spot_img
Home Blog Page 7010

ବଢ଼ୁଛି କରୋନା ସଂକ୍ରମଣ, ଅନଲକ୍ ହେଉଛି ଦେଶ

ନୂଆଦିଲ୍ଲୀ: ଲକଡାଉନ୍ ପରେ ଆଜିଠୁ ଦେଶରେ ଅନଲକ୍ ୧.୦ର ଦ୍ୱିତୀୟ ରାଉଣ୍ଡ ଆରମ୍ଭ ହେଉଛି । ମାର୍ଚ୍ଚ ୨୫ରୁ ବନ୍ଦ ରହିଥିବା ଦେଶର ହଜାର ହଜାର ଧାର୍ମିକ ସ୍ଥଳ ଆଜିଠୁ ଖୋଲିବ । ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଓଡ଼ିଶା ଭଳି ଅନ୍ୟ କେତକ ରାଜ୍ୟ ଜୁନ୍ ୩୦ ଯାଏଁ ରାଜ୍ୟରେ ଧାର୍ମିକ ସ୍ଥଳ ଓ ମଲ୍ ନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ ହେବ ନାହିଁ । ଧର୍ମସ୍ଥଳ ସହିତ ଆଜିଠୁ ହୋଟେଲ, ରେସ୍ତୋରାଁ ମଧ୍ୟ ଖୋଲିବ । କିନ୍ତୁ, ସେଥିପାଇଁ କିଛି ସର୍ତ୍ତ ରହିଛି ।

ଦେଶ ଅନଲକ୍ ହେଉଥିବା ବେଳେ କରୋନା ଗ୍ରାଫ୍ ବଢ଼ି ଚାଲିଛି । ରାଜଧାନୀ ଦିଲ୍ଲୀରେ ୨୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନଲକ୍ ୧.୦ କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବନାହିଁ । କଣ୍ଟେନମେଣ୍ଟ ଜୋନ୍ ପୂର୍ବ ଭଳି ଲକଡାଉନ୍ ମଧ୍ୟରେ ରହିବ । ଏହି ଅଞ୍ଚଳରେ ଜରୁରୀ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକୁ ଅନୁମତି ନାହିଁ ।

କଣ୍ଟେନମେଣ୍ଟ ଜୋନରେ କୌଣସି ଧାର୍ମିକ ସ୍ଥଳ ଖୋଲିବ ନାହିଁ । ଏପରିକି ମଲ୍, ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ମଧ୍ୟ ଅନୁମତି ନାହିଁ । ଦେଶ ଭିତରେ ଯାତାୟାତ ପାଇଁ କୌଣସି ପାସ୍ ଦରକାର ନାହିଁ ।

ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍

ମଧ୍ୟପ୍ରଦେଶର ମେଡିକାଲରେ ଅମାନବୀୟ ଆଚରଣ: ବିଲ୍‌ ଦେଇନପାରିବାରୁ ବନ୍ଧା ହେଲେ ବୃଦ୍ଧ

ମଧ୍ୟପ୍ରଦେଶର: ବିଲ୍ ଦେଇନପାରିବାରୁ ବନ୍ଧା ହୋଇଛନ୍ତି ବୃଦ୍ଧ । ମେଡିକାଲ ବେଡ୍‌ରେ ବନ୍ଧା ହୋଇଛନ୍ତି ପଡ଼ିଛନ୍ତି ୮୦ ବର୍ଷୀୟ ବୃଦ୍ଧ । ସାଜାପୁରର ଏକ ମେଡିକାଲ ବେଡ୍‌ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ସାଜାପୁର ଜିଲ୍ଲାପାଳ ଘଟଣାସ୍ଥଳକୁ ତଦନ୍ତ ପାଇଁ ଗୋଟିଏ ଟିମ୍‌ ପଠାଇଛନ୍ତି ।

