spot_img
Home Blog Page 7026

ଅନ୍ତରୀକ୍ଷରୁ ୩ ଦିନରେ ଖସିବ ୮ ଉଲକା ପିଣ୍ଡ, ନାସା କଲା ସତର୍କ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ସକାଳ ଠାରୁ ରବିବାର ପର୍ଯ୍ୟନ୍ତ ପୃଥିବୀ ଆଡ଼କୁ ପଡ଼ିବେ ଉଲକା ପିଣ୍ଡ । ଏଥିରେ କେତୋଟି ଛୋଟ ଥିବାବେଳେ ଆଉ କିଛିର ଆକାର ଷ୍ଟାଡିୟମ ଭଳି । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ପ୍ରକାରେ ଏଥିରୁ ୮ଟି ଉଲକା ପିଣ୍ଡ ପୃଥିବୀର ଅତି ନିକଟରେ ଅତିକ୍ରମ କରିବେ । ଏହା ଜୁନ୍ ୫ ତାରିଖ ସକାଳଠାରୁ ଆରମ୍ଭ ହୋଇ ସପ୍ତାହ ଶେଷ ଯାଏଁ ଚାଲିବ ।

ନାସାର ସେଣ୍ଟର ଫର୍ ନିଅର ଆର୍ଥ ଅବଜେକ୍ଟସ୍ ଷ୍ଟଡିଜ୍ ଅନୁସାରେ, ଜୁନ୍ ୫ ଭୋର୍ ୪ଟା ୪୪ରେ ଉଲକା ପିଣ୍ଡ ୨୦୨୦ କେଏନ୍୫ ପୃଥିବୀର ଅତି ନିକଟରେ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୨୪ରୁ ୫୪ ମିଟର । ସେକେଣ୍ଡ ପ୍ରତି ଏହା ୧୨.୬୬ କିମି ଗତି କରୁଛି ଅର୍ଥାତ୍ ଘଣ୍ଟା ପ୍ରତି ୪୫ ହଜାର ୫୭୬ କିଲୋମିଟର ବେଗରେ ମାଡ଼ି ଆସୁଛି । ଏହା ପୃଥିବୀ ପୃଷ୍ଠରୁ ପ୍ରାୟ ୬୧ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ ।

୫ ଜୁନ୍ ସନ୍ଧ୍ୟା ୫ଟା ୪୧ରେ ଉଲକା ପିଣ୍ଡ କେଏ୬ ପୃଥିବୀ ପୃଷ୍ଠରୁ ୪୪.୧୩ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୨୮ ମିଟର ହୋଇଥିବା ବେଳେ ଏହା ଘଣ୍ଟାପ୍ରତି ୪୧ ହଜାର ୬୫୨ କିମି ବେଗରେ ଅତିକ୍ରମ କରିବ ।

ଜୁନ୍ ୬ ଅପରାହ୍ଣ ୮ଟା ୫୦ରେ ଏନଏନ୪ ଉଲକାପିଣ୍ଡ ପୃଥିବୀର ନିକଟରେ ଅତିକ୍ରମ କରିବ । ପୃଥିବୀ ଠାରୁ ଏହା ୫୧ ଲକ୍ଷ କିମି ଦୂରରେ ଘଣ୍ଟାପ୍ରତି ୪୦ ହଜାର ୧୪୦ କିଲୋମିଟରରେ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୫୭୦ ମିଟର । ଅର୍ଥାତ୍ ଏହା ୫ଟି ଫୁଟବଲ୍ ପଡ଼ିଆ ସହିତ ସମାନ ।

ଜୁନ୍ ୬ ରାତି ପ୍ରାୟ ୧୧ଟା ୮ରେ କେକ୍ୟୁ୧ ଉଲକାପିଣ୍ଡ ପୃଥିବୀର ନିକଟରେ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୩୬ରୁ ୮୧ ମିଟର । ପୃଥିବୀ ଠାରୁ ଏହା ୫୧.୨୩ ଲକ୍ଷ କିଲୋମିଟର ଦୂରତାରେ ଘଣ୍ଟାପ୍ରତି ୫୩ ହଜାର ୭୪୮ କିଲୋମିଟର ବେଗରେ ଅତିକ୍ରମ କରିବ ।

