spot_img
Home Blog Page 7108

କୋଭିଡ୍ ଯୁଦ୍ଧ: ସରପଞ୍ଚ ଓ ସ୍ୱେଚ୍ଛାସେବୀଙ୍କୁ ଯୋଦ୍ଧା ମାନ୍ୟତା, ମୃତ୍ୟୁ ହେଲେ ପରିବାରକୁ ମିଳିବ ୫୦ ଲକ୍ଷ

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ପୂର୍ବରୁ କରୋନା ଯୋଦ୍ଧା ତାଲିକାରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସଙ୍କୁ ସାମିଲ କରାଯାଇଥିଲା । ଏହାକୁ ସମ୍ପ୍ରସାରଣ କରାଯାଇଛି । ଏଥିରେ ତୃଣମୂଳସ୍ତରରେ କରୋନା ମୁକାବିଲା କରୁଥିବା ସରପଞ୍ଚଙ୍କ ସହ ଟିଏମସି, ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ କୋଭିଡ ସୁବିଧାଗୁଡ଼ିକ ସୁପରିଚାଳନାରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ସାମିଲ୍ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧା କହିଛନ୍ତି । ପୂର୍ବରୁ ଘୋଷଣା କରାଯାଇଥିବା ୫୦ ଲକ୍ଷ ଟଙ୍କା ସହାୟତା ରାଶି ମଧ୍ୟ ଏମାନଙ୍କ ପରିବାରକୁ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଯୋଗେ ଏନେଇ ସୂଚନା ଦେଇଛନ୍ତି ।ବେସରକାରୀ ତଥା ସରକାରୀ କ୍ଷେତ୍ରର ଯେକୌଣସି ବ୍ୟକ୍ତି ଟିଏମସି, ସଙ୍ଗରୋଧ କେନ୍ଦ୍ର ଓ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସମେତ କୋଭିଡ ସୁବିଧା ପରିଚାଳନାରେ ନିୟୋଜିତ ଅଛନ୍ତି ସେମାନେ ମଧ୍ୟ ଆମର କରୋନା ଯୋଦ୍ଧା । କରୋନାରେ ଏମାନଙ୍କ ମଧ୍ୟରୁ କାହାରି ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କରୋନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ସୁରକ୍ଷା ଓ ସମ୍ମାନର ପ୍ରତିଶ୍ରୁତି

ଦେଶ ଅପେକ୍ଷା ରାଜ୍ୟରେ ନମୁନା ପରୀକ୍ଷଣ ହାର ଅଧିକା: ବାଗଚୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଛଅଟି ପର୍ଯ୍ୟାୟରେ ସାରା ବିଶ୍ୱ ମୁକାବିଲା କରୁଛି । ତାଲାବନ୍ଦ ଠାରୁ ଆରମ୍ଭ କରି ସଂକ୍ରମିତଙ୍କ ଚିହ୍ନଟ, ପୃଥକୀକରଣ, ପରୀକ୍ଷଣ, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ପରୀକ୍ଷା ଏବଂ ଚିକିତ୍ସା । ଏହିସବୁ ପର୍ଯ୍ୟାୟ ମୁକାବିଲାରେ ରାଜ୍ୟ ସରକାର ମଧ୍ୟ ସଫଳତାର ସହ କାର୍ଯ୍ୟ କରୁଛନ୍ତି ।

Says Subroto Bagchi: Overcoming Fear Key To Contain Spread

ଯାହାର ଫଳସ୍ୱରୂପ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବଢିପାରିନି ଗୋଷ୍ଠୀ ସଂକ୍ରମଣ । ସର୍ବଭାରତୀୟ ସ୍ତରରେ ପ୍ରତି ୧୦ ଲକ୍ଷରେ ୯୮୩ଟି ନମୁନା ପରୀକ୍ଷା ହେଉଥିବା ବେଳେ ଓଡିଶାରେ ୧୧୫୫ଟି ନମୁନା ପରୀକ୍ଷା ହେଉଛି । ସେପଟେ ନମୁନା ପରୀକ୍ଷଣରେ ଯୋଡ଼ି ହୋଇଥିବା ଭାରତୀୟ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଲାଇଫସାଇନ୍ସରେ କରୋନା ମୁକାବିଲା ନେଇ ଚାଲିଛି ଅଧିକ ଗବେଷଣା ।

