କ୍ୟାବିନେଟରେ ୨୪ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର, ରାଜ୍ୟ ଅର୍ଥନୀତିର ସୁଧାର ପାଇଁ ନିଆଯିବ ନିଷ୍ପତ୍ତି

1 min read

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଦିନ ରାଜ୍ୟ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । କ୍ୟାବିନେଟରେ ୨୪ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ରାଜ୍ୟ ଅର୍ଥନୀତିର ସୁଧାର ପାଇଁ ନିଷ୍ପତ୍ତି ନିଆଯିବ । କରୋନା ଯୋଗୁଁ ଏବେ ବିଭିନ୍ନ ବିଭାଗରେ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାବଦ ରାଜ୍ୟ ଅଂଶ ଓଡ଼ିଶାକୁ ମିଳୁନାହିଁ ।

ଏହାର ଭରଣା ପାଇଁ ଅଧିକ ଟିକସ ସଂଗ୍ରହ ନେଇ କ୍ୟାବିନେଟରେ ଅର୍ଥ ବିଭାଗର କିଛି ପ୍ରସ୍ତାବକୁ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି । ରାଜ୍ୟ ସରକାର ୨୦୨୦-୨୧ ବଜେଟ ବ୍ୟବସ୍ଥାର ପୁନଃ ସମୀକ୍ଷା କରିବା ସହ ନୂଆ ଟିକସ କିମ୍ବା କର ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଥିବା ସୂଚନା ମିଳୁଛି । ସେହିପରି ଓଡ଼ିଶାରେ ଏନ୍‌ଡିଆରଏଫ୍‌ର ଷ୍ଟେସନ ପ୍ରତିଷ୍ଠା ପାଇଁ ବାଲେଶ୍ୱରରରେ ସାଢେ ୩ ଏକର ଜମି ଯୋଗାଇ ଦିଆଯିବ । ଏ ସଂପର୍କିତ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିବାର ସମ୍ଭାବନା ରହିଛି ।

ଜିଏସ୍‌ଟି ୨୦୨୦ ଅର୍ଡିନାନ୍ସ ଜାରି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିବ । ଏଥିସହିତ ରାଜସ୍ୱ ବିଭାଗର ୫ଟି, ଅର୍ଥ ବିଭାଗର ୪ଟି, ପର୍ଯ୍ୟଟନ ବିଭାଗର ଗୋଟିଏ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ, ଅର୍ଥ ବିଭାଗର ୪ଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୨ଟି ଏବଂ ସମବାୟ ବିଭାଗର ଗୋଟିଏ ପ୍ରସ୍ତାବକୁ  ମଞ୍ଜୁରି ମିଳିବାର ସମ୍ଭାବନା ରହିଛି ।

ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି, ଦ୍ୱିତୀୟ ବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

Leave a Reply