ଭୁବନେଶ୍ୱରରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଏମ୍ସ କର୍ମଚାରୀ ପଜିଟିଭ୍‌ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଆଉ ୯୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ୍‌ ସଂକ୍ରମିତ ସଂଖ୍ୟା ୨୪ ଶହ ୭୮କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୭୯ ଜଣ ଓ ୧୧ଜଣ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାର ଜିଲ୍ଲାରୁ ଖାଲି ୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଭୁବନେଶ୍ୱରରେ ଏବେ ଧିରେ ଧିରେ ସ୍ୱଭାବିକ ହେଉଛି ସ୍ଥିତି ।

ଏଇ ଭିତରେ ଆଜି ପୁଣି ଭୁବନେଶ୍ୱର ମହାନଗର ନିଗମରୁ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖାଲି ସେତିକି ନୁହେଁ ଭୁବନେଶ୍ୱରର ଏମ୍ସ କର୍ମଚାରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩ଜଣ ସଂକ୍ରମିତଙ୍କର ସ୍ଥାନୀୟ କଣ୍ଟାକ୍ଟ କେସ୍‌ ରହିଛି । ସେମାନଙ୍କ ମଧ୍ୟରେ ଜଣେ ଆଇଗିଣିଆ ପାତ୍ରପଡ଼ା ଅଞ୍ଚଳର । ଡୁମଡୁମାରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ପୂର୍ବ ସଂକ୍ରମିତଙ୍କ ସଂଶ୍ପର୍ଶରେ ଆସିଥିଲେ ।

ଅନ୍ୟଜଣେ ହୋମ୍‌ କ୍ୱାରେଣ୍ଟାଇନରେ ଥିଲେ । ରାଜ୍ୟରେ ଏବେ ମୋଟ୍‌ ୧ ହଜାର ୫୩ଟି ଆକ୍ଟିଭ୍‌ କେସ ରହିଥିବା ବେଳେ ୧୪୧୬ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । କରୋନା ସଂକ୍ରମଣରେ ରାଜ୍ୟରେ ମୋଟ୍‌ ୭ଜଣଙ୍କ ମୃତ୍ୟୁ ହୋଇଛି  ।

 

Leave a Reply