spot_img
Home Blog Page 7073

ଆଉ ୮୦ କରୋନା ସଂକ୍ରମିତ ଚିହ୍ନଟ…ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୦୦ ପାର୍

ଆଉ ୮୦ କରୋନା ସଂକ୍ରମିତ ଚିହ୍ନଟ: ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୦୦ ପାର୍

ଆଉ ୮୦ କରୋନା ସଂକ୍ରମିତ ଚିହ୍ନଟ: ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୦୦ ପାର୍

ଭୁବନେଶ୍ୱର: ରାଜ୍ୟରେ ଶନିବାର ପୁଣି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏକାଥରକେ ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନ୍‌ରେ ରହୁଥିବ ବେଳେ ୨ ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରେ ଏବଂ ୭ ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି । । ଚିହ୍ନଟ ୮୦ ଜଣ ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମର ୧୯, ଯାଜପୁରର ୧୪, ବାଲେଶ୍ୱର ୩, ପୁରୀ ୧୭, କଟକ ୧, ସୁନ୍ଦରଗଡ଼ ୫, ନୟାଗଡ଼ ୫, ବଲାଙ୍ଗୀର ୧, ମାଲକାନଗିରି ୫, କନ୍ଧମାଳ ୨, ଝାରସୁଗୁଡ଼ା ୩, ଗଜପତି ୪, ନବରଙ୍ଗପୁରର ଜଣେସଂକ୍ରମିତ ।  ରାଜ୍ୟରେ ଏଯାବତ୍‌ ୧୨୬୯ କରୋନା ସଂକ୍ରମିତ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୃତକ ଏବଂ ସୁସ୍ଥ ହୋଇଥିବା ରୋଗୀଙ୍କୁ ବାଦ ଦେଲେ ରାଜ୍ୟରେ ମୋଟ ୮୨୬ କରୋନା ମାମଲା ସକ୍ରିୟ ରହିଛି । ସେମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

ସୁନ୍ଦରଗଡ଼ରୁ ୫ ନୂଆ କରୋନା ଆକ୍ରାନ୍ତ…

କୁନି ଝିଅକୁ କରୋନା: ପୂର୍ବରୁ ସେହି ପରିବାରର ୫ ବର୍ଷର ପୁଅ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛି

ଝାରସୁଗୁଡ଼ାରେ କୁନି କରୋନା ଆକ୍ରାନ୍ତ ଚିହ୍ନଟସ୍ଥାନୀୟ ମଙ୍ଗଳ ବଜାର ଅଞ୍ଚଳରେ ରହୁଥିବା ପରିବାରର ୧ ବର୍ଷର ଝିଅ । ପୂର୍ବରୁ ସେହି ପରିବାରର ୫ ବର୍ଷର ଜଣେ ପୁଅ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କୁନି ଝିଅ ସହିତ ପୂରା ପରିବାର ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲା । ସେପଟେ ବ୍ରଜରାଜନଗର ଅଞ୍ଚଳରୁ ଜଣେ ୪୦ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିସେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛିଗତକାଲି ଝାରସୁଗୁଡ଼ା ମଙ୍ଗଳବଜାରରୁ ଜଣେ ପାଞ୍ଚ ବର୍ଷର ଶିଶୁପୁତ୍ର ଚିହ୍ନଟ ହୋଇଥିଲେଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍କରାଯିବାସହ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛିଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଁଚିଛି

ସୁନ୍ଦରଗଡ଼ରୁ ୫ ନୂଆ କରୋନା ଆକ୍ରାନ୍ତ…

ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଭ୍ୟାକ୍ସିନ୍‌ର ପରୀକ୍ଷଣ: ଶିଶୁ ଏବଂ ବୟସ୍କଙ୍କ ଉପରେ ହେବ ଟ୍ରାଏଲ ଟେଷ୍ଟିଂ

