spot_img
Home Blog Page 7049

କ୍ୟାବିନେଟ୍‌ ବୈଠକରେ ୨୨ଟି ପ୍ରସ୍ତାବରେ ଲାଗିଲା ମୋହର

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଥମ କ୍ୟାବିନେଟ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ୍‌ ବୈଠକରେ ୨୨ଟି ପ୍ରସ୍ତାବରେ ମୋହର ଲାଗିଛି । ଯେତେବେଳେ କି କ୍ୟାବିନେଟରେ ୨୪ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଥିଲା । କରୋନା ସମୟରେ ଆର୍ଥିକ ଅବସ୍ଥା ଭଷୁଡ଼ି ପଡ଼ିଥିବା ବେଳେ ପୁଣିଥରେ ୨୦୨୦-୨୧ ବର୍ଷ ଆର୍ଥିକ ବଜେଟକୁ ସମୀକ୍ଷା କରାଯାଇଛି ।

ଅର୍ଥ ବିଭାଗର ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସେହିଭଳି ସମବାୟ ବିଭାଗର ଗୋଟିଏ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଗୋଟିଏ ହୋଇଥିବା ବେଳେ ଅନ୍ୟାନ୍ୟ ପ୍ରସ୍ତାବ ଉପରେ ମଧ୍ୟ ମୋହର ବାଜିଛି ।  ଭିଡିଓ କନଫରେନ୍ସିଂ ଜରିଆରେ ବସିଥିବା ବୈଠକରେ ସବୁ କ୍ୟାବିନେଟ୍‌ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ସଚିବ ଯୋଗଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ବୈଠକ ବସିଥିଲା ।

ଚୀନକୁ ନେଇ ଆମେରିକା ଉପରେ ଖପ୍ପା ମୋଦି ! ଭାରତ ପଚାରିଲା -ପିଏମଙ୍କ ସହ କେବେ କଥା ହେଲେ ଟ୍ରମ୍ପ ?

ନୂଆଦିଲ୍ଲୀ:  ଚୀନ ସହ ସୀମା ବିବାଦକୁ ନେଇ ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖାନ କରିସାରିଛି । ଭାରତର ପଡୋଷୀ ଦେଶଙ୍କ ସହ ସୀମା ବିବାଦ ରହିଛି ଓ ଟ୍ରମ୍ପଙ୍କର ଅଛି ମଧ୍ୟସ୍ଥି ରୋଗ । କାଶ୍ମୀର ମାମଲାରେ ମଝିରେ ପସିବାକୁ ଉଦ୍ୟମ କରି ଟ୍ରମ୍ପ ଫେଲ ମାରିଥିଲେ । ଏବେ ଲଦ୍ଦାଖକୁ ନେଇ ଭାରତ ଚୀନ ମଧ୍ୟରେ ସୃଷ୍ଟ ବିବାଦରେ ଟ୍ରମ୍ପ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି । ଯାହାକୁ ମୋଦି ସରକାର ପ୍ରତ୍ୟାଖାନ କରିଛନ୍ତି । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ମିତ୍ର ମୋଦି ଟ୍ରମ୍ପଙ୍କ ମିଛ କହିବା ଅଭ୍ୟାସକୁ ନେଇ କ୍ଷୁବ୍ଧ ଅଛନ୍ତି ।

କଣ ପାଇଁ ମୋଦି ଖପ୍ପା ?

ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଭିତରେ ଟ୍ରମ୍ପ୍ ନିକଟରେ ଦୁଇ ଦେଶଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଥିଲେ । ସେ କହିଥିଲେ ଯେ, ମୋର ମୋଦିଙ୍କ ସହ ସୀମା ବିବାଦକୁ ନେଇ କଥାବାର୍ତ୍ତା ହୋଇଛି । କିନ୍ତୁ ଭାରତ ସରକାରଙ୍କ କହିବା ହେଉଛି ଦୁଇ ନେତାଙ୍କ ମଧ୍ୟରେ କୌଣସି ପ୍ରକାରର ଆଲୋଚନା ହୋଇନାହିଁ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଦୁଇ ନେତାଙ୍କ ମଧ୍ୟରେ ଶେଷଥର ପାଇଁ ଏପ୍ରିଲ ୪ ତାରିଖରେ କଥାବାର୍ତ୍ତା ହୋଇଥିଲା । ତାହା ପୁଣି ହାଇଡ୍ରୋକ୍ସି କ୍ଲୋରକ୍ୱିନକୁ ନେଇ । ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ କଥାବାର୍ତ୍ତା ନେଇ ହ୍ୱାଇଟ୍ ହାଉସ୍ କିମ୍ବା  ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । କିନ୍ତୁ ଲାଗୁଛି ଯେ, ଉଭୟ ନେତାଙ୍କ ମଧ୍ୟରେ ପ୍ରାୟତଃ ଫୋନରେ କଥାବାର୍ତ୍ତା ହେଉଛି ।

ଭାରତୀୟ ପ୍ରଧାନମନ୍ତ୍ରୀ ମୋର ପସନ୍ଦ

ଚୀନ୍ ଓ ଭାରତ ମଧ୍ୟରେ ମଧ୍ୟସ୍ଥତା ପାଇଁ ଟ୍ରମ୍ପ ପ୍ରସ୍ତାବ ଦେବା ଆଗରୁ କହିଥିଲେ ଯେ, ଦୁଇ ଦେଶଙ୍କ ପାଖରେ ଶକ୍ତିଶାଳୀ ସେନା ଅଛି । ମୋର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ହୋଇଥିଲା ଓ ସେ ଯାହା ଚାଲୁଛି ତାକୁ ନେଇ ଖୁସୀ ନାହାନ୍ତି । ଟ୍ରମ୍ପଙ୍କ ଏହି କଥାକୁ ନେଇ ମୋଦି ଖପ୍ପା ଥିବା କୁହାଯାଉଛି । ତେବେ ଟ୍ରମ୍ପ ମୋଦିଙ୍କୁ ପ୍ରଶଂସା କରି କହିଥିଲେ ଯେ, ମୁଁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ କରେ । ମୋଦିଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରି ସେ କହିଥିଲେ ଯେ, ମୋଦି ଅତ୍ୟନ୍ତ ସଜ୍ଜନ ବ୍ୟକ୍ତି ।

ମୁଁ ଭାରତରେ ବହୁତ ଲୋକପ୍ରୀୟ

ଟ୍ରମ୍ପ କେବଳ ମୋଦିଙ୍କ ପ୍ରତି ନିଜ ପ୍ରେମକୁ ସାର୍ବଜନୀନ କରିନଥିଲେ,ସେ ମଧ୍ୟ କହିଥିଲେ ଯେ, ଭାରତୀୟ ମାନେ ମୋତେ ବହୁତ ଭଲ ପାଆନ୍ତି । ଏଠାକାର ମିଡିଆ (ଆମେରିକା ମିଡିଆ)ଠାରୁ ଭାରତୀୟ ମାନେ ମତେ ଅଧିକ ଭଲ ପାଆନ୍ତି ।

 

ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ । କରୋନା ପ୍ରଭାବିତ ଅର୍ଥନୀତିକୁ ସୁଧାରିବା ଉପରେ ଫୋକସ୍ । ୨୪ଟି ପ୍ରସ୍ତାବ ଆଲୋଚନା ସୂଚନା । ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ଭାବନା ।

ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ । କରୋନା ପ୍ରଭାବିତ ଅର୍ଥନୀତିକୁ ସୁଧାରିବା ଉପରେ ଫୋକସ୍‌ ।  ୨୪ଟି ପ୍ରସ୍ତାବ ଆଲୋଚନା ସୂଚନା । ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ଭାବନା ।

ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ପୁଣି ଆରମ୍ଭ । ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଉତ୍ତର ପାର୍ଶ୍ୱ ମଠ ଉଚ୍ଛେଦ ଜାରି । ଏପଟେ ଲିଙ୍ଗରାଜ ମନ୍ଦିରର ବିକାଶ କାମ । ସାମାଜିକ ଦୂରତା ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ପୁଣି ଆରମ୍ଭ । ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଉତ୍ତର ପାର୍ଶ୍ୱ ମଠ ଉଚ୍ଛେଦ ଜାରି । ଏପଟେ ଲିଙ୍ଗରାଜ ମନ୍ଦିରର ବିକାଶ କାମ । ସାମାଜିକ ଦୂରତା ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

ପୁଅକୁ ହତ୍ୟା କରି ପୋତିଦେଲା ବାପା । କଟକ ଜିଲ୍ଲା ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁରେ ଅଭାବନୀୟ ଘଟଣା । ପୁତ୍ରହନ୍ତା ବାପା ଥାନାରେ ଅଟକ । ହତ୍ୟାର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି ।

ପୁଅକୁ ହତ୍ୟା କରି ପୋତିଦେଲା ବାପା । କଟକ ଜିଲ୍ଲା ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁରେ ଅଭାବନୀୟ ଘଟଣା । ପୁତ୍ରହନ୍ତା ବାପା ଥାନାରେ ଅଟକ । ହତ୍ୟାର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି ।

ବ୍ରହ୍ମପୁରରେ ଶ୍ୱାସରୁଦ୍ଧ ହୋଇ ବିଜେଡି ନେତାଙ୍କ ସମେତ ୩ ମୃତ । ଗୋଷାଣି ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଅଘଟଣ । ଏସି ସର୍ଟସର୍କିଟ‌ରୁ ଅଗ୍ନିକାଣ୍ଡ । ପତ୍ନୀଙ୍କୁ ଉଦ୍ଧାର ପରେ ଆଖି ବୁଜିଲେ ବିଜେଡି ନେତା ଅଲେଖ ଚୌଧୁରୀ ।

ବ୍ରହ୍ମପୁରରେ ଶ୍ୱାସରୁଦ୍ଧ ହୋଇ ବିଜେଡି ନେତାଙ୍କ ସମେତ ୩ ମୃତ । ଗୋଷାଣି ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଅଘଟଣ । ଏସି ସର୍ଟସର୍କିଟ‌ରୁ ଅଗ୍ନିକାଣ୍ଡ । ପତ୍ନୀଙ୍କୁ ଉଦ୍ଧାର ପରେ ଆଖି ବୁଜିଲେ ବିଜେଡି ନେତା ଅଲେଖ ଚୌଧୁରୀ ।

ରାଜ୍ୟରେ ୧୫ ଜିଲ୍ଲାରୁ ୬୩ ପଜିଟିଭ ଚିହ୍ନଟ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୨ ଆକ୍ରାନ୍ତ । ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୭ହଜାର ୪୬୬ ନୂଆ ପଜିଟିଭ ଚିହ୍ନଟ ।

ରାଜ୍ୟରେ ୧୫ ଜିଲ୍ଲାରୁ ୬୩ ପଜିଟିଭ ଚିହ୍ନଟ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୨ ଆକ୍ରାନ୍ତ । ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୭ହଜାର ୪୬୬ ନୂଆ ପଜିଟିଭ ଚିହ୍ନଟ ।

ଓଡ଼ିଆ ଝିଅଙ୍କୁ ଘରକୁ ଫେରାଇ ଆଣିଲେ ସୋନୁ, ଫ୍ୟାନ୍ କହିଲେ ଆପଣ ମହାନ..