କରୋନା ଭ୍ୟାକ୍ସିନ୍‌ ଓ ଔଷଧ ନେଇ ଚାଲିଛି ପ୍ରସ୍ତୁତି । ଆଇଏଲଏସରେ ଗତ ୧୪ ଏପ୍ରିଲରୁ କରୋନା ପରୀକ୍ଷଣ ୪୪ଟି ନମୁନାରୁ ଆରମ୍ଭ ହୋଇଥିଲା । ଏବେ ଏଠାରେ ଦୈନିକ ହଜାରେ ନମୁନା ପରୀଷା ହେଉଛି । ଏଥିସହିତ କରୋନା ଭୂତାଣୁର ଜେନେଟିକ ଆନାଲିସିସ ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ମେଡିସିନାଲ ପ୍ଲାଣ୍ଟରୁ କରୋନା ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତି ନେଇ ଚାଲିଛି ଗବେଷଣା । ତେବେ ଆଶ୍ୱସ୍ତିକର ବିଷୟ ଯଥେଷ୍ଟ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରି ଟେଷ୍ଟ କରାଯାଉଥିବା ସ୍ୱାବ୍‌ ଟେଷ୍ଟ କରୁଥିବା କୌଣସି ବି କର୍ମଚାରୀ ସଂକ୍ରମିତ ହୋଇନାହାନ୍ତି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

ଭୁବନେଶ୍ୱର: ଲଘୁଚାପ ବଳୟର ରୂପ ନେଇଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଂଚଳ ରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ । ଏହା ୧୬ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ତେବେ, ଜାଣିଛନ୍ତି କି ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ ? ‘ଅମ୍ଫାନ’ ନାମ ପଛରେ କଣ ରହିଛି କାରଣ ?

ସାହିନ୍, ଗୁଲାବ, ତେଜ୍, ଅଗ୍ନି, ଆଗ୍ ଏମିତି ପ୍ରାୟ ୧୬୯ଟି ବାତ୍ୟାର ନାଁ ୧୩ଟି ଦେଶ ଦେଇଛନ୍ତି । ଉତ୍ତର ଭାରତ ମହାସାଗର, ଆରବ ସାଗର ଓ ଭାରତ ମହାସାଗରରେ ଆସିବାକୁ ଥିବା ବାତ୍ୟା ପାଇଁ ଏସବୁ ନାଁ ରହିଛି । ୨୦୦୪ ମସିହାରେ ୮ଟି ଦେଶର ପାଣିପାଗ ବିଭାଗ ଏହିସବୁ ନାଁ ଦେଇଥିଲେ ।

ଏବେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ନାଁ ହେଉଛି ‘ଅମ୍ଫାନ’ । ଏହି ନାଁ ଦେଇଛି ଥାଇଲାଣ୍ଡ । ୨୦୦୪ ମସିହାରେ ଏହି ନାଁକୁ ଥାଇଲାଣ୍ଡ ଦେଇଥିଲା ।

‘ଅମ୍ଫାନ’ର ଅର୍ଥ

ଥାଇଲାଣ୍ଡରେ ‘ଅମ୍ଫାନ’ ହେଉଛି ଏକ ଜଣାଶୁଣା ଶବ୍ଦ । ଇଂରାଜୀର ଏହି ୬ ଅକ୍ଷର ବିଶିଷ୍ଟ ଶବ୍ଦ ବିଶେଷ କରି ଥାଇଲାଣ୍ଡର ଲୋକମାନେ ସରନେମ୍ ବା ମିଡିଲ ନେମ୍ ହିସାବରେ ବ୍ୟବହାର କରିଥାନ୍ତି । ଥାଇଲାଣ୍ଡରେ ପାଖାପାଖି ୪୮୮୮ ଲୋକଙ୍କ ନାଁ ସହ ଜଡ଼ିତ ‘ଅମ୍ଫାନ’ ।

୨୦୧୮ ମସିହାରେ IMDର ମହାନିର୍ଦ୍ଦେଶକ ଏକ ନୂଆ ପ୍ୟାନେଲ ପୁନଃଗଠନ କରିଥିଲେ । ପ୍ୟାନେଲରେ ୧୩ ଦେଶ ଯଥା- ବାଂଲାଦେଶ, ଭାରତ, ଇରାନ, ମାଳଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, କତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁଏଇ, ୟେମେନ ଆଦି ଦେଶ ରହିଥାନ୍ତି । ଏହି ୧୩ ଦେଶ ଆରବ ସାଗର, ବଙ୍ଗୋପସାଗର ଓ ଉତ୍ତର ଭାରତ ମହାସାଗରରେ ଆସିବାକୁ ଥିବା ବାତ୍ୟାର ନାମକରଣ କରିବେ ।

