spot_img
Home Blog Page 7054

ସାବଧାନ, ବିକ୍ରି ହେଉଛି ଆପଣଙ୍କର ବ୍ୟକ୍ତିଗତ ଡାଟା !

ଭୁବନେଶ୍ୱର: ଆପଣଙ୍କ ଉପରେ ସାଇବର ଅପରାଧୀଙ୍କ ନଜର । ମୋବାଇଲ ମାଧ୍ୟମରେ ଆପଣଙ୍କର ସବୁ ତଥ୍ୟକୁ ବିକ୍ରି କରିବା ପାଇଁ ଚାଲିଛି ମସୂଧା । ୪ କୋଟି ୭୫ ହଜାର ଭାରତୀୟଙ୍କ ଡାଟା ସେଲ୍‌ କରିବା ପାଇଁ ଟ୍ରୁ କଲର୍‌ ଆପ୍‌ ଯୋଜନା କରୁଛି । ଅନ୍‌ଲାଇନ୍‌ ଇଣ୍ଟେଲିଜେନ୍ସ ଫାର୍ମ ସାଇବଲ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।

ତେଣୁ ଆପଣଙ୍କୁ ସଚେତନ ଓ ସାବଧାନ ରୁହନ୍ତୁ । ନହେଲେ ଧୋକା ଦେବ ଆପଣଙ୍କ ମୋବାଇଲ୍‌ । ବିନା ଅନୁମତିରେ ଆପଣଙ୍କ ସବୁ ଡାଟା ବିକ୍ରି ହେବାର ଆଶଙ୍କା ରହିଛି । ଅନ୍‌ଲାଇନ୍‌ ଇଣ୍ଟେଲିଜେନ୍ସ ଫାର୍ମ ସାଇବଲ ଅନୁସାରେ ସାଇବର ଅପରାଧୀ ମାନେ ଏବେ ଭାରତୀୟଙ୍କୁ ଟାର୍ଗେଟ କରିଛନ୍ତି । ସବୁଠୁ ଲୋକପ୍ରୀୟ ମୋବାଇଲ୍‌ ଆପ୍‌ ଟ୍ରୁ କଲର୍‌ ମାଧ୍ୟମରେ ଆପଣଙ୍କ ଡାଟାକୁ ବିକ୍ରି କରିବା ପାଇଁ ଯୋଜନା କରାଯାଉଛି । ମାତ୍ର ୭୫ ହଜାର ଟଙ୍କାରେ ୪ କୋଟି ୭୫ ହଜାର ଭାରତୀୟଙ୍କ ବ୍ୟକ୍ତିଡାଟାକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଛି ଟ୍ରୁ କଲର୍‌ । ଯଦିଓ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଟ୍ରୁ କଲ୍‌ର । ଅନ୍ୟ କୈାଣସି ସଂସ୍ଥା ଟ୍ରୁ କଲରର ନା ନେଇ ଏଭଳି ଷଡଯନ୍ତ୍ର କରୁଥିବା କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଛି ।

ମୋବାଇଲରେ ବ୍ୟବହାର ହେଉଥିବା ଟ୍ରୁ କଲର ଆପ୍‌ ରେ ବ୍ୟବହାରକାରୀଙ୍କ ଠିକଣା, ଫୋନ ନମ୍ବର, ଫେସବୁକ୍‌ ଆଇଡି ସହ ବ୍ୟାଙ୍କ୍ ସମ୍ଭନ୍ଧିୟ ତଥ୍ୟ ମଧ୍ୟ ଉପଲବ୍ଧ ରହିଛି । ଯାହାକୁ ଅପବ୍ୟବହାର କରିବାର ଆଶଙ୍କା ରହିଛି । ଅନ୍‌ଲାଇନ୍‌ ଇଣ୍ଟେଲିଜେନ୍ସ ଫାର୍ମ ସାଇବଲ ପକ୍ଷରୁ ଏହି ନେଇ ରିସର୍ଚ୍ଚ କରାଯାଇଛି । ଡାଟା ବିକ୍ରି ହେବା ପରେ ଭାରତୀୟ ମାନେ ବିଭିନ୍ନ ପ୍ରକାର ଅନ୍‌ଲାଇନ୍‌ ସ୍କାମର ଶୀକାର ହୋଇପାରନ୍ତି । ସାଇବଲ ପକ୍ଷରୁ ଏଭଳି ସୂଚନା ଦିଆଯିବା ପରେ ଏବେ ଆହୁରି ସତର୍କ ହେବାର ସମୟ ଆସିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ୧୫ କୋଟିରୁ ଅଧିକ ଲୋକ ଟ୍ରୁ କଲର ବ୍ୟବହାର କରୁଛନ୍ତି ।

