spot_img
Home Blog Page 7050

କରୋନା ଯୋଦ୍ଧାଙ୍କୁ ଅପମାନ : ଅଧିକାରୀଙ୍କୁ ପାସ ମାଗିଲେ ବୋଲି ଚୌକିଦାର ହେଲେ ବସଉଠ୍ !

ବିହାର: ବିହାରର ଆରରୀୟା ଜିଲ୍ଲାରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓଚିରେ ଦେଖାଯାଇଛି ଯେ, ଜଣେ ପୋଲିସ୍ ଜଣେ ବ୍ୟକ୍ତିଙ୍କ ସାମ୍ନାରେ ହାତ ଯୋଡ଼ି ଠିଆ ହୋଇଛନ୍ତି ଏବଂ ପରେ ସେ ସେହି ବ୍ୟକ୍ତିଙ୍କ ସାମ୍ନାରେ ବସଉଠ୍ ହେଉଛନ୍ତି ।

ଭିଡିଓର ଯାଞ୍ଚ କରିବା ପରେ ଜଣାପଡିଛି ଯେ ଯେଉଁ ସରକାରୀ ଅଧିକାରୀ ପୋଲିସ କର୍ମଚାରୀଙ୍କୁ ଉଠବସ୍ ହେବାର ଦଣ୍ଡ ଦେଉଥିବା ଏବଂ କ୍ଷମା ମାଗିବାକୁ କହୁଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜିଲ୍ଲା କୃଷି ପଦାଧିକାରୀ ମନୋଜ କୁମାର । ଏହି ଘଟଣା ସୋମବାର ବିହାରର ଆରାରିଆର ବୈରାଗାଛି ଚୌକ୍ ନିକଟରେ ଘଟିଛି । ପୋଲିସରେ ଚୌକିଦାର ପଦବିରେ କାର୍ଯ୍ୟରତ ଗଣେଶ ତାତ୍ମା ଲକଡାଉନ ସମୟରେ କୃଷି ପଦାଧିକାରୀ ମନୋଜ କୁମାରଙ୍କ କାରକୁ ଅଟକାଇ ଥିଲେ, ଏହାକୁ ନେଇ ସେ ଅତ୍ୟନ୍ତ ରାଗି ଯାଇଥିଲେ ।

ଆଶ୍ଚର୍ଯ୍ୟକର କଥା ହେଉଛି ସେଠାରେ ଉପସ୍ଥିତ ଥିବା ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ମନୋଜ କୁମାରଙ୍କ ସମର୍ଥନରେ ବାହାରି ପଡ଼ିଥିଲେ ଏବଂ ଗଣେଶଙ୍କୁ ପାଟି କରିବା ସହ ତାଙ୍କୁ ଦଣ୍ଡ ଦେବାକୁ ପଛାଇ ନଥିଲେ । ମନୋଜ କୁମାରଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଗଣେଶଙ୍କୁ କାନ ଧରି ବସ୍ଉଠ୍ ହେବାକୁ କହିବା ସହ କ୍ଷମା ମାଗାଇଥିଲେ।

ଏହି ୧୮ସେକେଣ୍ଡର ଭିଡିଓରେ ମନୋଜ କୁମାର ମଧ୍ୟ ଚୌକିଦାରଙ୍କୁ ଗାଳିଗୁଲଜ ଦେଇ କହିଛନ୍ତି ଯେ, ଯଦି ସେ ଭିଡିଓ କନଫରେନ୍ସିଂ ପାଇଁ ଜଲଦିରେ ନଥାନ୍ତେ ତାହାଲେ ସେ ଚୌକିଦାରଙ୍କୁ ଅଟକାଇବା ପରିବର୍ତ୍ତେ ସିଧା ସେ ଜେଲକୁ ପଠାଇ ଦେଇଥାନ୍ତେ । ସୂଚନାନୁସାରେ, ଆରରିୟା ଏସପି ଧୁର ସାୟାଲୀ ଏକ ଟିମ ଗଠନ କରି ଏହି ଘଟଣାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