ପ୍ରତି ସଦସ୍ୟ ଦେଶ ୧୩ଟି ଲେଖାଏଁ ନାମ ଦେବେ । ଏବେ ବାଂଲାଦେଶ ଦେଇଥିବା ‘ଅର୍ଣ୍ଣବ’, କତାର ‘ସାହିନ’, ପାକିସ୍ତାନ ‘ଲୁଲୁ’, ଭାରତ ‘ଗତି’ ‘ତେଜ’ ‘ମରାସୁ’ ‘ଆଗ’ ‘ନୀର’ ଆଦି ନାଁ ସ୍ଥିରୀକୃତ ହୋଇ ରହିଛି । ତେବେ, ବାତ୍ୟାର ନାଁ କୌଣସି ରାଜନୈତିକ ଦଳ, ନେତା, ଧର୍ମ ଭାବନା, ସଂସ୍କୃତି ସହ ଜଡ଼ିତ ନଥିବା ଦରକାର ।

 

ରାଷ୍ଟ୍ରପତି କୋବିନ୍ଦ ବର୍ଷେ ପାଇଁ ତାଙ୍କ ବେତନର ୩୦ ପ୍ରତିଶତ ଦାନ କରିବେ,ନୂଆ କାର କିଣା ସ୍ଥଗିତ

ନୂଆଦିଲ୍ଲୀ: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଷ୍ଟ୍ରପତି ଭବନରୁ ସୂଚନା ମିଳିଛି ଯେ, ରାଷ୍ଟ୍ରପତି ତାଙ୍କର ମାସକର ଦରମା ପିଏମ କେୟାର ଫଣ୍ଡକୁ ଦେଉଛନ୍ତି ଏବଂ ସେ ତାଙ୍କ ବେତନର ୩୦ ପ୍ରତିଶତ ବର୍ଷେ ପାଇଁ ଦାନ କରିବେ । ଏହା ସହିତ ଅନ୍ୟ କେତେଗୁଡ଼ିଏ ପ୍ରସ୍ତାବ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କିଣିବେନି ନୂଆ କାର

ରାଷ୍ଟ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ସୂଚନାରେ, ରାଷ୍ଟ୍ରପତି କୋବିନ୍ଦ ଏକ ଲିମୋଜିନ୍ କାର କିଣିବାର ପ୍ରସ୍ତାବକୁ ମଧ୍ୟ ସ୍ଥଗିତ ରଖିଛନ୍ତି । ସୂଚନା ଅନୁସାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପାଇଁ ଚଳିତ ବର୍ଷ ଏକ ନୂଆ ଲିମୋଜିନ୍ କିଣିବାକୁ ନିଷ୍ପତ୍ତି ନିଆଯାଇଥିଲା । କାରଣ ସେ ବର୍ତ୍ତମାନ ସୁଦ୍ଧା ମର୍ସିଡିଜ୍-ବେଞ୍ଜ୍ ଏସ୍ କ୍ଲାସ୍ (S600) ପୁଲମାନ୍ ଗାର୍ଡର ପୁରୁଣା ମଡେଲ୍ ବ୍ୟବହାର କରୁଛନ୍ତି । ସେଥିପାଇଁ ୨୦୨୧ ଗଣତନ୍ତ୍ର ଦିବସ ଅବସରରେ ସେ ଏକ ନୂତନ ଲିମୋଜିନ୍ କାରରେ ପ୍ୟାରେଡରେ ଆସିବାର ଥିଲା କିନ୍ତୁ କରୋନା ସଙ୍କଟ କାରଣରୁ ଏହାକୁ ବାତିଲ କରିଦିଆଯାଇଛି । କେବଳ ଏତିକି ନୁହେଁ, ରାଷ୍ଟ୍ରପତି ଭବନର କର୍ମଚାରୀଙ୍କୁ ଖର୍ଚ୍ଚ କମ୍ କରିବାକୁ ଏବଂ ବାକି ଟଙ୍କାକୁ କୋଭିଡ -୧୯ ବିରୋଧରେ ଲଢେଇ ପାଇଁ ଦାନ କରିବାକୁ  କୁହାଯାଇଛି ।

