ଆଜିଠୁ ରାଜ୍ୟରେ ଅନଲକ ଟୁ… ରାତି ୯ଟାରୁ ସକାଳ ୫ ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ…୧୦ଟି ଉପକୂଳ ଜିଲ୍ଲାରେ ସାପ୍ତାହିକ ସଟଡାଉନ୍ ବଳବତ୍ତର
ଜନ୍ମ ବେଦୀରୁ ରତ୍ନ ବେଦୀକୁ ହେବ ନବଦିନାତ୍ମକ ଯାତ୍ରା, କଡ଼ା କର୍ଫ୍ୟୁ ଭିତରେ ବାହୁଡ଼ିବେ ମହାପ୍ରଭୁ
ପୁରୀ: ବାହୁଡ଼ିବେ ଚତୁର୍ଦ୍ଧା ମୂରତି । ଶରଧାବାଲିରୁ ସିଂହ ଦୁଆର ସାମ୍ନାକୁ ଲେଉଟି ଆସିବେ ମହାପ୍ରଭୁ । ସବୁ ଲିଳାଖେଳା ସାରି ଜନ୍ମ ବେଦୀରୁ ରତ୍ନ ବୋଦୀକୁ ହେବ ବାହୁଡ଼ା ଯାତ୍ରା । ତିନି ରଥ ଶରଧାବାଲିରେ ପ୍ରସ୍ତୁତ ରହିଛି । ମହାପ୍ରଭୁଙ୍କ ରଥ ଉପରକୁ ବିଜେ ନେଇ ରଥରେ ଚାରମାଳ ଜୋଖା ସରିଛି । ଖାଲି ଅପେକ୍ଷା କେତେବେଳେ ମହା ବିଗ୍ରହ ରଥାରୂଢ଼ ହେବେ ଆଉ ଆରମ୍ଭ ହେବ ବାହୁଡ଼ା ଯାତ୍ରା । ଧାଡ଼ି ପହଣ୍ଡିରେ ତିନି ରଥକୁ ବିଜେ କରିବେ ଚତୁର୍ଦ୍ଧା ମୂରତି ।
ଆଜି ସକାଳୁ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ନୀତି ସଂପନ୍ନ ହେବା ପରେ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ଭୋଗ ଓ ସକାଳ ଧୂପ ଭୋଗ ସଂପନ୍ନ ହୋଇଛି । ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ ହୋଇଥିବା ବେଳେ ଶ୍ରୀଜିଉଙ୍କ ସେନାପଟା ଲାଗି ନୀତି କରାଯାଉଛି । ଏହାପରେ ମହାପ୍ରଭୁଙ୍କର ଦଇତାପତି ଓ ବିଦ୍ୟାପତି ସେବକମାନେ ପୁଷ୍ପାଞ୍ଜଳି ଓ ଡୋରଲାଗି କରି ପହଣ୍ଡି ନୀତି ଅନୁଷ୍ଠିତ ହେବ ।
ଧାଡ଼ି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ତିନି ରଥକୁ ବିଜେ ହେବେ । ପହଣ୍ଡି ନୀତି ଶେଷ ହେବା ପରେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି କରାଯାଇ ରଥ ଉପରେ ଶ୍ରୀଜିଉଙ୍କ ବେଶ ହେବ । ଏହାପରେ ଗଜପତି ମହାରାଜା ଛେରା ପହଁରା ନୀତି କରିବେ । ଦିନ ୧୨ଟା ରଥ ଟଣା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି ।
ମଙ୍ଗଳବାର ରାତିରୁ ୨ ତାରିଖ ଅର୍ଥାତ ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବଡଦାଣ୍ଡକୁ କାହାକୁ ଆସିବାକୁ ଦିଆଯାଉ ନାହିଁ । କେବଳ ସେବକମାନେ ରଥ ଟାଣିପାରିବେ । ବଡଦାଣ୍ଡରେ କଡା ସୁରକ୍ଷା ଭିତରେ ସବୁ କିଛି କରାଯାଉଛି । ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହିତ ଗଳିକନ୍ଦିକୁ ସିଲ୍ କରାଯାଇଛି ।
ଏହି ରାଶିର ଲୋକଙ୍କର ଆଜି ହୋଇପାରେ ଆର୍ଥିକ କ୍ଷତି… ଜାଣନ୍ତୁ
ଆଜିର ପଞ୍ଚାଙ୍ଗ: ୦୧/୦୭/୨୦୨୦ ବୁଧବାର ୧୪୨୭ସାଲ,
୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍,
ଆଷାଢ ଶୁକ୍ଲ ୧୧ଶୀ ସଂଧ୍ୟା ୦୫:୩୦
ଗତେ ୧୨ଶୀ ମିଥୁନ ୧୭ଦିନ
ତୁଳା ରାତ୍ରି ୦୮:୫୬ ଗତେ ବିଛାଚନ୍ଦ୍ର
ବିଶାଖା ରାତ୍ରି ୦୨:୩୪ ଗତେ ଅନୁରାଧା ନକ୍ଷତ୍ର
ଘାତ ଚନ୍ଦ୍ର – ନାସ୍ତି
ଘାତ ବାର – କର୍କଟ ରାଶିର