କାମ ଦେଖାଉଛି ଲକଡାଉନ୍ : କରୋନାକୁ ନିୟନ୍ତ୍ରଣ କରିବାରେ ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ବିଶ୍ୱବ୍ୟାପି କରୋନା ଗ୍ରାଫ ଦିନକୁ ଦିନ ବୃଦ୍ଧି ହେଉଛି । ଏବେ ଆମେରିକା ଓ ଇଟାଲିରେ ସବୁଠୁ ଅଧିକ କରୋନା ସଂକ୍ରମିତ ଲୋକେ ଅଛନ୍ତି । କେବଳ ସେତିକି ନୁହେଁ ଆମେରିକାରେ କରୋନାଭାଇରସ ଯୋଗୁଁ ସବୁଠୁ ଅଧିକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି ।  ଭାରତରେ ଏପ୍ରିଲ ମାସ ୨୧ ତାରିଖ ସୁଦ୍ଧା ୧୮ ହଜାରରୁ ଅଧିକ କରୋନା ଜୀବାଣୁ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଗତ ଦୁଇ ମାସ ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକେ ପରୀକ୍ଷା କରିଛନ୍ତି । ତଥାପି, ପରୀକ୍ଷଣ ପଜିଟିଭ୍ ରେଟ୍ ତଥା TPR ଅନୁସାରେ ଭାରତ କୋଭିଡ୍-୧୯ ର ବିସ୍ତାରକୁ ନିୟନ୍ତ୍ରଣ କରିଛି । TPR ମାଧ୍ୟମରେ ସଂକ୍ରମଣର ଗତି କ’ଣ ରହିଛି ତାହା ଜଣାପଡେ ।

ଭାରତର ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ପ୍ରକାଶିତ ଲ୍ୟାବ ଟେଷ୍ଟ ଡାଟା ଅନୁଯାୟୀ ହାରାହାରି ୨୩ ଜଣଙ୍କର ପରୀକ୍ଷା କଲେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଏପ୍ରିଲ ମାସ ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଟିଆରପି ପ୍ରାୟତଃ ୪ ପ୍ରତିଶତ ଥିଲା। ଏହା ଦୁନିଆର କେତେକ ପ୍ରଭାବିତ ଦେଶ ତୁଳନାରେ ଖୁବ କମ୍ ରହିଛି । ଏହି ମାମଲାରେ ଦକ୍ଷିଣ କୋରିଆର ଭଲ ପ୍ରଦର୍ଶନ ରହିଛି, ଯାହାର ଟିପିଆର ୧.୯ ପ୍ରତିଶତ ରହିଛି। ବ୍ରାଜିଲର ଟିଆରପି ୬.୪ ପ୍ରତିଶତ ରହିଛି । ଏହାପରେ ଜର୍ମାନି ୭.୭ ପ୍ରତିଶତ, ଜାପାନ ୮.୮ ପ୍ରତିଶତ, ଇଟାଲୀ ୧୩.୨ ପ୍ରତିଶତ, ସ୍ପେନ୍ ୧୮.୨ ପ୍ରତିଶତ ଏବଂ ଆମେରିକା ୧୯.୩ ପ୍ରତିଶତ ରହିଛି। ICMR ପରୀକ୍ଷା ତଥ୍ୟ ଅନୁସାରେ ଯଦି ପରୀକ୍ଷା ସଂଖ୍ୟା ବୃଦ୍ଧି ହୁଏ ତେବେ ମାମଲା ସଂଖ୍ୟା ମଧ୍ୟ ବଢିପାରେ ।

 

ଆମେରିକୀୟ ଅଶୋଧିତ ତେଲ ମୂଲ୍ୟରେ ଐତିହାସିକ ହ୍ରାସ, ବ୍ୟାରେଲ ପିଛା ୦.୦୧ ଡଲାରରେ ପହଞ୍ଚିଲା ଦାମ