ନୂଆଦିଲ୍ଲୀ: କରୋନା ଭୂତାଣୁରେ ସଂକ୍ରମିତ ହେଉଥିବା ରୋଗୀଙ୍କ ପାଇଁ ଭଲ ଖବର । କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ବ୍ରିଟେନ‌ରେ ଚାଲିଥିବା ପରୀକ୍ଷଣ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି ।  ଏହି ପର୍ଯ୍ୟାୟରେ ମଣିଷ ଉପରେ ଟିକାର ଟ୍ରାଏଲ ଆରମ୍ଭ ହୋଇଛି। ଏହି ଟ୍ରାଏଲ ସଫଳ ହେଲେ ଟୀକା ପ୍ରସ୍ତୁତି କାର୍ଯ୍ୟରେ ଆହୁରି ୧୦ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତ ହେବେ । ତେବେ ଏହି ପରୀକ୍ଷଣର ସଫଳତା ନେଇ ଅନ୍ୟ ଦେଶଗୁଡ଼ିକ ଭଳି ଭାରତ ମଧ୍ୟ ଆଶାବାଦୀ । ଏହି ପରୀକ୍ଷଣ ସଫଳତା ନେଇ ଭାରତ ପ୍ରାୟ ୮୦% ଆଶାବାଦୀ ।

ଗତ ମାସରେ, ଅକ୍ସଫୋର୍ଡ ୟୁନିଭର୍ସିଟି ରିସର୍ଚ୍ଚର ଏହାର ପ୍ରଭାବ ଏବଂ ନିରାପତ୍ତା ଯାଞ୍ଚ କରିବା ପାଇଁ ଏକ ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଟିକା ପରୀକ୍ଷା କରିଥିଲେ। ବୈଜ୍ଞାନିକମାନେ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ, ସେମାନେ ବର୍ତ୍ତମାନ ବ୍ରିଟେନରେ ଶିଶୁ ଏବଂ ବୃଦ୍ଧଙ୍କ ସମେତ ୧୦,୨୬୦ ଲୋକଙ୍କ ଉପରେ ପରୀକ୍ଷଣ କରିବେ ।

କ୍ଲିନିକାଲ୍ ଅଧ୍ୟୟନ ଶୀଘ୍ର ଅଗ୍ରଗତି କରୁଛି 

ଅକ୍ସଫୋର୍ଡ ୟୁନିର୍ଭସିଟିରେ ଟିକା ବିକଶିତ କରୁଥିବା ଟିମ୍‌ର ନେତୃତ୍ୱ ନେଉଥିବା ଆଣ୍ଡ୍ରିୟୁ ପୋଲାର୍ଡ କହିଛନ୍ତି ଯେ, କ୍ଲିନିକାଲ୍ ଅଧ୍ୟୟନ ବହୁତ ଭଲରେ ଅଗ୍ରଗତି କରୁଛି। ବୃଦ୍ଧମାନଙ୍କରେ ଏହି ଟିକା କେତେ ପ୍ରଭାବଶାଳୀ ତାହା ଆମେ ଅନୁସନ୍ଧାନ କରିବାକୁ ଯାଉଛୁ। ଯାହା ଦ୍ୱାରା ଏହି ଟିକା ସବୁ ବର୍ଗର ଲୋକଙ୍କୁ ସୁରକ୍ଷା ଯୋଗାଇ ପାରିବ କି ନାହିଁ ତାହା ଜାଣିହେବ।

କେବେ ସୁଦ୍ଧା ପ୍ରସ୍ତୁତ ହେବ ଟିକ

କେତେ ଦିନ ପର୍ଯ୍ୟନ୍ତ ଟିକା ପ୍ରସ୍ତୁତ ହେବ ସେ ନେଇ ଆଣ୍ଡ୍ରିୟୁ ପୋଲାର୍ଡ ଏକ ନ୍ୟୁଜ୍ ୱେବସାଇଟକୁ କହିଛନ୍ତି ଯେ, ଏହି ଟିକା ବିଷୟରେ କୌଣସି ପୂର୍ବାନୁମାନ କରାଯାଇପାରିବ ନାହିଁ। ଟୀକା କେବେ ପ୍ରସ୍ତୁତ ହେବ ଏବଂ କେବେ ଟୀକାକରଣ ଦ୍ୱାରା ଏହି ମାହାମରୀ ରୋକିବା ସମ୍ଭବ ହେବ ତାହା ଗ୍ୟାରେଣ୍ଟି ସହିତ କହିହେବ ନାହିଁ ବୋଲି ପୋଲାର୍ଡ କହିଛନ୍ତି ।

