spot_img
Home Blog Page 7074

ସୁନ୍ଦରଗଡ଼ରୁ ୫ ନୂଆ କରୋନା ଆକ୍ରାନ୍ତ…

ସୁନ୍ଦରଗଡ଼:ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ସୁନ୍ଦରଗଡ଼ର ବୋଲି ଜଣାପଡ଼ିଛି । ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଅଫିସସିଆଲ ଟ୍ୱିଟ୍‌ର ଯୋଗେ ସୂଚନା ଦେଇଛନ୍ତିି । ସମସ୍ତ ଆକ୍ରାନ୍ତ ମହରାଷ୍ଟ୍ରରୁ ଫେରନ୍ତା ଏବଂ ସମସ୍ତେ କ୍ଵରେଣ୍ଟାଇନ୍ ସେଣ୍ଟରରେ ରହୁଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ୩ଜଣ ମହିଳା ଅଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ରାଜ୍ୟରେ ଏବେ ସୁଦ୍ଧା ୧୧୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୪୩୬ଜଣ ସୁସ୍ଥ ଘରକୁ ଫେରିଛନ୍ତି । ସେଥିମଧ୍ୟରେ ୭ ଜଣଙ୍କର ମୃତ୍ୟ ଘଟିଛି । ଏବେ ରାଜ୍ୟରେ ୭୫୨ଯି ସକ୍ରିୟ ମାମଲା ରହିଛି ।

୪୧ ଡିଗ୍ରୀ ଉପରେ ୧୨ ସହର, ୨ ଦିନ ଯାଏଁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଜ୍ୟେଷ୍ଠରେ ବାତ୍ୟା ମାଡ଼ ପରେ ପୁଣି ଫେରିଛି ତାତି । ତତଲା କଡ଼େଇରେ ଟକଟକ୍ ହୋଇ ଭାଜି ହୋଇଛି ଟିଟିଲାଗଡ଼ । ରାଜ୍ୟର ୧୨ ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ତତଲାଗଡ଼ କୁହାଯାଉଥିବା ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଛି । ଖରାର ପ୍ରଚଣ୍ଡ ଆଗାମୀ ୨ ଦିନ ଯାଏଁ ଜାରି ରହିବ । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାର କେତକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭବାନୀପାଟଣାରେ ୪୪.୫, ବଲାଙ୍ଗିରରେ ୪୪, ତାଳଚେର ୪୩.୧, ମାଲକାନଗିରି ୪୩, ବୌଦ୍ଧ ୪୨.୭, ହୀରାକୁଦ ୪୨.୩, ସମ୍ବଲପୁର ୪୨.୨, ସୋନପୁର ୪୧.୮, ଝାରସୁଗୁଡ଼ା ୪୨.୨, ପାରଳାଖେମୁଣ୍ଡି ଓ ଫୁଲବାଣୀରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୫.୪ ଡିଗ୍ରୀ ଥିବାବେଳେ କଟକରେ ୩୫.୫ ଡିଗ୍ରୀ ରହିଛି । ଆସନ୍ତା ୨୪ରୁ ୨୬ ତାରିଖ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କେତକ ସ୍ଥାନରେ କାଳବୈଶାଖୀ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।