ଯୋଗିନି – ଆଗ୍ନୟେ ସଂଧ୍ୟା ୦୫:୨୯ ଗତେ ନୈଋତେ
ପୁଷ୍କର ଦୋଷ – ୧ପାଦ ସଂଧ୍ୟା ୦୫:୨୯ ପର୍ଯ୍ୟନ୍ତ ଗତେ ରାତି ୦୨:୩୪ ପର୍ଯ୍ୟନ୍ତ ୨ପାଦ
ଶୁଭ ସମୟ –
ପ୍ରାତଃ ୦୭:୫୩ ରୁ ୦୮:୩୨
ଦିବା ୧୦:୧୨ ରୁ ୧୧:୨୪
ଦିବା ୦୨:୦୨ ରୁ ୦୫:୩୩
ସଂଧ୍ୟା ୦୬:୨୬ ରୁ ୧୦:୦୨
ଅଶୁଭ ସମୟ –
ଦିବା ୦୮:୩୩ ରୁ ୧୦:୧୧
ଦିବା ୧୧:୫୦ ରୁ ୦୧:୨୯
ବିଛା ଚନ୍ଦ୍ର ଅହୋରାତ୍ର ଅନୁରାଧା ରାତ୍ରି ୦୧:୧୪ ଗତେ ଜ୍ୟେଷ୍ଠା ନକ୍ଷତ୍ର
ଘାତ ଚନ୍ଦ୍ର – ନାହିଁ
ଘାତ ବାର – ତୁଳା ଓ କୁମ୍ଭ ରାଶିର
ଯୋଗିନି – ନୈଋତେ ଦିବା ୦୩:୧୭ ଗତେ ଦକ୍ଷିଣେ
ମେଷ ରାଶି
ଅଶ୍ୱିନୀ ନକ୍ଷତ୍ର
ପୁରୁଷ ମାନଙ୍କର ପେଟ ଜନିତ ଆସୁବିଧା ରହିବ ଏବଂ ମହିଳା ମାନଙ୍କର ଋତୁଚକ୍ର ଜନିତ ବ୍ୟତିକ୍ରମ ହେବ ।
ଦ୍ୱିଜା ନକ୍ଷତ୍ର – ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ ସଂପୂର୍ଣ୍ଣ ସତର୍କ ରହିବେ ଦଣ୍ଡିତ ହୋଇପାରନ୍ତି ।
କୃତ୍ତିକା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇକି ବାହାରନ୍ତୁ ।
ଶୁଭ ରଙ୍ଗ – ନିଳ
ଖାଇଲାବେଳେ କ୍ଷିର କିମ୍ବା ଦହି ମିଶାଇ ଖାଆନ୍ତୁ ।
ବୃଷ ରାଶି
କୃତ୍ତିକା ନକ୍ଷତ୍ର – ଆଜି କୌଣସି ଆର୍ଥିକ କ୍ଷତି ହେବ ଏବଂ ନିଚ୍ଚଲୋକ ଠାରୁ ଅପମାନିତ ହେବେ ମଥାରେ ଚନ୍ଦନ ଲଗାନ୍ତୁ ।
ରୋହିଣି ନକ୍ଷତ୍ର – ସ୍ୱାମୀ ସ୍ତ୍ରୀ କିମ୍ବା ପ୍ରେମୀଯୁଗଳ ହିଅନ୍ତୁ ମତାନ୍ତର ସହିତ ମନ ବିଚଳିତ ରହିବ, କିଛି ଖାଦ୍ୟ ଦାନ କରନ୍ତୁ ।
ମୃଗଶିରା ନକ୍ଷତ୍ର – ପିତାଙ୍କ ସହିତ ମତଭେଦ ହେବ ଏବଂ ଆଜି ଅଯଥା ଖର୍ଚ୍ଚାନ୍ତ ହେବେ ।
ଶୁଭ ରଙ୍ଗ – ଅଧିକ ଲାଲ ରଙ୍ଗ ବ୍ୟବହାର କରନ୍ତୁ ।
ମଥାରେ ଚନ୍ଦନ ଲଗାନ୍ତୁ ଏବଂ ଚନ୍ଦନ କାଠି ପାଖରେ ରଖନ୍ତୁ ।
ମିଥୁନ ରାଶି
ମୃଗଶିରା ନକ୍ଷତ୍ର – ଅଶୁଭ ବୃହଷ୍ପତି ଏବଂ ଶନି ଆଜି ସାଧାରଣ କଥାକୁ ନେଇ ପାରିବାରିକ ବିଶୃଙ୍ଖଳା କରିବେ ଫଳରେ ମନ ଦୁର୍ବଳ ରହିବ ।
ଆର୍ଦ୍ରା ନକ୍ଷତ୍ର – ଆଜି ଅଚାନକ କାହା ସହିତ ଅଯଥା ମତାନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ ।
ପୂନର୍ବସୁ ନକ୍ଷତ୍ର – ଅଯଥା ସନ୍ଦେହ ମନକୁ ଭାରାକ୍ରାନ୍ତ କରିଦେବ, ମିତ୍ର ଆଜି ଶତୃ ପାଲଟିଯିବ ।
ଶୁଭ ରଙ୍ଗ – ଧଳା
ଆଜି କାଳି କିମ୍ବା ଶନି ମନ୍ଦିର ଦର୍ଶନ କରନ୍ତୁ ଲୁହା କଣ୍ଟାଟିଏ ପାଖରେ ରଖନ୍ତୁ ।
କର୍କଟ ରାଶି
ପୂନର୍ବସୁ ନକ୍ଷତ୍ର – ପ୍ରତି କାମ ବିଳମ୍ବରେ ହାସଲ ହେବ, ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ ।
ପୂଷ୍ୟା ନକ୍ଷତ୍ର – ଆଜି ମନ ସନ୍ଦେହ ଭିତରେ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ ।
ଅଶ୍ଲେଷା ନକ୍ଷତ୍ର – ପାରିବାରିକ ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣାର ଶିକାର ଏବଂ ଅର୍ଥଚିନ୍ତା ବଢିବ ।
ଶୁଭ ରଙ୍ଗ – ଧଳା
କଳାଲୋକକୁ ଷୋରିସ ତେଲ ଦାନ କରନ୍ତୁ ।