ପାଖେଇ ଆସୁଛି ରଥଯାତ୍ରା

ପୁରୀ: ପାଖେଇ ଆସିଲାଣି ରଥଯାତ୍ରା। ରଥ ଖଳାରେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ତିନି ରଥର ୨୧ଟି ଅଖ ଓ ୪୨ଟି ଚକ ନିର୍ମାଣ କରାଯାଇଛି । ଆସନ୍ତାକାଲି ସମସ୍ତ ଚକଅଖ ଡେରା ଯିବାର କାର୍ଯ୍ୟକ୍ରମ ରହିଛି । ତିନି ରଥର ଗରଗରା, ଗୟଳ ଓ ଚାରିନାହାକା କାର୍ଯ୍ୟ ଚାଲୁରହିଥିବା ବେଳେ ଦଣ୍ଡାରେ କଣଗୁଜ ଯୋଖାଯିବାର କାର୍ଯ୍ୟ ଚାଲିଛି । ସେପଟେ ଗତକାଲିଠାରୁ ଆରମ୍ଭ ହୋଇଛି ଦଇତାପତିଙ୍କ କୋଭିଡ୍‌ ଟେଷ୍ଟ ।

File pic

ପ୍ରାଥମିକ ପର୍ଯ୍ୟାୟରେ ୭୫ଜଣ ଦଇତାପତିଙ୍କ ସ୍ୱାବ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିବା ବେଳେ ବାକି ୭୫ଜଣଙ୍କ ନମୁନା ସଂଗ୍ରହ କରାଯିବ। ଦଇତାପତିଙ୍କ ପରେ ସ୍ନ।ନ ଯାତ୍ରାରେ ନିୟୋଜିତ ଅନ୍ୟ ନିଯୋଗର ସେବାୟତଙ୍କ କୋଭିଡ୍‌ ଟେଷ୍ଟ ହେବ। ସେଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ, କୋଭିଡ୍‌ ଟେଷ୍ଟ କରାଯାଉଥିବା କୋଠରୀକୁ ସାନିଟାଇଜ୍‌ କରାଯାଉଛି। ରଥଖଳାରେ ସମସ୍ତ ମହାରଣା, ଭୋଇ, କମାର ଓ ରୂପକାର ସେବାୟତଙ୍କ ଥର୍ମାଲ ସ୍କାନିଂ ପରେ ରଥ କାର୍ଯ୍ୟ ଆରମ୍ଭ ହୋଇଛି ।

ରଥ ନିର୍ମାଣକୁ କେନ୍ଦ୍ର ଗୃହ ବିଭାଗର ଅନୁମତି: ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର

ପୁଲୱାମା ଭଳି ଗାଡ଼ିରେ ରଖାଯାଇଥିଲା IED

ପୁଲୱାମା: ଜମ୍ମୁ-କଶ୍ମୀରରେ ଗୁରୁବାର ଦିନ ପୁଲୱାମା ଭଳି ଆତଙ୍କୀ ଆକ୍ରମଣର ଯୋଜନାକୁ ଭରତୀୟ ସେନା ବିଫଳ କରିଛି । ପୁଲୱାମା ପାଖରେ ଏକ ସେଣ୍ଟ୍ରୋ ଗାଡ଼ିରେ ଆଇଇଡ଼ି ଖଞ୍ଜା ଯାଇଥିଲା,  ଯାହା ଠିକ୍ ସମୟରେ ଚିହ୍ନଟ କରାଯାଇ ତାହାକୁ ବିଫଳ କରିଦିଆଯାଇଛି ।  ପୁଲୱାମା ପୋଲିସ, ସିଆରପିଏଫ ଏବଂ ଆର୍ମି ମିଶି ଏହି ଗାଡ଼ିକୁ ଚିହ୍ନଟ କରିଥିଲେ । ଏବଂ ବମ୍ ନଷ୍ଟକରୁଥିବା ସ୍କ୍ୱାର୍ଡଙ୍କୁ ଡକାଯାଇ ଏହି ଆଇଇଡ଼ିକୁ ନଷ୍ଟ କରିଦିଆଗଲା ।

