ନର୍ସ ରୂପା ୯ମାସର ଗର୍ଭବତୀ କିନ୍ତୁ କରୋନା ବିରୋଧୀ ଲଢେଇର ଆଗଧାଡିର ସୈନିକ

ବାଙ୍ଗାଲୁରୁ: ମେ ୧୨ରେ ଆନ୍ତର୍ଜାତୀୟ ନର୍ସ ଦିବସକୁ ପାଳନ କରାଯାଇଛି । ଲୋକମାନେ ନର୍ସ ମାନଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । କୋରନା ଭଳି ସଙ୍କଟ ପରସ୍ଥିତିରେ ନର୍ସ ଏବଂ ଡାକ୍ତର ହେଉଛନ୍ତି ପ୍ରକୃତ ଯୋଦ୍ଧା । କୌଣସି ସ୍ଥିତିରେ ସେମାନେ ରୋଗୀଙ୍କ ସେବା କରିବାକୁ ପଛ ଘୁଞ୍ଚା ଦେଉନାହାଁନ୍ତି । ଏମିତି ଏକ ଉଦାହରଣ ଦେଖାଦେଇଛି କର୍ଣ୍ଣାଟକର ଶିବମୋଗା ଅଞ୍ଚଳର । ଏଠାରେ ଜଣେ ନର୍ସ ୯ମାସର ଗର୍ଭବତୀ ହୋଇ ବି ଭୁଲି ନାହାଁନ୍ତି ତାଙ୍କ କର୍ତ୍ତବ୍ୟକୁ । ଏଭଳି ଅବସ୍ତାରେ ବି ସେ କରୁଛନ୍ତି ରୋଗୀ ସେବା ।

ସୂଚନା ଅନୁସାରେ ନର୍ସଙ୍କ ନାଁ ରୂପା ପ୍ରବୀଣ ରାଓ । ଦେଶସାରା କରୋନା ପ୍ରକୋପ ଦେଖି ସେ ୯ମାସ ଗର୍ଭ ଧାରଣ କରିବି ଆଗେଇ ଆସିଛନ୍ତି ଏଭଳି ସଙ୍କଟକୁ ସାମ୍ନା କରିବାକୁ । ସେ କହିଛନ୍ତି, ମୁଁ ଯେଉଁ ହସପିଟାଲରେ କାମ କରୁଛି ସେଠାରେ ଅଧିକ ଗାଁର ଲୋକମାନେ ଆସିଥାନ୍ତି । ତେଣୁ ଲୋକଙ୍କୁ ଏଠି ଆମ ମାନଙ୍କର ଆବଶ୍ୟକତା ରହିଛି । ଯଦିଓ ମୋ ସିନିୟରମାନେ ମତେ ଛୁଟି ନେବାକୁ କହିଛନ୍ତି । କିନ୍ତୁ ମୁ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି ତେଣୁ ମୁଁ ପ୍ରତିଦିନ ୬ଘଣ୍ଟା ଡ୍ୟୁଟି କରୁଛି ।

ସରକାରୀ ହସପିଟାଲରେ ପଡ଼ିଛି ଡ୍ୟୁଟି

ନର୍ସ ରୂପା ଗଜାନୂରୁ ଗାଁରେ ରୁହନ୍ତି ଏବଂ ସେ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରନ୍ତି । କିନ୍ତୁ ସେ ଏବେ ପ୍ରତିଦିନ ଏହି ଜୟାଚମାରାଜେନ୍ଦ୍ର ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଫୋନ କରିଛନ୍ତି

ନର୍ସ ରୂପା କହିଛନ୍ତି ଯେ,  ମୁଖ୍ୟମନ୍ତ୍ରୀ ବିଏସ୍ ୟେଦରୂପୟା ତାଙ୍କୁ ଫୋନ କରିଥିଲେ ।  ମୁଖ୍ୟମନ୍ତ୍ରୀ ତାଙ୍କର ଏହି ସାହାସିକତାକୁ ସାମ୍ମାନ ଜାଣାଇବା ସହ ତାଙ୍କୁ ଘରେ ରହିବାକୁ କହିଥିଲେ । କିନ୍ତୁ ନର୍ସ ରୂପା ତାଙ୍କୁ ମନା କରିଦେଇଥିଲେ । ଏବଂ ସେ କହିଥିଲେ ଯେ, ସେ ତାଙ୍କ କାର୍ଯ୍ୟକୁ ଜାରି ରଖିବାକୁ ଚାହୁଁଛନ୍ତି ସେ ବି ଏହି ମହାମାରୀ ସମୟରେ ତାଙ୍କ ଯୋଗଦାନ ଦେବାକୁ ଚାହୁଁଛନ୍ତି । ଏହି ନର୍ସଙ୍କ ସାହାସିକତା ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି ।

Leave a Reply