ରାଷ୍ଟ୍ରପତି ଭବନରେ ଅଧିକ ଖର୍ଚ୍ଚ ହେବ ନାହିଁ

କୋଭିଡ -୧୯ ସଙ୍କଟ ସମୟରେ ବହୁ ପଦକ୍ଷପ ନିଆଯାଉଛି । ଯେମିତିକି ଭୋଜିରେ କମ୍ ଅତିଥି, ଫୁଲର କମ୍ ବ୍ୟବହାର ସହ ଖାଦ୍ୟ ପ୍ରକାରକୁ କମାଇଦିଆଯିବାର ପଦକ୍ଷେପ ନିଆଯାଇଛି । ଏଥି ସହିତ ସାମାଜିକ ଦୂରତା ବଜାୟ ରଖିବା ଏବଂ ଖର୍ଚ୍ଚ କମାଇବା ପାଇଁ ରାଷ୍ଟ୍ରପତିଙ୍କୁ ଘରୋଇ ପରିଦର୍ଶନ କମାଇବା ଏବଂ କମ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କୁହାଯାଇଛି । ରାଷ୍ଟ୍ରପତି ଭବନରେ କୁହାଯାଇଛି ଯେ, ଆମେ କୌଣସି ଅତିଥିଙ୍କ ସେବାରେ ସ୍ୱାଗତରେ କୌଣସି ଅଭାବ ରଖିବୁ ନାହିଁ, କିନ୍ତୁ ବର୍ତ୍ତମାନ ବେଶି ସୋ ଅଫ୍ କରାଯିବ ନାହିଁ ।

ବଢି ଚାଲିଛି କରୋନା ସଂକ୍ରମଣ

କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୩୭୨୨ ଟି ନୂତନ କରୋନା ସଂକ୍ରମଣ ରିପୋର୍ଟ ଆସିଛି ଯାହା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୭୮୦୦୩ ରେ ପହଞ୍ଚିଛି ଏବଂ ୧୩୪ ଜଣଙ୍କର ହୋଇଛି ଯାହାଦ୍ୱାରା ମୃତ୍ୟୁ ସଂଖ୍ୟା ୨୫୪୯ରେ ପହଞ୍ଚିଛି । ସଂକ୍ରମିତଙ୍କ ସଂଖ୍ୟା ୭୮ ହଜାର ଅତିକ୍ରମ କରିବା ପରେ, ୫୦ ହଜାରରୁ ଅଧିକ ସଂକ୍ରମଣ ଥିବା ଦେଶ ତାଲିକାରେ ଭାରତ ଦ୍ୱାଦଶ ସ୍ଥାନରେ ପହଞ୍ଚିଛି ।

ମାଲ୍ୟାଙ୍କ ଟ୍ୱିଟ୍: ‘ ବିନା ସର୍ତ୍ତରେ ସବୁ ଟଙ୍କା ନେଇ ମାମଲା ବନ୍ଦ କର’

ଲଣ୍ଡନ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବଡ଼ ଝଟକା ଲାଗିଛି । ସୁପ୍ରିମକୋର୍ଟରେ ଆବେଦନ କରିବା ନେଇ ହାଇକୋର୍ଟରେ କରିଥିବା ଆବେଦନ ଖାରଜ । ଏହି ନିଷ୍ପତ୍ତି ପରେ ମାଲ୍ୟାଙ୍କର ସମସ୍ତ ଆଇନଗତ ରାସ୍ତା ବନ୍ଦ ହୋଇଯାଇଛି ଏବଂ ବର୍ତ୍ତମାନ ତାଙ୍କୁ ୨୮ ଦିନ ମଧ୍ୟରେ ଭାରତକୁ ପଠାଯାଇପାରିବ।

Coronavirus India: Please Take My Money Unconditionally And Close ...

ମାନ୍ୟବର ହାଇକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ଲଣ୍ଡନର ଗୃହ ବିଭାଗ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରିବ। ବର୍ତ୍ତମାନ ଇଂଲଣ୍ଡରେ ମାଲ୍ୟାଙ୍କର କୌଣସି ଆଇନଗତ ଉପାୟ ବାକି ନାହିଁ। ପ୍ରତ୍ୟାର୍ପଣ ବିରୋଧରେ ମାଲ୍ୟାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିସାରିଛନ୍ତି।

ମୋଦୀଙ୍କୁ ମାଲ୍ୟାଙ୍କ ପ୍ରଶଂସା 

ହାଇକୋର୍ଟଙ୍କ ପକ୍ଷରୁ ରାୟ ପ୍ରଦାନ ପୂର୍ବରୁ ନିଷ୍ପତ୍ତି ପୂର୍ବରୁ ମଦ ବ୍ୟବସାୟୀ ବିଜୟ ମାଲ୍ୟା କରୋନା ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୈତିକ ରିଲିଫ ପ୍ୟାକେଜ ନେଇ କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ବର୍ତ୍ତମାନ ସରକାର ଏଥିରୁ ସମସ୍ତ ଟଙ୍କା ପ୍ରତ୍ୟାହାର କରିବା ଉଚିତ ବୋଲି କହିଛନ୍ତି ।