ଆମେରିକାରେ ଆରମ୍ଭ ହୋଇଛି ପରୀକ୍ଷଣ

କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବା ଦ୍ୱିତୀୟ ପ୍ରମୁଖ ଦାବିଦାର ଭାବେ ରହିଛି ଆମେରିକା ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ହେଲ୍ଥ ଆଣ୍ଡ ଫାର୍ମାସିଟିକାଲ୍‌ । ଭାଇରସ୍‌ର ଜେନେଟିକ୍ସକୁ ଶରୀର ମଧ୍ୟରେ ଟ୍ରାନ୍ସପ୍ଳାଣ୍ଟ କରାଇ ଆଣ୍ଟି ବଡି ବୃଦ୍ଧି କରାଇବା ପାଇଁ ଚେଷ୍ଟା କରାଯାଉଛି । ଯାହାଦ୍ୱାରା କରୋନା ବିରୋଧରେ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇବ ।

ପ୍ରେମ ସଂପର୍କ ଭଲ ରହିବ… ଆର୍ଥିକ ସ୍ଥିତି ମଜବୁତ ରହିବ

ମେ ୨୩, ୨୦୨୦ ମସିହା, ବୃଷ ୧୦ ଦିନ

୧୯୪୨ ଶକାଦ୍ଦଃ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠ ମାସ, ଶୁକ୍ଳପକ୍ଷ, ପ୍ରତିପଦା ତିଥି, ଶନିବାର

ରୋହିଣୀ ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ ପୂର୍ବ ଦିଗରେ ରହୁଥିବାରୁ ଯୋଗିନୀ ପୂର୍ବ ଦିଗରେ ରହୁଥିବାର

ବିଛା ରାଶି ପୁରୁଷଙ୍କ ପାଇଁ ଘାତଚନ୍ଦ୍ର

ବୃଷ,ସିଂହ,କନ୍ୟା ରାଶି ପାଇଁ ଘାତବାର

ଶୁଭ ସମୟ- ଦିନ ୧୧ଟା ୨୫ ମିନିଟ୍‌ ଠାରୁ ଦିନ ୪ଟା ୨୫ ମିନିଟ୍‌

ଅଶୁଭ ସମୟ- ସକାଳ ୯ଟା ଠାରୁ ଦିନ ୧୦ ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ

ମେଷ ରାଶି

ଅଶ୍ୱିନୀ – ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା କରିପାରନ୍ତି

ଦ୍ୱିଜା- ପିତା, ମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିଚଳିତ କରିବ

କୃତ୍ତିକା- କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିବ

ଅସ୍ୱସ୍ତ ବୃକ୍ଷ ମୂଳରେ ଚିନି ମିଶ୍ରିତ ଜଳ ଅର୍ପଣ କରନ୍ତୁ

ବୃଷ ରାଶି

କୃତ୍ତିକା – ଜୀବନସାଥୀଙ୍କ ସହିତ ଉତ୍ତମ ବୁଝାମଣା ରହିବ

ରୋହିଣୀ- କିଛି ଜରୁରୀ କାର୍ଯ୍ୟ ଥିଲେ ସ୍ଥଗିତ ରଖନ୍ତୁ କ୍ଷତି ହୋଇପାରେ

ମୃଗଶିରା-  ବନ୍ଧୁଙ୍କ ସ୍ୱାସ୍ଥ୍ୟ ଖରାପ ସୂଚନା ପାଇ ମନ ଦୁଃଖ ରହିବ

ଡାଲଚିନି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ମିଥୁନ ରାଶି

ମୃଗଶିରା- କିଛି ଯୋଜନା ଭବିଷ୍ୟତ ପାଇଁ ସଫଳତା ଆଣିପାରେ

ଆର୍ଦ୍ରା- କିଛି ଭଲ ଖବର ମନରେ ଖୁସି ଆଣିଦେବ

ପୁନର୍ବସୁ- ପୁରା ଦିନ ଭଲରେ କଟିବ ,ପ୍ରେମ ସଂପର୍କ ଭଲ ରହିବ

ଗୌର ବର୍ଣ୍ଣ ବ୍ରାହ୍ମଣଙ୍କୁ ଆଜି ଘୃତ ଦାନ କରନ୍ତୁ

କର୍କଟ ରାଶି

ପୁନର୍ବସୁ-  ପଡୋଶୀ ଶତ୍ରୁ ପରି ବ୍ୟବହାର କରିପାରନ୍ତି , ଜଗିରଖି ଚଳନ୍ତୁ

ପୁଷ୍ୟ।- ଅବିବାହିତ ବ୍ୟକ୍ତିମାନଙ୍କ ପାଇଁ ପୁରାଦିନ ଭଲରେ କଟିବ

ଅଶ୍ଳେଷା- ନୂଆ କାମ ହାତକୁ ନେଇ ସଫଳତା ପାଇବେ

ଭଗବାନ ଶିବଙ୍କୁ କ୍ଷୀର ବେଲପତ୍ର ଅର୍ପଣ କରନ୍ତୁ

ସିଂହରାଶି

ମଘା- ପରିବାର ସହ ସମୟ କଟିବ, ଆର୍ଥିକ ସ୍ଥିତି ମଜବୁତ ରହିବ

ପୂର୍ବା ଫାଲଗୁନି- ବିନା କାରଣରେ ପରିବାରରେ ଅଶାନ୍ତି ବଢିବ

ଉତ୍ତରାଫାଲଗୁନି- ପରିଶ୍ରମର ଫଳ ମିଳିବ, ବିଦ୍ୟାର୍ଥିମାନଙ୍କର ଦିନଟି ଭଲରେ କଟିବ

ପିତା ମାତାଙ୍କ ଆଶିର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି- ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ, ସୁଫଳ ପାଇବେ

ହସ୍ତା- ନିଜର କାର୍ଯ୍ୟ ପାଇଁ ବନ୍ଧୁଙ୍କଠାରୁ ଅପମାନିତ ହେବାକୁ ପଡିପାରେ

ଚିତ୍ରା- ପ୍ରେମରେ ସଫଳତା ମିଳିବ, ଆଧ୍ୟାତ୍ମିକ ଦିଗରେ ଆଗ୍ରହ ବଢିବ

ଭଗବାନ ଶ୍ରୀଗଣେଶଙ୍କୁ ୭ କେରା ଦୁର୍ବା ଅର୍ପଣ କରନ୍ତୁ

ତୁଳାରାଶି

ଚିତ୍ରା – ଆଜି ଆପଣଙ୍କ ପାଇଁ ପୁରାଦିନ ଭଲରେ କଟିବ

ସ୍ୱାତୀ- ସହକର୍ମୀଙ୍କ ସହଯୋଗ ମିଳିବ, ଶରୀର ସୁସ୍ଥ ରହିବ

ବିଶାଖା- ଅର୍ଥକୁ ନେଇ ପରିବାର ମଧ୍ୟରେ ମନାନ୍ତର ଦେଖାଦେଇପାରେ

ମହୁ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ବିଛାରାଶି

ବିଶାଖା- ପୁରାଦିନ ଆପଣଙ୍କ ପାଇଁ ସଂଘର୍ଷ ପୂର୍ଣ୍ଣ ରହିବ ,କାମରେ ବାଧା

ଅନୁରାଧା- ମହିଳାମାନଙ୍କ ପାଇଁ ଧନଲାଭର ସୁଯୋଗ ରହିଛି

ଜ୍ୟେଷ୍ଠା- କମ୍‌ ପରିଶ୍ରମରେ ବିଶେଷ ଲାଭ ମିଳିବ

ଛୋଟ ଶିଶୁଙ୍କୁ କିଛି ଚକୋଲେଟ ବାଣ୍ଟନ୍ତୁ

ଧନୁରାଶି

ମୂଳା- ବନ୍ଧୁଙ୍କ ପରାମର୍ଶ ଆପଣଙ୍କୁ ଲାଭବାନ କରିବ

ପୂର୍ବାଷାଢ- କୈାଣସି କ୍ଷେତ୍ରରେ ଅର୍ଥ ଲଗାନ୍ତୁ ନାହିଁ

ଉତ୍ତରାଷାଢ- ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ରହିଛି

ମଥାରେ ହଳଦୀ ଟିକା ଲଗାନ୍ତୁ

ମକର ରାଶି

ଉତ୍ତରାଷାଢ- ଜୀବନସାଥୀଙ୍କ ସହିତ ପରାମୃର୍ଶ ନେଇ ଆଜି କାର୍ଯ୍ୟ କରନ୍ତୁ

ଶ୍ରବଣା- ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ

ଧନିଷ୍ଠା- ଆଇ.ଟି ସେକ୍ଟରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ ଖୁସୀର ଦିନ ହୋଇପାରେ