ଜୁନ୍ ୬ ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ପୃଥିବୀଠାରୁ ୧୪.୩୧ ଲକ୍ଷ କିଲୋମଟିର ଦୂରରେ ଏଲଏ ଉଲକା ପିଣ୍ଡ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୨୪ରୁ ୫୩ ମିଟର ହୋଇଥିବା ବେଳେ ଏହା ଘଣ୍ଟାପ୍ରତି ୫୫, ୫୮୪ କିଲୋମିଟରେ ବେଗରେ ଅତିକ୍ରମ କରିବ ।

୭ ଜୁନ୍ ଦ୍ୱିପହର ୧୨ଟା ୩ରେ କିଏ୭ ପୃଥିବୀଠାରୁ ୧୪.୬୭ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୨୩ରୁ ୫୧ ମିଟର ହୋଇଥିବା ବେଳେ ଏହା ଘଣ୍ଟାପ୍ରତି ୨୬, ୪୨୪ କିଲୋମିଟର ବେଗରେ ଗତି କରିବ ।

ଜୁନ୍ ୭ ଦିନ ୧୨ଟା ୪୫ରେ କେକେ ୩ ପୃଥିବୀ ଠାରୁ ୬୮.୦୨ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୨୨ ମିଟରରୁ ୪୯ ମିଟର ହୋଇଥିବା ବେଳେ ଏହା ଘଣ୍ଟାପ୍ରତି ୪୨ ହଜାର ୮୭୬ କିଲୋମିଟର ବେଗରେ ଗତି କରିବ ।

 

ବୁଡ଼ି ଯାଉଥିବା ବ୍ୟକ୍ତିକୁ ଉଦ୍ଧାର କରିବା ପାଇଁ ପାଣିକୁ ଓହ୍ଲାଇଲା ଶିଶୁ ହାତୀ

କେରଳ: କେରଳର କିଛି ଦୁର୍ଦ୍ଦାନ୍ତ ବ୍ୟକ୍ତି ଏକ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ଏକ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିବା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରେ ଗର୍ଭବତୀ ହାତୀଟିର ମୃତ୍ୟୁ ଘଟିଥିଲା।  ସୋସିଆଲ ମିଡିଆରେ ଏହି ମାମଲା ପ୍ରାଧାନ୍ୟ ବିସ୍ତାର କରିଛି । ଲୋକମାନେ ମାନବିକତା ଉପରେ ପ୍ରଶ୍ନ କରୁଛନ୍ତି। ଏଥି ସହିତ, ସେମାନେ ଏହି ଅମାନୁଷିକ କାର୍ଯ୍ୟ କରିଥିବା ସେହି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି ।

ଏଭଳି ସମୟରେ ଆଉ ଏକ ହାତୀର ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବ୍ୟକ୍ତି ନଦୀରେ ଭାସି ଯାଉଥିବାବେଳେ ଏକ ଶିଶୁ ହାତୀ ନଦୀରେ ପହଁରୀ ବ୍ୟକ୍ତିଟିକୁ ଉଦ୍ଧାର କରୁଥିବା ଭଳି ଦୃଶ୍ୟ ରହିଛି ।

https://twitter.com/AnimalsWorId/status/1268071129341661186

ଏହି ସୁନ୍ଦର ଭିଡିଓ @AnimalWorld ନାମକ ଜଣେ ଟ୍ୱିଟର ୟୁଜର୍ସଙ୍କ ଦ୍ୱାରା ସେୟାର କରାଯାଇଥିଲା । ସେ କ୍ୟାପସନରେ ଲେଖିଛନ୍ତି ଯେ, ‘ଏହି ଶିଶୁ ହାତୀଟି ଭାବିଲା ନଦାରେ କେହି ଜଣେ ବୁଡ଼ିଯାଉଛନ୍ତି, ତେଣୁ ତାକୁ ଉଦ୍ଧାର କରିବା ପାଇଁ ସେ ନଦୀ ଭିତରକୁ ଆସିଲା, ବାସ୍ତବରେ ଆମେ ଏସବୁର ଯୋଗ୍ୟ ନୁହନ୍ତି । ‘

