Lockdown ଇଫେକ୍ଟ: ମଦ ପାଇଁ କୂଅକୁ ଡେଇଁଲେ ଦମ୍ପତି

ଭୋପାଳ: ପ୍ରତି ପରିବାରରେ ଝଗଡ଼ା ଥାଏ । ଏହା ନିତିଦିନିଆ ଜୀବନରେ ସାମାନ୍ୟ କଥା । ହେଲେ, ମହାମାରୀ କରୋନା ପରେ ଲକଡାଉନ୍ ପାଇଁ ବଦଳି ଯାଇଛି ଜୀବନ । ଝଗଡ଼ା ନେଉଛି ପ୍ରାଣ । ମଦ ଝଗଡ଼ାରୁ ଦମ୍ପତିଙ୍କ ଜୀବନ ଯାଇଛି । ମଧ୍ୟପ୍ରଦେଶର ବାଲାଘାଟରେ ଘଟିଛି ଏହି ଘଟଣା ।

ମଦ୍ୟପ ସ୍ୱାମୀ ବିବାହ ପରେ ସବୁଦିନ ଭଳି ରବିବାର ବି ନିଶାଗ୍ରସ୍ତ ହୋଇ ଘରକୁ ଫେରିଥିଲା । ଯାହାକୁ ସହଜରେ ଗ୍ରହଣ କରିପାରି ନଥିଲା ସ୍ତ୍ରୀ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ, ସ୍ତ୍ରୀ ଘର ବାହାରେ ଥିବା କୂଅକୁ ଡେଇଁ ପଡ଼ିଥିଲା । ଆଉ ପଛେ ପଛେ କୂଅକୁ ଡେଇଁ ପଡ଼ିଥିଲେ ସ୍ୱାମୀ ।

୪ ମାସର ଝିଅର କାନ୍ଦ ବି ସେମାନଙ୍କୁ ଆତ୍ମହତ୍ୟାରୁ ରୋକି ପାରିନଥିଲା । ଛୁଆ କାନ୍ଦ ଶୁଣି ପରିବାର ଲୋକେ ଦେଖିବା ବେଳକୁ ସ୍ୱାମୀ, ସ୍ତ୍ରୀ ଦୁହେଁ ଘରେ କେହି ନଥିଲେ । ବହୁ ଖୋଜାଖୋଜି ପରେ ହୁହିଁଙ୍କ ଶବ ଘର ନିକଟରେ ଥିବା କୂଅରୁ ମିଳିଥିଲା ।

Leave a Reply