ଭୁବନେଶ୍ୱର: ଲକଡାଉନ୍ ଯୋଗୁ ଘରଠୁ ଦୂରରେ ଫସିରହିଥିବା ୧୬୯ ଜଣ ଓଡ଼ିଆ ଝିଅ ଶେଷରେ ନିଜ ରାଜ୍ୟକୁ ଫେରିଛନ୍ତି । ଅନେକ ଦିନ ପରେ ଓଡ଼ିଶା ମାଟି ଛୁଇଁଛନ୍ତି କେନ୍ଦ୍ରାପଡା ରାଜନଗର ଅଂଚଳରେ ଏହି ଝିଅମାନେ । କେରଳର ଏକ ଘରୋଇ କମ୍ପାନୀର କାମ କରୁଥିବା ଏହି ଝିଅ ମାନେ ଲକଡାଉନ୍ ଭିତରେ କେମିତି ଘରକୁ ଫେରିବେ ତାକୁ ନେଇ ଚିନ୍ତିତ ଥିଲେ । କିନ୍ତୁ ଆଜି ସେମାନେ ନିଜ ଘରକୁ ଫେରିଛନ୍ତି କେବଳ ଜଣଙ୍କ ପାଇଁ । ସେ ହେଉଛନ୍ତି ସୋନୁ ସୁଦ । ବଲିଉଡର ଖଳନାୟକ କିନ୍ତୁ ହଜାର ହଜାର ପ୍ରବାସୀଙ୍କ ପାଇଁ ମହାନାୟକ ।

ସୋନୁ ଏହି ଝିଅ ମାନଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ କେରଳରୁ ଓଡ଼ିଶା ଆଣିଛନ୍ତି ।  ଏମାନେ ସମସ୍ତେ କେରଳରେ ଏକ ଘରୋଇ କମ୍ପାନିରେ କାମ କରୁଥିବାବେଳେ ଲକଡାଉନ୍ ଯୋଗୁଁ ସେଠାରେ ଫସି ରହିଥିଲେ। କମ୍ପାନୀ ଲକଡାଉନ୍ ପରେ ବନ୍ଦ ହୋଇଯାଇଥିଲା । ମାଲିକ ମଧ୍ୟ ସେମାନଙ୍କୁ କୌଣସି ପ୍ରକାରର ଆର୍ଥିକ ସାହାଯ୍ୟ ଦେଇନଥିଲେ । ଫଳରେ ଭୋକ ଉପାସରେ ଏହି ଝିଅମାନେ ଅନେକ ଦିନ ଧରି ପଡିଥିଲେ ।

ଫେରିବା ପାଇଁ ଅନେକ ଉଦ୍ୟମ କରିବା ପରେ ସେମାନେ ସଫଳ ହୋଇନଥିଲେ । ଏହାରି ଭିତରେ ସେମାନେ ଗୋଟିଏ ଭିଡିଓ କରି ସାହାଯ୍ୟ ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଓଡ଼ିଶା ସରକାରଙ୍କ ଜଣେ ଅଧିକାରୀଙ୍କ ନଜରକୁ ଆସିଥିଲା । ଅଧିକାରୀ ଜଣକ ଏନେଇ ସୋନୁ ସୁଦଙ୍କୁ ଯୋଗାଯୋଗ କରିଥିଲେ । ସୋନୁ ନିଜ ଚିରାଚରିତ ଅନ୍ଦାଜରେ ସାହାଯ୍ୟର ଭରସା ଦେଇଥିଲେ । ସେ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ନିଜ ଟିମକୁ କାମରେ ଲଗାଇଥିଲେ । ଓଡ଼ିଆ ଝିଅଙ୍କୁ ଓଡ଼ିଶା ଫେରାଇ ଆଣିବାର ସେହି ଅପରେସନ୍ ଶୁକ୍ରବାର ଶେଷ ହୋଇଛି ।

ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ ଚାରୋଟି ବସ୍ ଯୋଗେ କେନ୍ଦ୍ରାପଡ଼ାକୁ ନିଆଯାଇଛି। ସେଠାରେ ସେମାନଙ୍କୁ ପ୍ରଥମେ କ୍ୱାରେଣ୍ଟିନରେ ରଖାଯିବ। କ୍ୱାରେଣ୍ଟିନ୍ ଅବଧି ଶେଷ ହେବା ପରେ ସେମାନେ ନିଜ ନିଜ ଘରକୁ ଯାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୋନୁଙ୍କ ଏହି ଉଦ୍ୟମକୁ ଓଡ଼ିଶାରେ ବେସ ପ୍ରଶଂସା କରାଯାଉଛି । ସୋସିଆଲ ମିଡିଆରେ ସୋନୁଙ୍କୁ ଅନେକ ବାହବା ମିଳୁଛି । ନିକଟରେ ସୋନୁ ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିଲେ ଯେ, ଯେପର୍ଯ୍ୟନ୍ତ ସବୁ ପ୍ରବାସୀଙ୍କୁ ମୁଁ ସେମାନଙ୍କ ଘରକୁ ଫେରାଇ ନେଇନି ସେପର୍ଯ୍ୟନ୍ତ କାମ ସରିବ ନାହିଁ । ସୋନୁ ପ୍ରବାସୀଙ୍କ ସହ ସଂପର୍କ ସ୍ଥାପନା ପାଇଁ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି ।

 

ପାଇକା ନଦୀ କୂଳରୁ ମିଳିଲା ୪ଟି ମଣିଷ ଖପୁରୀ, ତନ୍ତ୍ର ପୂଜାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଅତଙ୍କ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତ୍ରିତ୍ତୋଲ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିନ ପାଇକାନଦୀର ନୂଆଗାଁରେ ଚାଞ୍ଚଲ୍ୟ । ବୁରୁଜ ନିକଟରୁ ଉଦ୍ଧାର ହୋଇଛି ୪ଟି ମଣିଷ ଖପୁରୀ । ଖାଲି ସେତିକି ନୁହେଁ, ଖପୁରୀ ସହ କଳସ ଏବଂ ନଡ଼ିଆ ମଧ୍ୟ ଉଦ୍ଧାର କରାଯାଇଛି । କେହି ଜଣେ ତନ୍ତ୍ର ପୂଜା କରୁଥିବା ସନ୍ଦେହରେ ସମଗ୍ର କ୍ରିଷ୍ଣାନନ୍ଦପୁର ଭୟର ବାତାବରଣ ଦେଖାଦେଇଛି ।

ସ୍ଥାନୀୟ ଲୋକେ ଆଜି ନଇକୁ ଯିବା ବେଳେ ଏହି ଖପୁରୀ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପହଞ୍ଚି କୃଷ୍ଣାନନ୍ଦପୁର ପୋଲିସ ୪ଟି  ମଣିଷ ଖପୁରୀ ,କଳସ ଆଉ ନଡ଼ିଆକୁ ଉଦ୍ଧାର କରିଥିଲା । ଏଠାରେ କୌଣସି ତାନ୍ତ୍ରିକ ତନ୍ତ୍ର ପୂଜା କରିବା ସହିତ ନରବଳୀ ଦେଇଥିବା ପୋଲିସ ସନ୍ଧେହ କରୁଛି ।

ପୋଲିସ ଏସବୁ ପାଇକା ନଦୀରୁ ଜବତ କରିବା ପରେ ଆଖ ପାଖ ଅଞ୍ଚଳରେ ବୁଲି ପଚରା ଉଚରା କରି କିଏ ଏସବୁ କରି ନଦୀରେ ଫିଙ୍ଗିଛି ସେ ବିଷୟରେ ଜାଣିବା ପାଇଁ ସ୍ଥାନୀୟ ବିସନପୁର, କ୍ରିଷ୍ଣାନନ୍ଦପୁର,କନିମୁଳ ଯାଇଥିବା ଖବର ମିଳିଛି । ଏହି ଘଟଣା ରେ ପୋଲିସ ଜଣକୁ ଥାନାକୁ ଆଣି ପଚରା ଉଚର କରୁଥିବା ଜଣାଯାଇଛି ।

