ଘରୋଇ ବସ୍‌ ମାଲିକ ସଂଘର ସୂଚନା, ଅପରିବର୍ତ୍ତିତ ରହିବ ବସ୍‌ଭଡ଼ା

ଭୁବନେଶ୍ୱର: ଆଜି ଠାରୁ ସାରା ରାଜ୍ୟରେ ଗଡିବ ଘରୋଇ ବସ୍‌ । ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅପରିବର୍ତ୍ତିତ ରହିବ ବସ୍‌ଭଡ଼ା । ଭଡ଼ା ପୂର୍ବରୁ ଯାହା ଥିଲା ସେୟା ରହିବ । ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । ଆଜି ପ୍ରଥମ ପର୍ଯାୟରେ କିଛି ବସ ଚଳାଚଳ ଆରମ୍ଭ କରିବ ।

ସବୁ ବସ ଚଳାଚଳ ପାଇଁ ୧୦ ଦିନ ଲାଗିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ୬ ମାସ ଟ୍ୟାକ୍ସ ଛାଡ ଦାବିରୁ ସରକାର ୩ ମାସ ଛାଡ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାକିଥିବା ଦାବି ଉପରେ ଖୁବ ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଯାତ୍ରା ସମୟରେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ବସ୍‌କୁ ସାନିଟାଇଜ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ସେହିଭଳି ୨୬ ତାରିଖରୁ ଆରମ୍ଭ ହୋଇଛି ମୋ ବସ୍ ସେବା । ରାଜ୍ୟ ସରକାରଙ୍କ ଅନୁମତିଚ ପରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ମୋ ବସ୍ ସେବା । ତେବେ ଏହା କେବଳ ସକାଳ ୭ ରୁ ସନ୍ଧ୍ୟା ୭ଟା ଯାଏଁ ୭ଟି ରୁଟରେ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି  ।

Leave a Reply