ଚୀନକୁ ନେଇ ଆମେରିକା ଉପରେ ଖପ୍ପା ମୋଦି ! ଭାରତ ପଚାରିଲା -ପିଏମଙ୍କ ସହ କେବେ କଥା ହେଲେ ଟ୍ରମ୍ପ ?

ନୂଆଦିଲ୍ଲୀ:  ଚୀନ ସହ ସୀମା ବିବାଦକୁ ନେଇ ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖାନ କରିସାରିଛି । ଭାରତର ପଡୋଷୀ ଦେଶଙ୍କ ସହ ସୀମା ବିବାଦ ରହିଛି ଓ ଟ୍ରମ୍ପଙ୍କର ଅଛି ମଧ୍ୟସ୍ଥି ରୋଗ । କାଶ୍ମୀର ମାମଲାରେ ମଝିରେ ପସିବାକୁ ଉଦ୍ୟମ କରି ଟ୍ରମ୍ପ ଫେଲ ମାରିଥିଲେ । ଏବେ ଲଦ୍ଦାଖକୁ ନେଇ ଭାରତ ଚୀନ ମଧ୍ୟରେ ସୃଷ୍ଟ ବିବାଦରେ ଟ୍ରମ୍ପ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି । ଯାହାକୁ ମୋଦି ସରକାର ପ୍ରତ୍ୟାଖାନ କରିଛନ୍ତି । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ମିତ୍ର ମୋଦି ଟ୍ରମ୍ପଙ୍କ ମିଛ କହିବା ଅଭ୍ୟାସକୁ ନେଇ କ୍ଷୁବ୍ଧ ଅଛନ୍ତି ।

କଣ ପାଇଁ ମୋଦି ଖପ୍ପା ?

ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଭିତରେ ଟ୍ରମ୍ପ୍ ନିକଟରେ ଦୁଇ ଦେଶଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଥିଲେ । ସେ କହିଥିଲେ ଯେ, ମୋର ମୋଦିଙ୍କ ସହ ସୀମା ବିବାଦକୁ ନେଇ କଥାବାର୍ତ୍ତା ହୋଇଛି । କିନ୍ତୁ ଭାରତ ସରକାରଙ୍କ କହିବା ହେଉଛି ଦୁଇ ନେତାଙ୍କ ମଧ୍ୟରେ କୌଣସି ପ୍ରକାରର ଆଲୋଚନା ହୋଇନାହିଁ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଦୁଇ ନେତାଙ୍କ ମଧ୍ୟରେ ଶେଷଥର ପାଇଁ ଏପ୍ରିଲ ୪ ତାରିଖରେ କଥାବାର୍ତ୍ତା ହୋଇଥିଲା । ତାହା ପୁଣି ହାଇଡ୍ରୋକ୍ସି କ୍ଲୋରକ୍ୱିନକୁ ନେଇ । ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ କଥାବାର୍ତ୍ତା ନେଇ ହ୍ୱାଇଟ୍ ହାଉସ୍ କିମ୍ବା  ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । କିନ୍ତୁ ଲାଗୁଛି ଯେ, ଉଭୟ ନେତାଙ୍କ ମଧ୍ୟରେ ପ୍ରାୟତଃ ଫୋନରେ କଥାବାର୍ତ୍ତା ହେଉଛି ।

ଭାରତୀୟ ପ୍ରଧାନମନ୍ତ୍ରୀ ମୋର ପସନ୍ଦ

ଚୀନ୍ ଓ ଭାରତ ମଧ୍ୟରେ ମଧ୍ୟସ୍ଥତା ପାଇଁ ଟ୍ରମ୍ପ ପ୍ରସ୍ତାବ ଦେବା ଆଗରୁ କହିଥିଲେ ଯେ, ଦୁଇ ଦେଶଙ୍କ ପାଖରେ ଶକ୍ତିଶାଳୀ ସେନା ଅଛି । ମୋର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ହୋଇଥିଲା ଓ ସେ ଯାହା ଚାଲୁଛି ତାକୁ ନେଇ ଖୁସୀ ନାହାନ୍ତି । ଟ୍ରମ୍ପଙ୍କ ଏହି କଥାକୁ ନେଇ ମୋଦି ଖପ୍ପା ଥିବା କୁହାଯାଉଛି । ତେବେ ଟ୍ରମ୍ପ ମୋଦିଙ୍କୁ ପ୍ରଶଂସା କରି କହିଥିଲେ ଯେ, ମୁଁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ କରେ । ମୋଦିଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରି ସେ କହିଥିଲେ ଯେ, ମୋଦି ଅତ୍ୟନ୍ତ ସଜ୍ଜନ ବ୍ୟକ୍ତି ।

ମୁଁ ଭାରତରେ ବହୁତ ଲୋକପ୍ରୀୟ

ଟ୍ରମ୍ପ କେବଳ ମୋଦିଙ୍କ ପ୍ରତି ନିଜ ପ୍ରେମକୁ ସାର୍ବଜନୀନ କରିନଥିଲେ,ସେ ମଧ୍ୟ କହିଥିଲେ ଯେ, ଭାରତୀୟ ମାନେ ମୋତେ ବହୁତ ଭଲ ପାଆନ୍ତି । ଏଠାକାର ମିଡିଆ (ଆମେରିକା ମିଡିଆ)ଠାରୁ ଭାରତୀୟ ମାନେ ମତେ ଅଧିକ ଭଲ ପାଆନ୍ତି ।

 

Leave a Reply