିବ

ଏଭଳି ଅର୍ଥନୀତି ଯାହା କ୍ୱାଣ୍ଟମ ଜମ୍ପ ଆଣିବ

ଦ୍ୱିତୀୟ ସ୍ତମ୍ବ -ଭିତ୍ତିଭୂମି

ତୃତୀୟ ସ୍ତମ୍ବ-ଆମ ସିଷ୍ଟମ,ଯାହା ଆମ ଆଶାକୁ ପୁରଣ କରିବ

ଚତୁର୍ଥ ସ୍ତମ୍ବ-ଆମ ଜନସଂଖ୍ୟା । ଆମ ଜନସଂଖ୍ୟା ଆମ ଶକ୍ତି

ପଂଚମ ସ୍ତମ୍ବ-ଆମ ଚାହିଦା,ଆମ ଚାହିଦା ଶକ୍ତିକୁ ପୁରା କ୍ଷମତାରେ ବ୍ୟବହାର କରାଯିବା ଆବଶ୍ୟକ

ଚାହିଦା ବଢାଇବା ପାଇଁ ଆମ ସପ୍ଲାଏ ଚେନ ଶସକ୍ତ ହେବା ଜରୁରୀ

ଆମ ଚେନକୁ ମଜବୁତ କରିବା

ଯେଉଁଥିରେ ଆମ ଦେଶର ମାଟିର ବାସ୍ନା ରହିବ

କରୋନା ସଂକଟର ସାମ୍ନ କରି ନୂଆ ସଂକଳ୍ପ

ନୂଆ ଆର୍ଥିକ ପ୍ୟାକେଜର ଘୋଷଣା କରୁଛି

ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଭାବେ କାମ କରିବ

ଆଜିର ଆର୍ଥିକ ପ୍ୟାକେଜ୍ କୁ ପୁରୁଣା ପ୍ୟାକେଜ୍ ସହ ଯୋଡିଲେ ଏହା ୨୦ ଲକ୍ଷ କୋଟି ଟଙ୍କାର

୨୦ ଲକ୍ଷ କୋଟି ଟଙ୍କାର ସପର୍ଟ ମିଳିବ

୨୦୨୦ରେ ଏହା ବିକାଶ ଯାତ୍ରାକୁ ଆତ୍ମନିର୍ଭର ଭାରତ ଅଭିଯାନକୁ ନୂଆ ଗତି ଦେବ

ଲ୍ୟାଣ୍ଡ୍,ଲେବର ସବୁ ଉପରେ ଗୁରୁତ୍ୱ

କୁଟିର,କ୍ଷୁଦ୍ର,ଏମଏସଏମଇ ପାଇଁ ଏହି ପ୍ୟାକେଜ୍

ଏହି ଆର୍ଥିକ ପ୍ୟାକେଜ୍ ଶ୍ରମିକଙ୍କ ପାଇଁ,କୃଷକଙ୍କ ପାଇଁ ଯେଉଁମାନେ ସବୁ ସ୍ଥିତିରେ ଦିନରାତି କାମ କରନ୍ତି

ଏହା ମଧ୍ୟମ ବର୍ଗ ପାଇଁ

ଉଦ୍ୟୋଗ ଜଗତ ପାଇଁ,ଯିଏ ଭାରତକୁ ନୂଆ ପରିଚୟ ଦେଉଛି

ଅର୍ଥମନ୍ତ୍ରୀ ଆସନ୍ତାକାଲିଠାରୁ ବିସ୍ତାର ଭାବେ ସୂଚନା ଦେବେ

ସରକାରୀ ଅଫିସ ବନ୍ଦ ଥିବା ସତ୍ୱେ ଗରିବଙ୍କ ପାଖରେ ଟଙ୍କା ପହଂଚିଥିଲା

ସଂସ୍କାର କାରଣରୁ ଏମିତି ହୋଇଥିଲା

ଆମେ ନୂଆ ସଂସ୍କାର ଆଣିବୁ

ଯେମିତି କୃଷକ ଶସକ୍ତ ହେବେ,ଫଳରେ କରୋନା ଭଳି ବିପଦ ବେଳେ କୃଷକ କମ ପ୍ରଭାବିତ ହେବେ

ଏହି ସଂସ୍କାର ବ୍ୟବସାୟକୁ ପ୍ରୋତ୍ସାହିତ କରିବ

ଆତ୍ମନିର୍ଭରତା ,ଆତ୍ମବଳ,ଆତ୍ମବିଶ୍ୱାସ ଦ୍ୱାରା ସମ୍ଭବ

ଗ୍ଲୋବାଲ ସପ୍ଲାଏ ଚେନରେ ଭାରତ ଯେମିତି ବଡ ଭୂମିକ ନିର୍ବାହ କରିବ ସେଥିପାଇଁ ଆର୍ଥିକ ପ୍ୟାକେଜରେ ଦୃଷ୍ଟି ଦିଆଯାଇଛି

