ଅଗଷ୍ଟ ପର୍ଯ୍ୟନ୍ତ EMI ଦେବାକୁ ଚାହୁଁ ନାହିଁନ୍ତି କି ? ତେବେ କରନ୍ତୁ ଏହି ଉପାୟ

1 min read

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ SBI ସବୁ ପ୍ରକାର ଟର୍ମ ଋଣ ପାଇଁ ଉପଲବ୍ଧ EMI ବା କିସ୍ତି କୁ ୩ମାସକୁ ବୃଦ୍ଧି କରିଛି । ଯାହା ଅଗଷ୍ଟଠାରୁ ଲାଗୁ ହେବ ବୋଲି ସ୍ଥିର କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ RBIର ଋଣ ଦେୟର କିସ୍ତି ବା EMIକୁ ୩୧ ଅଗଷ୍ଟକୁ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି । ଯାହାକୁ ଏବେ ଏସବି ଆଇ ମଧ୍ୟ ଲାଗୁ କଲା ।

   ପୂର୍ବରୁ RBI କରୋନା କାଳରେ ଜାରିଥିବା ଲକଡାଉନ ପାଇଁ ତାର ଟର୍ମ ଋଣ ନେଇଥିବା ଗ୍ରାହକମାନଙ୍କୁ କିସ୍ତିକୁ ନ ସୁଝିବାକୁ ତିନି ମାସ ପର୍ଯ୍ୟନ୍ତ ରିହାତି ଦେଇଥିଲା । କିନ୍ତୁ ଏବେ ଏଥିରେ ଆଉ ୩ମାସ ବଢାଇ ଦିଆଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ SBI ବୁଧବାର ଦୁନ କହିଛି ଯେ, ଗ୍ରାହକମାନଙ୍କୁ ଏହି ସୁବିଧା ଦେବା ପାଇଁ ବ୍ୟାଙ୍କ ତାର ନିୟମକୁ ସହଜ କରିଦେଇଛି । ବ୍ୟାଙ୍କ କହିଛି ଯେ, RBIର ନିର୍ଦ୍ଦେଶ ଅନୁସାରେ ମାସିକିଆ କିସ୍ତିର ସବୁ ଯୋଗ୍ୟ ଆକାଉଣ୍ଟଧାରୀମାନେ ୩ ମାସ ପାଇଁ ଏହି ସୁବିଧା ପାଇବେ ।

ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ ଜୁନ୍, ଯୋଗ୍ୟ ଋଣ ଗ୍ରାହକଙ୍କ ତାଙ୍କର  ଜୁଲାଇ ଏବଂ ଅଗଷ୍ଟ ୨୦୨୦  ଆସୁଥିବା EMI ଉପରେ ଷ୍ଟାଣ୍ଡିଂ ନିର୍ଦ୍ଦେଶନାମାକୁ ବନ୍ଦ କରିବାକୁ  ସମ୍ମତି ପାଇବା ପାଇଁ ସମ୍ପର୍କ କରାଯାଇଛି ।

ଏସବିଆଇ ପ୍ରାୟ ୮୫ ଲକ୍ଷ ଋଣ ନେଉଥିବା ଗ୍ରାହକଙ୍କୁ ଏସଏମଏସ ମାଧ୍ୟମରେ ସେମାନଙ୍କ EMI ବନ୍ଦ କରିବାକୁ ସହମତି ମାଗିବା ଆରମ୍ଭ କରିଛି । ଯଦି ଋଣ ନେଇଥିବା ବ୍ୟକ୍ତିମାନେ ସେମାନଙ୍କର EMI ସ୍ଥଗିତ ରଖିବାକୁ ଚାହାଁନ୍ତି, ତେବେ ବ୍ୟାଙ୍କଗୁଡିକ ଦ୍ୱାରା ପଠାଯାଇଥିବା SMS ରେ ଦିଆଯାଇଥିବା ଭର୍ଚୁଆଲ୍ ମୋବାଇଲ୍ ନମ୍ବରକୁ YES ଲେଖି ସେମାନଙ୍କୁ ଉତ୍ତର ଦେବାକୁ ପଡିବ । ଏହା ସେମାନଙ୍କୁ ଏସଏମଏସ ପାଇବାର ୫ଦିନ ମଧ୍ୟରେ କରିବାକୁ ପଡିବ ।

ଗତ କିଛିଦ୍ନ ହେବା ଗ୍ରାହକମାନେ EMI ରେ ରିହାତି ପାଇଁ ଚିନ୍ତିତ ଥିଲେ । ସେମାନେ ଏହି ସୂଚନାକୁ ସଠିକ୍ ଭାବେ ପାଇ ନଥିଲେ ଯାହାଫଳରେ ସେମାନେ ଏହାର ସୁବିଧାର ଫାଇଦା ପାଇପାରି ନଥିଲେ । ବର୍ତ୍ତମାନ ଏସବିଆଇ କହିଛି ଯେ ଗ୍ରାହକଙ୍କୁ କୌଣସି ପ୍ରକାରେ ବିରକ୍ତ ହେବାର ଆବଶ୍ୟକତା ନାହିଁ, ବ୍ୟାଙ୍କ ଏସଏମଏସ ପଠାଇବ ପରେ ତାହାକୁ ଅନୁସରଣ କରି, କେବଳ ସେହି ଗ୍ରାହକ ଯେଉଁମାନେ ରିହାତି ଚାହୁଁଛନ୍ତି ସେମାନଙ୍କୁ ଉତ୍ତର ଦେବାକୁ ପଡିବ । ଯଦି ଗ୍ରାହକମାନେ EMI ଦେୟ ଜାରି ରଖିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ କୌଣସି ପ୍ରକାରର ଉତ୍ତର ଦେବାକୁ ପଡ଼ିବ ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ, ଲକଡାଉନ ପାଇଁ କେନ୍ଦ୍ର ସରକାର ଅନେକ ରିହାତି ପ୍ରଦାନ କରୁଛନ୍ତି । ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କ ମଧ୍ୟ ରିହାତି ପ୍ରଦାନ କରିଛି । ଆରବିଆଇ ଲକଡାଉନର ପ୍ରାରମ୍ଭିକ ଦିନରେ ବ୍ୟାଙ୍କଗୁଡ଼ିକୁ ୩ ମାସ ପାଇଁ ଋଣ ଏବଂ ଇଏମଆଇ ଉପରେ ରିହାତି ଦେବାକୁ କହିଥିଲା । କିନ୍ତୁ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ଏହି ରିହାତିକୁ ଆଉ ୩ ମାସକୁ ବୃଦ୍ଧି କରିଛନ୍ତି।

ମୋଟ ଉପରେ, ଗ୍ରାହକମାନେ ୬ ମାସ ଅର୍ଥାତ୍ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ଏହି ରିହାତି ପାଇବେ । ଏହାର ଅର୍ଥ ହେଉଛି ଆପଣ ସମୁଦାୟ ୬ମାସ ପାଇଁ ଋଣର EMI ଦେବାକୁ ଚାହୁଁନାହାଁନ୍ତି, ତେବେ ବ୍ୟାଙ୍କଗୁଡିକ ଆପଣଙ୍କୁ ଉପରେ କୌଣସି ଚାପ ପକାଇବ ନାହିଁ । ସେହି ସମୟରେ, ଆପଣଙ୍କର କ୍ରେଡିଟ୍ ସ୍କୋର ମଧ୍ୟ ସଠିକ୍ ହେବ । ଯଦିଓ, ଏଥିପାଇଁ ଆପଣଙ୍କୁ ଅତିରିକ୍ତ ସୁଧ ଦେବାକୁ ପଡିବ ।

Leave a Reply