ବଡ଼ଦାଣ୍ଡରେ ରହିବନି ଭକ୍ତଙ୍କ ଭିଡ, ସେବକଙ୍କ ଗହଣରେ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନଯାତ୍ରା

ପୁରୀ: ରାତି ପାହିଲେ ସ୍ନ।ନ ପୂର୍ଣ୍ଣିମା। ରତ୍ନ ବେଦୀରୁ ସ୍ନାନ ବେଦୀକୁ ଛୁଟି ଆସିବେ ଚତୁର୍ଦ୍ଧା ମୂର୍ତ୍ତି । ଆଜି ରାତିରୁ ଆରମ୍ଭ ହେବ ସ୍ନ।ନ ପହଣ୍ଡି । ରାତି ଗୋଟାଏରୁ ଗୋଟିପହଣ୍ଡିରେ ଆସିବେ ମହାପ୍ରଭୁ , ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁର୍ଶନ । କାଲି ସକାଳ ୭ଟାରେ ହେବ ସ୍ନ।ନନୀତି ।  ହେଲେ ଏଥର ଭଗବାନ ଏବଂ ଭକ୍ତଙ୍କ ମଧ୍ୟରେ ବାଧକ ସାଜିଛି କରୋନା ।

ଯେଉଁ ବଡ଼ ଦାଣ୍ଡ ଭକ୍ତଙ୍କ ଭାବଭରା ଡ଼ାକରେ ଫାଟିପଡ଼ୁଥିଲା ସେହି ରାସ୍ତା କାଲି କରୋନା କଟକଣାରେ ବନ୍ଦି ହେବ । ନା ଭକ୍ତ ଆସିବେ ନା ଆଖିକୁ ଆଖି ମିଳନ ହେବ ।  କରୋନା କଟକଣା ଭିତରେ ବିନାଭକ୍ତରେ ସ୍ନ।ନଯାତ୍ରା ହେବାକୁ ଯାଉଛି । ଏଥିପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛି । ଆଜି ରାତି ଗୋଟାଏରୁ ଭୋର ୪ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ପହଣ୍ଡି କରାଯିବ ।

ଆସନ୍ତାକାଲି ସକାଳ ୭ଟା ୩୦ରୁ ୯ଟା୩୦ ଯାଏଁ ହେବ ସ୍ନ।ନନୀତି । ସକାଳ ୧୦ଟା ୩୦ରୁ ଆରମ୍ଭ ହେବ ଛେରା ପହଁରା । ଦିନ ୧୧ଟାରୁ ୧୨ଟା ମଧ୍ୟରେ ଶ୍ରୀଜିଉଙ୍କୁ ହାତୀବେଶ କରାଯିବ । ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ ଶ୍ରୀଜିଉଙ୍କ ପହଣ୍ଡି । ଚଳିତବର୍ଷ ଶ୍ରୀଜିଉଙ୍କ ଅନବସର ନୀତି ୧୫ ଦିନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

Leave a Reply