ଏହି ସଂକଟ ଏତେବଡ ଯେ, ବଡରୁ ବଡ ବ୍ୟବସ୍ଥା ଦୋହଲି ଯାଇଛି

କିନ୍ତୁ ଏହି ପରିସ୍ଥିତିରେ ଆମ ଗରିବ ଭାଇଭଉଣି୍ଙ୍କ ସହନଶୀଳତାକୁ ଦେଖାଇଛି

ଆମ ଶ୍ରମିକ ବହୁତ କଷ୍ଟ କରିଛନ୍ତି

ଏବେ ଆମ କର୍ତ୍ତବ୍ୟ ହେଉଛି ସେମାନଙ୍କୁ ଶକ୍ତିଶାଳୀ କରିବା

ସେମାନଙ୍କ ଆର୍ଥିକ ବିକାଶ ପାଇଁ କିଛି କରିବା

ପଶୁପାଳକ,ସଂଗଠିତ  ହେଉ କି ଅସଂଗଠିତ କ୍ଷେତ୍ର ହେଉ ସବୁ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜରେ ବ୍ୟବସ୍ଥା କରାଯାଇଛି

ଲୋକାଲ ସପ୍ଲାଏ ଚେନର ମହତ୍ୱ କଣ ତାହା କରୋନା ସଂକଟ ଜଣାଇଛି

ତେଣୁ ଲୋକାଲକୁ ଆମକୁ ଜୀବନ ମନ୍ତ୍ର ବନାଇବାକୁ ପଡିବ

ଆପଣଙ୍କୁ ଆଜି ଯାହା ଗ୍ଲୋବାଲ ବ୍ରାଣ୍ଡ୍ ଲାଗୁଛି ତାହା ଦିନେ ଲୋକାଲ ବ୍ରାଣ୍ଡ୍ ଥିଲା କିନ୍ତୁ ଯେତେବେଳେ ସେଠାକାର ଲୋକ ସେହି ବ୍ରାଣ୍ଡର ପ୍ରଚାର କଲେ ସେତେବେଳେ ସେହି ପ୍ରଡକ୍ଟ ଲୋକାଲରୁ ଗ୍ଲୋବାଲ ବନିଗଲେ
ତେଣୁ ଭାରତବାସୀଙ୍କୁ ଏବେ ଲୋକାଲ ପାଇଁ ଭୋକାଲ ବନିବାକୁ ପଡିବ

ଲକଡାଉନ୍ ୪.୦ ଅଲଗା ହେବ

ନୂଆ ନିୟମ ନୂଆ ରୂପରେ ଆସିବ

୧୮ ମେ ପୂର୍ବରୁ ସୂଚନା ଦେବୁ

 

 

ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ ହେବ କୋଭିଡ୍ ଟେଷ୍ଟ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି । ରଥ ନିର୍ମାଣରେ ନିୟୋଜିତ ହୋଇଥିବା ସବୁ ସେବାୟତଙ୍କ କାଲିଠୁ କୋଭିଡ ଟେଷ୍ଟ କରାଯିବ । ଦଇତାପତିଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ରଥ ପାଇଁ କୌଣସି ଅସୁବିଧା ହେବନି । ଚାରି ବାଡ଼ର ବାଡ଼ଗ୍ରାହୀ ଓ ଦଇତା ପତି ସଦସ୍ୟଙ୍କ ସହ ଆଲୋଚନା ହୋଇଛି । ସ୍ନାନ ଯାତ୍ରା ଓ ରଥ ଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ ଓ ତାଙ୍କ ପରିବାରର ସ୍ୱାସ୍ଥ୍ୟକୁ ଜଗୁଛୁ । ସ୍ଥିତି ଉପରେ ଆମର ନଜର ରହିଛି । ସରକାରୀ ଗାଇଡଲାଇନ ଅନୁସାରେ ୮୦ ଜଣ ଦଇତାପତି ପରିବାରକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।

