କୋଭିଡ୍ ଯୁଦ୍ଧ: ସରପଞ୍ଚ ଓ ସ୍ୱେଚ୍ଛାସେବୀଙ୍କୁ ଯୋଦ୍ଧା ମାନ୍ୟତା, ମୃତ୍ୟୁ ହେଲେ ପରିବାରକୁ ମିଳିବ ୫୦ ଲକ୍ଷ

1 min read

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ପୂର୍ବରୁ କରୋନା ଯୋଦ୍ଧା ତାଲିକାରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସଙ୍କୁ ସାମିଲ କରାଯାଇଥିଲା । ଏହାକୁ ସମ୍ପ୍ରସାରଣ କରାଯାଇଛି । ଏଥିରେ ତୃଣମୂଳସ୍ତରରେ କରୋନା ମୁକାବିଲା କରୁଥିବା ସରପଞ୍ଚଙ୍କ ସହ ଟିଏମସି, ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ କୋଭିଡ ସୁବିଧାଗୁଡ଼ିକ ସୁପରିଚାଳନାରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ସାମିଲ୍ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧା କହିଛନ୍ତି । ପୂର୍ବରୁ ଘୋଷଣା କରାଯାଇଥିବା ୫୦ ଲକ୍ଷ ଟଙ୍କା ସହାୟତା ରାଶି ମଧ୍ୟ ଏମାନଙ୍କ ପରିବାରକୁ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଯୋଗେ ଏନେଇ ସୂଚନା ଦେଇଛନ୍ତି ।ବେସରକାରୀ ତଥା ସରକାରୀ କ୍ଷେତ୍ରର ଯେକୌଣସି ବ୍ୟକ୍ତି ଟିଏମସି, ସଙ୍ଗରୋଧ କେନ୍ଦ୍ର ଓ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସମେତ କୋଭିଡ ସୁବିଧା ପରିଚାଳନାରେ ନିୟୋଜିତ ଅଛନ୍ତି ସେମାନେ ମଧ୍ୟ ଆମର କରୋନା ଯୋଦ୍ଧା । କରୋନାରେ ଏମାନଙ୍କ ମଧ୍ୟରୁ କାହାରି ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କରୋନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ସୁରକ୍ଷା ଓ ସମ୍ମାନର ପ୍ରତିଶ୍ରୁତି

Leave a Reply