 

ଏକାଠି ଦେଖିଥିଲେ ଦୁନିଆ, ଏକାଠି ବୁଜିଲେ ଆଖି

କେନ୍ଦୁଝର: ଖେଳ ହେଲା କାଳ । ଏକାଠି ଦେଖିଥିଲେ ଦୁନିଆ, ଏକାଠି ବୁଜିଲେ ଆଖି । ଖେଳୁ ଖେଳୁ ଗାଡ଼ିଆରେ ଯାଆଁଳା ଭାଇଙ୍କ ସଲୀଳ ସମାଧୀ । ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ତୁମୁରୁଙ୍ଗା ନୂଆଖମଣ ଗାଁରେ । ବାଙ୍କସାହିରେ ଖେଳୁଥିବା ଅବସ୍ଥାରେ ଗାଡ଼ିଆରେ ପଡ଼ି ଯାଆଁଳା ଭାଇଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ବୟସ ୬ ବର୍ଷ ହେବ। ବୁଡ଼ିବା ଖବର ଶୁଣି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦିନେ ଘରେ ଶୁଭିଥିଲା ଏକାଥରକେ ଦୁଇ ଦୁଇ ପୁଅଙ୍କର କୁଆଁ କୁଆଁ ସ୍ୱର । ଜାଆଁଳା ପୁଅ ଜନ୍ମ ହୋଇଛି ବୋଲି ଘରେ ସମସ୍ତଙ୍କ ମନ ଖୁସିରେ ଫାଟି ପଡ଼ୁଥିଲା । ହେଲେ ଆଜି କୋହ ଫଟା କାନ୍ଦରେ ଫାଟିପଡ଼ୁଛି ପୂରା ପରିବାର । ପୂରା ପରିବାର ଉପରେ ଦୁଃଖର ବାଦଲ ଛିଡ଼ି ପଡ଼ିଛି । କାରଣ ମାଆ ହରାଇଛି ତାର ଦୁଇଟି ଆଖିର ନୟନ ପିତୁଳାକୁ  । ଆଉ ବାପ ହରାଇଛି ବଞ୍ଚିବାର ସାହାରାକୁ । କାହା ମୁହଁ ଚାହିଁ ଆମେ ଆଉ ବଞ୍ଚିବୁ ବୋଲି ପୁଳା ପୁଳା ଲୁହ ସହ ପ୍ରଶ୍ନ କରୁଛନ୍ତି ପରିବାର ।

ମୋର କୂଳନନ୍ଦନଙ୍କୁ ମୋ ଠାରୁ କାହିଁକି ଛଡ଼ାଇ ନେଲ ବୋଲି କାନ୍ଦି କାନ୍ଦି ବିଧାତାଙ୍କୁ ପ୍ରଶ୍ନ କରୁଛି ମାଆ । ୬ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା । ଦୁହେଁ ଦୁହିଁଙ୍କର ନଟଖଟ ପଣରେ ପୂରା ପରିବାରକୁ ହସାଉଥିଲେ । ହେଲେ ଦୁହିଁଙ୍କର ବିଧିର ବିଧାନରେ ବୋଧେ ଏ ଖୁସି ଅଧିକ ଦିନ ପର୍ଯ୍ୟନ୍ତ ଲେଖା ନଥିଲା । କାଳର କଳା ନଜର ବୋଧେ ଦୁହିଁଙ୍କ ଉପରେ ଲାଗିଯାଇଥିଲା । ସେଥିପାଇଁ ବୋଧେ ପୂରା ପରିବାରକୁ ଲୁହର ସାଗରେ ଭସାଇ ଦେଇ ଚାଲିଗଲେ କୂଳନନ୍ଦନ ।

ସୁସ୍ଥ ହେଲେ ଆଉ ୬୫ କରୋନା ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥ ସଂଖ୍ୟା ୧୪୮୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଞ୍ଜାମରୁ 1୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୦ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଭଦ୍ରକରୁ ୮, କେନ୍ଦୁଝରରୁ ୭ସ, ବଲାଙ୍ଗିରରୁ ୬, ଖୋର୍ଦ୍ଧାରୁ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ବାଲେଶ୍ୱର ଓ ଯାଜପୁରରୁ ୨ ଜଣ ଲେଖାଏଁ ଓ ଢେଙ୍କାନାଳ, ଝାରସୁଗୁଡ଼ା ଓ କନ୍ଧମାଳରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ୨୪୭୮ଟି ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୧୪୮୧ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୯୮୮ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି, ଗଞ୍ଜାମରେ ୫ଶହ ପାର୍