ସିଂହ ରାଶି
ମଘା ନକ୍ଷତ୍ର – ଅଯଥା ଗଣ୍ଡଗୋଳିଆ ସ୍ଥିତି ଉପୁଜିବ ଫଳରେ ମାନସିକ ଅବସାଦରେ ଦିନ କଟିବ ।
ପୂର୍ବାଫାଲଗୁନି ନକ୍ଷତ୍ର – ପ୍ରବାସରେ ଥିବା ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ବଢିବ, ପରିବାର ଠାରୁ ଦୂରରେ ରହିବେ ।
ଉତ୍ତରାଫାଲଗୁନୀ ନକ୍ଷତ୍ର – ଖର୍ଚ୍ଚ ବଢିଚାଲିବ କିନ୍ତୁ ରୋଜଗାର ସେହି ଅନୁପାତରେ ହେବନାହିଁ ।
ଶୁଭରଙ୍ଗ – ଧଳା
ଦହିଖାଇ ଘରୁ ବାହାରନ୍ତୁ ବା ଦିନ ଆରମ୍ଭ କରନ୍ତୁ
କନ୍ୟା ରାଶି
ଉତ୍ତରାଫାଲଗୁନୀ ନକ୍ଷତ୍ର – ପଞ୍ଚମରେ ବୃହଷ୍ପତି ତେଣୁ ସମୟ ଭଲ ରହିବ ସବୁକ୍ଷେତ୍ରରେ ଉର୍ଣ୍ଣତି ହେବ ।
ହସ୍ତା ନକ୍ଷତ୍ର – ଆର୍ଥିକ ଅଭିବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ,କୋଟକଚେରି ମାମଲାରେ ଛନ୍ଦି ହେବେ ।
ଚିତ୍ରା ନକ୍ଷତ୍ର – ସେୟାର ବଜାର ରେ ଟଙ୍କା ଲଗାନ୍ତୁ ଲାଭ ମିଳିବ, କିନ୍ତୁ ଛାତି କିମ୍ବା ମୁଣ୍ଡ ଜନିତ ଅସୁବିଧା ଭୋଗିବେ ।
ଶୁଭ ରଙ୍ଗ – ହଳଦିଆ, କମଳା
– ଓଁ ବଟୁକ ଭୈରବାୟ ନମଃ ୨୭ଥର ଜପକରି ଦିନ ଆରମ୍ଭ କରିବେ ସବୁକ୍ଷେତ୍ରରେ ଶୁଭଫଳ ମିଳିବ ।
ତୁଳା ରାଶି
ଚିତ୍ରା ନକ୍ଷତ୍ର – ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ବିତ ହେବେ, ପାରିବାରିକ ଶାନ୍ତି ମିଳିବ, ଭାଇଭାଇ ଭାବ ନିବିଡତା ବଢିବ ।
ସ୍ୱାତୀ ନକ୍ଷତ୍ର – ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢିବ ।
ବିଶାଖା ନକ୍ଷତ୍ର – ଆଜି ଘରୁ ବାହାରିଲା ବେଳେ ଖଣ୍ଡେ ଅନ୍ନପୂର୍ଣ୍ଣା ପତ୍ର ନିଜ ପାଖରେ ରଖି ବାହାରନ୍ତୁ ସବୁବକାମରେ ଜୟ ହେବ ।
ଶୁଭ ରଙ୍ଗ – କ୍ଷିର ରଙ୍ଗ ଧଳା
ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ।
ବିଛା ରାଶି
ବିଶାଖା ନକ୍ଷତ୍ର – ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ ଯୋଜନାରେ ଅସଫଳ ହେବେ ।
ଅନୁରାଧା ନକ୍ଷତ୍ର – ପାରିବାରିକ ମାନସିକଚାପ ବଢିବ, ଆର୍ଥିକ ଅନାଟନ ବଢିବ ।
ଜ୍ୟେଷ୍ଠା ନକ୍ଷତ୍ର – ଜିବନ ଯୁର୍ଦ୍ଧରେ ସଂଘର୍ଷ ବଢିବ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ।
ଶୁଭ ରଙ୍ଗ – ଧଳା
ଖଣ୍ଡେ ତୁଳସି ମଲାଙ୍ଗ ପାଖରେ ରଖି ଦିନ କାଟନ୍ତୁ
ଧନୁ ରାଶି
ମୂଳା ନକ୍ଷତ୍ର – ନିଜଲୋକ ଠାରୁ ଦୁରରେ ରହି ମନସ୍ତାପ ବଢିବ, ଭବିଷ୍ୟତ ଚିନ୍ତା ଦ୍ୱିଗୁଣିତ ହେବ ।
ପୂର୍ବଷାଢା ନକ୍ଷତ୍ର – କୌଣସି ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ଅଚାନକ ମନସ୍ତାପ ବଢିବ ।
ଉତ୍ତରାଷାଢା ନକ୍ଷତ୍ର – ମାନସିକ ଚାପ ବଢିବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲିକ୍ଷିତ ହେବ ।
ଶୁଭ ରଙ୍ଗ – ଲାଲ ରଙ୍ଗ
ଖଣ୍ଡେ ଅଦା ପାଟିରେ ଯାକି ଗୃହରୁ ବାହାରିବେ
ମକର ରାଶି