ଏବଂ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।   ଅପରପକ୍ଷରେ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈହାନ । ଦୋଷୀଙ୍କୁ କ୍ଷମାଦିଆଯିବନାହିଁ, ସେମାନଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଘଟଣାନୁଯାୟୀ, ସପ୍ତାହ ଆରମ୍ଭରେ ବୃଦ୍ଧ ଜଣଙ୍କ ପେଟ ଜନିତ ସମସ୍ୟା ଯୋଗୁଁ ଜିଲ୍ଲାର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ପରିବାର ସଦସ୍ୟ ବୃଦ୍ଧଙ୍କ ଚିକିତ୍ସା ବାବଦକୁ ହୋଇଥିବା ପୂରା ଖର୍ଚ୍ଚ ପଇଠ କରିବାକୁ ଅସମର୍ଥ ହୋଇଥିଲେ । ବୃଦ୍ଧଙ୍କ ବଡ଼ ଝିଅ ଯଥା ସମ୍ଭବ ଅର୍ଥ ପଇଠ କରିବା ସହ ଡିସଚାର୍ଜ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏଥିରେ ରାଜି ହୋଇନଥିଲେ ମେଡିକାଲ କର୍ତ୍ତୃପକ୍ଷ ।

 

ସେକ୍ସ ରାକେଟର ପର୍ଦ୍ଦାଫାସ: ରାଣୀ ମହୁମାଛି ସହ ୪ ମହିଳା ଅଟକ

ସମ୍ୱଲପୁର: ସେକ୍ସ ରାକେଟର ପର୍ଦ୍ଦାଫାସ । ୩ଜଣ ଗ୍ରାହକ ଏବଂ  ରାଣୀ ମହୁମାଛି ସହ ୪ ମହିଳା ଅଟକ । ଧନୁପାଲୀ ଥାନା ଅନ୍ତର୍ଗତ ଭତରାରେ ଦୀର୍ଘ ଦିନରୁ ଚାଲିଥିବା ସେକ୍ସ ରେକେଟର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଧନୁପାଲୀ ପୋଲିସ l ଉକ୍ତ ଘଟଣାରେ ପୋଲିସ ରାଣୀମହୁମାଛି ସହ  ୩ପୁରୁଷ ଏବଂ ୪ଜଣ ମହିଳାଙ୍କୁ ଅଟକ ରଖିଛି l

ନିଜ ଘରେ ରହି ପେଟ ପାଟଣା ପାଇଁ ଏଭଳି କାର୍ଯ୍ୟ କରୁଥିବା ରାଣୀ ମହୁମାଛି ନିଜେ କହୁଛି l ତେବେ ବିଭିନ୍ନ ସ୍ଥାନରୁ ଝିଅ ଏବଂ ପୁଅ ଆସି କିଛି ସମୟ ବିତାଇବା ପାଇଁ ତାଙ୍କୁ ଟଙ୍କା ଦେଉଥିଲେ ବୋଲି ସେ ସଫେଇଦେଇଛି  lଘଟଣା ସ୍ଥଳରୁ ଗର୍ଭ ନିରୋଧକ ବଟିକା, ଇଞ୍ଜେକ୍ସନ, ବ୍ୟବହୃତ ଏବଂ ଅବ୍ୟବହୃତ କୋଣ୍ଡୋମ ,କିଛି ଅନ୍ତବସ୍ତ୍ର ସହ ଅନ୍ୟାନ ଆପତ୍ତିଜନକ ସାମଗ୍ରୀ ପୋଲିସ ଜବତ କରିଛି l

 

ବିଚ୍ ରାସ୍ତାରେ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ରାଉରକେଲା: ବିଚରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃର୍ତ୍ତ । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ । ରାଉରକେଲା ସହରରେ ଘଟିଛି ଏହି ନୃଶଂସ ଘଟଣା । ମୃତ ଯୁବକ ଜଣଙ୍କ ହେଲେ ପ୍ଲାଣ୍ଟସାଇଟ୍‌ ଥାନା ରେଲଓ୍ୱେ କଲୋନୀ ଅଞ୍ଚଳର ।

ଯୁବକଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଇସ୍ପାତ ଜେନେରାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତିକୁ ନିୟନ୍ତ୍ର।ଧୀନ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହା ପରେ ପରିସ୍ଥିତି ଏବେ ସ୍ୱାଭାବିକ ରହିଛି । ସେପଟେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପ୍ଲାଣ୍ଟସାଇଟ୍‌ ପୋଲିସ ।

ଟ୍ୱିଟ୍‌ର ହ୍ୟାଣ୍ଡେଲରୁ ବିଜେପିକୁ ହଟାଇଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ମଧ୍ୟପ୍ରଦେଶ ରାଜନୀତିର ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ । ନିକଟ ଅତୀତରେ ହାତ ଛାଡ଼ି ପଦ୍ମ ଧରିଥିବା ଏହି ନେତା ନିଜ ରାଜନୈତିକ ଅଭିମୁଖ୍ୟକୁ ନେଇ ପୁଣି ଚର୍ଚ୍ଚାରେ । ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରୁ ବିଜେପିକୁ ହଟାଇ ସସପେନ୍ସ ସୃଷ୍ଟି କରିଛନ୍ତି । ବିଜେପି ପରିବର୍ତ୍ତେ ନିଜକୁ ଜଣେ ପବ୍ଲିକ୍ ସର୍ଭେଣ୍ଟ ଓ ଜଣେ କ୍ରିକେଟ ଉତ୍ସାହି ଭାବେ ଦର୍ଶାଇଛନ୍ତି ।

ଏଭଳି କରିବା ପରେ ରାଜେନୖତିକ ମହଲରେ ଆରମ୍ଭ ହୋଇଛି ଅଙ୍କକଷା । ବିଜେପି ଭିତରେ କଂଗ୍ରେସ ଫେରନ୍ତା ଏହି ନେତାଙ୍କ ସ୍ଥିତି ନେଇ ଏବେ ନାନା କଳ୍ପନାଜଳ୍ପନା । ମାମା(ଶିବରାଜ ସିଂହ ଚୈହାନ)ଙ୍କ ସହ ମହାରାଜଙ୍କ ସମ୍ପର୍କ ମଧ୍ୟ ଏବେ ପ୍ରଶ୍ନ ଘେରରେ ।

ତେବେ ଜ୍ୟୋତିରାଦିତ୍ୟଙ୍କ ଟ୍ୱିଟ୍‌ର ଆକ୍ଟିଭିଟିକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ କଂଗ୍ରେସକୁ ନିଜ ଟ୍ୱିଟ୍ର ହ୍ୟାଣ୍ଡେଲ୍‌ରୁ ହଟାଇ ଚର୍ଚ୍ଚାରେ ରହିଥିଲେ । ବିଜେପିରେ ସାମିଲ ହେବା ପୂର୍ବରୁ ଏଭଳି କରିଥିଲେ ଜ୍ୟୋତିରାଦିତ୍ୟ ।

ତେବେ ଏଭଳି କଳ୍ପନାଜଳ୍ପନାର ପ୍ରତିକ୍ରିୟା ରଖିଛନ୍ତି ଜ୍ୟୋତିରାଦିତ୍ୟା । ଏକ ଟ୍ୱିଟ୍ କରି ସେ ଉଲ୍ଲେଖ କରିଛନ୍ତି, ମିଛ ଖବର ସତ ଖବର ଠାରୁ ଅଧିକ ଶୀଘ୍ର ବ୍ୟାପେ । ତେବେ ସିଧାସଳଖ ଟ୍ୱିଟର ହ୍ୟାଣ୍ଡେଲ୍‌ରୁ ବିଜେପିକୁ ହଟାଇବାକୁ ନେଇ କୌଣସି ସୂଚନା ଦେଇନାହାନ୍ତି ।

