ଅମ୍ଫାନ ମୁକାବିଲା ପାଇଁ ସରକାରଙ୍କ ବ୍ଳୁ ପ୍ରିଣ୍ଟ, NDRF-ODRAF ଟିମ୍‌ ପୁରା ସଜାଗ

1 min read

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ଅମ୍ଫାନ । ସମୁଦ୍ର ମଝିରେ ଅଣ୍ଟା କସୁଛି ସାମୁଦ୍ରିକ ଝଡ଼ ଅମ୍ଫାନ । ତେବେ ଏହାର  ମୁକାବିଲା ପାଇଁ ସରକାର ପୁରା ପ୍ରସ୍ତୁତ ରହିଛନ୍ତି । ୧୨ ଜିଲ୍ଲାରେ ଏହାକୁ ନେଇ ହାଇଆଲର୍ଟ କରାଯାଇଛି । ଏହାର ମୁକାବିଲା ପାଇଁ NDRF-ODRAF ଟିମ ପୁରା ସଜାଗ ରହିଛନ୍ତି  । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା ହୋଇଛି । ସ୍ଥାନାନ୍ତର ବେଳେ କରୋନା ଗାଇଡ୍‌ଲାଇନକୁ ଗୁରୁତ୍ୱ ଦିଆଯିବ । ୫୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ଥିବା ବେଳେ ଆଉ ୭ ହଜାର ୯୨ଟି କୋଠାକୁ ଆଶ୍ରୟସ୍ଥଳୀ ଭାବରେ ଚିହ୍ନଟ କରାଯାଇଛି । ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ଅଛି ।

ଅମ୍ଫାନର ସାମ୍‌ନା କରିବାକୁ ପ୍ରଶାସନ ପ୍ରସ୍ତୁତ ରହିଛି । ସଜାଗ ଅଛନ୍ତି ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ । ଭଦ୍ରକ ଜିଲ୍ଲାରେ ଫୋକସ୍‌ରେ ରହିଛି ସମୁଦ୍ର କୂଳର ୩ କିଲୋମିଟର ଅଞ୍ଚଳରେ ଥିବା ଗାଁ । ଚାନ୍ଦବାଲି ଓ ଧାମରା ବ୍ଲକର ୨୨ଟି ପଞ୍ଚାୟତ ଉପରେ ନଜର ରଖିଛି ପ୍ରଶାସନ । ବାଲେଶ୍ୱରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି । ୧୩୬ଟି ପଞ୍ଚାୟତ ଉପରେ ରହିଛି ନଜର ।

ପାରାଦୀପ ପ୍ରଶାସନ ମଧ୍ୟ ସତର୍କ ଓ ସଜାଗ ରହିଛି । କରୋନା ସଂକଟ ମଧ୍ୟରେ ଚିନ୍ତା ବଢାଇଛି ବାତ୍ୟା । ତେବେ ଯେକୈାଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀରେ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ।

Leave a Reply