ଗର୍ଭବତୀ ହାତୀର ହତ୍ୟାକରୀଙ୍କ ବାବଦରେ ସୂଚନା ଦେଲେ ମିଳିବ ଦେଢ଼ ଲକ୍ଷ ଟଙ୍କାର ପୁରସ୍କାର ରାଶି

କୋଚ୍ଚି: କେରଳର ମଲପ୍ପୁରମରେ ଜଣେ ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ ସାରା ଦେଶରେ ଏହି ଘଟଣାକୁ ନିନ୍ଦା କରାଯାଇଛି । ଏହି ଅମାନବୀୟ ଘଟଣାରେ, କିଛି ଦୁର୍ବୃତ୍ତ ସପୁରୀରେ ବାରୁଦ ପୁରାଇ ଏକ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ, ଯାହା ଦ୍ୱାରା ହାତୀଟି ଗୁରୁତର ଆହତ ହୋଇଥିଲା । ଆହତ ହାତୀ ଏତେ ଯନ୍ତ୍ରଣା ଭୋଗୁଥିଲା ଯେ ସେ ତିନି ଦିନ ପର୍ଯ୍ୟନ୍ତ କିଛି ଖାଇ ପିଇ ପାରିନଥିଲେ ଏବଂ ନିରନ୍ତର ପାଣିରେ ଠିଆ ହୋଇଥିଲେ। ଶେଷରେ ସେ ପ୍ରାଣତ୍ୟାଗ କରିଥିଲା । ତେବେ ହାତୀଟି ସହିତ ଏଭଳି ଅମାନବୀୟ ଘଟଣା କରିଥିବା ଲୋକଙ୍କ ପରିଚୟ ଯେଉଁମାନେ ଦେବେ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି ।

ବନ୍ୟପ୍ରାଣୀ ଏସଓଏସ ଏନଜିଓ ଅପରାଧୀଙ୍କ ସୂଚନା ଦେବା ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ / ଭାରତ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି ।

ୱାଇଲ୍ଡ ଲାଇଫ୍ ଏସଓଏସ କହିଛି ଯେ ହାତୀଟିକୁ ବାରୁଦ ମିଶା ସପୁରୀ ଦେଇଥିବା ବ୍ୟକ୍ତିର ପରିଚୟ ଯେଉଁମାନେ ଦେବେ ତାଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ସଂଗଠନ କହିଛି ଯେ ଲୋକମାନେ ହାତୀ ହଟଲାଇନ- ୯୯୭୧୬୯୯୭୨୭ କିମ୍ବା [email protected] ରେ ଇମେଲ କରିପାରିବେ।

‘ଗୁପ୍ତ ରଖାଯିବ ସୂଚନା ପ୍ରଦାନକାରୀଙ୍କ ପରିଚୟ’

ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ ସଂଗଠନର ଅଭିଯାନ ପରିଚାଳକ ସୁମନ୍ତ ବିନ୍ଦୁମାଧବ କହିଛନ୍ତି ଯେ ଏହି ଘଟଣାରେ ଅପରାଧୀଙ୍କ ବିଷୟରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଆମେ ଉତ୍ସାହିତ କରିବୁ। ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ଏବଂ ସୂଚନା ପ୍ରଦାନକାରୀଙ୍କ ପରିଚୟ ଗୁପ୍ତ ରଖାଯିବ । ଏହି ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ, ଯାହାଫଳରେ ସମାଜକୁ ଏକ ଦୃଢ଼ ବାର୍ତ୍ତା ପଠାଯିବ ଏବଂ ଆଉ କେହି ଏପରି କାର୍ଯ୍ୟ କରିବେ ନାହିଁ ବୋଲି ଆଶା ପ୍ରକାଶ କରିଛନ୍ତି ଅଭିଯାନ ପରିଚାଳକ ସୁମନ୍ତ ବିନ୍ଦୁମାଧବ ।