ବିଜୟ ମାଲ୍ୟାଙ୍କ ତରଫରୁ ଟ୍ୱିଟ୍ କରି କହିଛନ୍ତି ଯେ, କରୋନା ଭୂତାଣୁ ସଙ୍କଟ ମଧ୍ୟରେ ମୁଁ ରିଲିଫ୍ ପ୍ୟାକେଜ୍ ପାଇଁ ସରକାରଙ୍କୁ ଅଭିନନ୍ଦନ ଜଣାଉଛି। ସେମାନେ ଯେତିକି ଟଙ୍କା ଚାହିଁବେ ମୁଦ୍ରଣ କରିପାରିବେ । କିନ୍ତୁ ସେମାନେ ମୋ ଭଳି ଛୋଟ ସହଯୋଗୀଙ୍କୁ ଲଗାତାର ଭାବେ ଅଣଦେଖା କରିବା ଉଚିତ୍? ଯିଏ ଷ୍ଟେଟ୍ ବ୍ୟାଙ୍କର ସମସ୍ତ ଟଙ୍କା ଫେରସ୍ତ କରିବାକୁ ଚାହୁଁଛନ୍ତି | ମୋ ଠାରୁ ସମସ୍ତ ଟଙ୍କା ବିନା ସର୍ତ୍ତରେ ନେଇ ମାମଲା ଶେଷ କରିବାକୁ ଟ୍ୱିଟ୍‌ରେ ଲେଖିଛନ୍ତି ମାଲ୍ୟା ।

 

 

କରୋନା ବଦଳାଇଲା କାମ କରିବାର ତରିକା, ସରକାର ଜାରି କଲେ ୱାର୍କ ଫର୍ମ ହୋମ’ର ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀର ପ୍ରକୋପ କମିବାର ନାଁ ନେଉ ନାହିଁ । କରୋନା ପାଇଁ ସାଧାରଣ ଜୀବନ ଶୈଳୀରେ ବହୁ ପ୍ରଭାବ ପଡ଼ିଛି । ଏହାସହ ଆମ କାର୍ଯ୍ୟକଳାପରେ ମଧ୍ୟ ପରିବର୍ତ୍ତନ ଆସିଛି । ବେସରକାରୀ ଅଫିସ୍ ସହ ଏହି ସମୟରେ ଭାରତ ସରକାରଙ୍କର କେତେକ ମନ୍ତ୍ରାଳୟ ମଧ୍ୟ ୱାର୍କ୍ ଫର୍ମ ହୋମ ମାଧ୍ୟମରେ ଅଫିସ କାମ କରୁଛନ୍ତି । ଏମିତିରେ ସରକାରଙ୍କ ତରଫରୁ ଏନେଇ ନୂଆ ଗାଇଡ଼ଲାଇନ ଜାରିକରାଯାଇଛି । ଏହି ଗାଇଡଲାଇନ ଜରିଆରେ କର୍ମଚାରୀମାନଙ୍କୁ ଘରୁ ହିଁ କାମ କରିବାକୁ ପଡ଼ିବ ।

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ସରେ କୁହାଯାଛି ଯେ, ସବୁ ୭୫ପ୍ରତିଶତ ମନ୍ତ୍ରାଳୟ ଇ-ଅଫିସ ଜରିଆରେ ଚାଲିଛି ।  ଏବେ ମନ୍ତ୍ରାଳୟର ପ୍ରାୟ ୮୦ ପ୍ରତିଶତ କାମ ଏହା ମାଧ୍ୟମରେ ହିଁ କରାଯାଉଛି । ତେଣୁ ଏହି ଅନୁସାରେ ଇ-ଅଫିସ ଜରିଆରେ ହିଁ ସବୁ ଫାଇଲଗୁଡିକୁ ପଠାଯିବ ।  ବିପିଏନ ଏବଂ ସୁରକ୍ଷିତ ନେଟୱର୍କର ବ୍ୟବସ୍ଥା ଡେପୁଟି ସେକ୍ରେଟରୀ ସ୍ତରର ଅଧିକରୀମାନଙ୍କ ପାଇଁ କରାଯିବ ।