ଅଭିଜ୍ଞ ଡାକ୍ତର ଓ ଅଫିସରଙ୍କ ସହ ଖୁବଶୀଘ୍ର ଦଇତାପତିଙ୍କ ସହ ଅନ୍ୟ ଏକ ବୈଠକ ବସିବ । କୋଭିଡ ଗାଇଡଲାଇନ୍ ଅନୁସାରେ ବୈଠକରେ ଆଲୋଚନା ହେବ । ହୋମ୍ କ୍ଵାରେଣ୍ଟାଇନ୍ ଓ ସରକାରୀ କ୍ଵାରେଣ୍ଟାଇନ୍ ନେଇ ଦଇତାପତି ମାନଙ୍କୁ ଜଣାଯିବ । ସେମାନେ କେଉଁ କ୍ୱାରେଣ୍ଟାଇନ୍ ନେବେ ସେନେଇ ଜଣାଇବେ । ନିଜର ପରିବାରର ସୁଖକୁ ତ୍ୟାଗ କରି ମହାପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଧନ୍ୟବାଦ ଦେଇଛନ୍ତି ।

ଦଇତା ପତି ମାନେ ନିଜ ନିଯୋଗ ମଧ୍ୟରେ ବୈଠକ କରି ଗାଇଡ୍ ଲାଇନ୍ ମାନି ସ୍ନାନ ଯାତ୍ରା ଓ ରଥଯାତ୍ରା କିଭଳି ସୂଚାରୁ ରୂପେ ସମ୍ପାଦନ କରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବେ । ପରିଚାଳନା କମିଟିର ବୈଠକରେ ସ୍ନାନ ଓ ରଥ ଯାତ୍ରାର ନିଷ୍ପତ୍ତି ନିଆଯିବ ।

ନର୍ସ ରୂପା ୯ମାସର ଗର୍ଭବତୀ କିନ୍ତୁ କରୋନା ବିରୋଧୀ ଲଢେଇର ଆଗଧାଡିର ସୈନିକ

ବାଙ୍ଗାଲୁରୁ: ମେ ୧୨ରେ ଆନ୍ତର୍ଜାତୀୟ ନର୍ସ ଦିବସକୁ ପାଳନ କରାଯାଇଛି । ଲୋକମାନେ ନର୍ସ ମାନଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । କୋରନା ଭଳି ସଙ୍କଟ ପରସ୍ଥିତିରେ ନର୍ସ ଏବଂ ଡାକ୍ତର ହେଉଛନ୍ତି ପ୍ରକୃତ ଯୋଦ୍ଧା । କୌଣସି ସ୍ଥିତିରେ ସେମାନେ ରୋଗୀଙ୍କ ସେବା କରିବାକୁ ପଛ ଘୁଞ୍ଚା ଦେଉନାହାଁନ୍ତି । ଏମିତି ଏକ ଉଦାହରଣ ଦେଖାଦେଇଛି କର୍ଣ୍ଣାଟକର ଶିବମୋଗା ଅଞ୍ଚଳର । ଏଠାରେ ଜଣେ ନର୍ସ ୯ମାସର ଗର୍ଭବତୀ ହୋଇ ବି ଭୁଲି ନାହାଁନ୍ତି ତାଙ୍କ କର୍ତ୍ତବ୍ୟକୁ । ଏଭଳି ଅବସ୍ତାରେ ବି ସେ କରୁଛନ୍ତି ରୋଗୀ ସେବା ।

ସୂଚନା ଅନୁସାରେ ନର୍ସଙ୍କ ନାଁ ରୂପା ପ୍ରବୀଣ ରାଓ । ଦେଶସାରା କରୋନା ପ୍ରକୋପ ଦେଖି ସେ ୯ମାସ ଗର୍ଭ ଧାରଣ କରିବି ଆଗେଇ ଆସିଛନ୍ତି ଏଭଳି ସଙ୍କଟକୁ ସାମ୍ନା କରିବାକୁ । ସେ କହିଛନ୍ତି, ମୁଁ ଯେଉଁ ହସପିଟାଲରେ କାମ କରୁଛି ସେଠାରେ ଅଧିକ ଗାଁର ଲୋକମାନେ ଆସିଥାନ୍ତି । ତେଣୁ ଲୋକଙ୍କୁ ଏଠି ଆମ ମାନଙ୍କର ଆବଶ୍ୟକତା ରହିଛି । ଯଦିଓ ମୋ ସିନିୟରମାନେ ମତେ ଛୁଟି ନେବାକୁ କହିଛନ୍ତି । କିନ୍ତୁ ମୁ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି ତେଣୁ ମୁଁ ପ୍ରତିଦିନ ୬ଘଣ୍ଟା ଡ୍ୟୁଟି କରୁଛି ।