‘କୋଭିଡ୍’ ପ୍ରୋଟୋକଲରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ

ଭୁବନେଶ୍ୱର: ଅପହରାହ୍ଣ ୨ଟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପେକ୍ଷା କରିଥାଏ ଭୁବନେଶ୍ୱର ବିମାନ ବନ୍ଦର । ସାମାଜିକ ଦୂରତା ରକ୍ଷା କରି ଠିଆ ହୋଇଥାନ୍ତି ଭିଆଇପି ଓ ଭିଭିଆଇପି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ୨ ମିଟର ଦୂରକୁ ଛିଡ଼ା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୋଲିସ ଡିଜି ଅଭୟ ବି ସମାନ ଦୂରତାରେ ଠିଆ ହୋଇଥିଲେ । ଅପରାହ୍ଣ ୨ଟା ୫୦ । ସ୍ୱତନ୍ତ୍ର ରାଜଦୂତ K-5012 ବିମାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତେ ସ୍ୱାଗତ କରିଥିଲେ । କିନ୍ତୁ କେହି ହାତ ମିଳାଇ ନଥିଲେ । ସମସ୍ତଙ୍କ ମୁହଁରେ ଥିଲା ମାସ୍କ ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଅନ୍ୟ ବିଜେପି ନେତା ବି ମୋଦିଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ବାତ୍ୟାଞ୍ଚଳ ପରିଦର୍ଶନ କରିବାକୁ ବାହାରିଲେ ମୋଦି । ତାଙ୍କ ସହ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଯାଇଥିଲେ । ଅନ୍ୟ ଏକ ହେଲିକପ୍ଟରରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ।

ଗତକାଲି ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଖବର ପାଇଥିଲେ ରାଜ୍ୟ ସରକାର । ସୁରକ୍ଷା ବନ୍ଦୋବସ୍ତ ପାଇଁ ୨୪ ଘଣ୍ଟାରୁ କମ୍‌ ସମୟ ଥିଲା । ଅତିରିକ୍ତ ପୋଲିସ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ଲୁ-ବୁକ୍‌ ଅନୁସାରେ ହୋଇଥିଲା ସୁରକ୍ଷା ବ୍ୟବସ୍ଥା । ସ୍ନିଫର ଡଗ୍‌ କରିଥିଲା ଚେକିଂ । ବିମାନବନ୍ଦରରେ ତନ୍ନତନ୍ନ ଯାଞ୍ଚ କରିଥିଲେ ସୁରକ୍ଷାକର୍ମୀ । ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯାଇଥିଲା । ପୂର୍ବରୁ ପୁରୁଣା ଟର୍ମିନାଲ ଦେଇ ଭିଭିଆଇପିଙ୍କ ସ୍ୱାଗତ ପାଇଁ ଯିବାକୁ ପଡୁଥିଲା । ଏଥର ନୂଆ ଟର୍ମିନାଲର ସ୍ୱତନ୍ତ୍ର ଗେଟ୍‌ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରବେଶ ପାଇଁ ଉଦ୍ଧିଷ୍ଟ ରଖାଯାଇଥିଲା । ବିମାନ ବନ୍ଦର ଭିତରେ ଓ ବାହାରେ ୪ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ ଥିଲେ । ପୂର୍ବ ରାତିରୁ ଏସ୍‌ପିଜିର ୨୬ ଜଣିଆ ଟିମ୍‌ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

ବିଶ୍ୱ ଜୈବବିବିଧତା ଦିବସ ଅବସରରେ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ପ୍ରଥମ କୃଷି ପରିବେଶ ଓ କୃଷି ଜୈବବିବିଧତା ସମିତି

ଭୁବନେଶ୍ୱର: ‘ଆମ ସମାଧାନ ପ୍ରକୃତିରେ ଅଛି’, ଏହି ସ୍ଲୋଗାନ୍ ସହ ଆଜି ପାଳିତ ହେଉଛି ବିଶ୍ୱ ଜୈବବିବିଧତା ଦିବସ । ଜାତିସଂଘ ଖାଦ୍ୟ ଓ କୃଷି ସଂସ୍ଥା (UN-FAO) ଅନୁସାରେ, ବିଗତ ୧୦୦ ବର୍ଷ ମଧ୍ୟରେ ୯୦ ପ୍ରତିଶତ କିସମର ଶସ୍ୟ କୃଷକର କ୍ଷେତରୁ ଗାଏବ ହୋଇଯାଇଛି । ଖାଦ୍ୟ ପାଇଁ  ଚାଷ ହେଉଥିବା ୬ ହଜାର ପ୍ରକାର ଉଦ୍ଭିଦଙ୍କ ପ୍ରଜାତି ମଧ୍ୟରୁ  ମୋଟ ଫସଲର ୬୬ ପ୍ରତିଶତ କେବଳ ୯ ପ୍ରକାରର ଉଦ୍ଭିଦ ପ୍ରଜାତିରୁ ମିଳିଥାଏ ।  ଏକ ତୃତୀୟାଂଶ ମାଛ ଲୋପ ପାଇଗଲେଣି  ଓ ୬୦ ପ୍ରତିଶତ ସେମାନଙ୍କ ସୀମାରେ ପହଂଚିଗଲେଣି । ଜୈବବିବିଧତା ହାନିର ସିଧାସଳଖ ପ୍ରଭାବ ଉଭୟ ପାରମ୍ପାରିକ ଓ ଆଧୁନିକ ଔଷଧର ଉପଲବ୍ଧତା ଓ ନୂଆ ଔଷଧ ଆବିଷ୍କାର ଉପରେ ମଧ୍ୟ ପଡୁଛି  ।