ପିମ୍ପୁଡିଙ୍କୁ ଅଟା ଓ ଚିନି ଖାଇବାକୁ ଦିଅନ୍ତୁ

କୁମ୍ଭରାଶି

ଧନିଷ୍ଠା-  ନୂଆଯୋଜନା ପ୍ରସ୍ତୁତ କରି ସଫଳ ହେବେ

ଶତଭିଷା- ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ

ପୂର୍ବଭାଦ୍ରପଦ- ଅସୁସ୍ଥ ଅନୁଭବ କରିପାରନ୍ତି, ଖାଦ୍ୟପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

ମହାମୃତ୍ୟୁଞ୍ଜୟ ମନ୍ତ୍ର ୫୪ ଥର ପାଠ କରନ୍ତୁ

ମୀନରାଶି

ପୂର୍ବଭାଦ୍ରପଦ- ପ୍ରେମକୁ  ବିବାଦୀୟ ପରିସ୍ଥିତି ହୋଇପାରେ, ସତର୍କ ରୁହନ୍ତୁ

ଉତ୍ତରଭାଦ୍ରପଦ- ସମସ୍ୟାର ସମାଧାନ ହେବ , ନିଜ ଚେଷ୍ଟାରେ ସଫଳ ହେବେ ।

ରେବତୀ- ଆଜି ପୁରାଦିନ ଭଲରେ କଟିବ

ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ

ଚନ୍ଦ୍ର କିମ୍ବା ଶୁକ୍ର ଯେଉଁମାନଙ୍କର ଖରାପ ରହୁଛି

ସେମାନେ ଛେନା, କ୍ଷୀର, ପନିର, ଚାଉଳ, ମିଶ୍ରି, ଚିନି ଠାରୁ ଦୁରେଇ ରୁହନ୍ତୁ

ଯେଉଁ ମାନଙ୍କର ବୃହସ୍ପତି ଖରାପ ରହୁଛି ସେମାନେ ହଳଦୀ ରଙ୍ଗର ଖାଦ୍ୟକୁ ଖାଇବା ଉଚିତ୍‌

ଯେଉଁମାନଙ୍କର ଶନି ଖରାପ ସ୍ଥିତିରେ ରହୁଛନ୍ତି ସେମାନେ ଚେଲଛଣା ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ

ରାହୁ ଯେଉଁ ରାଶିରେ ଖରାପ ରହୁଛନ୍ତି ସେଇ ରାଶିର ବ୍ୟକ୍ତିମାନେ ମସଲାଯ଼ୁକ୍ତ ଖାଦ୍ୟ ଠାରୁ ଦୁରେଇ ରହିବା ଉଚିତ୍‌

ମଙ୍ଗଳଙ୍କ ସ୍ଥିତି ଯେଉଁ ରାଶିରେ ଖରାପ ରହୁଛନ୍ତି ସେମାନେ ଫାଷ୍ୟଫଉଡ୍‌ ଠାରୁ ଦୁରେଇ ରୁହନ୍ତୁ

ବୁଧଙ୍କ ସ୍ଥିତି ଖରାପ ରହୁଥିଲେ ସବୁଜ ରଙ୍ଗର ପନିପରିବା ଠାରୁ ଦୁରେଇ ରୁହନ୍ତୁ

 

 

