ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଭ୍ୟାକ୍ସିନ୍‌ର ପରୀକ୍ଷଣ: ଶିଶୁ ଏବଂ ବୟସ୍କଙ୍କ ଉପରେ ହେବ ଟ୍ରାଏଲ ଟେଷ୍ଟିଂ

ନୂଆଦିଲ୍ଲୀ: କରୋନା ଭୂତାଣୁରେ ସଂକ୍ରମିତ ହେଉଥିବା ରୋଗୀଙ୍କ ପାଇଁ ଭଲ ଖବର । କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ବ୍ରିଟେନ‌ରେ ଚାଲିଥିବା ପରୀକ୍ଷଣ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି ।  ଏହି ପର୍ଯ୍ୟାୟରେ ମଣିଷ ଉପରେ ଟିକାର ଟ୍ରାଏଲ ଆରମ୍ଭ ହୋଇଛି। ଏହି ଟ୍ରାଏଲ ସଫଳ ହେଲେ ଟୀକା ପ୍ରସ୍ତୁତି କାର୍ଯ୍ୟରେ ଆହୁରି ୧୦ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତ ହେବେ । ତେବେ ଏହି ପରୀକ୍ଷଣର ସଫଳତା ନେଇ ଅନ୍ୟ ଦେଶଗୁଡ଼ିକ ଭଳି ଭାରତ ମଧ୍ୟ ଆଶାବାଦୀ । ଏହି ପରୀକ୍ଷଣ ସଫଳତା ନେଇ ଭାରତ ପ୍ରାୟ ୮୦% ଆଶାବାଦୀ ।

ଗତ ମାସରେ, ଅକ୍ସଫୋର୍ଡ ୟୁନିଭର୍ସିଟି ରିସର୍ଚ୍ଚର ଏହାର ପ୍ରଭାବ ଏବଂ ନିରାପତ୍ତା ଯାଞ୍ଚ କରିବା ପାଇଁ ଏକ ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଟିକା ପରୀକ୍ଷା କରିଥିଲେ। ବୈଜ୍ଞାନିକମାନେ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ, ସେମାନେ ବର୍ତ୍ତମାନ ବ୍ରିଟେନରେ ଶିଶୁ ଏବଂ ବୃଦ୍ଧଙ୍କ ସମେତ ୧୦,୨୬୦ ଲୋକଙ୍କ ଉପରେ ପରୀକ୍ଷଣ କରିବେ ।

କ୍ଲିନିକାଲ୍ ଅଧ୍ୟୟନ ଶୀଘ୍ର ଅଗ୍ରଗତି କରୁଛି 

ଅକ୍ସଫୋର୍ଡ ୟୁନିର୍ଭସିଟିରେ ଟିକା ବିକଶିତ କରୁଥିବା ଟିମ୍‌ର ନେତୃତ୍ୱ ନେଉଥିବା ଆଣ୍ଡ୍ରିୟୁ ପୋଲାର୍ଡ କହିଛନ୍ତି ଯେ, କ୍ଲିନିକାଲ୍ ଅଧ୍ୟୟନ ବହୁତ ଭଲରେ ଅଗ୍ରଗତି କରୁଛି। ବୃଦ୍ଧମାନଙ୍କରେ ଏହି ଟିକା କେତେ ପ୍ରଭାବଶାଳୀ ତାହା ଆମେ ଅନୁସନ୍ଧାନ କରିବାକୁ ଯାଉଛୁ। ଯାହା ଦ୍ୱାରା ଏହି ଟିକା ସବୁ ବର୍ଗର ଲୋକଙ୍କୁ ସୁରକ୍ଷା ଯୋଗାଇ ପାରିବ କି ନାହିଁ ତାହା ଜାଣିହେବ।

କେବେ ସୁଦ୍ଧା ପ୍ରସ୍ତୁତ ହେବ ଟିକ

କେତେ ଦିନ ପର୍ଯ୍ୟନ୍ତ ଟିକା ପ୍ରସ୍ତୁତ ହେବ ସେ ନେଇ ଆଣ୍ଡ୍ରିୟୁ ପୋଲାର୍ଡ ଏକ ନ୍ୟୁଜ୍ ୱେବସାଇଟକୁ କହିଛନ୍ତି ଯେ, ଏହି ଟିକା ବିଷୟରେ କୌଣସି ପୂର୍ବାନୁମାନ କରାଯାଇପାରିବ ନାହିଁ। ଟୀକା କେବେ ପ୍ରସ୍ତୁତ ହେବ ଏବଂ କେବେ ଟୀକାକରଣ ଦ୍ୱାରା ଏହି ମାହାମରୀ ରୋକିବା ସମ୍ଭବ ହେବ ତାହା ଗ୍ୟାରେଣ୍ଟି ସହିତ କହିହେବ ନାହିଁ ବୋଲି ପୋଲାର୍ଡ କହିଛନ୍ତି ।

ଆମେରିକାରେ ଆରମ୍ଭ ହୋଇଛି ପରୀକ୍ଷଣ

କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବା ଦ୍ୱିତୀୟ ପ୍ରମୁଖ ଦାବିଦାର ଭାବେ ରହିଛି ଆମେରିକା ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ହେଲ୍ଥ ଆଣ୍ଡ ଫାର୍ମାସିଟିକାଲ୍‌ । ଭାଇରସ୍‌ର ଜେନେଟିକ୍ସକୁ ଶରୀର ମଧ୍ୟରେ ଟ୍ରାନ୍ସପ୍ଳାଣ୍ଟ କରାଇ ଆଣ୍ଟି ବଡି ବୃଦ୍ଧି କରାଇବା ପାଇଁ ଚେଷ୍ଟା କରାଯାଉଛି । ଯାହାଦ୍ୱାରା କରୋନା ବିରୋଧରେ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇବ ।

Leave a Reply