spot_img
Home Blog Page 7097

ଅମ୍ଫାନ ମୁକାବିଲା ପାଇଁ ସରକାରଙ୍କ ବ୍ଳୁ ପ୍ରିଣ୍ଟ, NDRF-ODRAF ଟିମ୍‌ ପୁରା ସଜାଗ

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ଅମ୍ଫାନ । ସମୁଦ୍ର ମଝିରେ ଅଣ୍ଟା କସୁଛି ସାମୁଦ୍ରିକ ଝଡ଼ ଅମ୍ଫାନ । ତେବେ ଏହାର  ମୁକାବିଲା ପାଇଁ ସରକାର ପୁରା ପ୍ରସ୍ତୁତ ରହିଛନ୍ତି । ୧୨ ଜିଲ୍ଲାରେ ଏହାକୁ ନେଇ ହାଇଆଲର୍ଟ କରାଯାଇଛି । ଏହାର ମୁକାବିଲା ପାଇଁ NDRF-ODRAF ଟିମ ପୁରା ସଜାଗ ରହିଛନ୍ତି  । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା ହୋଇଛି । ସ୍ଥାନାନ୍ତର ବେଳେ କରୋନା ଗାଇଡ୍‌ଲାଇନକୁ ଗୁରୁତ୍ୱ ଦିଆଯିବ । ୫୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ଥିବା ବେଳେ ଆଉ ୭ ହଜାର ୯୨ଟି କୋଠାକୁ ଆଶ୍ରୟସ୍ଥଳୀ ଭାବରେ ଚିହ୍ନଟ କରାଯାଇଛି । ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ଅଛି ।

ଅମ୍ଫାନର ସାମ୍‌ନା କରିବାକୁ ପ୍ରଶାସନ ପ୍ରସ୍ତୁତ ରହିଛି । ସଜାଗ ଅଛନ୍ତି ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ । ଭଦ୍ରକ ଜିଲ୍ଲାରେ ଫୋକସ୍‌ରେ ରହିଛି ସମୁଦ୍ର କୂଳର ୩ କିଲୋମିଟର ଅଞ୍ଚଳରେ ଥିବା ଗାଁ । ଚାନ୍ଦବାଲି ଓ ଧାମରା ବ୍ଲକର ୨୨ଟି ପଞ୍ଚାୟତ ଉପରେ ନଜର ରଖିଛି ପ୍ରଶାସନ । ବାଲେଶ୍ୱରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି । ୧୩୬ଟି ପଞ୍ଚାୟତ ଉପରେ ରହିଛି ନଜର ।

ପାରାଦୀପ ପ୍ରଶାସନ ମଧ୍ୟ ସତର୍କ ଓ ସଜାଗ ରହିଛି । କରୋନା ସଂକଟ ମଧ୍ୟରେ ଚିନ୍ତା ବଢାଇଛି ବାତ୍ୟା । ତେବେ ଯେକୈାଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀରେ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ।

ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ନିଜ ଇଚ୍ଛାରେ ଯାଇପାରିଲେନି କାଫେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ଯେକୌଣସି ରାଷ୍ଟ୍ରର ଏକ ପ୍ରଭାବଶାଳୀ ପଦବୀ । ଅନ୍ୟ ସମସ୍ତ କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ହୋଇ ଥାଆନ୍ତି । ନିୟମ କରିବା ଏବଂ ପରବର୍ତ୍ତୀ ସମୟରେ ସେହି ନିୟମକୁ ପାଳନ କରିବା ଦୁଇଟି ଭିନ୍ନ ବିଷୟ । ନିଜେ ପ୍ରଶାସନିକ କ୍ଷମତାରେ ଥିବା ସମୟରେ ଲାଗୁ କରାଯାଇଥିବା ନିୟମ ନିଜେ ଶାସକ ପାଳନ କରୁଛନ୍ତି ନା ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଥାଏ । ଯଦି ସେହି କ୍ଷମତାଶାଳୀ ବ୍ୟକ୍ତି ସେହି ନିୟମକୁ ପାଳନ କରନ୍ତି ନାହିଁ, ତେବେ ସେ ନିଜ ରାଷ୍ଟ୍ରର ରାଜନୈତିକ ବିରୋଧୀ, ସୋସିଆଲ ମିଡିଆରେ ସମାଲୋଚିତ ହେବା ସାର ହୋଇଥାଏ । ଅପରପକ୍ଷରେ ହେଲେ ସେହି ନିୟମକୁ ସମ୍ମାନ ଜଣାଇ ଅନେକ ପ୍ରଶଂସିତ ମଧ୍ୟ ହୋଇଥାଆନ୍ତି । ଏହିପରି ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି ।