ଗାଇଡଲାଇନ ଅନୁସାରେ, ମନ୍ତ୍ରାଳୟ ଗୁଡ଼ିକ ନିଜେ କମ୍ପ୍ୟୁଟର ଏବଂ ଲାପଟପର ବ୍ୟବସ୍ଥା କରିବେ । ଯେବେ ଆବଶ୍ୟକତା ପଡ଼ିବ ସେବେ ସେ ଲଜିଷ୍ଟିକର ସହାୟତା ନେଇପାରିବେ । ସବୁ କାର୍ଯ୍ୟର ସୂଚନା ପାଇବା ପାଇଁ ଇ-ଅଫିସକୁ ଏସଏମଏସ ଏବଂ ଇ-ମେଲ ଦ୍ୱାରା ଯୋଡ଼ା ଯିବ । ଘରୁ କାମକରିବା ପାଇଁ ଯେମିତି କିଛି ଅସୁବିଧା ନ ହୁଏ ସେଥିପାଇଁ ସବୁ ଫାଇଲ୍ ଏବଂ ଫୋଲ୍ଡର ଇ-ଅଫିସରେ ଅପଲୋଡ ହୋଇ ରହିବ । ଯଦି ଗୋଟେ ମନ୍ତ୍ରାଳୟରୁ ଆଉ ଏକ ମନ୍ତ୍ରାଳୟକୁ କୌଣସି ଫାଇଲକୁ ପଠାଯିବାର ଥିବ ତାହାକୁ କେବଳ ଇ-ଅଫିସ୍ ଜରୀଆରେ ହିଁ ପଠାଯିବ ଆବଶ୍ୟକ ।

ସେହିଭଳି, ଯଦି ଅତି ଜରୁରୀ  ମେଲ ଅଛି, ତେବେ ଏହାକୁ ଇ-ଅଫିସକୁ ସ୍ଥାନାନ୍ତର କରାଯାଇପାରିବ । ଯାହାଫଳରେ ଏହାର ରେକର୍ଡ ବଜାୟ ରହିବ । DOPT ମନ୍ତ୍ରଣାଳୟର କର୍ମଚାରୀମାନେ ମଧ୍ୟ ବର୍ଷକୁ ୧୫ ଦିନ ଘରୁ କାର୍ଯ୍ୟ କରିବାର ସୁବିଧା ପାଇବେ । ଘରୁ କାମ କରୁଥିବା କର୍ମଚାରୀମାନେ ଅଫିସ୍ ସମୟ ଅନୁଯାୟୀ ଫୋନରେ ଉପଲବ୍ଧ ହେବେ । ଘରୁ କାମ କରୁଥିବା ଅଧିକାରୀଙ୍କ ପାଇଁ ମନ୍ତ୍ରଣାଳୟ ସେମାନଙ୍କୁ ଟେକ୍ନିକାଲ ସହାୟତା ଡେସ୍କ ପ୍ରସ୍ତୁତ କରିବ । ଭିଡିଓ କନଫରେନ୍ସିଂ ଲିଙ୍କ୍ ମାଧ୍ୟମରେ ସମସ୍ତ ପ୍ରକାରର ବୈଠକ ବ୍ୟବସ୍ଥା କରାଯିବ । ସମସ୍ତ କର୍ମଚାରୀଙ୍କୁ ଇ-ଅଫିସ୍ ସମ୍ବନ୍ଧରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ ।

ଗାଁ ପାଖରେ କାମ ପାଇବେ ଘର ଫେରନ୍ତା ଶ୍ରମିକ, ବଢ଼ିଲା ମଜୁରୀ

ନୂଆଦିଲ୍ଲୀ: କରୋନା ସଂକଟ ଓ ଲକଡାଉନ୍ ଭିତରେ ପୁଣି ଟ୍ରାକକୁ ଫେରିବ ଅର୍ଥନୀତି । ଦେଶକୁ ବଳ ଦେବେ ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ୟାକେଜ୍ ଅନୁସାରେ ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ।  ପ୍ରବାସୀ ଶ୍ରମିକମାନଙ୍କୁ ମନରେଗାରେ କାମ ମିଳିବ ।

ଅଧିକ ସଂଖ୍ୟାରେ ଶ୍ରମିକ ଏବେ ରାଜ୍ୟକୁ ଫେରୁଛନ୍ତି । ସେମାନଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବେ । ପ୍ରବାସୀ ଦିନ ମଜୁରିଆଙ୍କୁ ମନରେଗା ଯୋଜନାରେ କାମ ଦିଆଯିବ । ଏଥିପାଇଁ ପଞ୍ଜିକରଣକୁ ୫୦ ପ୍ରତିଶତ ଯାଏଁ ବଢ଼ାଯାଇଛି । ମେ ୧୩ ସୁଦ୍ଧା ୧୪.୬୨ କୋଟି ଲୋକଙ୍କୁ କାମ ମିଳିଛି । ଏଥିରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ବିନା ଗ୍ୟାରେଣ୍ଟିରେ ମିଳିବ ଋଣ, ବର୍ଷେ ଯାଏଁ ଦେବାକୁ ପଡ଼ିବନି ମୂଳଧନ