ଉତ୍ତରାଷାଢା ନକ୍ଷତ୍ର – ଅର୍ଥର ଅଭାଵ ରହିବ ତେଣୁ ନିଜର ଯାନବାହାନ କିମ୍ବା ଗୃହର କିଛି ଆସବାବ ବିକ୍ରି କରିବାଭଳି ପରିସ୍ଥିତି ଉପୁଯିବ ।
ଶ୍ରବଣା ନକ୍ଷତ୍ର – କାମ ଗୁଡିକ ବିଗିଡି ଯିବ ଏବଂ ନିଜଲୋକ ଠାରୁ ଧୋକା ମିଳିବ କିମ୍ବା ଅଯଥା ଅପବାଦ ମିଳିବ ।
ଧନିଷ୍ଠା ନକ୍ଷତ୍ର – ଅକଷ୍ମାକ ଦୁର୍ଘଟଣା ସ୍ଥିତି ରହିବ, ଗୃହରୁ ବାହାରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ ।
ଶୁଭ ରଙ୍ଗ – ସବୁଜ ଏବଂ ଧଳା
ଗୋଟିଏ ନଡିଆ ଏବଂ ପାନ ଶିବ ମନ୍ଦିରରେ ଚଢାନ୍ତୁ
କୁମ୍ଭ ରାଶି
ଧନିଷ୍ଠା ନକ୍ଷତ୍ର – ଜୀବନସାଥି ଏବଂ ଭାଗିଦାରିରେ ମତାନ୍ତର ମନାନ୍ତର ହେବ, ଟଙ୍କାପଇସାର ଅଭାବ ହେବ ।
ଶତଭିଷା ନକ୍ଷତ୍ର – ପାଦତଳ ପିଡା ହେବ, ଜୀବନସାଥିର ଅସହଯୋଗ ମିଳିବ ଫଳରେ ଚିନ୍ତାଗ୍ରସ୍ତ ରହିବେ ।
ପୂର୍ବଭାଦ୍ର ନକ୍ଷତ୍ର – ଯାନବାହାନ ଚୋରିଭୟ ରହିବ, ଅଯଥା ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେବ ।
ଶୁଭ ରଙ୍ଗ – ଧଳା
ଚନ୍ଦନକାଠି ଏବଂ ପେଡା ଶିବମନ୍ଦିରରେ ଦାନ କରନ୍ତୁ ।
ମୀନ ରାଶି
ପୂର୍ବଭାଦ୍ର ନକ୍ଷତ୍ର – ବିନା ଦୋଷରେ ଅପମାନିତ ହେବେ, ପ୍ରସାଶନର ଆକ୍ରୋସର ଶିକାର ହେବେ ତେଣୁ ଆଜି ସତର୍କ ରହିବେ ।
ଉତ୍ତରଭାଦ୍ର ନକ୍ଷତ୍ର – ନିଜର ଗୃହପାଳିତ ଜିବ କିମ୍ବା ମା’ଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା ହେବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ରହିବ ।
ରେବତୀ ନକ୍ଷତ୍ର – ଜାଗାବାଡି କିଣିବାର ସୁଯୋଗ ମିଳିବ,ମା’ଙ୍କର ସ୍ୱାସ୍ଥ୍ୟ ଖରାପ ହେବ, ରୋଜଗାର କରିବାର କ୍ଷମତା ବଢିବ ।
ଶୁଭ ରଙ୍ଗ – ସୁନେଲି
ରାଶିଲଡୁ ଏବଂ ଦୁବ ଭଗବାନ ଗଣେଷଙ୍କୁ ଅର୍ପଣ କରନ୍ତୁ
ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ
ଜୟ ଜଗନ୍ନାଥ, ମୃଦଙ୍ଗରେ କେମିତି ଆସିଲେ ବ୍ରହ୍ମ ?
ଭୁବନେଶ୍ୱର: ଘରର ମୁରବୀଙ୍କ ଉପରେ ଯେବେ ଯେବେ ଆଞ୍ଚ ଆସେ ପୁରା ପରିବାର ସାମ୍ନାକୁ ଆସେ ତାଙ୍କର ସୁରକ୍ଷା ପାଇଁ । ସୁଖ ହେଉ କିମ୍ବା ଦୁଃଖ ହେଉ ସବୁ ପରିସ୍ଥିତିର ଏକାଠି ହୋଇ ସାମ୍ନା କରେ ପୁରା ପରିବାର । କେବଳ ଓଡ଼ିଶା କାହିଁକି ସନାତନ ଧର୍ମ ତଥା ମାନବବାଦର ଏହା ହେଉଛି ପରମ ପବିତ୍ରତା । ସେହି ନ୍ୟାୟରେ ଏ ଜାତିର ଅଗ୍ରପୂଜ୍ୟ କୂଳଶ୍ରେଷ୍ଠ ବୋଲି ଯାହାଙ୍କୁ ମାନୁଛେ ତାଙ୍କ ପ୍ରତି ଯେବେ ଯେବେ ବିପଦ ଆସିଛି ତାଙ୍କୁ ସୁରକ୍ଷା ଦେବାକୁ ଏ ଜାତି ଚେଷ୍ଟା କରିଛି । କେତେବେଳେ ନଦୀ ଉପରେ ଭେଳା ବସାଇ ତାଙ୍କୁ ମାସ ମାସ ଧରି ଲୁଚାଇ ରଖାଯାଇଛି ତ ପୁଣି କେତେବେଳେ ଶହ ଶହ ବର୍ଷ ଧରି ପାତାଳି କରାଯାଇଛି ।