ଅଳ୍ପକେ ବର୍ତ୍ତିଗଲା ମାଆ, ଆଖି ବୁଜିଦେଲା ଝିଅ

ନୂଆପଡ଼ା: ମାଆ ଆାଗରେ ଆଖି ବୁଜିଦେଲା ଝିଅ । ଦୁର୍ଘଟଣାରେ ଆରପାରିକୁ ଚାଲିଗଲା ୮ ବର୍ଷର ଅଲିଅଳି । ଖଡ଼ିଆଳ ସଦର ଦେଇ ନୂଆପଡାକୁ ସଂଯୋଗ ରାସ୍ତାର ବୋଡେନ୍‌ ଛକଠାରେ ଘଟିଥିବା ଦୁର୍ଘଟଣାରେ ମାଆା ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଝିଅଟିର ମୃତ୍ୟୁ ଘଟିଛି । ଖଡ଼ିଆଳ ଥାନା ବାଦି ଗାଁର ଦିବ୍ୟସିଂହ ଖଂପରିଆ ବାଇକ୍‌ରେ ଓ ତାଙ୍କ ସ୍ତ୍ରୀ ସ୍କୁଟିରେ ନିଜ ଝିଅ ବୈଷ୍ଣବୀ ଖଂପରିଆକୁ ବସାଇ ନିଜ ଗାଁକୁ ଯାଉଥିଲେ। ଏହି ସମୟରେ ନୂଆପଡା ପଟୁ ଆସୁଥିବା ଟ୍ରକଟି ଓଭରଟେକ୍‌ କରି ଗଲାବେଳେ ସ୍କୁଟି ସହ ଧକ୍କା ହୋଇଥିଲା ।  ଝିଅଟି ଟ୍ରକର ଚକା ତଳେ ପଡିଯାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ଓ ପୋଲିସ ବିଭାଗ ପହଞ୍ଚି ମୃତ ଝିଅକୁ ଉଦ୍ଧାର କରିଥିଲେ।

 

ମଧ୍ୟପ୍ରଦେଶର ମେଡିକାଲରେ ଅମାନବୀୟ ଆଚରଣ: ବିଲ୍‌ ଦେଇନପାରିବାରୁ ବନ୍ଧା ହେଲେ ବୃଦ୍ଧ

ମଧ୍ୟପ୍ରଦେଶର: ବିଲ୍ ଦେଇନପାରିବାରୁ ବନ୍ଧା ହୋଇଛନ୍ତି ବୃଦ୍ଧ । ମେଡିକାଲ ବେଡ୍‌ରେ ବନ୍ଧା ହୋଇଛନ୍ତି ପଡ଼ିଛନ୍ତି ୮୦ ବର୍ଷୀୟ ବୃଦ୍ଧ । ସାଜାପୁରର ଏକ ମେଡିକାଲ ବେଡ୍‌ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ସାଜାପୁର ଜିଲ୍ଲାପାଳ ଘଟଣାସ୍ଥଳକୁ ତଦନ୍ତ ପାଇଁ ଗୋଟିଏ ଟିମ୍‌ ପଠାଇଛନ୍ତି ।

ଏବଂ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।   ଅପରପକ୍ଷରେ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈହାନ । ଦୋଷୀଙ୍କୁ କ୍ଷମାଦିଆଯିବନାହିଁ, ସେମାନଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଘଟଣାନୁଯାୟୀ, ସପ୍ତାହ ଆରମ୍ଭରେ ବୃଦ୍ଧ ଜଣଙ୍କ ପେଟ ଜନିତ ସମସ୍ୟା ଯୋଗୁଁ ଜିଲ୍ଲାର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ପରିବାର ସଦସ୍ୟ ବୃଦ୍ଧଙ୍କ ଚିକିତ୍ସା ବାବଦକୁ ହୋଇଥିବା ପୂରା ଖର୍ଚ୍ଚ ପଇଠ କରିବାକୁ ଅସମର୍ଥ ହୋଇଥିଲେ । ବୃଦ୍ଧଙ୍କ ବଡ଼ ଝିଅ ଯଥା ସମ୍ଭବ ଅର୍ଥ ପଇଠ କରିବା ସହ ଡିସଚାର୍ଜ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏଥିରେ ରାଜି ହୋଇନଥିଲେ ମେଡିକାଲ କର୍ତ୍ତୃପକ୍ଷ ।

 

