ପାଇକା ନଦୀ କୂଳରୁ ମିଳିଲା ୪ଟି ମଣିଷ ଖପୁରୀ, ତନ୍ତ୍ର ପୂଜାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଅତଙ୍କ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତ୍ରିତ୍ତୋଲ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିନ ପାଇକାନଦୀର ନୂଆଗାଁରେ ଚାଞ୍ଚଲ୍ୟ । ବୁରୁଜ ନିକଟରୁ ଉଦ୍ଧାର ହୋଇଛି ୪ଟି ମଣିଷ ଖପୁରୀ । ଖାଲି ସେତିକି ନୁହେଁ, ଖପୁରୀ ସହ କଳସ ଏବଂ ନଡ଼ିଆ ମଧ୍ୟ ଉଦ୍ଧାର କରାଯାଇଛି । କେହି ଜଣେ ତନ୍ତ୍ର ପୂଜା କରୁଥିବା ସନ୍ଦେହରେ ସମଗ୍ର କ୍ରିଷ୍ଣାନନ୍ଦପୁର ଭୟର ବାତାବରଣ ଦେଖାଦେଇଛି ।

ସ୍ଥାନୀୟ ଲୋକେ ଆଜି ନଇକୁ ଯିବା ବେଳେ ଏହି ଖପୁରୀ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପହଞ୍ଚି କୃଷ୍ଣାନନ୍ଦପୁର ପୋଲିସ ୪ଟି  ମଣିଷ ଖପୁରୀ ,କଳସ ଆଉ ନଡ଼ିଆକୁ ଉଦ୍ଧାର କରିଥିଲା । ଏଠାରେ କୌଣସି ତାନ୍ତ୍ରିକ ତନ୍ତ୍ର ପୂଜା କରିବା ସହିତ ନରବଳୀ ଦେଇଥିବା ପୋଲିସ ସନ୍ଧେହ କରୁଛି ।

ପୋଲିସ ଏସବୁ ପାଇକା ନଦୀରୁ ଜବତ କରିବା ପରେ ଆଖ ପାଖ ଅଞ୍ଚଳରେ ବୁଲି ପଚରା ଉଚରା କରି କିଏ ଏସବୁ କରି ନଦୀରେ ଫିଙ୍ଗିଛି ସେ ବିଷୟରେ ଜାଣିବା ପାଇଁ ସ୍ଥାନୀୟ ବିସନପୁର, କ୍ରିଷ୍ଣାନନ୍ଦପୁର,କନିମୁଳ ଯାଇଥିବା ଖବର ମିଳିଛି । ଏହି ଘଟଣା ରେ ପୋଲିସ ଜଣକୁ ଥାନାକୁ ଆଣି ପଚରା ଉଚର କରୁଥିବା ଜଣାଯାଇଛି ।

Leave a Reply