ସାରା ବିଶ୍ୱରେ କରୋନା ସଂକ୍ରମଣ ଜାରି ରହିଥିବାରୁ ସାମାଜିକ ଦୂରତାକୁ ବ୍ୟାପକ ଗୁରୁତ୍ୱ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି  ଅଷ୍ଟ୍ରେଲିଆ ମହାଦେଶର ଜନୈକ ଦେଶର ପ୍ରଧାନମନ୍ତ୍ରୀ ନିଜ ଦେଶରେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ ପାଇଁ ନିୟମ ତିଆରି କରିଥିଲେ । ନିୟମଟି ଏପରି ଥିଲା ଯେ, ଗୋଟିଏ କାଫେରେ ସାମାଜିକ ଦୂରତା ରକ୍ଷା ସହ ଯେତିକ ଗ୍ରାହକ ବସିପାରିବେ, ତାହାଠାରୁ ଅଧିକ କୌଣସି ବ୍ୟକ୍ତି ବିଶେଷକୁ ଅନୁମତି ଦିଆଯିବ ନାହିଁ । ହେଲେ ସବୁ ପରେ ବଡଲୋକଙ୍କୁ କିଏ ବା ମନା କରିପାରେ ।

ଆଲୋଚନା କରାଯାଉଥିବା ଦେଶର ପ୍ରଧାନମନ୍ତ୍ରୀ ନିଜ ଭାବି ସ୍ୱାମୀ ଏବଂ କେତେକ ବନ୍ଧୁଙ୍କୁ ନେଇ କୌଣସି ଏକ କାଫେରେ ପହଞ୍ଚିଥିଲେ । ହେଲେ ସେ କାଫେ ଭିତରକୁ ଯାଇ ପାରି ନଥିଲେ ।କାରଣ ସାମାଜିକ ଦୂରତା ନିୟମ ଅନୁଯାୟୀ କାଫେରେ ଯେତିକି ଗ୍ରାହକ ରହିବା କଥା ସେତିକି ରହିସାରିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀ ପୂର୍ବରୁ କୌଣସି ଟେବୁଲ୍‌ ବୁକ୍‌ ମଧ୍ୟ କରିନଥିଲେ । ତେଣୁ ତାଙ୍କ ପାଇଁ କୌଣସି ସ୍ଥାନ ଖାଲି ନ ଥିଲା । ଏହି କାରଣରୁ ସେ କାଫେ ଭିତରକୁ ନ ଯାଇ ଫେରି ଯାଇଥିଲେ । କାଫେରେ ତାଙ୍କ ପାଇଁ ସ୍ଥାନ ନ ଥିବା କଥା ଶୁଣିବା ପରେ ସେଠାରୁ ସେ ଚାଲିଯାଇଥିଲେ । କିଛି ଦୁର ଯିବା ମଧ୍ୟରେ କାଫେରେ ଗୋଟିଏ ଟେବୁଲ ଖାଲି ହୋଇଥିଲା । କାଫେର ଜଣେ କର୍ମଚାରୀ ତୁରନ୍ତ ଦୌଡ଼ିଯାଇ ଆର୍ଡନ ଓ ତାଙ୍କ ସାଙ୍ଗ ସାଥୀମାନଙ୍କୁ କାଫେକୁ ନିମନ୍ତ୍ରଣ କରିଥିଲେ । ଏହା ପରେ କାଫେରେ ସାମାଜିକ ଦୂରତା ରକ୍ଷା ସହ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ବନ୍ଧୁମାନେ ଖାଦ୍ୟ ଗ୍ରହଣ କରିଥିଲେ ।

ଉପରୋକ୍ତ ବର୍ଣ୍ଣିତ ଘଟଣାଟି ଘଟିଥିଲା ୱେଲିଂଟନ ସହରରେ । ଯାହା ନିଜ୍ୟୁଲ୍ୟାଣ୍ଡରେ ଅବସ୍ଥିତ । ଆଉ ସେହି ପ୍ରଧାନମନ୍ତ୍ରୀ ଜଣଙ୍କ ହେଉଛନ୍ତି ଜାସିଣ୍ଡା ଆର୍ଡନ ।

ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪ କରୋନା ସଂକ୍ରମିତ । ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୯ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ୩ଜଣ ଯାଜପୁର ଏବଂ ୨ ଜଣ ବାଲେଶ୍ୱରର । ବର୍ତ୍ତମାନ ମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।  ତେବେ ରାଜ୍ୟରେ ମୋଟ ୮୨୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଥିବା ୨୨୦ ଜଣ ଏବଂ ମୃତକ ୪ ଜଣଙ୍କୁ ବାଦ ଦେଲେ ବର୍ତ୍ତମାନ ରାଜ୍ୟରେ ମୋଟ ୬୦୩ ଆକ୍ଟିଭ କେସ୍‌ ରହିଛି । ସେମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ମୋଟ ୨, ରାଜ୍ୟରେ ୪

ଭୁବନେଶ୍ୱର: କୋଭିଡରେ ରାଜ୍ୟରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ ଗତକାଲି ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦ୍ୱିତୀୟ ମୃତକ କରୋନାରେ ଆକ୍ରାନ୍ତ ନୁହଁନ୍ତି । ସେ କରୋନା ସନ୍ଦିଗ୍ଧ ଥିଲେ, ତାଙ୍କ ନମୁନା ଟେଷ୍ଟ ପାଇଁ ପଠା ଯାଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସକାଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ୯୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଥିଲା । ଯେଉଁଥିରେ ଗଞ୍ଜାମରେ ଆଉ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା । ତେବେ, ୨ ମୃତକଙ୍କ ମଧ୍ୟରୁ ଜଣେ ସଂକ୍ରମିତ ଥିବା ବେଳେ ଅନ୍ୟ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।

ଜିଲ୍ଲାରେ ଏବେ ସୁଦ୍ଧା ୨୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି । ୬୨୮ଟି ସକ୍ରିୟ ସଂକ୍ରମିତ ରହିଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ଖୋର୍ଦ୍ଧା ଜିଲ୍ଲାରେ ୨ ଓ ଗଞ୍ଜାମ ଜିଲ୍ଲାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪ ଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

ବଲାଙ୍ଗୀରରୁ ଚିହ୍ନଟ ହେଲେ ୨ କରୋନା ଆକ୍ରାନ୍ତ: ରାଜ୍ୟରେ ୭୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ମହାରାଷ୍ଟ୍ରରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ୩୧ ମେ’ ଯାଏଁ ଲକଡାଉନକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି  । ଦେଶରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ମାମଲାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଶୁକ୍ରବାର ଦିନ କୋଭିଡ -୧୯ର ୧୦୬୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଥି ସହିତ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାରକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୩୦୭୦୬ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭାଇରସ ସଂକ୍ରମଣ ହେତୁ ୬୭ ଜଣଙ୍କର ମୃତ୍ୟୁ ଘଟିଛି, ଏଥିସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୧୩୫ କୁ ବୃଦ୍ଧି ପାଇଛି । ଏହା କ୍ରମାଗତ ତୃତୀୟ ଦିନ ଯେତେବେଳେ ରାଜ୍ୟରେ ୧୫୦୦ ରୁ ଅଧିକ କରୋନା ମାମଲା ରୁଜୁ ହୋଇଛି ।

ଯଦି କେବଳ ମୁମ୍ବାଇ କଥା କହିବା ତାହାହେଲେ ଏହି ମହାନଗରରେ ମୋଟ୍ ୧୮୫୫୫ କରୋନା ସଂକ୍ରମିତ ହୋଇଛନ୍ତି ଅନ୍ୟପଟେ ଏଥି ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୬୯୬ କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ପାର, କେବଳ ମୁମ୍ବାଇରେ ୧୮ ହଜାରରୁ ଅଧିକ ମାମଲା

ମୁମ୍ବାଇର ଧାରାୱୀରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫୩ଟି ନୂଆ ମାମଲା ସାମ୍ନାକୁ ଅସିଛି ।ୱ ଏଥି ସହିତ ସଂକ୍ରମିତଙ୍କ ସଂଖ୍ୟା ୧୧୯୮ ହୋଇଯାଇଛି । ସେହିପରି ୨୪ ଗତ ଘଣ୍ଟା ମଧ୍ୟରେ କୌଣସି ସଂକ୍ରମିତଙ୍କ ମୃତ୍ୟୁ ଖବର ଆସିନାହିଁ ଏବଂ ମୃତ୍ୟୁ ସଂଖ୍ୟା ୫୩ରେ ସ୍ଥିତ ରହିଛି ।