ମାତ୍ର ୩୯ ବର୍ଷ ବୟସରେ ଚାଲିଗଲେ ଏହି ଲୋକପ୍ରିୟ ଅଭିନେତା

ବେଙ୍ଗଳୁରୁ: ଲୋକପ୍ରିୟ କନ୍ନଡ଼ ଅଭିନେତା ଚିରଞ୍ଜିବୀ ସର୍ଜା ଆଉନାହାଁନ୍ତି । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି । ଜୟନଗରର ଏକ ଘରୋଇ ହସ୍ପିଟାଲରେ ୩୯ ବର୍ଷ ବୟସରେ ଆଖି ବୁଜିଛନ୍ତି ଚିରଞ୍ଜିବୀ । କନ୍ନଡ଼ର ଲୋକପ୍ରିୟ ଅଭିନେତା ଓ ପ୍ରତ୍ୟେକ ଫିଲ୍ମରେ ଚିରଞ୍ଜିବୀ ହିରୋ ଭୂମିକାରେ ନଜର ଆସିଥାନ୍ତି । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି ।

ଭେଟରାନ ଅଭିନେତାର ଶକ୍ତି ପ୍ରସାଦଙ୍କ ନାତି ଓ ଅର୍ଜୁନ ସର୍ଜାଙ୍କ ପୁତୁରା ହେଉଛନ୍ତି ଚିରଞ୍ଜିବୀ । ସେ କେବଳ କନ୍ନଡ଼ ନୁହେଁ ତାମିଲ୍ ସିନେମାରେ ମଧ୍ୟ ଖୁବ୍ ଲୋକପ୍ରିୟ । କିଛି ବର୍ଷ ତଳେ ସେ ମେଘନା ରାଜଙ୍କୁ ବିବାହ କରିଥିଲେ ।

୨୨ ବର୍ଷ ବୟସରେ ବାୟୁପୁତ୍ର ଚଳଚ୍ଚିତ୍ର ଜରିଆରେ ସେ ଡେବ୍ୟୁ କରିଥିଲେ । ଚୀରୁ, ଦାଣ୍ଡମ ଦଶୟୁନମ, କେମ୍ପେ ଗୌଡ଼ା, ବରଦାନାୟକ, ହ୍ୱିସଲ, ଚନ୍ଦ୍ରଲେଖା ଓ ଖାକି ଭଳି ଫିଲ୍ମରେ ଅଭିନୟ କରିଥିଲେ ଚିରଞ୍ଜିବୀ । ଶେଷଥର ଶିବାର୍ଜୁନ୍ ଫିଲ୍ମରେ ରୂପେଲି ପରଦାରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ସୁନା ନାଁରେ ପିତଳ ବିକ୍ରି କରୁଥିଲେ, ୩ ଜଣଙ୍କୁ ଧରିଲା ପୋଲିସ

ବଲାଙ୍ଗିର: ପୋଲିସ ହାତରେ ସୁନା ଠକ । ପିତ୍ତଳକୁ ସୁନା କହି ବିକ୍ରି କରୁଥିବା ଠକଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ । ୧.୫ କେଜି ନକଲି ସୁନାକୁ ୨ ଲକ୍ଷ ଟଙ୍କାରେ ବିକ୍ରି ବେଳେ ଧରାପଡ଼ିଛନ୍ତି ଠକ । ଏଭଳି ଅଭିନବ ଠକେଇ ଦେଖିବାକୁ ମିଳିଛି ବଲାଙ୍ଗିର ସଦର ଥାନା ଅଞ୍ଚଳରେ । ଯେଉଁଠି ପୋତା ଧନ ବିକ୍ରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଛି ।

ପୋଲିସ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧.୫ କେଜି ନକଲି ସୁନା, ଗୋଟିଏ ଡ୍ରିଲ୍ ମେସିନ୍, ୩ଟି ମୋବାଇଲ୍, ଗୋଟିଏ ବାଇକ୍, ନଗଦ ୯ ହଜାର ଟଙ୍କା ଜବତ କରାଯାଇଛି । ଏନେଇ ବଲାଙ୍ଗିର ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି ।

