ଗ୍ରାମୀଣ ଇଲାକାରେ ରୋଜଗାରକୁ ଗୁରୁତ୍ୱ, ଗାଁ ନିକଟରେ କାମ ପାଇବେ ଫେରନ୍ତା ଶ୍ରମିକ

1 min read

ନୂଆଦିଲ୍ଲୀ: ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଘୋଷଣା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି । ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେହି ଅନୁସାରେ ଆର୍ଥିକ ପ୍ୟାକଜ୍ ପ୍ରସ୍ତୁତ ହୋଇଛି । ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜରେ ଚାଷରୁ ଆରମ୍ଭ କରି ଶ୍ରମିକ, ଆଇନ୍, ଅର୍ଥ ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଇଛି ।

ସହରରୁ ଗାଁ ମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କୁ ଦୃଷ୍ଟିରେ ରଖି ମନରେଗା ବଜେଟକୁ ୪୦ ହଜାର କୋଟି ବଢ଼ାଇ ଦିଆଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏହାବ୍ୟତୀତ ପବ୍ଲିକ ସେକ୍ଟର ପାଇଁ ଅର୍ଥମନ୍ତ୍ରୀ ନୂଆ ନୀତି ଘୋଷଣା କରିଛନ୍ତି ।

ଗ୍ରାମୀଣ କ୍ଷେତ୍ରରେ ରୋଜଗାରକୁ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ମନରେଗା ବଜେଟକୁ ବୃଦ୍ଧି କରାଯାଇଛି । ମନରେଗା ବଜେଟକୁ ୪୦ ହଜାର କୋଟି ବୃଦ୍ଧି କରାଯାଇଛି । ପୂର୍ବରୁ ମନରେଗା ବଜେଟ୍ ୬୧ ହଜାର କୋଟି ଟଙ୍କା ଥିଲା । ଏବେ ଏଥିରେ ୪୦ ହଜାର କୋଟିର ବୃଦ୍ଧି ହୋଇଛି ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

୩୦କୋଟି ଲୋକଙ୍କ ଖାତାକୁ ଟଙ୍କା

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଟେକ୍ନୋଲୋଜିର ବ୍ୟବହାର କରି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ପଠାଯାଇଛି । ୮.୧୯ କୋଟି କୃଷକଙ୍କ ଖାତାକୁ ୨ ହଜାର ଲେଖାଏଁ ଟଙ୍କା ଦିଆଯାଇଛି । ଦେଶର ୨୦ କୋଟି ଜନ ଧନ ଖାତାକୁ ଡିବିଟ୍ ଟ୍ରାନ୍ସଫର ମାଧ୍ୟମରେ ୫୦୦ ଟଙ୍କା ଲେଖାଏଁ ପଠାଯାଇଛି । ଉଜ୍ଜ୍ୱଳା ଯୋଜନାରେ ୬.୮୧ କୋଟି ରୋଷେଇ ଗ୍ୟାସ୍ ମାଗଣାରେ ଦିଆଯାଇଥିବା ବେଳେ ୨.୨୦ କୋଟି ନିର୍ମାଣ ଶ୍ରମିକଙ୍କ ଖାତାକୁ ମଧ୍ୟ ଟଙ୍କା ପଠାଯାଇଛି । ଏହା ସହ ପ୍ରବାସୀଙ୍କ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ ୮୫ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ଦେଉଛନ୍ତି । ଶ୍ରମିକଙ୍କୁ ଟ୍ରେନରେ ଖାଦ୍ୟ ମଧ୍ୟ ଦିଆଯାଉଛି । କରୋନା ଲଢେଇ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ୧୫ ହଜାର କୋଟି ଟଙ୍କା ଦିଆଯାଇଛି । ଟେଷ୍ଟିଂ ଓ ଲ୍ୟାବ୍ କିଟ୍ ପାଇଁ ୫୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଘୋଷଣା ହୋଇଛି ।

Leave a Reply