ସଂକ୍ରାମକ ରୋଗ ପାଇଁ ଜିଲ୍ଲାସ୍ତରରେ ହସ୍ପିଟାଲ, ପ୍ରତି ବ୍ଲକରେ ଲ୍ୟାବ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଡ଼ ଘୋଷଣା । ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଲ୍ଲା ସ୍ତରରେ ସଂକ୍ରାମକ ରୋଗ ପାଇଁ ହସ୍ପିଟାଲ ହେବ । ବ୍ଲକ ସ୍ତରରେ ପବ୍ଲିକ ହେଲଥ୍ ଲ୍ୟାବ ତିଆରି ହେବ । ଜିଲ୍ଲାସ୍ତରରେ ହସ୍ପିଟାଲ ପାଇଁ ଆତ୍ମନିର୍ଭରଶୀଳ ହେବା ସହ ଲ୍ୟାବ ନେଟୱର୍କକୁ ମଜଭୁତ୍ କରାଯିବ ।

ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ରୂପରେଖରେ ପରିବର୍ତ୍ତନ ଅଣାଯିବ । ମହାମାରୀ ପରିସ୍ଥିତିରେ ବି ହସ୍ପିଟାଲ ଗୁଡ଼ିକ କାର୍ଯ୍ୟ କରିବାର କ୍ଷମତା ରଖିବ । ଏଥିପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରୀ ବ୍ୟୟ ବରାଦ ବଢ଼ାଯିବ । କରୋନା ଭାଇରସ୍ ଲଢ଼ିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ୧୫ ହଜାର କୋଟି ଟଙ୍କା ଦିଆଯାଇଛି ।

ଟେଷ୍ଟିଂ ଓ ଲ୍ୟାବ କିଟ୍ ପାଇଁ ୫୫୦ କୋଟି ଟଙ୍କା ଦିଆଯାଇଛି । କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରାଯାଇଛି ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

ଅନଲାଇନରେ ପାଠପଢ଼ା ପାଇଁ ୧୨ଟି ନୂଆ ଚ୍ୟାନେଲ୍

ନୂଆଦିଲ୍ଲୀ: ଲକଡାଉନରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ଆତ୍ମନିର୍ଭର ଭାରତ ପ୍ୟାକଜେର ବଡ଼ ଘୋଷଣା କରିଛନ୍ତି ନିର୍ମଳା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପ୍ରକାରେ ପାଠପଢ଼ା ପାଇଁ ଅନଲାଇନ୍ ଶିକ୍ଷାର ଗୁରୁତ୍ୱ ବଢ଼ିଛି । ସ୍ୱୟଂପ୍ରଭା ଡିଟିଏଚ୍ ଚ୍ୟାନେଲରେ ୧୨ଟି ନୂଆ ଚ୍ୟାନେଲ୍ ଯୋଡ଼ାଯିବ । ଏଥିରେ ଲାଇଭ୍ ଇଣ୍ଟରଆକ୍ଟିଭ୍ ଚ୍ୟାନେଲ୍ ଯୋଡ଼ିବା ପାଇଁ କାମ ଚାଲିଛି । ରାଜ୍ୟ ଗୁଡ଼ିକ ୪ ଘଣ୍ଟାର ପାଠ୍ୟକ୍ରମ ଦେବେ । ଯାହାକୁ ଚ୍ୟାନେଲରେ ଲାଇଭ୍ ଦେଖାଦେବ ।

ଗୋଟିଏ କ୍ଲାସ୍, ଗୋଟିଏ ଚ୍ୟାନେଲ୍

ସରକାର ଅନଲାଇନ୍ ଶିକ୍ଷା ଉପରେ ନଜର ରଖିଛନ୍ତି । ପ୍ରଥମ ଶ୍ରେଣୀରୁ ନେଇ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ନୂଆ ଚ୍ୟାନେଲ୍ ଆରମ୍ଭ ହେବ । ଅର୍ଥାତ୍ ପ୍ରତି ଶ୍ରେଣୀ ପିଛା ଗୋଟିଏ ଚ୍ୟାନେଲ ରହିବ । ପିଲାଙ୍କ ମନୋବିଜ୍ଞାନ ସୁସ୍ଥ ରଖିବା ପାଇଁ ମନୋଦର୍ପଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ଭାବେ ଇ-କଣ୍ଟେଟ ଅଣାଯିବ ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