କୁହାଯାଉଛି ଯେ, ଏହି ଗାଡ଼ିକୁ ହିଜବୁଲ ମୁଜାହିଦ୍ଦୀନର ଜଣେ ଆତଙ୍କବାଦୀ ଚଳାଉଥିଲା, ଯିଏ କି ସେନାପକ୍ଷରୁ ଆରମ୍ଭରୁ କରାଯାଇଥିବା ଗୁଳି ବର୍ଷଣରେ ଖସି ପଳାଇଥିଲା । ଅନ୍ଧାରର ସାହାରା ନେଇ ଆତଙ୍କବାଦୀ ଜଣଙ୍କ ଖସି ପଳାଇବାକୁ ସକ୍ଷମ ହୋଇଥିଲା । ଏହି ମାମଲାକୁ ବର୍ତ୍ତମାନ NIAକୁ ହସ୍ତାନ୍ତର କରାଯାଇଛି । ଏହି ଗାଡ଼ିକୁ ପୁଲୱାମାର ରାଜପୁରା ରାସ୍ତା ପାଖରେ ସାଦିପୁରାରେ ଧରାଗଲା ।

ଧଳା ରଙ୍ଗର ସେଣ୍ଟ୍ରୋ କାରରେ ବାଇକର ନମ୍ବର ପ୍ଲେଟ ଲଗାଯାଇଥିଲା ଯାହା କାଠୁଆରେ ରେଜିଷ୍ଟର ଥିଲା । ଜମ୍ମୁ-କାଶ୍ମୀର ପୋଲିସ ଏହାକୁ ଟ୍ରାକ କରିଥିଲା ଯାହା ପରେ ବମକୁ ଖୋଜାଯାଇଥିଲା  । ପରେ ବୋମା ନିଷ୍କାସନ ୟୁନିଟ୍ ଡାକିବା ପୂର୍ବରୁ ଆଖପାଖ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା ।

ଆପଣଙ୍କୁ କହିରଖୁଛୁ ଯେ, ଏହା ପୂର୍ବରୁ ଯେଉଁ ଆତଙ୍କୀ ଆକ୍ରମଣ ହୋଇଥିଲା, ସେ ମଧ୍ୟ ଏହି ଭଳି ଥିଲା । ଯେଉଁଥିଲେ ଗୋଡ଼ିଏ ଗାଡ଼ିରେ ବମ୍ ରଖାଯାଇଥିଲା ଏବେ ଏହାକୁ ସିଆରପିଏଫଙ୍କ ଗାଡ଼ିମଧ୍ୟରେ ମାଡ଼ କରାଯାଇଥିଲା । ଫେବୃଆରୀ ୨୦୧୯ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୪୫ ସୈନିକଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ଜାମ୍ମୁ କାଶ୍ମୀରର ଶାନ୍ତି ଭଙ୍ଗ କରିବାକୁ ଆତଙ୍କବାଦୀମାନେ ଅନେକ ପ୍ରକାରର ଉଦ୍ୟମ କରୁଛନ୍ତି । ଅନେକ ଥର ଏକ ବଡ ଆତଙ୍କବାଦୀ ଆକ୍ରମଣର ଯୋଜନା ମଧ୍ୟ ସୃଷ୍ଟି କରୁଛନ୍ତି ଏମାନେ, କିନ୍ତୁ ପ୍ରତ୍ୟେକ ଥର ଭାରତୀୟ ସୈନିକମାନେ ଏହି ଯୋଜନାରେ ବିଫଳ କରୁଛନ୍ତି ।ଏହା ବ୍ୟତୀତ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି, ଏବେ ସେଠାରେ ପଶି ଏନକାଉଣ୍ଟର କରାଯାଉଛି । ଏହି କାରଣରୁ ଆତଙ୍କବାଦୀମାନେ ଦିନକୁ ଦିନ ଅଞ୍ଚଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ।