ଘର ଭିତର ସୁଡ଼ଙ୍ଗରେ ଫସି ୩ ଭାଇ ମୃତ… ଜଣଙ୍କୁ ବଞ୍ଚାଇବାକୁ ଯାଇ ବଳି ପଡିଲେ ଜଣେ ପରେ ଜଣେ

ଗଜପତି: ମୃତ୍ୟୁ କାହାକୁ କେବେ କହି ଆସେନାହିଁ । ଘରର ସୁଡଙ୍ଗରେ ପଶି ୩ ଭାଇଙ୍କର ମୃତ୍ୟୁ କହିଲେ ତାହା ବିଶ୍ୱାସ କରିବା କଷ୍ଟକର । ହେଲେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଘର ଭିତର ସୁଡ଼ଙ୍ଗରେ ପଶି ୩ ଭାଇଙ୍କର ମୃତ୍ୟୁ ହୋଇଛି । ଜଣଙ୍କୁ ବଞ୍ଚେଇବାକୁ ଯାଇ ୨ ଭାଇ ବଳି ପଡିଛନ୍ତି । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି । ମୃତକଙ୍କ ନାଁ ହେଉଛି ବିକ୍ରମ ମାଝୀ, ସଞ୍ଜିବ ମାଝୀ ଓ ଜିତୁ ମାଝୀ । ଶୁକ୍ରବାର ରାତିରେ ଘର ଭିତରେ ଥିବା ସୁଡଙ୍ଗକୁ ଜିନିଷ ଆଣିବାକୁ ପ୍ରଥମେ ସଞ୍ଜିବ ଯାଇଥିଲେ । ସେ ଅଚେତ ହୋଇ ପଡିବାରୁ ଭାଇ ବିକ୍ରମ ତାଙ୍କୁ ଉଦ୍ଧାର କରିବାକୁ ଭିତରକୁ ଯାଇଥିଲେ ।

ଦୁଇ ଭାଇ ଅଚେତ ହେବା ଦେଖି ସାନ ଭାଇ ଜିତୁ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ତେବେ ସେଠାରେ ସେ ମଧ୍ୟ ସୁଡ଼ଙ୍ଗ ଭିତରେ ଅଚେତ ହୋଇ ପଡିଥିଲେ । ଗଜପତି ଜିଲ୍ଲା ବିରିକୋଟ ଗାଁରେ ଏଭଳି ଅଘଟଣ ଘଟିଛି । ପରିବାର ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ବିରିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ମୋହନା ମେଡିକାଲରେ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଭାରତରେ ଏକଲକ୍ଷ ୨୩ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୩୬ ଶହରୁ ଅଧିକ ମୃତ

ଭାରତରେ ଏକଲକ୍ଷ ୨୩ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୩୬ ଶହରୁ ଅଧିକ ମୃତ

ସୁନ୍ଦରଗଡ଼ରୁ ୫ ନୂଆ କରୋନା ଆକ୍ରାନ୍ତ…

ସୁନ୍ଦରଗଡ଼:ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ସୁନ୍ଦରଗଡ଼ର ବୋଲି ଜଣାପଡ଼ିଛି । ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଅଫିସସିଆଲ ଟ୍ୱିଟ୍‌ର ଯୋଗେ ସୂଚନା ଦେଇଛନ୍ତିି । ସମସ୍ତ ଆକ୍ରାନ୍ତ ମହରାଷ୍ଟ୍ରରୁ ଫେରନ୍ତା ଏବଂ ସମସ୍ତେ କ୍ଵରେଣ୍ଟାଇନ୍ ସେଣ୍ଟରରେ ରହୁଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ୩ଜଣ ମହିଳା ଅଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ରାଜ୍ୟରେ ଏବେ ସୁଦ୍ଧା ୧୧୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୪୩୬ଜଣ ସୁସ୍ଥ ଘରକୁ ଫେରିଛନ୍ତି । ସେଥିମଧ୍ୟରେ ୭ ଜଣଙ୍କର ମୃତ୍ୟ ଘଟିଛି । ଏବେ ରାଜ୍ୟରେ ୭୫୨ଯି ସକ୍ରିୟ ମାମଲା ରହିଛି ।

୪୧ ଡିଗ୍ରୀ ଉପରେ ୧୨ ସହର, ୨ ଦିନ ଯାଏଁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଜ୍ୟେଷ୍ଠରେ ବାତ୍ୟା ମାଡ଼ ପରେ ପୁଣି ଫେରିଛି ତାତି । ତତଲା କଡ଼େଇରେ ଟକଟକ୍ ହୋଇ ଭାଜି ହୋଇଛି ଟିଟିଲାଗଡ଼ । ରାଜ୍ୟର ୧୨ ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ତତଲାଗଡ଼ କୁହାଯାଉଥିବା ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଛି । ଖରାର ପ୍ରଚଣ୍ଡ ଆଗାମୀ ୨ ଦିନ ଯାଏଁ ଜାରି ରହିବ । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାର କେତକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭବାନୀପାଟଣାରେ ୪୪.୫, ବଲାଙ୍ଗିରରେ ୪୪, ତାଳଚେର ୪୩.୧, ମାଲକାନଗିରି ୪୩, ବୌଦ୍ଧ ୪୨.୭, ହୀରାକୁଦ ୪୨.୩, ସମ୍ବଲପୁର ୪୨.୨, ସୋନପୁର ୪୧.୮, ଝାରସୁଗୁଡ଼ା ୪୨.୨, ପାରଳାଖେମୁଣ୍ଡି ଓ ଫୁଲବାଣୀରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୫.୪ ଡିଗ୍ରୀ ଥିବାବେଳେ କଟକରେ ୩୫.୫ ଡିଗ୍ରୀ ରହିଛି । ଆସନ୍ତା ୨୪ରୁ ୨୬ ତାରିଖ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କେତକ ସ୍ଥାନରେ କାଳବୈଶାଖୀ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।