ଗ୍ରାମୀଣ ଇଲାକାରେ ରୋଜଗାରକୁ ଗୁରୁତ୍ୱ, ଗାଁ ନିକଟରେ କାମ ପାଇବେ ଫେରନ୍ତା ଶ୍ରମିକ

ନୂଆଦିଲ୍ଲୀ: ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଘୋଷଣା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି । ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେହି ଅନୁସାରେ ଆର୍ଥିକ ପ୍ୟାକଜ୍ ପ୍ରସ୍ତୁତ ହୋଇଛି । ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜରେ ଚାଷରୁ ଆରମ୍ଭ କରି ଶ୍ରମିକ, ଆଇନ୍, ଅର୍ଥ ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଇଛି ।

ସହରରୁ ଗାଁ ମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କୁ ଦୃଷ୍ଟିରେ ରଖି ମନରେଗା ବଜେଟକୁ ୪୦ ହଜାର କୋଟି ବଢ଼ାଇ ଦିଆଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏହାବ୍ୟତୀତ ପବ୍ଲିକ ସେକ୍ଟର ପାଇଁ ଅର୍ଥମନ୍ତ୍ରୀ ନୂଆ ନୀତି ଘୋଷଣା କରିଛନ୍ତି ।

ଗ୍ରାମୀଣ କ୍ଷେତ୍ରରେ ରୋଜଗାରକୁ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ମନରେଗା ବଜେଟକୁ ବୃଦ୍ଧି କରାଯାଇଛି । ମନରେଗା ବଜେଟକୁ ୪୦ ହଜାର କୋଟି ବୃଦ୍ଧି କରାଯାଇଛି । ପୂର୍ବରୁ ମନରେଗା ବଜେଟ୍ ୬୧ ହଜାର କୋଟି ଟଙ୍କା ଥିଲା । ଏବେ ଏଥିରେ ୪୦ ହଜାର କୋଟିର ବୃଦ୍ଧି ହୋଇଛି ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

୩୦କୋଟି ଲୋକଙ୍କ ଖାତାକୁ ଟଙ୍କା

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଟେକ୍ନୋଲୋଜିର ବ୍ୟବହାର କରି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ପଠାଯାଇଛି । ୮.୧୯ କୋଟି କୃଷକଙ୍କ ଖାତାକୁ ୨ ହଜାର ଲେଖାଏଁ ଟଙ୍କା ଦିଆଯାଇଛି । ଦେଶର ୨୦ କୋଟି ଜନ ଧନ ଖାତାକୁ ଡିବିଟ୍ ଟ୍ରାନ୍ସଫର ମାଧ୍ୟମରେ ୫୦୦ ଟଙ୍କା ଲେଖାଏଁ ପଠାଯାଇଛି । ଉଜ୍ଜ୍ୱଳା ଯୋଜନାରେ ୬.୮୧ କୋଟି ରୋଷେଇ ଗ୍ୟାସ୍ ମାଗଣାରେ ଦିଆଯାଇଥିବା ବେଳେ ୨.୨୦ କୋଟି ନିର୍ମାଣ ଶ୍ରମିକଙ୍କ ଖାତାକୁ ମଧ୍ୟ ଟଙ୍କା ପଠାଯାଇଛି । ଏହା ସହ ପ୍ରବାସୀଙ୍କ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ ୮୫ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ଦେଉଛନ୍ତି । ଶ୍ରମିକଙ୍କୁ ଟ୍ରେନରେ ଖାଦ୍ୟ ମଧ୍ୟ ଦିଆଯାଉଛି । କରୋନା ଲଢେଇ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ୧୫ ହଜାର କୋଟି ଟଙ୍କା ଦିଆଯାଇଛି । ଟେଷ୍ଟିଂ ଓ ଲ୍ୟାବ୍ କିଟ୍ ପାଇଁ ୫୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଘୋଷଣା ହୋଇଛି ।