ବଡ଼ଦାଣ୍ଡରେ ରହିବନି ଭକ୍ତଙ୍କ ଭିଡ, ସେବକଙ୍କ ଗହଣରେ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନଯାତ୍ରା

ପୁରୀ: ରାତି ପାହିଲେ ସ୍ନ।ନ ପୂର୍ଣ୍ଣିମା। ରତ୍ନ ବେଦୀରୁ ସ୍ନାନ ବେଦୀକୁ ଛୁଟି ଆସିବେ ଚତୁର୍ଦ୍ଧା ମୂର୍ତ୍ତି । ଆଜି ରାତିରୁ ଆରମ୍ଭ ହେବ ସ୍ନ।ନ ପହଣ୍ଡି । ରାତି ଗୋଟାଏରୁ ଗୋଟିପହଣ୍ଡିରେ ଆସିବେ ମହାପ୍ରଭୁ , ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁର୍ଶନ । କାଲି ସକାଳ ୭ଟାରେ ହେବ ସ୍ନ।ନନୀତି ।  ହେଲେ ଏଥର ଭଗବାନ ଏବଂ ଭକ୍ତଙ୍କ ମଧ୍ୟରେ ବାଧକ ସାଜିଛି କରୋନା ।

ଯେଉଁ ବଡ଼ ଦାଣ୍ଡ ଭକ୍ତଙ୍କ ଭାବଭରା ଡ଼ାକରେ ଫାଟିପଡ଼ୁଥିଲା ସେହି ରାସ୍ତା କାଲି କରୋନା କଟକଣାରେ ବନ୍ଦି ହେବ । ନା ଭକ୍ତ ଆସିବେ ନା ଆଖିକୁ ଆଖି ମିଳନ ହେବ ।  କରୋନା କଟକଣା ଭିତରେ ବିନାଭକ୍ତରେ ସ୍ନ।ନଯାତ୍ରା ହେବାକୁ ଯାଉଛି । ଏଥିପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛି । ଆଜି ରାତି ଗୋଟାଏରୁ ଭୋର ୪ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ପହଣ୍ଡି କରାଯିବ ।

ଆସନ୍ତାକାଲି ସକାଳ ୭ଟା ୩୦ରୁ ୯ଟା୩୦ ଯାଏଁ ହେବ ସ୍ନ।ନନୀତି । ସକାଳ ୧୦ଟା ୩୦ରୁ ଆରମ୍ଭ ହେବ ଛେରା ପହଁରା । ଦିନ ୧୧ଟାରୁ ୧୨ଟା ମଧ୍ୟରେ ଶ୍ରୀଜିଉଙ୍କୁ ହାତୀବେଶ କରାଯିବ । ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ ଶ୍ରୀଜିଉଙ୍କ ପହଣ୍ଡି । ଚଳିତବର୍ଷ ଶ୍ରୀଜିଉଙ୍କ ଅନବସର ନୀତି ୧୫ ଦିନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