ଆଦିବାସୀ ସମ୍ପ୍ରଦାୟ ଆମ ଦେଶର ପରମ୍ପରା, ଐତିହ୍ୟ ଓ ସଂସ୍କୃତିର ପ୍ରତିନିଧିତ୍ୱ କରନ୍ତି । ୬୨ଟି ଜନଜାତି ସହ ବସବାସ ଓଡ଼ିଶା ଏଭଳି ବିବିଧତାର ଜୀବନ୍ତ ଉଦାହରଣ । ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟ କୃଷି-ଜୈବବିବିଧତାର ରକ୍ଷକ ଅଟନ୍ତି । ଆଦିବାସୀମାନଙ୍କ ଚାଷପ୍ରଣାଳୀ ଜଳବାୟୁ ପରିବର୍ତ୍ତନକୁ କମାଉଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ।

ଜାତିସଂଘ ଆହ୍ୱାନକୁ ସମ୍ମାନ ଜଣାଇ ଓ ମାଲକାନଗିରି ଜିଲ୍ଲାର କୃଷି,ସାଂସ୍କୃତିକ ବିବିଧତାର ଉତ୍ସବ ମନାଇ ପ୍ରଥମ ଥର ପାଇଁ ଓଡ଼ିଶା ସମ୍ଭବତଃ ଦେଶରେ କୃଷି ପରିବେଷ ଓ ଜୈବବିବିଧତା ଉପରେ ଏକ ସମିତି ଗଠନ କରାଯାଇଛି ବୋଲି କହିଛନ୍ତି ଭାରତୀୟ ପ୍ରଶାସନିକ ଅଧିକାରୀ ମନିଶ ଅଗ୍ରୱାଲ । ଏହି ସମିତିକୁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ  ଗଠନ କରାଯାଇଛି । ସେ କହିଛନ୍ତି ଯେ,ମାଲକାନଗିରି ଏକ ଜନଜାତି ବହୁଳ ଜିଲ୍ଲା ଯାହା କୋୟା,ବଣ୍ଡା,ଗଡବା,ଦୁରୱା,କୋଣ୍ଡାରେଡିସ ଓ ଅନ୍ୟ ସମ୍ପ୍ରଦାୟଙ୍କୁ ନେଇ ଗଠିତ ।

ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ କାମ ଆରମ୍ଭ ହୋଇଛି । ଛେଳି ପ୍ରଜଜନ ପାଇଁ ଜିଲ୍ଲାରେ ପଞ୍ଜିକରଣ ପ୍ରକ୍ରିୟା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । SPPIF ପ୍ରୋଜେକ୍ଟରେ ସ୍ଥାନୀୟ ଅଞ୍ଚଳରେ କୁକୁଡ଼ା ଚାଷ ଉପରେ ଡକ୍ୟୁମେଣ୍ଟେସନ୍ ଉପରେ ଧ୍ୟାନ ଦିଆଯାଉଛି । ମାଲକାନଗିରି ଚାଉଳରେ ମରୁଡ଼ି ସହନଶୀଳତା ଅଧିକ ଥିବାରୁ ଏହା ବେଶ୍ ପ୍ରସିଦ୍ଧ । ସ୍ୱାଭିମାନ ଅଞ୍ଚଳରେ ହେଉଥିବା ହଳଦୀକୁ ସବୁଠି ପରିଚିତ କରିବା ପାଇଁ ଜିଆଇ ଟ୍ୟାଗ ଆବେଦନ କରାଯାଇଛି । ନମୁନା ମଧ୍ୟ ଟେଷ୍ଟିଂ ପାଇଁ ପଠାଯାଇଛି । ଆଦିବାସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କୃଷି ବିବିଧତାର ପ୍ରଚାର ସହ ସଶକ୍ତକରଣ ପାଇଁ ସ୍ଥାନୀୟ ଲୋକଙ୍କ ସହ ମିଶୁଛନ୍ତି । ଜୈବ ବିବିଧତା ଓ ଓଡ଼ିଶା ଜୈବ ବିବିଧତା ଆଇନ ୨୦୧୨ ଅନୁଯାୟୀ ପିଆରଆଇ ମେମ୍ବର ମଧ୍ୟ ସକ୍ରିୟ ଭାବେ ଏଥିରେ ଅଂଶଗ୍ରହଣ କରୁଛନ୍ତି ।

ଗଠିତ କମିଟି କୃଷି ବିଜ୍ଞାନ ଓ କୃଷି ଜୈବବିବିଧତାର ନିମ୍ନ ପଏଣ୍ଟ ଉପରେ ଧ୍ୟାନ ଦେବ-

୧) ସଂସ୍କୃତି ଓ କୃଷି ଭିତରେ ବିଭିନ୍ନ ସମ୍ପଦାୟର ସମ୍ପର୍କକୁ ଡକ୍ୟୁମେଣ୍ଟେସନ୍ କରାଯିବ ।

୨) ହଳଦୀ ଓ ମୋଟୁ ଅଞ୍ଚଳର ଗାଈଗୋରୁଙ୍କୁ ଧ୍ୟାନରେ ରଖି ବୃକ୍ଷ ସଂରକ୍ଷଣ ସହ ପଶୁ ଜୈବବିବିଧତା ନେଇ ସ୍ଥାନୀୟ ସଂସ୍ଥା ମାଧ୍ୟମରେ ଡକ୍ୟୁମେଣ୍ଟେସନ୍ କରାଯିବ ।

୩) ସ୍ୱାଭିମାନ ଅଞ୍ଚଳକୁ ଫୋକସ କରି ଜୈବ ବିବିଧତା କମିଟି ଲୋକଙ୍କୁ ଜୈବ ବିବିଧତା ସହ ଜୀବିକା ନିର୍ଭରଶୀଳ କରିବାକୁ ଯୋଜନା ଓ ପରିଚାଳନା ପ୍ରତି ସ୍ତରରେ ହେବ ।

୪) ଆଦିବାସୀଙ୍କ ଉର୍ବର ମୃତ୍ତିକା ଓ ସ୍ଥାନ ଅନୁଯାୟୀ ଫସଲ ସହ ଇଣ୍ଟର କ୍ରପିଂ ଏବଂ ପଲି କ୍ରପିଂ ଉପରେ ଡକ୍ୟୁମେଣ୍ଟେସନ୍ କରାଯିବ ।

୫) ଆଦିବାସୀ ଚାଷ ପ୍ରଣାଳୀ, ଚାଷରେ ପରିବେଶକୁ ଗୁରୁତ୍ୱ ଦେଇ ସରକାରୀ ସ୍ତରରେ ପିଏଲଏ ଓ ଫାର୍ମର ଫିଲ୍ଡ ସ୍କୁଲ/ରିଅର ଫିଲ୍ଡ ସ୍କୁଲ/ ଫିସ୍ ଫିଲ୍ଡ ସ୍କୁଲରେ ତାଲିମ୍ ଦିଆଯିବ ।

୬) କୃଷି ବିଜ୍ଞାନ ଏବଂ କୃଷି ବିବିଧତାକୁ ପ୍ରୋତ୍ସାହନ ଦେବା ପାଇଁ ବିଶେଷଜ୍ଞ ସଂସ୍ଥା, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ କୃଷକ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବ ।