ପରିବାରର ମୂରବୀଙ୍କୁ ସୁରକ୍ଷା ଦେବାକୁ ଛଦ୍ମ ମୂର୍ତ୍ତି ତିଆରି କରାଯାଇଛି ତ ପୁଣି କେତେବେଳେ ଭିନ୍ନ ଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଛି ତାଙ୍କ ପ୍ରତିମାଙ୍କୁ । କୋଟି ଓଡ଼ିଆର ମଉଡ଼ମଣି ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର ଉପରେ ବହୁବାର ଆକ୍ରମଣ ହୋଇଛି । ଏ ଜାତିକୁ ନିଶ୍ଚିହ୍ନ କରିବାକୁ ହୋଇଛି ବହୁବାର ପ୍ରଚେଷ୍ଟା । ଆମକୁ ଅନ୍ୟତ୍ର ମିଶାଇବାକୁ କରାଯାଇଛି ମନ୍ଦ ମସୁଧା । କିନ୍ତୁ ବହୁ ଘାତ ପ୍ରତିଘାତ ମଧ୍ୟରେ ଜାତି ବଞ୍ଚିଛି ଏବଂ ବଞ୍ଚାଇ ରଖିଛି ତାର ଆରାଧ୍ୟ ଦେବତାଙ୍କୁ କୂଳ ଦେବତାଙ୍କୁ । ଯୁଦ୍ଧରେ ବହୁ ରାଜା ଓ ସମ୍ରାଟ ବଳି ପଡ଼ିଛନ୍ତି । ଜୟ ପରାଜୟର ଇତିହାସରେ କେତେ ଲୋକଙ୍କ ନାଁ ଯୋଡ଼ିଛି ଏବଂ କଟିଛି । ଆଜି ଯାହାଙ୍କ କଥା ଆମେ କହୁଛନ୍ତି ସେ ଗଜପତି କିମ୍ବା ସେନାପତି ନହୋଇ ମଧ୍ୟ ଆଜି ତାଙ୍କୁ ସମସ୍ତେ ମନେପକାନ୍ତି ।
ଶ୍ରୀଜଗନ୍ନାଥ ସଂସ୍କୃତି ଓ ଇତିହାସର କଥା ଆସିଲେ ତାଙ୍କ ନାଁ ସାମ୍ନାକୁ ଆସେ । ମାଦଳାପାଞ୍ଜିରେ ଲେଖାହୋଇଛି ତାଙ୍କରି ନାଁ । ମୋଗଲଙ୍କ କବଳରୁ ମହାପ୍ରଭୁଙ୍କୁ ସୁରକ୍ଷା ଦେବାକୁ ମାସ ମାସ ପାଦରେ ଚାଲିଚାଲି ଗୁପ୍ତଚର ସାଜି, ଯାତ୍ରୀ ବେଶରେ ଗଙ୍ଗାକୂଳକୁ ଯାଇ ସ୍ୱୟଂ ବ୍ରହ୍ମଙ୍କୁ ଅତ୍ୟନ୍ତ୍ୟ ଗୋପନୀୟ ଭାବରେ ଆଣିଥିଲେ ସେ । କିଏ ସେ ବିଶର ମହାନ୍ତି । କଣ ସେ ଇତିହାସ ? ଯାହାଙ୍କ ପାଇଁ ରାମଚନ୍ଦ୍ର ଦେବଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ କୁହାଯାଏ ? ଆଜିର ଅଧ୍ୟାୟରେ ଏହି ପ୍ରସଙ୍ଗରେ ଆଲୋଚନା । ମୃଦଙ୍ଗରେ କେମିତି ଆସିଲେ ବ୍ରହ୍ମ ?
କଳାପାହାଡ଼
ଆମେ ଫେରିବା ଆଜକୁ ୪୫୦ ବର୍ଷ ତଳକୁ । ୧୫୬୫ ମସିହା । ଓଡ଼ିଶାର ସ୍ୱାଧୀନ ରାଜା ଥିଲେ ତେଲେଙ୍ଗା ମୁକୁନ୍ଦଦେବ । ତତ୍କାଳୀନ ଦିଲ୍ଲୀ ଶାସକ ସମ୍ରାଟ ଆକବରଙ୍କ ସହିତ ସେ ମିତ୍ରତା ସ୍ଥାପନ କରିଥିଲେ । ଏହାପରେ ବଙ୍ଗର ସୁଲତାନ୍ ନବାବ ସୁଲେମାନଙ୍କର ଶକ୍ତିହ୍ରାସ ହୋଇଥିଲା । ସେ ଆକବରଙ୍କର ବଶତା ସ୍ୱୀକାର କରିଥିଲେ ସତ କିନ୍ତୁ ମନରେ ଥିଲା ପ୍ରବଳ ପ୍ରତିଶୋଧ ନେବାର ଇଚ୍ଛା । ପରେ ନିଜେ ଶକ୍ତିଶାଳୀ ହେବା ପରେ ୧୫୬୮ରେ ଓଡ଼ିଶା ଆକ୍ରମଣ କଲେ । ସେତେବେଳେ ଆକବର ଆଉ ମୁକୁନ୍ଦ ଦେବଙ୍କୁ ସାହାଯ୍ୟ କଲେ ନାହିଁ । ସୁଲେମାନଙ୍କର ଦୁର୍ଦ୍ଧାନ୍ତ ସେନାପତି କଳାପାହାଡ଼ ପ୍ରଥମେ କଟକ, ଖୋର୍ଦ୍ଧା ଓ ପୁରୀ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି କରିବା ସହ ତାଣ୍ଡବ ରଚିଥିଲେ । ସେତେବେଳେ ମୁକୁନ୍ଦ ଦେବଙ୍କର ଶତ୍ରୁମାନେ କଳାପାହଡ଼କୁ ସାହାଯ୍ୟ କରିଥିଲେ ।
ହିନ୍ଦୁ ବିରୋଧୀ ପ୍ରତିଶୋଧ ପରାୟଣ ମନୋଭାବ କାରଣରୁ ଭୁବନେଶ୍ୱର, କୋଣାର୍କ ଓ ପୁରୀର ସବୁ ମନ୍ଦିର ଭାଙ୍ଗି ପକାଇଲେ । ଜଗନ୍ନାଥ ମନ୍ଦିରକୁ ଧ୍ୱଂସ କରିବାକୁ ତିନିଶହ ହାତୀ ଉପରେ ଆଫଗାନ୍ ସୈନ୍ୟଙ୍କୁ ବସାଇ କଳାପାହାଡ଼ ପୁରୀ ସହର ଉପରେ ଆକ୍ରମଣ କଲେ । ତେବେ ଏ ଆକ୍ରମଣ ପଛରେ ତାଙ୍କର ନିଜସ୍ୱ କ୍ରୋଧ ରହିଥିବା ଐତିହାସିକ ଉଲ୍ଲେଖ କରନ୍ତି । ତେବେ ମୋଗଲ ସେନାପତି କଳାପାହଡ଼ କବଳରୁ ଠାକୁରଙ୍କୁ ରକ୍ଷା କରିବାକୁ ଛପଲ୍ଲା ହାତୀପଡ଼ା ନେଇ ଲୁଚାଇ ରଖିଥିଲେ ସେବକ । କଟକର ବାରବାଟୀ ଦୁର୍ଗ ଅକ୍ତିଆର କରିବା ପରେ, କଳାପାହାଡ଼ ଏଇଠି ରହିବା ସହ ମହାପ୍ରଭୁଙ୍କୁ ଖୋଜିବାରେ ଲାଗିଲା । ୨ଟି କାରଣ ଏହାକୁ ନେଇ ରହିଛି ।