ଘଟଣାରେ ପୋଲିସ ଦୀପକ ମେହେର, କଳାକାହ୍ନୁ ମେହେର, ରାମଦାସ ମାଝିକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ରଞ୍ଜନ ମେହେର ଫେରାର୍ ହୋଇଯାଇଛି । ଗିରଫ ୩ ଜଣଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।

ଜାଣନ୍ତୁ କରୋନା ସମୟରେ କେଉଁ ରାଶି ପାଇଁ ବ୍ୟବସାୟିକ କ୍ଷତି ଜାରି ରହିବ

ଭୁବନେଶ୍ୱର: କରୋନା ମହାମାରୀ କାରଣରୁ ଅର୍ଥନୈତିକ ମାନ୍ଦାବସ୍ଥା ଜାରି ରହିଛି । ନିଜସ୍ୱ ଉଦ୍ୟମରେ ବ୍ୟବସାୟ କରୁଥିବା ଅଧିକାଂଶ ବ୍ୟକ୍ତି ଏହାର କୁଫଳ ଭୋଗୁଛନ୍ତି । କେବଳ ଆମେ କହୁଥିବା ରାଶିର ବ୍ୟକ୍ତି ବିଶେଷ ନୁହଁନ୍ତି, ଏହି ରାଶି ସହ ଜଡିତ ଥିବା ପ୍ରତିଷ୍ଠାନ, ସରକାରୀ ସଂସ୍ଥା ଏବଂ ରାଜନୈତିକ ଦଳ ମଧ୍ୟ ସମାନ ଅସୁବିଧା ଭୋଗୁଛନ୍ତି । ବର୍ତ୍ତମାନ ସମୟରେ ଏହି ରାଶି ପାଇଁ ଅର୍ଥନୈତିକ ମାନ୍ଦାବସ୍ଥା ଜାରି ରହିବ ।

ଏହି ରାଶି ପାଇଁ ଉଦ୍ଧିଷ୍ଟ ଥିବା ବୃହସ୍ପତି ଧନୁ ରାଶିରୁ ଅନ୍ୟତ୍ର ସଞ୍ଚାର କରିଛନ୍ତି । ଯେଉଁଥି ପାଇଁ ବ୍ୟବସାୟ ଭଲ ହେଉ ନ ଥିବା ଜଣାପଡିଛି । କିନ୍ତୁ ମନଦୁଃଖ କରିବାର କୌଣସି କାରଣ ନାହିଁ । ଲାଭ ପରେ କ୍ଷତି ପୁନଶ୍ଚ କ୍ଷତି ପରେ ଲାଭ ହିଁ ବ୍ୟବସାୟର ରୀତିନୀତି । ଏଭଳି ସମୟରେ ହତୋତ୍ସାହିତ ନ ହୋଇ ପୂର୍ବ ଭଳି କାର୍ଯ୍ୟ ଜାରି ରଖିବାକୁ ପଡିବ । ଶାସ୍ତ୍ର ଉବାଚ ‘ବାଣିଜ୍ୟେ ବସତି ଲକ୍ଷ୍ମୀ’ର ସାର୍ଥକତା ରହିଛି । ତେଣୁ ବୃତ୍ତିକୁ ତ୍ୟାଗ ନ କରି ଧୈର୍ଯ୍ୟର ସହ ସାମାନ୍ୟ ଭିନ୍ନ ଉପାୟରେ ଏହି କାର୍ଯ୍ୟ କରିବାକୁ ପଡିବ ।

ଉପରୋକ୍ତ ବିଷୟ ଆଲୋଚନା ହେଉଥିବା ରାଶି ହେଉଛି ମକର, ଯାହା ୨୧/୧୦, ୨୨/୧୦ ଏବଂ ୨୩ /୧୦ ।  ଗତ ମାର୍ଚ୍ଚ ୩ରୁ ଆରମ୍ଭ ହୋଇଥିବା ଏହି ଖରାପ ସମୟ ସେପ୍ଟେମ୍ୱର ଆଡକୁ ସରିବ ବୋଲି କୁହାଯାଇଛି ।