ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ ହେବ କୋଭିଡ୍ ଟେଷ୍ଟ

Puri Snana Yatra Update

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି । ରଥ ନିର୍ମାଣରେ ନିୟୋଜିତ ହୋଇଥିବା ସବୁ ସେବାୟତଙ୍କ କାଲିଠୁ କୋଭିଡ ଟେଷ୍ଟ କରାଯିବ । ଦଇତାପତିଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ରଥ ପାଇଁ କୌଣସି ଅସୁବିଧା ହେବନି । ଚାରି ବାଡ଼ର ବାଡ଼ଗ୍ରାହୀ ଓ ଦଇତା ପତି ସଦସ୍ୟଙ୍କ ସହ ଆଲୋଚନା ହୋଇଛି । ସ୍ନାନ ଯାତ୍ରା ଓ ରଥ ଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ ଓ ତାଙ୍କ ପରିବାରର ସ୍ୱାସ୍ଥ୍ୟକୁ ଜଗୁଛୁ । ସ୍ଥିତି ଉପରେ ଆମର ନଜର ରହିଛି । ସରକାରୀ ଗାଇଡଲାଇନ ଅନୁସାରେ ୮୦ ଜଣ ଦଇତାପତି ପରିବାରକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।

ଅଭିଜ୍ଞ ଡାକ୍ତର ଓ ଅଫିସରଙ୍କ ସହ ଖୁବଶୀଘ୍ର ଦଇତାପତିଙ୍କ ସହ ଅନ୍ୟ ଏକ ବୈଠକ ବସିବ । କୋଭିଡ ଗାଇଡଲାଇନ୍ ଅନୁସାରେ ବୈଠକରେ ଆଲୋଚନା ହେବ । ହୋମ୍ କ୍ଵାରେଣ୍ଟାଇନ୍ ଓ ସରକାରୀ କ୍ଵାରେଣ୍ଟାଇନ୍ ନେଇ ଦଇତାପତି ମାନଙ୍କୁ ଜଣାଯିବ । ସେମାନେ କେଉଁ କ୍ୱାରେଣ୍ଟାଇନ୍ ନେବେ ସେନେଇ ଜଣାଇବେ । ନିଜର ପରିବାରର ସୁଖକୁ ତ୍ୟାଗ କରି ମହାପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଧନ୍ୟବାଦ ଦେଇଛନ୍ତି ।

ଦଇତା ପତି ମାନେ ନିଜ ନିଯୋଗ ମଧ୍ୟରେ ବୈଠକ କରି ଗାଇଡ୍ ଲାଇନ୍ ମାନି ସ୍ନାନ ଯାତ୍ରା ଓ ରଥଯାତ୍ରା କିଭଳି ସୂଚାରୁ ରୂପେ ସମ୍ପାଦନ କରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବେ । ପରିଚାଳନା କମିଟିର ବୈଠକରେ ସ୍ନାନ ଓ ରଥ ଯାତ୍ରାର ନିଷ୍ପତ୍ତି ନିଆଯିବ ।

Leave a Reply