ୱାଶିଂଟନ୍: ବିଶ୍ୱରେ ଜାରି ରହିଥିବା କରୋନା ସଙ୍କଟ ମଧ୍ୟରେ ଆମେରିକାର ଅଶୋଧିତ ତୈଳ ମୂଲ୍ୟରେ ଐତିହାସିକ ହ୍ରାସ ଘଟିଛି । ବର୍ତ୍ତମାନ ତେଲର କୌଣସି ଚାହିଦା ନଥିବାରୁ ତେଲର ମୂଲ୍ୟ ବ୍ୟାରେଲ ପିଛା ୦.୦୧  ଡଲାର ହ୍ରାସ ପାଇଛି । ବିଶ୍ୱରେ ୧୮୫ ରୁ ଅଧିକ ଦେଶ କରୋନାଭାଇରସ କବଳରେ ଆସି ସାରିଲାଣି । କରୋନାଭାଇରସ୍ ସଙ୍କଟ ହେତୁ ସମଗ୍ର ବିଶ୍ୱରେ ତୈଳର ଚାହିଦା ହ୍ରାସ ହେତୁ ଏହାର ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଉଛି। ଇତିହାସରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳର ମୂଲ୍ୟ ଏତେ ମାତ୍ରାରେ ହ୍ରାସ ପାଇଛି ।

ଆନ୍ତର୍ଜାତୀୟ ବଜାରରେ ଆମେରିକାର ପଶ୍ଚିମ ଟେକ୍ସାସ ମଧ୍ୟବର୍ତ୍ତୀ ଅଶୋଧିତ ତୈଳର ମୂଲ୍ୟ ସୋମବାର ଦିନ ବ୍ୟାରେଲ ପିଛା ଦୁଇ ଡଲାରରୁ କମ୍ ହୋଇଛି। ଏହା ପୂର୍ବରୁ ବଜାର ଖୋଲିବା ପରେ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୦.୩୪ ଡଲାର ତଳକୁ ଖସି ଆସିଥିଲା, ଯାହା ୧୯୮୬ ପରଠାରୁ ଏହାର ସର୍ବନିମ୍ନ ସ୍ତର ଥିଲା।

କରୋନା ସଙ୍କଟ ଉପରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଏବେ ଆମେରିକାରେ ରହିପାରିବେନି ବିଦେଶୀ ନାଗରିକ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ସହ ଯୁଦ୍ଧ କରୁଥିବା ଆମେରିକା ଇମିଗ୍ରେସନ କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସକାଳେ ଏହା ଘୋଷଣା କରିଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାହାରୁ କୌଣସି ବ୍ୟକ୍ତି ଆମେରିକାରେ ପ୍ରବେଶ କରି ରହିପାରିବେ ନାହିଁ । ଟ୍ୱିଟ୍ ଯୋଗେ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କରୋନା ଭାଇରସ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିଥିବା ପ୍ରଭାବକୁ ଆଖି ଆଗରେ ରଖି ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଛନ୍ତି ।

କରୋନା ଭଳି ଅଦୃଶ୍ୟ ଶତୃ ଆକ୍ରମଣ  ଯୋଗୁଁ ଯେଉଁ ସ୍ଥିତି ଉପୁଜିଛି, ତାଠାରୁ ଆମ ଆମେରିକା ବାସୀଙ୍କୁ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି ଟ୍ରମ୍ପ । ତେବେ ଏହା ସ୍ପଷ୍ଟ ଯେ ଆଗାମୀ ଆଦେଶ ପର୍ଯ୍ୟନ୍ତ କଣସି ବିଦେଶୀ ନାଗରିକ ଆମେରିକାରେ ପ୍ରବେଶ କରିପାରିବେ ନାହିଁ । ବିଶ୍ୱ ବ୍ୟାପି ଲୋକ ଆମେରିକାକୁ ଚାକିରୀ ଏବଂ ବ୍ୟବସାୟ କରିବା ପାଇଁ ଆସନ୍ତି ଏବଂ ପରବର୍ତ୍ତୀ ସମୟରେ ସିଟିଜେନସିପ ପାଇଁ ଆପ୍ଲାୟ କରନ୍ତି ।

