ଫୁଟ୍‌ପାଥ୍‌ରେ ଖାଦ୍ୟ ବାଣ୍ଟୁ ବାଣ୍ଟୁ ଭିକାରୁଣୀ ସହ ପ୍ରେମ, ଆଉ ତା’ପରେ…

ଲକ୍‌ଡାଉନ୍‌ ସମୟରେ ଅନେକ ଆଶ୍ଚର୍ଯ୍ୟଜନ ଘଟଣା ସାମ୍ନାକୁ ଆସିଛି । ଏମିତି ବି ଅନେକ ଘଟଣା ଆସିଛି ଯାହା ଦେଖିଲେ ଆଖିକୁ ବିଶ୍ୱାସ ହେବ ନାହିଁ । ତେବେ ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶର କାନପୁରରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି । ଜଣେ ଯୁବକ ଫୁଟ୍‌ପାଥ୍‌ରେ ଖାଦ୍ୟ ବଣ୍ଟନ କରୁଥିବାବେଳେ ଜଣେ ଭିକ ମାଗୁଥିବା ଝିଅକୁ ପ୍ରମେ କରି ବସିଲେ ଏବଂ ସେମାନଙ୍କର ବିବାହ ହେଲା । ଏହି ବିବାହରେ ଅନେକ ଲୋକ ଉପସ୍ଥିତ ଥିଲେ ଏବଂ ସାମାଜିକ ଦୂରତା ପାଇଁ ସମ୍ପୂର୍ଣ୍ଣ ଦୃଷ୍ଟି ଦିଆଯାଇଥିଲା ।

କେତେବେଳେ କାହାର, କେଉଁଠାରେ, କିପରି ସମୟ ପରିବର୍ତ୍ତନ ହେବ ତାହା କେହି ଜାଣନ୍ତି ନାହିଁ । ଦାରିଦ୍ର୍ୟ ହେତୁ ଫୁଟ୍‌ପାଥ୍‌ରେ ଭିଖାରୀଙ୍କ ସହ ବସୁଥିବା ଯୁବତୀଙ୍କୁ ଯେଉଁ ଯୁବକ ପ୍ରତିଦିନ ଖାଦ୍ୟ ଦେଉଥିଲେ, ସେ ହିଁ ଆଜି ତାଙ୍କୁ ଭଲ ପାଇ ବିବାହ କରିଛନ୍ତି । ଏହି ଯୁବତୀ ହେଉଛନ୍ତି ନୀଲମ୍‌ । ସାମାଜିକ ଚିନ୍ତାଧାରାକୁ ବଦଳାଇବା ଭଳି ଏହି ବିବାହ ବିଷୟରେ ଯିଏ ବି ଶୁଣିଲା ସେ ଆଶ୍ଚର୍ଯ୍ୟ ପ୍ରକଟ କଲା ।

ନୀଲମଙ୍କର ପିତା ନାହାଁନ୍ତି, ମା’ ପକ୍ଷାଘାତରେ ପୀଡିତ । ଭାଇ ଓ ଭାଉଜ ସେମାନଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଛନ୍ତି । ନୀଲମ ପାଇଁ ବଞ୍ଚିବାର କିଛି ରାହା ନଥିଲା । ତେଣୁ ସେ ଲକଡାଉନ୍‌ ସମୟରେ ଖାଦ୍ୟ ସଂଗ୍ରହ ପାଇଁ ରାସ୍ତାରେ ଭିକାରୀମାନଙ୍କ ସହିତ ଧାଡ଼ିରେ ବସୁଥିଲେ । ଆଉ ସେଠାକୁ ସବୁଦିନ ଖାଦ୍ୟ ବାଣ୍ଟିବା ପାଇଁ ନିଜ ମାଲିକଙ୍କ ସହ ଅନିଲ ଆସୁଥିଲା । ଏହି ସମୟରେ, ଯେତେବେଳେ ନୀଲମର ଦୁଃଖ ବିଷୟରେ ଜାଣିବାକୁ ପାଇଲା ଅନିଲ, ସେତେବେଳେ ସେ ତାକୁ ଭଲ ପାଇ ବସିଲା । ତା’ପରେ ଭିକାରୀଙ୍କ ଧାଡ଼ିରୁ ବାହାରି ନୀଲମ ସାତ ଜନ୍ମ ପାଇଁ ଅନିଲର ସାଥୀ ହୋଇଗଲା ।

ଅନିଲ ଜଣେ ପ୍ରପର୍ଟି ଡିଲର ପଖରେ ଡ୍ରାଇଭର ଭାବେ କାମ କରୁଛନ୍ତି । ତାଙ୍କର ନିଜସ୍ୱ ଘର ରହିଛି । ପରିବାରରେ ପିତାମାତା, ଭାଇ ସମସ୍ତେ ଅଛନ୍ତି । ହେଲେ ନୀଲମଙ୍କ ଜୀବନ ରାସ୍ତାରେ ଭିକାରୀଙ୍କ ସହ କଟୁଥିଲା । ସେ ଆଶା କରି ନଥିଲା ଯେ କେହି ତାଙ୍କୁ ବିବାହ କରିପାରିବେ । ଏହି ବିବାହରେ ଅନିଲଙ୍କ ମାଲିକ ଲାଲତା ପ୍ରସାଦଙ୍କ ସବୁଠାରୁ ବଡ ହାତ ରହିଛି । ଯେତେବେଳେ ଅନିଲ ଦିନ ସମୟରେ ଖାଦ୍ୟ ବଣ୍ଟନ କରି ଫେରୁଥିଲା, ସେତେବେଳେ ନୀଲମଙ୍କ ବିଷୟରେ ମାଲିକଙ୍କ ସହ କଥା ହେଉଥିଲା । ଏଥିରୁ ଅନିଲଙ୍କ ମନର କଥା ବୁଝିପାରିଥିଲେ ମାଲିକ । ଏହା ପରେ ଲଲତା ପ୍ରସାଦ ଅନିଲଙ୍କ ପିତାଙ୍କ ସହ କଥା ହୋଇ ବିବାହ ପାଇଁ ରାଜି କରାଇଥିଲେ ଏବଂ ବିବାହ ସମ୍ପନ୍ନ ହୋଇଥିଲା ।

Leave a Reply