ବିଭିନ୍ନ ଯୋଜନା ମାଧ୍ୟମରେ କାର୍ଯ୍ୟକ୍ରମ ପାଇଁ ଅର୍ଥ ଦିଆଯିବ । ଏହାଦ୍ୱାରା ସମୃଦ୍ଧ ଜନଜାତି ସଂସ୍କୃତିର ଦସ୍ତାବିଜୀକରଣ ହୋଇପାରିବ । ଜନଜାତି ସମ୍ପ୍ରଦାୟର ଜୈବ ବିବିଧତା ଆଧାରିତ ଜୀବିକାର ସଂରକ୍ଷଣ କରିବାରେ ଏହା ସହାୟକ ସିଦ୍ଧ ହେବ ।

ଫୁଟ୍‌ପାଥ୍‌ରେ ଖାଦ୍ୟ ବାଣ୍ଟୁ ବାଣ୍ଟୁ ଭିକାରୁଣୀ ସହ ପ୍ରେମ, ଆଉ ତା’ପରେ…

ଲକ୍‌ଡାଉନ୍‌ ସମୟରେ ଅନେକ ଆଶ୍ଚର୍ଯ୍ୟଜନ ଘଟଣା ସାମ୍ନାକୁ ଆସିଛି । ଏମିତି ବି ଅନେକ ଘଟଣା ଆସିଛି ଯାହା ଦେଖିଲେ ଆଖିକୁ ବିଶ୍ୱାସ ହେବ ନାହିଁ । ତେବେ ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶର କାନପୁରରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି । ଜଣେ ଯୁବକ ଫୁଟ୍‌ପାଥ୍‌ରେ ଖାଦ୍ୟ ବଣ୍ଟନ କରୁଥିବାବେଳେ ଜଣେ ଭିକ ମାଗୁଥିବା ଝିଅକୁ ପ୍ରମେ କରି ବସିଲେ ଏବଂ ସେମାନଙ୍କର ବିବାହ ହେଲା । ଏହି ବିବାହରେ ଅନେକ ଲୋକ ଉପସ୍ଥିତ ଥିଲେ ଏବଂ ସାମାଜିକ ଦୂରତା ପାଇଁ ସମ୍ପୂର୍ଣ୍ଣ ଦୃଷ୍ଟି ଦିଆଯାଇଥିଲା ।

କେତେବେଳେ କାହାର, କେଉଁଠାରେ, କିପରି ସମୟ ପରିବର୍ତ୍ତନ ହେବ ତାହା କେହି ଜାଣନ୍ତି ନାହିଁ । ଦାରିଦ୍ର୍ୟ ହେତୁ ଫୁଟ୍‌ପାଥ୍‌ରେ ଭିଖାରୀଙ୍କ ସହ ବସୁଥିବା ଯୁବତୀଙ୍କୁ ଯେଉଁ ଯୁବକ ପ୍ରତିଦିନ ଖାଦ୍ୟ ଦେଉଥିଲେ, ସେ ହିଁ ଆଜି ତାଙ୍କୁ ଭଲ ପାଇ ବିବାହ କରିଛନ୍ତି । ଏହି ଯୁବତୀ ହେଉଛନ୍ତି ନୀଲମ୍‌ । ସାମାଜିକ ଚିନ୍ତାଧାରାକୁ ବଦଳାଇବା ଭଳି ଏହି ବିବାହ ବିଷୟରେ ଯିଏ ବି ଶୁଣିଲା ସେ ଆଶ୍ଚର୍ଯ୍ୟ ପ୍ରକଟ କଲା ।