କିମ୍ସ କୋଭିଡ୍ ହସ୍ପିଟାଲରେ ପ୍ରଥମ ସନ୍ତାନ ପ୍ରସବ ସଫଳ

ଭୁବନେଶ୍ୱର: ରାଜ୍ୟବାସୀ କରୋନା ସହ ଲଢ଼ୁଛନ୍ତି । ଜୀବନ ବଞ୍ଚାଇବାକୁ ଚାଲିଛି ଅହରହ ସଂଘର୍ଷ । କରୋନା ଆତଙ୍କ ଭିତରେ କୋଭିଡ୍ ହସ୍ପିଟାଲରୁ ଆସିଛି ଖୁସି ଖବର । ପ୍ରଥମଥର ପାଇଁ ରାଜ୍ୟରେ କୋଭିଡ୍ ହସ୍ପିଟାଲରେ ସଫଳତାର ସହ ଗର୍ଭପାତ କରାଯାଇଛି । ପ୍ରସବ ପରେ ସୁସ୍ଥ ଅଛନ୍ତି ମାଆ ଓ ଛୁଆ । ଭୁବନେଶ୍ୱର କିମ୍ସ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ଡାକ୍ତର ସଫଳତାର ସହ କରୋନା ସଂକ୍ରମିତ ପ୍ରସୂତିଙ୍କ ପ୍ରସବ କରାଇଛନ୍ତି ।ମେ ୩୦ ତାରିଖରେ ବାହାର ରାଜ୍ୟରୁ ଆସି କ୍ଵାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ଗର୍ଭବତୀ ମହିଳା କରୋନା ସଂକ୍ରମିତ ଜଣା ପଡ଼ିବା ପରେ କିମ୍ସ କୋଭିଜ୍ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ଜୁନ୍ ୨୧ ତାରିଖରେ ତାଙ୍କର ପ୍ରସବ ହେବ ବୋଲି ଡାକ୍ତର ସମୟ ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ନମୁନା ନେଗେଟିଭ ଆସିବା ପର୍ଯ୍ୟନ୍ତ ତାଙ୍କର ପ୍ରସବକୁ ସ୍ଥଗିତ ରଖିବା ପାଇଁ କିମ୍ସ ଡାକ୍ତରମାନେ ଯୋଜନା କରିଥିଲେ । ତେବେ ଏହା ପୂର୍ବରୁ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେଲେ ପ୍ରସବ ପାଇଁ ହସ୍ପିଟାଲର ଡାକ୍ତରମାନେ ସମସ୍ତ ବନ୍ଦୋବସ୍ତ କରିଥିଲେ ।ଜୁନ୍ ୧ ତାରିଖରେ ମହିଳାଙ୍କ ବେଦନା ଆରମ୍ଭ ହେବାରୁ ପ୍ରସବ କରାଇବା ପାଇଁ କିମ୍ସ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ । ପ୍ରଥମ ପ୍ରସବ ଅସ୍ତ୍ରୋପଚାର ମାଧ୍ୟମରେ ହୋଇଥିବା ବେଳେ ଏବେ ସେ କାରୋନା ଆକ୍ରାନ୍ତ ଥିବାରୁ ତାଙ୍କୁ ସାଧାରଣ ପ୍ରସବ କରାଇବା ବିପଦପୂର୍ଣ୍ଣ ଥିଲେ ମଧ୍ୟ ଏଥିରେ ଡାକ୍ତରମାନେ ସଫଳ ହୋଇଛନ୍ତି । ବର୍ତ୍ତମାନ ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି ।  ସଫଳତା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିମ୍ସ କୋଭିଡ୍ ହସପିଟାଲ, କିମ୍ସ ଡାକ୍ତର ଓ ନର୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ୱରରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଏମ୍ସ କର୍ମଚାରୀ ପଜିଟିଭ୍‌ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଆଉ ୯୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ୍‌ ସଂକ୍ରମିତ ସଂଖ୍ୟା ୨୪ ଶହ ୭୮କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୭୯ ଜଣ ଓ ୧୧ଜଣ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାର ଜିଲ୍ଲାରୁ ଖାଲି ୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଭୁବନେଶ୍ୱରରେ ଏବେ ଧିରେ ଧିରେ ସ୍ୱଭାବିକ ହେଉଛି ସ୍ଥିତି ।

ଏଇ ଭିତରେ ଆଜି ପୁଣି ଭୁବନେଶ୍ୱର ମହାନଗର ନିଗମରୁ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖାଲି ସେତିକି ନୁହେଁ ଭୁବନେଶ୍ୱରର ଏମ୍ସ କର୍ମଚାରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩ଜଣ ସଂକ୍ରମିତଙ୍କର ସ୍ଥାନୀୟ କଣ୍ଟାକ୍ଟ କେସ୍‌ ରହିଛି । ସେମାନଙ୍କ ମଧ୍ୟରେ ଜଣେ ଆଇଗିଣିଆ ପାତ୍ରପଡ଼ା ଅଞ୍ଚଳର । ଡୁମଡୁମାରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ପୂର୍ବ ସଂକ୍ରମିତଙ୍କ ସଂଶ୍ପର୍ଶରେ ଆସିଥିଲେ ।