କରୋନା ଭାଇରସ ଯୋଗୁଁ ଆମେରିକାରେ ଏବେ ସବୁଠୁ ବଡ଼ ସଙ୍କଟର ସାମ୍ନା କରୁଛି । ବିଗତ ଦୁଇ ମାସ ମଧ୍ୟରେ ଆମେରିାରେ ୧ କୋଟିରୁ ଅଧିକ ଲୋକ ନିଜର ଚାକିରୀ ହରେଇ ସାରିଲେଣି ଏବଂ ବେରୋଜଗାରୀଙ୍କୁ ମିଳୁଥିବା ସୁବିଧା ପାଇଁ ଆପ୍ଲାୟ କରିସାରିଛନ୍ତି ।

 

ଦେଶରେ ବଢୁଛି କରୋନା ସଂକ୍ରମଣ : ୧୮ ହଜାରରୁ ଅଧିକ ଆକ୍ରାନ୍ତ, ୫୯୦ ମୃତ, ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା

ନୂଆଦିଲ୍ଲୀ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୫୫୩ ଟି ନୂଆ ପଜିଟିଭ କେସ୍‌ ଚିହ୍ନଟ ହୋଇଥିବା ବେଳେ ୪୭ ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ କରୋନାଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ ୫୯୦ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୮,୬୦୨କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଏକ ଭଲ ଖବର ଏହା ଯେ, ୩,୨୫୨ ରୋଗୀ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି  । କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ୍ କୁ ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ଏବେ ବି ସ୍ଥିତି ଗମ୍ଭୀର ରହିଛି । ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୫୦୦ ଅତିକ୍ରମ କରିଯାଉଛି ।

ଏ କ୍ଷେତ୍ରରେ କିନ୍ତୁ ଓଡ଼ିଶା ଓ କେରଳର ଛବି ସମ୍ପୂର୍ଣ୍ଣ ଅଲଗା । ଏହି ଦୁଇ ରାଜ୍ୟର ଭାଇରସ ମୁକାବିଲା ମଡେଲକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର । ୩୦ ଦିନ ମଧ୍ୟରେ ଦୁଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି  । ଯାହା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି । ୨୦ ଦେଶ ସହ ମିଶି ଭାରତ ସରକାର କରୋନା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଦେଶର କିଛି ସ୍ଥାନରେ କଟକଣା କୋହଳ କରାଯାଇଛି । କିଛି ଅତ୍ୟାବଶ୍ୟକ ସେବାକୁ ଲକ୍‌ଡାଉନ ଭିତରେ ଆରମ୍ଭ କରିବା ପାଇଁ କୁହାଯାଇଛି । ବିଶ୍ୱରେ ୨୪ ଲକ୍ଷ ପାର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଲକ୍ଷେ ୬୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । କେବଳ ଆମେରିକାରେ ୭ ଲକ୍ଷ ୬୪ ହଜାର ଆକ୍ରାନ୍ତ ଥିବା ବେଳେ ୪୦ ହଜାର ୫୦୦ ଟପିଲାଣି ମୃତ୍ୟୁ ସଂଖ୍ୟା । ଏଥିସହ ସ୍ପେନରେ ଦୁଇ ଲକ୍ଷ, ଇଟାଲୀରେ ଳକ୍ଷେ ୭୮ ହଜାର, ଫ୍ରାନ୍ସରେ ଲକ୍ଷେ ୫୨ ହଜାର ଆକ୍ରାନ୍ତ ଆଜି ପର୍ଯ୍ୟନ୍ତ ଚିହ୍ନଟ ହେଲେଣି ।

ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ… ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଘାରିଲା ଫେରନ୍ତା ଚିନ୍ତା। ଆଜି ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଇ ୫ କରୋନା ପଜିଟିଭ ବାଲେଶ୍ୱରରୁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି ।  ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ହୋଇଛି ।

ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ସୂଚନା ଅନୁସାରେ ଏବେ ରାଜ୍ୟରେ ମୋଟ୍ ୫୩ ଆକ୍ଟିଭ୍ କେସ୍ ରହିଛି । ସଂକ୍ରମିତଙ୍କ ସଂଖ୍ୟା ୭୯ ରେ ପହଞ୍ଚଥିବା ବେଳେ ରାଜ୍ୟରେ ସଂକ୍ରମଣ ରୋକିବାକୁ ଜୋରସୋର୍‌ରେ  ଟ୍ରାକିଂ ଓ ଟ୍ରେସିଂ କାମ ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୫ଜଣ ସୁସ୍ଥ ହୋଇଛନ୍ତି। ସେପଟେ କରୋନା ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଘାରିଲା ଫେରନ୍ତା ଚିନ୍ତା। ଆଜି ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ସୂଚନା ଅନୁସାରେ ଏବେ ରାଜ୍ୟରେ ମୋଟ୍ ୫୩ ଆକ୍ଟିଭ୍ କେସ୍ ରହିଛି । ସଂକ୍ରମିତଙ୍କ ସଂଖ୍ୟା ୭୯ ରେ ପହଞ୍ଚଥିବା ବେଳେ ରାଜ୍ୟରେ ସଂକ୍ରମଣ ରୋକିବାକୁ ଜୋରସୋର୍‌ରେ  ଟ୍ରାକିଂ ଓ ଟ୍ରେସିଂ କାମ ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୫ଜଣ ସୁସ୍ଥ ହୋଇଛନ୍ତି। ସେପଟେ କରୋନା ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି।

ଗତ କାଲି ରାଜ୍ୟରେ ୧୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ଚିହ୍ନଟ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭଦ୍ରକରେ ସଂକ୍ରମଣ ରୋକିବାକୁ ପ୍ରଶାସନ ୫ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ସଂପୃକ୍ତ ଅଞ୍ଚଳର ଦୁଇଟି ବ୍ଲକରେ ଲକଡାଉନ ନିୟମ ଆହୁରି କଡ଼ାକଡ଼ି କରାଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ସେହିପରି ବାଲେଶ୍ବରରେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ ପ୍ରଶାସନ ସିଲ୍‌ କରି ସାନିଟାଇଜ କରିଛି ।

ପୁରୁଣା ରୋଗରୁ ମୁକ୍ତି ପାଇବେ, ଅର୍ଥ ସମସ୍ୟା ଦୁର ହେବ

ଆଜି ହେଉଛି ୨୧ ଏପ୍ରିଲ୍‌, ୨୦୨୦ ମସିହା, ମେଷ ୯ ଦିନ,

୧୯୪୨ ଶକାଦ୍ଦ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌, ବୈଶାଖ ମାସ, କୃଷ୍ଣପକ୍ଷ,ଚତୁର୍ଦ୍ଦଶୀ ତିଥି

ମଙ୍ଗଳବାର, ଉତ୍ତରଭାଦ୍ର ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ପଶ୍ଚିମ ଦିଗରେ ରହୁଥିବାରୁ ପଶ୍ଚିମ ଦିଗକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- ଧନୁ ରାଶି ପୁରୁଷ,ତୁଳା ରାଶି ମହିଳାଙ୍କ ପାଇଁ

ମକର ରାଶି ପାଇଁ ଘାତବାର

ଶୁଭ ସମୟ- ଦିନ ୯ଟା ୩୮ ମିନିଟ୍‌ ଠାରୁ ଦିନ ୧୨ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ ୩ଟା ଠାରୁ ଦିନ ୪ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ

ଆଜି ବିରି ଖାଇବା ମନା

ମେଷ ରାଶି

ଅଶ୍ବିନୀ ନକ୍ଷତ୍ର- କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ, ପରିବାର ସହିତ ସମୟ କାଟିବେ