ସରକାରୀ ହସପିଟାଲରେ ପଡ଼ିଛି ଡ୍ୟୁଟି

ନର୍ସ ରୂପା ଗଜାନୂରୁ ଗାଁରେ ରୁହନ୍ତି ଏବଂ ସେ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରନ୍ତି । କିନ୍ତୁ ସେ ଏବେ ପ୍ରତିଦିନ ଏହି ଜୟାଚମାରାଜେନ୍ଦ୍ର ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଫୋନ କରିଛନ୍ତି

ନର୍ସ ରୂପା କହିଛନ୍ତି ଯେ,  ମୁଖ୍ୟମନ୍ତ୍ରୀ ବିଏସ୍ ୟେଦରୂପୟା ତାଙ୍କୁ ଫୋନ କରିଥିଲେ ।  ମୁଖ୍ୟମନ୍ତ୍ରୀ ତାଙ୍କର ଏହି ସାହାସିକତାକୁ ସାମ୍ମାନ ଜାଣାଇବା ସହ ତାଙ୍କୁ ଘରେ ରହିବାକୁ କହିଥିଲେ । କିନ୍ତୁ ନର୍ସ ରୂପା ତାଙ୍କୁ ମନା କରିଦେଇଥିଲେ । ଏବଂ ସେ କହିଥିଲେ ଯେ, ସେ ତାଙ୍କ କାର୍ଯ୍ୟକୁ ଜାରି ରଖିବାକୁ ଚାହୁଁଛନ୍ତି ସେ ବି ଏହି ମହାମାରୀ ସମୟରେ ତାଙ୍କ ଯୋଗଦାନ ଦେବାକୁ ଚାହୁଁଛନ୍ତି । ଏହି ନର୍ସଙ୍କ ସାହାସିକତା ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି ।

Lockdown ଇଫେକ୍ଟ: ମଦ ପାଇଁ କୂଅକୁ ଡେଇଁଲେ ଦମ୍ପତି

ଭୋପାଳ: ପ୍ରତି ପରିବାରରେ ଝଗଡ଼ା ଥାଏ । ଏହା ନିତିଦିନିଆ ଜୀବନରେ ସାମାନ୍ୟ କଥା । ହେଲେ, ମହାମାରୀ କରୋନା ପରେ ଲକଡାଉନ୍ ପାଇଁ ବଦଳି ଯାଇଛି ଜୀବନ । ଝଗଡ଼ା ନେଉଛି ପ୍ରାଣ । ମଦ ଝଗଡ଼ାରୁ ଦମ୍ପତିଙ୍କ ଜୀବନ ଯାଇଛି । ମଧ୍ୟପ୍ରଦେଶର ବାଲାଘାଟରେ ଘଟିଛି ଏହି ଘଟଣା ।

ମଦ୍ୟପ ସ୍ୱାମୀ ବିବାହ ପରେ ସବୁଦିନ ଭଳି ରବିବାର ବି ନିଶାଗ୍ରସ୍ତ ହୋଇ ଘରକୁ ଫେରିଥିଲା । ଯାହାକୁ ସହଜରେ ଗ୍ରହଣ କରିପାରି ନଥିଲା ସ୍ତ୍ରୀ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ, ସ୍ତ୍ରୀ ଘର ବାହାରେ ଥିବା କୂଅକୁ ଡେଇଁ ପଡ଼ିଥିଲା । ଆଉ ପଛେ ପଛେ କୂଅକୁ ଡେଇଁ ପଡ଼ିଥିଲେ ସ୍ୱାମୀ ।

୪ ମାସର ଝିଅର କାନ୍ଦ ବି ସେମାନଙ୍କୁ ଆତ୍ମହତ୍ୟାରୁ ରୋକି ପାରିନଥିଲା । ଛୁଆ କାନ୍ଦ ଶୁଣି ପରିବାର ଲୋକେ ଦେଖିବା ବେଳକୁ ସ୍ୱାମୀ, ସ୍ତ୍ରୀ ଦୁହେଁ ଘରେ କେହି ନଥିଲେ । ବହୁ ଖୋଜାଖୋଜି ପରେ ହୁହିଁଙ୍କ ଶବ ଘର ନିକଟରେ ଥିବା କୂଅରୁ ମିଳିଥିଲା ।