ଅନ୍ୟଜଣେ ହୋମ୍‌ କ୍ୱାରେଣ୍ଟାଇନରେ ଥିଲେ । ରାଜ୍ୟରେ ଏବେ ମୋଟ୍‌ ୧ ହଜାର ୫୩ଟି ଆକ୍ଟିଭ୍‌ କେସ ରହିଥିବା ବେଳେ ୧୪୧୬ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । କରୋନା ସଂକ୍ରମଣରେ ରାଜ୍ୟରେ ମୋଟ୍‌ ୭ଜଣଙ୍କ ମୃତ୍ୟୁ ହୋଇଛି  ।

 

ଲକ୍ଷାଧିକ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ, ତହସିଲଦାର ଏବଂ ଡାଟାଏଣ୍ଟ୍ରି ଅପରେଟର ଗିରଫ…

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ତହସିଲଦାର ଗିରଫ । ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ ଓ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ଗିରଫ କରାଯାଇଛି । ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍‌ସ । ଜମି କିସମ ବଦଳାଇବାକୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଲାଞ୍ଚ ଅଭିଯୋଗରେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ ଓ ତହସିଲ ଅଫିସ୍‌ର ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ଭିଜିଲାନ୍ସ ଗିରଫ କରିଛି ।

ସୂଚନା ଅନୁଯାୟୀ, ତହସିଲଦାରଙ୍କ ପାଖକୁ ଜମି କିସମ ବଦଳାଇବାକୁ ଜଣେ ବ୍ୟକ୍ତି ଆସିଥିଲେ । କିନ୍ତୁ ତହସିଦାର ଉକ୍ତ ବ୍ୟକ୍ତିଙ୍କଠାରୁ ୧ଲକ୍ଷ ୨୦ ହଜାର ଟଙ୍କା ଟଙ୍କା ଲାଞ୍ଚ ଡିମାଣ୍ଡ କରିଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଥିଲେ । ଏହାପରେ ଭିଜିଲନ୍ସା ତାର ପ୍ଲାନ ଅନୁଯାୟୀ ଡିମାଣ୍ଡ କରାଯାଇଥିବା ଟଙ୍କା ନେଇ ତହସିଲଦାରଙ୍କୁ ଦବାପାଇଁ କୁହିଥିଲା । ତେବେ ବ୍ୟକ୍ତି ଜଣକ ଟଙ୍କା ନେଇ ତହସିଲ ଅଫିସରେ କାମ କରୁଥିବା ଡାଟାଏଣ୍ଟ୍ରି ଅଫିସରକୁ ଦେଇଥିଲେ ।

ଟଙ୍କା ଦେବା ସମୟରେ ଡାଟାଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ଏବଂ ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ସେପଟେ ଲାଞ୍ଚନେବା ଅଭିଯୋଗକୁ ମୁହେଁ ମୁହେଁ ଏଡ଼ାଇଦେଇଛନ୍ତି ତହସିଲଦାର  । ସେ ଏହା ତାଙ୍କ ବିରୁଦ୍ଧରେ କୌଣସି ଷଡ଼ଯନ୍ତ୍ର ବୋଲି କହିଛନ୍ତି । ସେପଟେ କିନ୍ତୁ ଡାଟାଏଣ୍ଟ୍ରି ଅପରେଟର ତହସିଲଦାର କହିବା କାରଣରୁ ଟଙ୍କା ନେଉଥିଲେ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ତହସିଲଦାରଙ୍କ ଘର ଏବଂ ଅଡଫିସ ଏବେ ଯାଞ୍ଚ କରାଯାଉଛି ।

ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ ରାହୁଲ ଚୁପ୍, ମେନକା କହିଲେ- ରାହୁଲ କିଛି ବୁଝି ପାରନ୍ତି ନାହିଁ !

