ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

1 min read

ଭୁବନେଶ୍ୱର: ଲଘୁଚାପ ବଳୟର ରୂପ ନେଇଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଂଚଳ ରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ । ଏହା ୧୬ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ତେବେ, ଜାଣିଛନ୍ତି କି ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ ? ‘ଅମ୍ଫାନ’ ନାମ ପଛରେ କଣ ରହିଛି କାରଣ ?

ସାହିନ୍, ଗୁଲାବ, ତେଜ୍, ଅଗ୍ନି, ଆଗ୍ ଏମିତି ପ୍ରାୟ ୧୬୯ଟି ବାତ୍ୟାର ନାଁ ୧୩ଟି ଦେଶ ଦେଇଛନ୍ତି । ଉତ୍ତର ଭାରତ ମହାସାଗର, ଆରବ ସାଗର ଓ ଭାରତ ମହାସାଗରରେ ଆସିବାକୁ ଥିବା ବାତ୍ୟା ପାଇଁ ଏସବୁ ନାଁ ରହିଛି । ୨୦୦୪ ମସିହାରେ ୮ଟି ଦେଶର ପାଣିପାଗ ବିଭାଗ ଏହିସବୁ ନାଁ ଦେଇଥିଲେ ।

ଏବେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ନାଁ ହେଉଛି ‘ଅମ୍ଫାନ’ । ଏହି ନାଁ ଦେଇଛି ଥାଇଲାଣ୍ଡ । ୨୦୦୪ ମସିହାରେ ଏହି ନାଁକୁ ଥାଇଲାଣ୍ଡ ଦେଇଥିଲା ।

‘ଅମ୍ଫାନ’ର ଅର୍ଥ

ଥାଇଲାଣ୍ଡରେ ‘ଅମ୍ଫାନ’ ହେଉଛି ଏକ ଜଣାଶୁଣା ଶବ୍ଦ । ଇଂରାଜୀର ଏହି ୬ ଅକ୍ଷର ବିଶିଷ୍ଟ ଶବ୍ଦ ବିଶେଷ କରି ଥାଇଲାଣ୍ଡର ଲୋକମାନେ ସରନେମ୍ ବା ମିଡିଲ ନେମ୍ ହିସାବରେ ବ୍ୟବହାର କରିଥାନ୍ତି । ଥାଇଲାଣ୍ଡରେ ପାଖାପାଖି ୪୮୮୮ ଲୋକଙ୍କ ନାଁ ସହ ଜଡ଼ିତ ‘ଅମ୍ଫାନ’ ।

୨୦୧୮ ମସିହାରେ IMDର ମହାନିର୍ଦ୍ଦେଶକ ଏକ ନୂଆ ପ୍ୟାନେଲ ପୁନଃଗଠନ କରିଥିଲେ । ପ୍ୟାନେଲରେ ୧୩ ଦେଶ ଯଥା- ବାଂଲାଦେଶ, ଭାରତ, ଇରାନ, ମାଳଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, କତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁଏଇ, ୟେମେନ ଆଦି ଦେଶ ରହିଥାନ୍ତି । ଏହି ୧୩ ଦେଶ ଆରବ ସାଗର, ବଙ୍ଗୋପସାଗର ଓ ଉତ୍ତର ଭାରତ ମହାସାଗରରେ ଆସିବାକୁ ଥିବା ବାତ୍ୟାର ନାମକରଣ କରିବେ ।

ପ୍ରତି ସଦସ୍ୟ ଦେଶ ୧୩ଟି ଲେଖାଏଁ ନାମ ଦେବେ । ଏବେ ବାଂଲାଦେଶ ଦେଇଥିବା ‘ଅର୍ଣ୍ଣବ’, କତାର ‘ସାହିନ’, ପାକିସ୍ତାନ ‘ଲୁଲୁ’, ଭାରତ ‘ଗତି’ ‘ତେଜ’ ‘ମରାସୁ’ ‘ଆଗ’ ‘ନୀର’ ଆଦି ନାଁ ସ୍ଥିରୀକୃତ ହୋଇ ରହିଛି । ତେବେ, ବାତ୍ୟାର ନାଁ କୌଣସି ରାଜନୈତିକ ଦଳ, ନେତା, ଧର୍ମ ଭାବନା, ସଂସ୍କୃତି ସହ ଜଡ଼ିତ ନଥିବା ଦରକାର ।

 

Leave a Reply