ଗତବର୍ଷ ତୁଳନାରେ ଚଳିତଥର ୪୦ରୁ ୫୦ ପ୍ରତିଶତ ଅଧିକ ଲୋକ ମନରେଗାରେ କାମ କରିବା ପାଇଁ ପଞ୍ଜିକରଣ କରିଛନ୍ତି । ମନେରଗାର ଦୈନିକ ମଜୁରୀକୁ ୧୮୨ ଟଙ୍କାରୁ ବୃଦ୍ଧି କରି ୨୦୨ ଟଙ୍କା କରାଯାଇଛି । ପ୍ରବାସୀ ଶ୍ରମିକଙ୍କୁ ମନରେଗାରେ କାମ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ମୌସୁମୀ ଆସୁଥିବାରୁ ବୃକ୍ଷରୋପଣ ଓ ହର୍ଟିକଲଟର ସହ ଅନ୍ୟ କ୍ଷେତ୍ରରେ କାମ ଦିଆଯାଇ ପାରିବ ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

 

ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ, ଗତି ପରିବର୍ତ୍ତନ ନହେଲେ ପ୍ରଭାବିତ ହେବ ଓଡ଼ିଶା

ଭୁବନେଶ୍ୱର: ୱେଲ୍‌ମାର୍କ ଲୋ’ ପ୍ରେସର୍‌ର ରୂପନେଲା ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ୧୬ ତାରିଖରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ, ତାହା ୧୭ ତାରିଖରେ ସ୍ପଷ୍ଟ ହେବ । ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି ।

ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ । ୧୬ ସଂଧ୍ୟାରେ ନେବ ଅସଲ ରୂପ । ବାତ୍ୟର ଗତି ଗତି ପରିବର୍ତ୍ତନ ନହେଲେ ପ୍ରଭାବିତ ହେବ ଓଡ଼ିଶା । ତେବେ ବିଶେଷଜ୍ଞଙ୍କ ଆକଳନ ହେଉଛି  ବାହାରୁ ବାହାରୁ ଏହା ବାଂଲାଦେଶ ମୁହାଁ ହେବ । ସମ୍ଭାବ୍ୟ ବାତ୍ୟା ‘ଆମ୍ଫାନ’କୁ ନେଇ ଏଭଳି ଆକଳନ କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲମାର୍କ ଲୋ’ ପ୍ରେସର ଅବପାତରେ ପରିଣତ ହେବ । ୧୬ ତାରିଖ ସଂଧ୍ୟା ସୁଦ୍ଧା ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ୧୭ ତାରିଖରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ଏହା ଗତି ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ମୁହାଁଇବ । ଏହା ୧୯ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ରହିବ ।

ବାତ୍ୟାର ରୂପ ନେବା ପରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗିରହିବ । ବିଶେଷକରି ୧୮ ତାରିଖରେ ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ । ୧୯ ତାରିଖରେ ମଧ୍ୟ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ । ଯଦି ୧୭ ତାରିଖରେ ଏହା ଗତି ପରିବର୍ତ୍ତନ ନ କରେ ତେବେ ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରିପାରେ । ଏହାକୁ ଦୃଷ୍ଟିରେ ରଖି ୧୭ ତାରିଖ ସନ୍ଧ୍ୟା । ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ‘ଅମ୍ପାନ’ ଉପରେ ତୀକ୍ଷ୍ଣ ନଜର ରଖିଛି ପାଣିପାଗ ବିଭାଗ । ରାଜ୍ୟ ସରକାର ମଧ୍ୟ ମୁକାବିଲା ପାଇଁ ସଜାଗ ଅଛନ୍ତି ।

ଫନି ଭଳି ଶକ୍ତିଶାଳୀ ହୋଇନପାରେ କିନ୍ତୁ ବୁଲ୍‌ବୁଲ୍‌ ଭଳି ପ୍ରଭାବ ରହିବାର ଆଶଙ୍କା

ଗତବର୍ଷ ମେ’ ୩ ତାରିଖରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ଫନି । ପୁରୀ ସମେତ ରାଜଧାନୀ ଭୁବନେଶ୍ୱର ଛାରଖାର ହୋଇଯାଇଥିଲା । ଏବେ ବାତ୍ୟା ଅମ୍ଫାନ ବଙ୍ଗୋପସାଗରେ ଧୀରେଧୀରେ ଶକ୍ତିଶାଳୀ ହେଉଛି । ଫନି ଭଳି ଏହା ଭୟଙ୍କର ନହେଲେ ବି ହୁଡ୍‌ହୁଡ୍‌ ଭଳି ବର୍ଷା ପବନ ହେବ ବୋଲି ଆକଳନ କରାଯାଉଛି ।