କେରଳ: କେରଳରେ ଗର୍ଭବତୀ ହାତୀକୁ ସପୁରୀରେ ବାରୁଦ ପୁରାଇ ଦେବା ମାମଲାରେ ଭାରତୀୟ ଜନତା ପାର୍ଟୀର ସାଂସଦ ମେନକା ଗାନ୍ଧୀ କେରଳର ଜଙ୍ଗଲ ସଚିବଙ୍କୁ  ହଟାଇବାକୁ ଦାବି କରିଛନ୍ତି । ଏହା ସହିତ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କର ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

କେରଳର ମାଲାପୁରମରେ ଘଟିଥିବା ଏହି ଘଟଣା ସମ୍ପର୍କରେ ମେନକା ଗାନ୍ଧୀ କହିଛନ୍ତି ଯେ, ‘ଜଙ୍ଗଲ ସଚିବଙ୍କୁ ହଟାଇବା ଉଚିତ୍ । ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ନିଯୁକ୍ତ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେବା ଉଚିତ୍ । ରାହୁଲ ଗାନ୍ଧୀ କେରଳର ୱାୟାନାଡର ଜଣେ ସାଂସଦ, କିନ୍ତୁ ସେ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ?

ମେନକା ଗାନ୍ଧୀ କହିଛନ୍ତି, ‘ବର୍ତ୍ତମାନ କଣ କରିବା ଉଚିତ, ରାହୁଲ ଗାନ୍ଧୀ ତ କିଛି ବୁଝି ପାରନ୍ତି ନାହିଁ । ସୁଲତାନପୁର ହେଉ କିମ୍ବା ପିଲିଭିତ କୌଣସି ସ୍ଥାନରେ ଜୀବଜନ୍ତୁ ମୃତ୍ୟୁ ବରଣ କଲେ ଆମେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଉ ।

ଜଣାଇ ରଖୁଛୁ ଯେ ଉତ୍ତର କେରଳର ମଲ୍ଲପୁରମ୍ ଜିଲ୍ଲାରୁ ମନୁଷ୍ୟ ଜାତିକୁ ଲଜ୍ଜିତ କରିବା ଭଳି ଏହି ଘଟଣା ସାମ୍ନାକୁ ଆସିଥିଲା । ଏଠାରେ କିଛି ଲୋକ ମିଳିତ ଭାବେ ଏକ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ଗୋଟିଏ ଗର୍ଭବତୀ ହାତୀକୁ ଖୁଆଇ ଦେଇଥିଲେ । ଯାହାଫଳରେ ହାତୀର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଆଉ ତାହା ଏତେ ଭୟଙ୍କର ହୋଇଥିଲା ଯେ, ହାତୀଟି ଏକ ନଦୀ ଭିତରେ ଯାଇ ଠିଆ ହୋଇଥିଲା, ପରେ ସେଠାରେ ସେ ମୃତ୍ୟୁ ବରଣ କରିଥିଲା । ଗୁରୁବାର ଦିନ ଏଭଳି ଘଟଣା ଘଟିଥିଲା । ଏହି ବିସ୍ଫୋରଣରେ ହାତୀଟି ଗୁୁରୁତର ହେବା ପରେ ଶନିବାର ତାର ମୃତ୍ୟୁ ଘଟିଥିଲା । ପଶୁମାନେ ମଣିଷକୁ ଖୁବ୍ ଶୀଘ୍ର ବିଶ୍ୱାସ କରିନିଅନ୍ତି । ହେଲେ ଜୀବଜନ୍ତୁଙ୍କ ସହିତ ମଣିଷରଏଭଳି ବ୍ୟବହାର ତଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

ବନ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, ହାତୀର ବୟସ ୧୪ରୁ ୧୫ ହେବ । ସଠିକ୍‌ ସମୟରେ ହାତୀକୁ ଚିକିତ୍ସା ମିଳିପାରି ନ ଥିଲା ତେଣୁ ସେ ମୃତ୍ୟୁ ବରଣ କରିଥିଲା । ବନ ବିଭାଗ ପାଖରେ ଖବର ପହଞ୍ଚିବା ବେଳକୁ ବିଳମ୍ବ ହୋଇଯାଇଥିଲା । ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ପ୍ରଥମେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲା । ହେଲେ ସେ ପାଣି ଭିତରୁ ବାହାରି ନ ଥିଲା । ଏଭଳି ଅବସ୍ଥାରେ ରହି ଶେଷରେ ତାର ମୃତ୍ୟୁ ହୋଇଥିଲା ।