କିଛିଦିନ ହେବ ଭାରତୀୟ ସେନା ଏବଂ ସ୍ଥାନୀୟ ପୋଲିସ ମିଶି କୁଲଗାମରେ ଏକ ଅପରେସନ ଜାରି ରଖିଥିଲେ, ବହୁ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟର ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ଅଗଷ୍ଟ ପର୍ଯ୍ୟନ୍ତ EMI ଦେବାକୁ ଚାହୁଁ ନାହିଁନ୍ତି କି ? ତେବେ କରନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ SBI ସବୁ ପ୍ରକାର ଟର୍ମ ଋଣ ପାଇଁ ଉପଲବ୍ଧ EMI ବା କିସ୍ତି କୁ ୩ମାସକୁ ବୃଦ୍ଧି କରିଛି । ଯାହା ଅଗଷ୍ଟଠାରୁ ଲାଗୁ ହେବ ବୋଲି ସ୍ଥିର କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ RBIର ଋଣ ଦେୟର କିସ୍ତି ବା EMIକୁ ୩୧ ଅଗଷ୍ଟକୁ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି । ଯାହାକୁ ଏବେ ଏସବି ଆଇ ମଧ୍ୟ ଲାଗୁ କଲା ।

   ପୂର୍ବରୁ RBI କରୋନା କାଳରେ ଜାରିଥିବା ଲକଡାଉନ ପାଇଁ ତାର ଟର୍ମ ଋଣ ନେଇଥିବା ଗ୍ରାହକମାନଙ୍କୁ କିସ୍ତିକୁ ନ ସୁଝିବାକୁ ତିନି ମାସ ପର୍ଯ୍ୟନ୍ତ ରିହାତି ଦେଇଥିଲା । କିନ୍ତୁ ଏବେ ଏଥିରେ ଆଉ ୩ମାସ ବଢାଇ ଦିଆଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ SBI ବୁଧବାର ଦୁନ କହିଛି ଯେ, ଗ୍ରାହକମାନଙ୍କୁ ଏହି ସୁବିଧା ଦେବା ପାଇଁ ବ୍ୟାଙ୍କ ତାର ନିୟମକୁ ସହଜ କରିଦେଇଛି । ବ୍ୟାଙ୍କ କହିଛି ଯେ, RBIର ନିର୍ଦ୍ଦେଶ ଅନୁସାରେ ମାସିକିଆ କିସ୍ତିର ସବୁ ଯୋଗ୍ୟ ଆକାଉଣ୍ଟଧାରୀମାନେ ୩ ମାସ ପାଇଁ ଏହି ସୁବିଧା ପାଇବେ ।

ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ ଜୁନ୍, ଯୋଗ୍ୟ ଋଣ ଗ୍ରାହକଙ୍କ ତାଙ୍କର  ଜୁଲାଇ ଏବଂ ଅଗଷ୍ଟ ୨୦୨୦  ଆସୁଥିବା EMI ଉପରେ ଷ୍ଟାଣ୍ଡିଂ ନିର୍ଦ୍ଦେଶନାମାକୁ ବନ୍ଦ କରିବାକୁ  ସମ୍ମତି ପାଇବା ପାଇଁ ସମ୍ପର୍କ କରାଯାଇଛି ।