ମାଗଣା ମିଳିବ ୫ କେଜି ଶସ୍ୟ, କେଜିଏ ଡାଲି

ନୂଆଦିଲ୍ଲୀ: ଲକଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଭୋକିଲା ରହିବେ ନାହିଁ । ଆତ୍ମନିର୍ଭର ଭାରତ ଅଭିଯାନ ମାଧ୍ୟମରେ ସେମାନଙ୍କୁ ସହାୟତା ଦିଆଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ହିତାଧିକାରୀ ତାଲିକାରେ ସାମିଲ୍ ନଥିଲେ ବି ସେମାନଙ୍କୁ ରାସନ ମିଳିବ ।

୨ ମାସ ପାଇଁ ସମସ୍ତ ପ୍ରବାସୀ ପରିବାରକୁ ମାସିକ ୫ କେଜି ଶସ୍ୟ ସହ ଏକ କେଜି ଚଣା ଡାଲି ଯୋଗାଇ ଦିଆଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏ ଘୋଷଣା କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ୨ ମାସରେ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା ପ୍ରାୟ ୮ କୋଟି ପ୍ରବାସୀ ଉପକୃତ ହେବେ ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଚିହ୍ନଟ କରି ଏହି ସୁବିଧା ଯୋଗାଇ ଦେବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏଥିସହ ମାର୍ଚ୍ଚ ୨୦୨୧ ସୁଦ୍ଧା ସାରା ଦେଶରେ ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ଲାଗୁ ହେବ । ଫଳରେ ଯେ କେହି ବି ଦେଶର କୌଣସି ସରକାରୀ ବିକ୍ରୟ କେନ୍ଦ୍ରରୁ ରାସନ ନେଇପାରିବ । ପ୍ରବାସୀ ଶ୍ରମିକ ଏହା ଦ୍ୱାରା ବିଶେଷ ଭାବରେ ଉପକୃତ ହେବେ । ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯାଇ କାମ କରୁଥିବା ଶ୍ରମିକ ନିଜ ପାଖରେ ଥିବା କାର୍ଡ ଦ୍ୱାରା ଦେଶର ଯେକୌଣସି ସ୍ଥାନରୁ ରାସନ ନେଇ ପାରିବେ ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

ପ୍ରବାସୀଙ୍କ ପାଇଁ ଖର୍ଚ୍ଚ ହେବ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ପ୍ୟାକେଜ୍ ସହାୟତା ଘୋଷଣା କରିଛନ୍ତି । ଗତକାଲି ଉଦ୍ୟୋଗ ଜଗତ ପାଇଁ ଘୋଷଣା କରିଥିବା ବେଳେ ଆଜି ଗ୍ରାମୀଣ, ପ୍ରବାସୀ, କୃଷକ ଓ ଉଠା ଦୋକାନୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ଲକଡାଉନ୍ ଯୋଗୁଁ ପ୍ରବାସୀ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ଏହା ଉପରେ ଗୁରୁତ୍ୱ ଦେଇଛନ୍ତି ନିର୍ମଳା ।

ପ୍ରବାସୀଙ୍କ ପାଇଁ ସେଲ୍ଟର ହୋମ୍ ସହ ଖାଦ୍ୟ ଓ ପାନୀୟ ଯୋଗାଇ ଦେବା ପାଇଁ ରାଜ୍ୟ ଗୁଡ଼ିକ SDRF ବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବ୍ୟବହାର କରିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିସହ କେନ୍ଦ୍ର ସରକାର ୧୧୦୦୨ କୋଟିର ଅନୁଦାନ ଏପ୍ରିଲ ୩ ତାରିଖ ସୁଦ୍ଧା ସମସ୍ତ ରାଜ୍ୟର SDRFକୁ ପ୍ରଦାନ କରିଛନ୍ତି ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

ସହରାଞ୍ଚଳରେ ରହୁଥିବା ବାସହୀନଙ୍କୁ ଦୈନିକ ୩ ଥର ଖାଇବା ମାର୍ଚ୍ଚ ୨୮ରୁ ଦିଆଯାଉଛି । ସ୍ୱୟଂ ସହାୟକ ଗୋଷ୍ଠୀ ବା SHG ପାଇଁ ସାରା ଦେଶରେ PAiSA ପୋର୍ଟାଲ କାର୍ଯ୍ୟକାରୀ କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।