ଗୋଟିଏ ଲୁଣ୍ଠନ ଏବଂ ସନାତନ ଧର୍ମ ଉପରେ ପ୍ରତିଶୋଧ । ତେବେ ଦିବ୍ୟସିଂହ ପଟ୍ଟନାୟକ ଠାକୁରଙ୍କୁ ନେବା ନେଇ ଖବର ପାଇଲା କଳାପାହାଡ଼ । ପ୍ରଭୁଙ୍କୁ ହାତୀ ପିଠିରେ ବସାଇ ଗଙ୍ଗା କୂଳକୁ ଆଣିଲା । ସେଠାରେ କାଠ କୁଢ଼ାଇ ଅଗ୍ନି ସଂଯୋଗ କରିଦେଲା । ମାଦଳା ପାଞ୍ଜି ଅନୁସାରେ ଫାଳ ପାଳ ହୋଇ ଫାଠିଲା ମୋଗଲର ଶରୀର । ଏହାଦେଖି ତାର ପୁତ୍ର ପରମେଶ୍ୱରଙ୍କୁ ଗଙ୍ଗକୁ ମେଲିଦେଲା । ସେ ଦାରୁ ଭାସି ଆସନ୍ତେ ଅମୁରା ଗୋଟିଏ ଜାଳି କାଠ ବୋଲି ଧରି ତାକୁ ବାରିରେ ପକାଇଥିଲା । ସେଠାରୁ ପାଇଲା ବିଶର ମହାନ୍ତି ।
ବିଶର ମହାନ୍ତି
ବାଲେଶ୍ୱରର ଜଣେ ବାସିନ୍ଦା ଥିଲେ । ୧୫୧୦ରେ ଯେତେବେଳେ ଶ୍ରୀଚୈତନ୍ୟ ପୁରୀ ଆସିଲେ ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଲେ । ମହାପ୍ରଭୁଙ୍କୁ ପ୍ରବଳ ଭକ୍ତି ଓ ଶ୍ରଦ୍ଧା କରୁଥିଲେ ବିଶର । ତାଙ୍କ ନାମ ଜପ କରି କରି ସେ ଦିନ କାଟୁଥିଲେ । ସେତେବେଳେ ନୂଆକରି ତିଆରି ହେଉଥିଲା କଲିକତା ବନ୍ଦର । ସେଠାରେ କାମ ମଧ୍ୟ କରୁଥିଲେ । ଇତି ମଧ୍ୟରେ କଳାପାହାଡ଼ ଶ୍ରୀଜଗନ୍ନାଥଙ୍କ ସହ ତିନି ଠାକୁରଙ୍କୁ ନେଇ ଗଙ୍ଗାକୂଳକୁ ଯାଉଥିବା ବେଳେ ଓଡ଼ିଆ ଯାତ୍ରୀ ବିଶର ମହାନ୍ତି ତାଙ୍କ ପଛେ ପଛେ ଯାଇଥିଲେ । ବହୁଦିନ ଧରି ଗୁପ୍ତଚର ଭାବେ କଳାପାହାଡ଼ର କାର୍ଯ୍ୟକୁ ସେ ଅନୁଧ୍ୟାନ କରୁଥିଲେ । ଯେଉଁଦିନ ସେ କାଷ୍ଠଗୋଛାଇ ଠାକୁରଙ୍କୁ ସେଥିରେ ରଖି ଅଗ୍ନି ସଂଯୋଗ କଲା ବିଶର ମହାନ୍ତି ଏ ସବୁ ଅନୁଧ୍ୟାନ କରିଥିଲା । ଗଙ୍ଗାରୁ ଗୋଟିଏ ଦାରୁଙ୍କ ଦରପୋଡ଼ା କାଷ୍ଠକୁ ଆଣି ସେଥିରୁ ସେ ସଂଗ୍ରହ କରିଥିଲେ ବ୍ରହ୍ମ । ଚାନ୍ଦବାଲି ବନ୍ଦରରେ ପହଞ୍ଚିବା ପରେ ଏକ ହାତଡଙ୍ଗାରେ ଆଗକୁ ଆଗକୁ ବଢ଼ିଚାଲିଥିଲେ । ତେବେ ସେତେବେଳେ କୁଞ୍ଜବନର ଭ୍ରମ ସୃଷ୍ଟିକରୁଥିବା ହେନ୍ତାଳ ବଣକୁ କୁଜଂଗ କୁହାଗଲା । ସେଠାରେ ସେ ମହାପ୍ରଭୁଙ୍କ ବ୍ରହ୍ମଙ୍କୁ ଦୀର୍ଘ ୯ ବର୍ଷ ଧରି ପୂଜାର୍ଚ୍ଚନା କରିଥିଲେ ।
ବାହାଘରର ୨ ଦିନ ପରେ ଆଖି ବୁଜିଲା ବର, ୧୦୦ ସଂକ୍ରମିତ
ପାଟନା: କରୋନା ସଂକ୍ରମଣର ବଡ଼ ମାମଲା । ବିବାହ ବେଦୀରୁ ବ୍ୟାପିଲା କରୋନା । ୧୦ ଦିନ ତଳେ ବିହାର ରାଜଧାନୀ ପାଟଣାରେ ଆୟୋଜିତ ବିବାହ ଉତ୍ସବ ସମସ୍ତଙ୍କ ନିଦ ହଜାଇ ଦେଇଛି । ବାହାଘରର ୨ ଦିନ ପରେ ଜ୍ୱରରେ କମ୍ପୁଥିବା ବରର ମୃତ୍ୟୁ ହୋଇଛି । ଆଉ ବିନା କୋଭିଡ୍ ଟେଷ୍ଟରେ ଶବକୁ ଦାହ କରି ଦେଇଛନ୍ତି ପରିବାର ଲୋକ । ପ୍ରଶାସନ ପାଖରେ ଖବର ପହଞ୍ଚିବା ପରେ ଅଞ୍ଚଳକୁ କଣ୍ଟେନମେଣ୍ଟ କରି ଲୋକଙ୍କ ସ୍ୱାବ୍ ସଂଗ୍ରହ କରାଯାଇଛି । ୩୫୦ ଜଣଙ୍କ ନମୁନା ସଂଗ୍ରହ ହୋଇଥିବା ବେଲେ ୧୦୦ ଜଣ ସଂକ୍ରମିତ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ପାଟଣା ଠାରୁ ମାତ୍ର ୫୫ କିଲୋମିଟର ଦୂର ପଲ୍ଲୀଗଞ୍ଜରେ ଏହି ବିବାହ ଆୟୋଜିତ ହୋଇଥିଲା । ଗୁରୁଗ୍ରାମରେ ସଫ୍ଟୱେର ଇଞ୍ଜିନିୟର ଥିବା ଯୁବକ ଗତ ସପ୍ତାହରେ ବାହା ହେବାକୁ ଆସିଥିଲେ । ତିଲକ ସେରିମନି ପରେ ତାଙ୍କ ଠାରେ କରୋନାର ଲକ୍ଷଣ ଦେଖା ଦେଇଥିଲା । ଜୁନ୍ ୧୫ରେ ବାହାଘର ଥିବାବେଳେ ତାଙ୍କୁ ପ୍ରବଳ ଜ୍ୱର ହୋଇଥିଲା । ସେ ବିବାହକୁ ଘୁଞ୍ଚାଇବାକୁ ଚାହିଁଥିଲେ । କିନ୍ତୁ, ପରିବାର ଲୋକଙ୍କ କଥାରେ ବାଧ୍ୟ ହୋଇ ପାରାସିଟାମଲ୍ ଖାଇ ବସିଥିଲେ ବାହାବେଦୀରେ ।
୧୭ ତାରିଖରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକ ତାଙ୍କୁ ପାଟଣା ଏମ୍ସକୁ ନେବାବ ବାଟରେ ମୃତ୍ୟୁ ହୋଇଥିଲା । ତାପରେ କାହାକୁ କିଛି ନଜଣାଇ, କୋଭିଡ୍ ଟେଷ୍ଟ ନକରି ତାଙ୍କ ମୃତଦେହକୁ ସଂସ୍କାର କରି ଦେଇଥିଲେ ପରିବାର ଲୋକ । ସ୍ଥାନୀୟ ଅଞ୍ଚଳର କେହି ଜଣେ ସମସ୍ତ କଥା ପ୍ରଶାସନକୁ ଫୋନରେ ଅବଗତ କରାଇଥିଲେ । ପରେ ବିବାହରେ ସାମିଲ ହୋଇଥିବା ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ସେଥିରୁ ଜୁନ୍ ୧୯ ତାରିଖରେ ୧୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।
ସଂକ୍ରମଣ ରୋକିବାକୁ ପ୍ରଶାସନ ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଜୁନ୍ ୨୪ରୁ ୨୬ ମଧ୍ୟରେ ଉକ୍ତ ଗାଁରୁ ପ୍ରଶାସନ ୩୫୦ ଜଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରିଛି । ସେଥି ମଧ୍ୟରୁ ଏଯାବତ୍ ୮୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ପ୍ରଶାସନ ପଲ୍ଲୀଗଞ୍ଜ ବଜାରକୁ ସିଲ୍ କରି ଦେଇଥିବା ବିଡିଓ ସୂଚନା ଦେଇଛନ୍ତି । ପାଟଣା ଜିଲ୍ଲାରେ ଏଯାବତ୍ ୬୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି ।
କାଲିଠୁ ଦୋକାନରେ ମିଳିବ ମଦ, ଏମିତି କରିବେ ବୁକିଂ
ଭୁବନେଶ୍ୱର: ମଦ ଦୋକାନ ଆଗରେ ଭିଡ଼ କମାଇବାକୁ ଖୋଲିବ ବାର୍ ଓ ଅନସପ୍ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ମଦ ବିକ୍ରି । ତେବେ ପୂର୍ବ ପରି ବାର୍ ଭିତରେ ବସି ମଦ ପିଇବା ଉପରେ କଟକଣା ରହିଛି । କେବଳ ଅନଲାଇନ୍ ବୁକିଂ କରିବା ପରେ ଯାଇ ଅନସପରୁ କିଣି ହେବ ମଦ । ଏ ନେଇ ଅବକାରୀ ସଚିବଙ୍କ ପକ୍ଷରୁ ଅବକାରୀ କମିଶନରଙ୍କୁ ପତ୍ର ଜରିଆରେ ଅବଗତ କରାଯାଇଛି । ତେବେ ପ୍ରିଣ୍ଟ ହୋଇଥିବା ଦରରେ ହିଁ ବିକ୍ରି ହେବ ମଦ ।