ଲକଡାଉନ୍ ୪.୦ର ୧୨ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ହଜାର ପାର୍

ନୂଆଦିଲ୍ଲୀ: କରୋନା ସଙ୍କଟ ପାଇଁ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆସନ୍ତା ଦୁଇଦିନରେ ସରିବାକୁ ଯାଉଛି । ଲକଡାଉନ୍ ୪.୦ର ଗତ ୧୨ଦିନରେ କୋରାନ ସଂକ୍ରମଣ ତିବ୍ର ଗତିରେ ବଢ଼ିବାରେ ଲାଗିଛି । ଯଦି ଆମେ ଗତ ୧୨ଦିନକୁ ଦେଖିବା ତେବେ କରୋନାର ୭୦ହଜାର ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ପାଖାପାଖି ୧୭୦୦ଲୋକଙ୍କ ମୃତ୍ୟୁ ହୋଇଛି ।

ଦେଶରେ ଲକଡାଉନ୍ ୪.୦କୁ ୧୮ ମେ’ରୁ ଲାଗୁ କରାଯାଇଛି । ଏହି ଦିନରେ ଦେଶରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ହଜାର ୧୬୯ରେ ପହଞ୍ଚିଥିଲା । ଏହାସହ ୩ହଜାର ୨୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬ହଜାର ୮୨୩ ଲୋକ ସୁସ୍ଥ ହୋଇଥିଲେ । ଏବଂ ଏହି  ଦିନରେ ୫ହଜାର ୨୪୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ।  ୧୨ଦିନ ପରେ ମାନେ ଆଜି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତରୁଫରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୬୫ହଜାର ୭୯୯ରେ ପହଞ୍ଚିଛି । ଏବେ ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୪ହଜାର ୭୦୬ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏବଂ ଆଶ୍ୱସ୍ତିକର ଖବର ହେଉଛି ଦେଶରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢୁଛି ବର୍ତ୍ତମାନ ଦେଶରେ ୯୦ ହଜାର ଆକ୍ଟିଭ୍ ମାମଲା ରହିଛି  ।

ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା

ଲକଡାଉନର ୪ର୍ଥ ଚରଣରେ କରୋନାର ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମେ ୧୮ରେ ୫୨୪୨ଜଣ, ମେ ୧୯ରେ ୪୯୭୦ଜଣ, ମେ ୨୦ରେ ୫୬୧୧, ମେ ୨୧ରେ ୫୬୦୯ଜଣ, ମେ ୨୨ରେ ୬୦୮୮, ମେ ୨୩ରେ ୬୬୫୪, ମେ ୨୪ରେ ୬୭୬୭ଜଣ, ମେ ୨୫ରେ ୬୯୭୭, ମେ ୨୬ରେ ୬୫୩, ମେ ୨୭ରେ ୬୩୮୭, ମେ ୨୮ରେ ୬୫୬୬, ମେ ୨୯ରେ ୭୪୬୬ ନୂଆ ମାମଲା ସାମ୍ନାକୁ ଆସିଛି ।

ସେହି ଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି

କରୋନାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଛି । ମେ ୧୮ରେ ୧୫୭ଜଣ, ମେ ୧୯ରେ ୧୩୪ଜଣ, ମେ ୨୦ରେ ୧୪୦, ମେ ୨୧ରେ ୧୩୨ଜଣ, ମେ ୨୨ରେ ୧୪୮, ମେ ୨୩ରେ ୧୩୭, ମେ ୨୪ରେ ୧୪୭ଜଣ, ମେ ୨୫ରେ ୧୫୪, ମେ ୨୬ରେ ୧୪୬, ମେ ୨୭ରେ ୧୭୦, ମେ ୨୮ରେ ୧୯୪, ମେ ୨୯ରେ ୧୭୫ ନୂଆ ମାମଲା ସାମ୍ନାକୁ ଆସିଛି ।