‘କୋଭିଡ୍’ ପ୍ରୋଟୋକଲରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ

ଭୁବନେଶ୍ୱର: ଅପହରାହ୍ଣ ୨ଟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପେକ୍ଷା କରିଥାଏ ଭୁବନେଶ୍ୱର ବିମାନ ବନ୍ଦର । ସାମାଜିକ ଦୂରତା ରକ୍ଷା କରି ଠିଆ ହୋଇଥାନ୍ତି ଭିଆଇପି ଓ ଭିଭିଆଇପି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ୨ ମିଟର ଦୂରକୁ ଛିଡ଼ା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୋଲିସ ଡିଜି ଅଭୟ ବି ସମାନ ଦୂରତାରେ ଠିଆ ହୋଇଥିଲେ । ଅପରାହ୍ଣ ୨ଟା ୫୦ । ସ୍ୱତନ୍ତ୍ର ରାଜଦୂତ K-5012 ବିମାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତେ ସ୍ୱାଗତ କରିଥିଲେ । କିନ୍ତୁ କେହି ହାତ ମିଳାଇ ନଥିଲେ । ସମସ୍ତଙ୍କ ମୁହଁରେ ଥିଲା ମାସ୍କ ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଅନ୍ୟ ବିଜେପି ନେତା ବି ମୋଦିଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ବାତ୍ୟାଞ୍ଚଳ ପରିଦର୍ଶନ କରିବାକୁ ବାହାରିଲେ ମୋଦି । ତାଙ୍କ ସହ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଯାଇଥିଲେ । ଅନ୍ୟ ଏକ ହେଲିକପ୍ଟରରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ।

ଗତକାଲି ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଖବର ପାଇଥିଲେ ରାଜ୍ୟ ସରକାର । ସୁରକ୍ଷା ବନ୍ଦୋବସ୍ତ ପାଇଁ ୨୪ ଘଣ୍ଟାରୁ କମ୍‌ ସମୟ ଥିଲା । ଅତିରିକ୍ତ ପୋଲିସ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ଲୁ-ବୁକ୍‌ ଅନୁସାରେ ହୋଇଥିଲା ସୁରକ୍ଷା ବ୍ୟବସ୍ଥା । ସ୍ନିଫର ଡଗ୍‌ କରିଥିଲା ଚେକିଂ । ବିମାନବନ୍ଦରରେ ତନ୍ନତନ୍ନ ଯାଞ୍ଚ କରିଥିଲେ ସୁରକ୍ଷାକର୍ମୀ । ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯାଇଥିଲା । ପୂର୍ବରୁ ପୁରୁଣା ଟର୍ମିନାଲ ଦେଇ ଭିଭିଆଇପିଙ୍କ ସ୍ୱାଗତ ପାଇଁ ଯିବାକୁ ପଡୁଥିଲା । ଏଥର ନୂଆ ଟର୍ମିନାଲର ସ୍ୱତନ୍ତ୍ର ଗେଟ୍‌ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରବେଶ ପାଇଁ ଉଦ୍ଧିଷ୍ଟ ରଖାଯାଇଥିଲା । ବିମାନ ବନ୍ଦର ଭିତରେ ଓ ବାହାରେ ୪ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ ଥିଲେ । ପୂର୍ବ ରାତିରୁ ଏସ୍‌ପିଜିର ୨୬ ଜଣିଆ ଟିମ୍‌ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’