ଏସବିଆଇ ପ୍ରାୟ ୮୫ ଲକ୍ଷ ଋଣ ନେଉଥିବା ଗ୍ରାହକଙ୍କୁ ଏସଏମଏସ ମାଧ୍ୟମରେ ସେମାନଙ୍କ EMI ବନ୍ଦ କରିବାକୁ ସହମତି ମାଗିବା ଆରମ୍ଭ କରିଛି । ଯଦି ଋଣ ନେଇଥିବା ବ୍ୟକ୍ତିମାନେ ସେମାନଙ୍କର EMI ସ୍ଥଗିତ ରଖିବାକୁ ଚାହାଁନ୍ତି, ତେବେ ବ୍ୟାଙ୍କଗୁଡିକ ଦ୍ୱାରା ପଠାଯାଇଥିବା SMS ରେ ଦିଆଯାଇଥିବା ଭର୍ଚୁଆଲ୍ ମୋବାଇଲ୍ ନମ୍ବରକୁ YES ଲେଖି ସେମାନଙ୍କୁ ଉତ୍ତର ଦେବାକୁ ପଡିବ । ଏହା ସେମାନଙ୍କୁ ଏସଏମଏସ ପାଇବାର ୫ଦିନ ମଧ୍ୟରେ କରିବାକୁ ପଡିବ ।

ଗତ କିଛିଦ୍ନ ହେବା ଗ୍ରାହକମାନେ EMI ରେ ରିହାତି ପାଇଁ ଚିନ୍ତିତ ଥିଲେ । ସେମାନେ ଏହି ସୂଚନାକୁ ସଠିକ୍ ଭାବେ ପାଇ ନଥିଲେ ଯାହାଫଳରେ ସେମାନେ ଏହାର ସୁବିଧାର ଫାଇଦା ପାଇପାରି ନଥିଲେ । ବର୍ତ୍ତମାନ ଏସବିଆଇ କହିଛି ଯେ ଗ୍ରାହକଙ୍କୁ କୌଣସି ପ୍ରକାରେ ବିରକ୍ତ ହେବାର ଆବଶ୍ୟକତା ନାହିଁ, ବ୍ୟାଙ୍କ ଏସଏମଏସ ପଠାଇବ ପରେ ତାହାକୁ ଅନୁସରଣ କରି, କେବଳ ସେହି ଗ୍ରାହକ ଯେଉଁମାନେ ରିହାତି ଚାହୁଁଛନ୍ତି ସେମାନଙ୍କୁ ଉତ୍ତର ଦେବାକୁ ପଡିବ । ଯଦି ଗ୍ରାହକମାନେ EMI ଦେୟ ଜାରି ରଖିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ କୌଣସି ପ୍ରକାରର ଉତ୍ତର ଦେବାକୁ ପଡ଼ିବ ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ, ଲକଡାଉନ ପାଇଁ କେନ୍ଦ୍ର ସରକାର ଅନେକ ରିହାତି ପ୍ରଦାନ କରୁଛନ୍ତି । ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କ ମଧ୍ୟ ରିହାତି ପ୍ରଦାନ କରିଛି । ଆରବିଆଇ ଲକଡାଉନର ପ୍ରାରମ୍ଭିକ ଦିନରେ ବ୍ୟାଙ୍କଗୁଡ଼ିକୁ ୩ ମାସ ପାଇଁ ଋଣ ଏବଂ ଇଏମଆଇ ଉପରେ ରିହାତି ଦେବାକୁ କହିଥିଲା । କିନ୍ତୁ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ଏହି ରିହାତିକୁ ଆଉ ୩ ମାସକୁ ବୃଦ୍ଧି କରିଛନ୍ତି।

ମୋଟ ଉପରେ, ଗ୍ରାହକମାନେ ୬ ମାସ ଅର୍ଥାତ୍ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ଏହି ରିହାତି ପାଇବେ । ଏହାର ଅର୍ଥ ହେଉଛି ଆପଣ ସମୁଦାୟ ୬ମାସ ପାଇଁ ଋଣର EMI ଦେବାକୁ ଚାହୁଁନାହାଁନ୍ତି, ତେବେ ବ୍ୟାଙ୍କଗୁଡିକ ଆପଣଙ୍କୁ ଉପରେ କୌଣସି ଚାପ ପକାଇବ ନାହିଁ । ସେହି ସମୟରେ, ଆପଣଙ୍କର କ୍ରେଡିଟ୍ ସ୍କୋର ମଧ୍ୟ ସଠିକ୍ ହେବ । ଯଦିଓ, ଏଥିପାଇଁ ଆପଣଙ୍କୁ ଅତିରିକ୍ତ ସୁଧ ଦେବାକୁ ପଡିବ ।

