କ୍ୟାବିନେଟ୍‌ ବୈଠକରେ ୨୨ଟି ପ୍ରସ୍ତାବରେ ଲାଗିଲା ମୋହର

1 min read

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଥମ କ୍ୟାବିନେଟ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ୍‌ ବୈଠକରେ ୨୨ଟି ପ୍ରସ୍ତାବରେ ମୋହର ଲାଗିଛି । ଯେତେବେଳେ କି କ୍ୟାବିନେଟରେ ୨୪ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଥିଲା । କରୋନା ସମୟରେ ଆର୍ଥିକ ଅବସ୍ଥା ଭଷୁଡ଼ି ପଡ଼ିଥିବା ବେଳେ ପୁଣିଥରେ ୨୦୨୦-୨୧ ବର୍ଷ ଆର୍ଥିକ ବଜେଟକୁ ସମୀକ୍ଷା କରାଯାଇଛି ।

ଅର୍ଥ ବିଭାଗର ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସେହିଭଳି ସମବାୟ ବିଭାଗର ଗୋଟିଏ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଗୋଟିଏ ହୋଇଥିବା ବେଳେ ଅନ୍ୟାନ୍ୟ ପ୍ରସ୍ତାବ ଉପରେ ମଧ୍ୟ ମୋହର ବାଜିଛି ।  ଭିଡିଓ କନଫରେନ୍ସିଂ ଜରିଆରେ ବସିଥିବା ବୈଠକରେ ସବୁ କ୍ୟାବିନେଟ୍‌ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ସଚିବ ଯୋଗଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ବୈଠକ ବସିଥିଲା ।

Leave a Reply