ଦ୍ବିଜା ନକ୍ଷତ୍ର- ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସଫଳ ହେବେ

କୃତ୍ତିକାନକ୍ଷତ୍ର- ଆର୍ଥିକ ସଂକଟ ସହ ଦୁଶ୍ଚିନ୍ତା ମଧ୍ୟରେ ସମୟ କଟିବ

ନିଜର ପୂଜା ଘରେ ମହାଦେବଙ୍କୁ ଲାଲ ଫୁଲ ଅର୍ପଣ କରି ପୂଜା କରିବେ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ଶରୀର ପ୍ରତି ବିପଦ ରହିଛି ,ସତର୍କ ରୁହନ୍ତୁ

ରୋହିଣୀ ନକ୍ଷତ୍ର- ଆନନ୍ଦ ଉଲ୍ଲାସରେ ସମୟ କଟିବ,ବନ୍ଧୁଙ୍କର ସହଯୋଗ ପାଇବେ

ମଗଶିରା ନକ୍ଷତ୍ର- କାର୍ଯ୍ୟରେ ବାଧା ରହିବ, ଦୁର୍ଘଟଣାର ଭୟ ମଧ୍ୟ ରହିଛି

ଗାଈକୁ ଅରୁଆ ଚାଉଳ ଓ ଶାଗ ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ଧନହାନୀ,ପ୍ରାଣପୀଡା ପରି ପରିସ୍ଥିତି ରହିଛି, ଜଗିରଖି ଚଳନ୍ତୁ

ଆର୍ଦ୍ରା ନକ୍ଷତ୍ର- ଶରୀର,ମନ ସ୍ଥିର ରହିବ, ବନ୍ଧୁଙ୍କ ଗହଣରେ ସମୟ କାଟିବେ

ପୁନର୍ବସୁ ନକ୍ଷତ୍ର- ଖର୍ଚ୍ଚ ବୃଦ୍ଧି ହେବ,ନିଜର ଭୁଲ୍‌ ନିଷ୍ପତ୍ତି ପାଇଁ ଅନୁତାପ କରିବେ

ଓଁ ନମଃ ଶିବାୟ ମନ୍ତ୍ରକୁ ୧୧ ଥର ପାଠ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- ଆକସ୍ମିକ ବିପଦ ରହୁଥିବାରୁ ସତର୍କ ରହି କାମ କରନ୍ତୁ

ପୁଷ୍ୟ। ନକ୍ଷତ୍ର- ପୁରୁଣା ରୋଗରୁ ମୁକ୍ତି ପାଇବେ, ଅର୍ଥ ସମସ୍ୟା ଦୁର ହେବ

ଅଶ୍ଲେଷା ନକ୍ଷତ୍ର- କମ୍‌ ପରିଶ୍ରମରେ ଅଧିକ ଲାଭ ମିଳିବ,ମନରେ ଉତ୍ସାହ ଦେଖାଦେବ

ବୁଲା କୁକୁରକୁ ଖାଦ୍ୟ ଦାନ କରନ୍ତୁ

ସିଂହ ରାଶି

ମଘାନକ୍ଷତ୍ର- ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ, ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ

ପୂର୍ବା ଫାଲଗୁନୀ ନକ୍ଷତ୍ର- ମାନସିକ ଶାନ୍ତି ଓ ଆର୍ଥିକ ଲାଭର ଯୋଗ ରହିଛି

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଖର୍ଚ୍ଚ ବଢିବା ଯୋଗୁଁ ମାନସିକ ଅଶାନ୍ତି ବଢିବ

ଶ୍ରୀହନୁମାନଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଆର୍ଥିକ ପରିସ୍ଥିତି ଖରାପ ଯୋଗୁଁ ଅଶାନ୍ତିରେ ରହିବେ

ହସ୍ତା ନକ୍ଷତ୍ର- ଆଶା କରୁଥିବା ଦିଗରୁ ସଫଳତା ଓ ଅର୍ଥ ମିଳିବ

ଚିତ୍ରା ନକ୍ଷତ୍ର- ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ, ନିଜ ଭୁଲ୍‌ ପାଇଁ ଅପମାନିତ ହେବେ

ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ୧୧ ଥର ପାଠ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର- ବିଳମ୍ବରେ କାର୍ଯ୍ୟ ସଫଳ ହେବ, ଧୈର୍ଯ୍ୟ ସହ କାମ କରନ୍ତୁ

ସ୍ବାତୀ ନକ୍ଷତ୍ର- ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ

ବିଶାଖା ନକ୍ଷତ୍ର-ଆକସ୍ମିକ ବିପଦ ଥିବାରୁ ଜଗି ରଖି ଚଳନ୍ତୁ

ଅସହାୟ ବ୍ୟକ୍ତିଙ୍କୁ ଜଳଦାନ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ଅର୍ଥକୁ ନେଇ ଅଶାନ୍ତିରେ ରହିବେ

ଅନୁରାଧା ନକ୍ଷତ୍ର- ପରୋପକାର କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ

ଜ୍ୟେଷ୍ଠା ନକ୍ଷତ୍ର- ପାରିବାରିକ ଜୀବନ ସୁଖମୟ ରହିବ,ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ

ହଳଦୀ ନିଜ ପାଖରେ ରଖନ୍ତୁ

ଧନୁ ରାଶି

ମୂଳାନକ୍ଷତ୍ର- ଉତ୍ସାହର ସହିତ କାର୍ଯ୍ୟ କରିବେ, ସଫଳତା ପାଇବେ

ପୂର୍ବାଷାଢା ନକ୍ଷତ୍ର- ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ, ଚେଷ୍ଟା କରୁଥିବା ଦିଗରୁ ଅର୍ଥ ପାଇବେ

ଉତ୍ତରାଷାଢା ନକ୍ଷତ୍ର- ଧନହାନୀ ହେବା ସହ ମାନସିକ ଅଶାନ୍ତି ଭିତରେ ସମୟ କଟିବ

କିଛି ବାଦାମ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର- ଶରୀର ପ୍ରତି ବିଶେଷ ଧ୍ୟାନ ଦେଇ ଚଳନ୍ତୁ

ଶ୍ରବଣା ନକ୍ଷତ୍ର- ସମସ୍ତ କାର୍ଯ୍ୟରେ ସଫଳତା ପାଇବେ, ଅନେକ ଦିନର ଆଶା ସଫଳ ହେବ

ଧନିଷ୍ଠା ନକ୍ଷତ୍ର- ପଡୋଶୀଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ

ମା’ଦୁର୍ଗାଙ୍କୁ ବେଲପତ୍ର ଓ କଦଳୀ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର- ଖର୍ଚ୍ଚ ବଢିବ, ପାରିବାରିକ ଅଶାନ୍ତି ଭିତରେ ସମୟ କଟିବ

ଶତଭିଷା ନକ୍ଷତ୍ର- ଶରୀର ପ୍ରତି ବିପଦ ଥିବାରୁ ଘରୁ ବାହାରିବେ ନାହିଁ

ପୂର୍ବାଭାଦ୍ରପଦ ନକ୍ଷତ୍ର- ଧୈର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ପାଇବେ

ଗରିବ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

ମୀନ ରାଶି

ପୂର୍ବାଭାଦ୍ରପଦ ନକ୍ଷତ୍ର -ନିଜର କର୍ମମୟ ଜୀବନକୁ ନେଇ ଚିନ୍ତାରେ ରହିବେ

ଉତ୍ତରାଭାଦ୍ରପଦ ନକ୍ଷତ୍ର- ଧାର୍ମିକ ପରିବେଶରେ ସମୟ କଟିବ

ରେବତୀ ନକ୍ଷତ୍ର- ଦିନଟିକୁ ଜଗି ରଖି ଚଳନ୍ତୁ

ମା’ଙ୍କର କଥାକୁ ମାନି ଚଳନ୍ତୁ

 

ଜ୍ୟୋତିବିଦ୍‌ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935