ଦେଶରେ ବିଗୁଡୁଛି କରୋନା ସ୍ଥିତି । ଦେଢ ଲକ୍ଷ ପାର କଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ମହାରାଷ୍ଟ୍ରରେ ସ୍ଥିତି ସାଂଘାତିକ । ୨୪ ଘଣ୍ଟାରେ ୨ ହଜାରରୁ ଅଧିକ ମାମଲା, ୧୦୫ ଜଣଙ୍କ ମୃତ୍ୟୁ ମୋଟ ସଂଖ୍ୟା ୫୬ ହଜାର ପାର୍ ।

ଦେଶରେ ବିଗୁଡୁଛି କରୋନା ସ୍ଥିତି ଦେଢ ଲକ୍ଷ ପାର କଲାଣି ଆକ୍ରାନ୍ତଙ୍କ ସଂଖ୍ୟା ଏପଟେ ମହାରାଷ୍ଟ୍ରରେ ସ୍ଥିତି ସାଂଘାତିକ ୨୪ ଘଣ୍ଟାରେ ହଜାରରୁ ଅଧିକ ମାମଲା, ୧୦୫ ଜଣଙ୍କ ମୃତ୍ୟୁ ମୋଟ ସଂଖ୍ୟା ୫୬ ହଜାର ପାର୍

କାଳିଆ ସେବକଙ୍କ କରୋନା ଟେଷ୍ଟ । ଦଇତାପତିଙ୍କ ଦୁଇ ଦିନିଆ କରୋନା ପରୀକ୍ଷା । ଦ୍ୱିତୀୟ ଦିନରେ ୭୫ ଜଣଙ୍କର ସଂଗ୍ରହ ହେବ ସ୍ୱାବ ।

କାଳିଆ ସେବକଙ୍କ କରୋନା ଟେଷ୍ଟ ଦଇତାପତିଙ୍କ ଦୁଇ ଦିନିଆ କରୋନା ପରୀକ୍ଷା ଦ୍ୱିତୀୟ ଦିନରେ ୭୫ ଜଣଙ୍କର ସଂଗ୍ରହ ହେବ ସ୍ୱାବ ।

ଦେଶବ୍ୟାପି କେନ୍ଦ୍ର ସରକାରଙ୍କ ବିରୋଧରେ ମେଳି କରୁଛି କଂଗ୍ରେସ । ଆଜି ୩ ଘଣ୍ଟିଆ ଅନଲାଇନ୍ କ୍ୟାମ୍ପେନ । ସ୍ପିକ୍ ଅପ୍ ମାଧ୍ୟମରେ ବିଭିନ୍ନ ଦାବି ଉଠାଇବାକୁ ପ୍ରୟାସ ।

ଦେଶବ୍ୟାପି କେନ୍ଦ୍ର ସରକାରଙ୍କ ବିରୋଧରେ ମେଳି କରୁଛି କଂଗ୍ରେସ ଆଜି ଘଣ୍ଟିଆ ଅନଲାଇନ୍କ୍ୟାମ୍ପେନ ସ୍ପିକ୍ଅପ୍ମାଧ୍ୟମରେ ବିଭିନ୍ନ ଦାବି ଉଠାଇବାକୁ ପ୍ରୟାସ

ଦୁଇ ମାସ ଛିଡ଼ା ହେବା ପରେ ଆଜିଠୁ ଗଡୁଛି ବସ୍ । ଘରୋଇ ବସ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି । ମାସ୍କ ନପିନ୍ଧିଲେ ଯାତ୍ରା ମନା ।

ଦୁଇ ମାସ ଛିଡ଼ା ହେବା ପରେ ଆଜିଠୁ ଗଡୁଛି ବସ୍ ଘରୋଇ ବସ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ମାସ୍କ ନପିନ୍ଧିଲେ ଯାତ୍ରା ମନା

