ସାବଧାନ, ବିକ୍ରି ହେଉଛି ଆପଣଙ୍କର ବ୍ୟକ୍ତିଗତ ଡାଟା !

ଭୁବନେଶ୍ୱର: ଆପଣଙ୍କ ଉପରେ ସାଇବର ଅପରାଧୀଙ୍କ ନଜର । ମୋବାଇଲ ମାଧ୍ୟମରେ ଆପଣଙ୍କର ସବୁ ତଥ୍ୟକୁ ବିକ୍ରି କରିବା ପାଇଁ ଚାଲିଛି ମସୂଧା । ୪ କୋଟି ୭୫ ହଜାର ଭାରତୀୟଙ୍କ ଡାଟା ସେଲ୍‌ କରିବା ପାଇଁ ଟ୍ରୁ କଲର୍‌ ଆପ୍‌ ଯୋଜନା କରୁଛି । ଅନ୍‌ଲାଇନ୍‌ ଇଣ୍ଟେଲିଜେନ୍ସ ଫାର୍ମ ସାଇବଲ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।

ତେଣୁ ଆପଣଙ୍କୁ ସଚେତନ ଓ ସାବଧାନ ରୁହନ୍ତୁ । ନହେଲେ ଧୋକା ଦେବ ଆପଣଙ୍କ ମୋବାଇଲ୍‌ । ବିନା ଅନୁମତିରେ ଆପଣଙ୍କ ସବୁ ଡାଟା ବିକ୍ରି ହେବାର ଆଶଙ୍କା ରହିଛି । ଅନ୍‌ଲାଇନ୍‌ ଇଣ୍ଟେଲିଜେନ୍ସ ଫାର୍ମ ସାଇବଲ ଅନୁସାରେ ସାଇବର ଅପରାଧୀ ମାନେ ଏବେ ଭାରତୀୟଙ୍କୁ ଟାର୍ଗେଟ କରିଛନ୍ତି । ସବୁଠୁ ଲୋକପ୍ରୀୟ ମୋବାଇଲ୍‌ ଆପ୍‌ ଟ୍ରୁ କଲର୍‌ ମାଧ୍ୟମରେ ଆପଣଙ୍କ ଡାଟାକୁ ବିକ୍ରି କରିବା ପାଇଁ ଯୋଜନା କରାଯାଉଛି । ମାତ୍ର ୭୫ ହଜାର ଟଙ୍କାରେ ୪ କୋଟି ୭୫ ହଜାର ଭାରତୀୟଙ୍କ ବ୍ୟକ୍ତିଡାଟାକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଛି ଟ୍ରୁ କଲର୍‌ । ଯଦିଓ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଟ୍ରୁ କଲ୍‌ର । ଅନ୍ୟ କୈାଣସି ସଂସ୍ଥା ଟ୍ରୁ କଲରର ନା ନେଇ ଏଭଳି ଷଡଯନ୍ତ୍ର କରୁଥିବା କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଛି ।

ମୋବାଇଲରେ ବ୍ୟବହାର ହେଉଥିବା ଟ୍ରୁ କଲର ଆପ୍‌ ରେ ବ୍ୟବହାରକାରୀଙ୍କ ଠିକଣା, ଫୋନ ନମ୍ବର, ଫେସବୁକ୍‌ ଆଇଡି ସହ ବ୍ୟାଙ୍କ୍ ସମ୍ଭନ୍ଧିୟ ତଥ୍ୟ ମଧ୍ୟ ଉପଲବ୍ଧ ରହିଛି । ଯାହାକୁ ଅପବ୍ୟବହାର କରିବାର ଆଶଙ୍କା ରହିଛି । ଅନ୍‌ଲାଇନ୍‌ ଇଣ୍ଟେଲିଜେନ୍ସ ଫାର୍ମ ସାଇବଲ ପକ୍ଷରୁ ଏହି ନେଇ ରିସର୍ଚ୍ଚ କରାଯାଇଛି । ଡାଟା ବିକ୍ରି ହେବା ପରେ ଭାରତୀୟ ମାନେ ବିଭିନ୍ନ ପ୍ରକାର ଅନ୍‌ଲାଇନ୍‌ ସ୍କାମର ଶୀକାର ହୋଇପାରନ୍ତି । ସାଇବଲ ପକ୍ଷରୁ ଏଭଳି ସୂଚନା ଦିଆଯିବା ପରେ ଏବେ ଆହୁରି ସତର୍କ ହେବାର ସମୟ ଆସିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ୧୫ କୋଟିରୁ ଅଧିକ ଲୋକ ଟ୍ରୁ କଲର ବ୍ୟବହାର କରୁଛନ୍ତି ।

Leave a Reply