ନୀଲମଙ୍କର ପିତା ନାହାଁନ୍ତି, ମା’ ପକ୍ଷାଘାତରେ ପୀଡିତ । ଭାଇ ଓ ଭାଉଜ ସେମାନଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଛନ୍ତି । ନୀଲମ ପାଇଁ ବଞ୍ଚିବାର କିଛି ରାହା ନଥିଲା । ତେଣୁ ସେ ଲକଡାଉନ୍‌ ସମୟରେ ଖାଦ୍ୟ ସଂଗ୍ରହ ପାଇଁ ରାସ୍ତାରେ ଭିକାରୀମାନଙ୍କ ସହିତ ଧାଡ଼ିରେ ବସୁଥିଲେ । ଆଉ ସେଠାକୁ ସବୁଦିନ ଖାଦ୍ୟ ବାଣ୍ଟିବା ପାଇଁ ନିଜ ମାଲିକଙ୍କ ସହ ଅନିଲ ଆସୁଥିଲା । ଏହି ସମୟରେ, ଯେତେବେଳେ ନୀଲମର ଦୁଃଖ ବିଷୟରେ ଜାଣିବାକୁ ପାଇଲା ଅନିଲ, ସେତେବେଳେ ସେ ତାକୁ ଭଲ ପାଇ ବସିଲା । ତା’ପରେ ଭିକାରୀଙ୍କ ଧାଡ଼ିରୁ ବାହାରି ନୀଲମ ସାତ ଜନ୍ମ ପାଇଁ ଅନିଲର ସାଥୀ ହୋଇଗଲା ।

ଅନିଲ ଜଣେ ପ୍ରପର୍ଟି ଡିଲର ପଖରେ ଡ୍ରାଇଭର ଭାବେ କାମ କରୁଛନ୍ତି । ତାଙ୍କର ନିଜସ୍ୱ ଘର ରହିଛି । ପରିବାରରେ ପିତାମାତା, ଭାଇ ସମସ୍ତେ ଅଛନ୍ତି । ହେଲେ ନୀଲମଙ୍କ ଜୀବନ ରାସ୍ତାରେ ଭିକାରୀଙ୍କ ସହ କଟୁଥିଲା । ସେ ଆଶା କରି ନଥିଲା ଯେ କେହି ତାଙ୍କୁ ବିବାହ କରିପାରିବେ । ଏହି ବିବାହରେ ଅନିଲଙ୍କ ମାଲିକ ଲାଲତା ପ୍ରସାଦଙ୍କ ସବୁଠାରୁ ବଡ ହାତ ରହିଛି । ଯେତେବେଳେ ଅନିଲ ଦିନ ସମୟରେ ଖାଦ୍ୟ ବଣ୍ଟନ କରି ଫେରୁଥିଲା, ସେତେବେଳେ ନୀଲମଙ୍କ ବିଷୟରେ ମାଲିକଙ୍କ ସହ କଥା ହେଉଥିଲା । ଏଥିରୁ ଅନିଲଙ୍କ ମନର କଥା ବୁଝିପାରିଥିଲେ ମାଲିକ । ଏହା ପରେ ଲଲତା ପ୍ରସାଦ ଅନିଲଙ୍କ ପିତାଙ୍କ ସହ କଥା ହୋଇ ବିବାହ ପାଇଁ ରାଜି କରାଇଥିଲେ ଏବଂ ବିବାହ ସମ୍ପନ୍ନ ହୋଇଥିଲା ।

୫ ବର୍ଷର ନାବାଳକ ହେଲା କରୋନା ସଂକ୍ରମିତ

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଆସିଲା ଏକ ବଡ଼ ଖବର ! ଜଣେ ୫ ବର୍ଷର ନାବାଳକ ହେଲା କରୋନା ସଂକ୍ରମିତ । ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଝାରସଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ର ଯୋଗେ କୁହାଯାଇଛି ଯେ, ମଙ୍ଗଳ ବଜାର ଅଞ୍ଚଳରୁ ଜଣେ ୫ ବର୍ଷର ନାବାଳକ କରୋନା ସଂକ୍ରମିତ ହୋଇଥିବା ରିପେର୍ଟ ଆସିଛି । ହେଲେ ଏଥିରେ କେହି ଭୟଭୀତ ହେବାର ଆବଶ୍ୟକ ନାହିଁ । କାରଣ ଉକ୍ତ ପରିବାର ଓଡ଼ିଶା ଆସିବା ଦିନଠାରୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ ଭାବେ କରାଯାଉଛି ।