ଏଣିକି ଆଉ ମଦ ଦୋକାନ ଆଗରେ ଭିଡ଼ ଜମିବନି । ଅଫସପ୍ ପରେ ବାର୍ ଓ ଅନସପକୁ ମଦ ବିକ୍ରି ଅନୁମତି ଦେଲେ ରାଜ୍ୟ ସରକାର । ସକାଳ ୭ରୁ ସଂଧ୍ୟା ୬ ଯାଏ ମିଳିବ ମଦ । ହେଲେ ପୂର୍ବରୁ ବାରରେ ବସି ଝୁମି ଝୁମି ମଦ ପିଇବାର ଆଉ ମଜା ମିଳିବ ନାହିଁ । କାରଣ ବାର୍ କି ଅନସପ ଭିତରକୁ ପ୍ରବେଶ ନିଷେଦ୍ଧ । କେବଳ ଅନଲାଇନ୍ ବୁକିଂ କରିଥିବା ଲୋକ ହିଁ ସେଠାରୁ ମଦ କିଣି ପାରିବେ । ଏଥିସହ ବାର୍ ଓ ଅନସପ ମାଲିକମାନଙ୍କୁ ଅଫସପ୍ ପରି ଦୋକାନ ଆଗରେ ବାରିକେଡିଂ କରିବାକୁ ପଡ଼ିବ । ସେହିପରି ମଦ ଉପରେ ଅନସପମାନଙ୍କ ମନଇଚ୍ଛା ଦର ଉପରେ ବି ଲାଗିଲା ଅଙ୍କୁଶ । ଏମ୍ଆରପିଠାରୁ ଅଧିକ ଦର ବିକ୍ରି କରିପାରିବେ ନାହିଁ ମଦ ବ୍ୟବସାୟୀ । ଦୋକନୀ ଓ ଗ୍ରାହକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ଅନ୍ୟପଟେ ଏପରି ନିୟମକୁ ସ୍ୱାଗତ କରିଛନ୍ତି ମଦ ବ୍ୟବସାୟୀ ସଂଘ ।
ମଦ କିଣିବେ କେମିତି ?
OSBC ୱେବସାଇରେ ଲଗଇନ୍ କରନ୍ତୁ । ସେଠାରେ ସ୍ଲଟ ବୁକିଂ ଅପସନ୍ ଉପରେ କ୍ଲିକ କଲେ ଆପଣଙ୍କ ମୋବାଇଲ ଫୋନ ନମ୍ବର ମାଗିବ । ନମ୍ବର ଦେବା ପରେ ଫୋନକୁ ଆସିଥିବା ଓଟିପିକୁ ଟାଇପ କରି କ୍ଲିକ କରିବା ପରେ ଆପଣଙ୍କ ନାଁ ଓ ଜିଲ୍ଲା ମାଗିବ । ଏହି ତଥ୍ୟ ଦେବା ପରେ, ଜିଲ୍ଲାର ସବୁ ମଦ ଦୋକାନର ଅପସନ୍ ଆସିବ । ଦୋକାନ ବାଛିବା ପରେ ଆପଣଙ୍କୁ ବୁକିଂ ଟୋକନ ମିଳିବ । ଟୋକନର ପ୍ରିଣ୍ଟ ଦେକାନକୁ ନେବେ, ନ ହେଲେ ବାର୍ କୋଡ୍ ନିଜ ଫୋନରେ ସ୍କାନ କରି ବୁକିଂ କରିବେ । ହେଲେ ଆପଣଙ୍କୁ ଟାଇମ୍ ସ୍ଲଟ ବୁକିଂ କରିବାକୁ ପଡ଼ିବ । ଅର୍ଥାତ୍ କେଉଁ ସମୟରେ ମଦ ଦରକାର ? ସ୍ଲଟ ନାଲି ଥିଲେ ବୁକିଂ ସରିଛି । ସ୍ଲଟର ରଙ୍ଗ ସବୁଜ ଥିଲେ, ବୁକିଂ ହୋଇପାରିବ ମଦ ।
ମେ ୨୫ ତାରିଖରୁ ଏଯାଏଁ ୧୭.୩୩ ଲକ୍ଷ ହୋମ ଡେଲିଭରି ହୋଇଛି । ଏଥିରେ ୨୦.୫୯ ଲକ୍ଷ ଲିଟର ଆଏମ୍ଏଫ୍ଏଲ୍ ଓ ୨୦.୮୧ ଲକ୍ଷ ଲିଟର ବିୟର ସାମିଲ୍ ଅଛି ।
ଅନଲକ ୨.୦ ନେଇ ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ । ୮୦କୋଟି ଲୋକଙ୍କୁ ଆହୁରି ୫ମାସ ଯାଏଁ ମିଳିବ ରାସନ । କୋଭିଡ ନିୟମ ପାଳନ ନକଲେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶଷ । ବର୍ଷାଋତୁରେ ସତର୍କ ରହିବାକୁ ନିବେଦନ ।
ଅନଲକ ୨.୦ ନେଇ ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ । ୮୦କୋଟି ଲୋକଙ୍କୁ ଆହୁରି ୫ମାସ ଯାଏଁ ମିଳିବ ରାସନ । କୋଭିଡ ନିୟମ ପାଳନ ନକଲେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶଷ । ବର୍ଷାଋତୁରେ ସତର୍କ ରହିବାକୁ ନିବେଦନ ।
ଭୁବନେଶ୍ୱର: କୋହଳ ହେଲା ରାତ୍ରୀକାଳୀନ କର୍ଫ୍ୟୁ । ନାଇଟ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ । ଓଲା, ଉବେର ସହ ବସ୍, ଟ୍ରେନ୍ ଓ ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଡ଼ି ଯାଇପାରିବ ।
ଭୁବନେଶ୍ୱର: କୋହଳ ହେଲା ରାତ୍ରୀକାଳୀନ କର୍ଫ୍ୟୁ । ନାଇଟ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ । ଓଲା, ଉବେର ସହ ବସ୍, ଟ୍ରେନ୍ ଓ ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଡ଼ି ଯାଇପାରିବ ।