ଦେଶରେ ବିଗୁଡୁଛି କରୋନା ସ୍ଥିତି… ଦେଢ ଲକ୍ଷ ପାର କଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କରୋନା ପ୍ରଭାବ । ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି, ମୃତ୍ୟୁ ସଂଖ୍ୟା କମିବାର ନା ନେଉନି । ଦୁଇ ମାସ ପରେ ବି ଦେଶରେ କରୋନାର ପ୍ରଭାବ ଜାରି ରହିଛି । ଗୋଟିଏ ଦିନରେ ୬, ୩୮୭ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧୭୦ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦେଢ ଲକ୍ଷ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ମୋଟ୍‌ ୧, ୫୧, ୭୬୭ ଜଣ ସଂକ୍ରମିତ ହୋଇଛନ୍ତି ।

ସେପଟେ ୪, ୩୩୭ ଜଣକ ଜୀବନ ନେଇଛି କରୋନା । ସେହିଭଳି ଦେଶରେ ପ୍ରାୟ ୮୩,୦୦୦ କେସ୍‌ ସକ୍ରିୟ ଥିବାବେଳେ ୬୪, ୪୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ରିପୋର୍ଟ ଅନୁଯାୟୀ ଏବେ ଦେଶରେ କରୋନା ଆରୋଗ ହାର ୪୧. ୬୦ ପ୍ରତିଶତ ରହିଛି । ଗତ ମାର୍ଚ୍ଚ ମାସରେ ଏହି ହାର ଥିଲା ମାତ୍ର ୭.୧ ପ୍ରତିଶତ । ଦେଶରେ ମୃତ୍ୟୁ ହାର ୨.୮୭ ପ୍ରତିଶତ ରହିଛି । ଯାହାକି ଅନ୍ୟ ଦେଶ ତୁଳନାରେ ଢେର କମ ରହିଛି ।

ଓଡିଶାରେ ଗତକାଲି ୭୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫୯୩ ରେ ପହଁଚିଛି । ସେପଟେ ଗତକାଲି ଗୋଟିଏ ଦିନରେ ମୋଟ ୭୯ ଜଣ ସୁସ୍ଥ ହେବାପରେ ମୋଟ ସୁସ୍ଥ ସଂଖ୍ୟା ୮୧୨ ରେ ପହଁଚିଛି। ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ ସକ୍ରିୟ ମାମଲା ୭୭୪ ରହିଛି। ରାଜ୍ୟରେ ମୋଟ ୨୯ ଟି ଜିଲ୍ଲାକୁ କରୋନା କାୟା ବିସ୍ତାର କରିସାରିଛି।

ଘରୋଇ ବସ୍‌ ମାଲିକ ସଂଘର ସୂଚନା, ଅପରିବର୍ତ୍ତିତ ରହିବ ବସ୍‌ଭଡ଼ା

ଭୁବନେଶ୍ୱର: ଆଜି ଠାରୁ ସାରା ରାଜ୍ୟରେ ଗଡିବ ଘରୋଇ ବସ୍‌ । ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅପରିବର୍ତ୍ତିତ ରହିବ ବସ୍‌ଭଡ଼ା । ଭଡ଼ା ପୂର୍ବରୁ ଯାହା ଥିଲା ସେୟା ରହିବ । ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । ଆଜି ପ୍ରଥମ ପର୍ଯାୟରେ କିଛି ବସ ଚଳାଚଳ ଆରମ୍ଭ କରିବ ।

ସବୁ ବସ ଚଳାଚଳ ପାଇଁ ୧୦ ଦିନ ଲାଗିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ୬ ମାସ ଟ୍ୟାକ୍ସ ଛାଡ ଦାବିରୁ ସରକାର ୩ ମାସ ଛାଡ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାକିଥିବା ଦାବି ଉପରେ ଖୁବ ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଯାତ୍ରା ସମୟରେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ବସ୍‌କୁ ସାନିଟାଇଜ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ସେହିଭଳି ୨୬ ତାରିଖରୁ ଆରମ୍ଭ ହୋଇଛି ମୋ ବସ୍ ସେବା । ରାଜ୍ୟ ସରକାରଙ୍କ ଅନୁମତିଚ ପରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ମୋ ବସ୍ ସେବା । ତେବେ ଏହା କେବଳ ସକାଳ ୭ ରୁ ସନ୍ଧ୍ୟା ୭ଟା ଯାଏଁ ୭ଟି ରୁଟରେ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି  ।