ରାତିରେ ନିଆଯିବ ସ୍ଥାନାନ୍ତର ନିଷ୍ପତ୍ତି: ପ୍ରଦୀପ ଜେନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବର୍ତ୍ତମାନର ଆକଳନ ଅନୁଯାୟୀ ପଶ୍ଚିମବଙ୍ଗର ସାଗର ଓ ବାଂଲାଦେଶର ହଟିଆ ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି ଅନୁମାନ କରାଯାଉଛି । ତେବେ ଆଜି ସନ୍ଧ୍ୟାରେ ‘ଅମ୍ପାନ’ ଦିଗ ପରିବର୍ତ୍ତନ କଲା ପରେ ଲ୍ୟାଣ୍ଡଫଲ୍‌ ନେଇ ଅଧିକ ସୁନିଶ୍ଚିତ ତଥ୍ୟ ପାଇପାରିବୁ । ଏବଂ ସେହି ଆଧାରରେ ଆଜି ରାତିରେ ସ୍ଥାନାନ୍ତର ନେଇ ନିଷ୍ପତ୍ତି ନିଆଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନ ପ୍ରଦୀପ ଜେନା । ରାତିରେ ଭାରତୀୟ ପାଣିପାଗ ଅମ୍ପାନର ଦିଗ ପରିବର୍ତ୍ତନ ଓ ଲ୍ୟାଣ୍ଡଫଲ ନେଇ ସୁନିଶ୍ଚିତ ତଥ୍ୟ ପ୍ରଦାନ କରିବ । ଏହା ପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବ ଏବଂ ସେମାନେ ସେହି ହିସାବରେ ପଦକ୍ଷେପ ଗ୍ରହଣ କରିବେ ।  କିନ୍ତୁ ଏବେବି ୧୨ ଟି ଜିଲ୍ଲାକୁ ବାତ୍ୟା ପ୍ରବଣ ଜିଲ୍ଲାଭାବେ ଆଲର୍ଟ ରଖାଯାଇଛି । ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ନେଇ ପ୍ରସ୍ତୁତ ରହିଛୁ । ବର୍ତ୍ତମାନ ସମୟରେ ଓଡ଼ିଶା ପ୍ରତି ସେଭଳି କିଛି ବାତ୍ୟା ଆଶଙ୍କା ନଥିଲେ ମଧ୍ୟରେ ୧୮ ତାରିଖରୁ ବର୍ଷା ଆଶଙ୍କା କରାଯାଉଛି । 

ତେବେ ଆତଙ୍କିତ ହୋଇ କିଣା କିଣି ନକରିବାକୁ ବିଶେଷ ଅନୁରୋଧ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର  ।

ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଛି ‘ଅମ୍ଫାନ୍’ ସମୁଦ୍ରରେ ଗୋଟାଉଛି ବଳ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ‘ଅମ୍ଫାନ’ ଘଣ୍ଟା ପ୍ରତି ୩ କିମି ବେଗରେ ଆଗକୁ ବଢ଼ୁଛି । ପାଣିପାଗ ବିଭାଗର ଦିନ ୧୧ଟା ବୁଲେଟିନ୍ ଅନୁଯାୟୀ ‘ଅମ୍ଫାନ’ ବାତ୍ୟାରୁ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି ।

ସକାଳ ୮ଟା ୩୦ ସୁଦ୍ଧା ବାତ୍ୟା ‘ଅମ୍ଫାନ’ ପାରାଦୀପ ଠାରୁ ଦକ୍ଷିଣରେ ୯୯୦ କିମି ଦୂରରେ ରହିଛି । ସେହିଭଳି ପଶ୍ଚିମବଙ୍ଗ ଦୀଘାଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୧୧୪୦ କିମି ଦୂରରେ ଥିବାବେଳେ ବାଲାଂଦେଶ ଖେପୁରିଆ ଠାରୁ ‘ଅମ୍ଫାନ୍’ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୧୨୬୦ କିମି ଦୂରରେ ରହିଛି ।

ଆଗାମୀ ୧୨ ଘଣ୍ଟା ମଧ୍ୟରେ ‘ଅମ୍ଫାନ୍’ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଏହାପରେ ଉତ୍ତର ଦିଗକୁ ଧିରେ ଧିରେ ଯାଇ ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ରିକର୍ଭ କରିବ । ଯୋରରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରିବ । ପଶ୍ଚିମବଙ୍ଗ-ବାଲାଂଦେଶ ଉପକୂଳ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଲାଂଦେଶର ହାଟିୟା ଆଇଲାଣ୍ଡ ମଧ୍ୟରେ ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଅତି ଭୟଙ୍କର ବାତ୍ୟା ରୂପରେ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…