ବଢ଼ୁଛି କରୋନା ସଂକ୍ରମଣ, ଅନଲକ୍ ହେଉଛି ଦେଶ

ନୂଆଦିଲ୍ଲୀ: ଲକଡାଉନ୍ ପରେ ଆଜିଠୁ ଦେଶରେ ଅନଲକ୍ ୧.୦ର ଦ୍ୱିତୀୟ ରାଉଣ୍ଡ ଆରମ୍ଭ ହେଉଛି । ମାର୍ଚ୍ଚ ୨୫ରୁ ବନ୍ଦ ରହିଥିବା ଦେଶର ହଜାର ହଜାର ଧାର୍ମିକ ସ୍ଥଳ ଆଜିଠୁ ଖୋଲିବ । ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଓଡ଼ିଶା ଭଳି ଅନ୍ୟ କେତକ ରାଜ୍ୟ ଜୁନ୍ ୩୦ ଯାଏଁ ରାଜ୍ୟରେ ଧାର୍ମିକ ସ୍ଥଳ ଓ ମଲ୍ ନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ ହେବ ନାହିଁ । ଧର୍ମସ୍ଥଳ ସହିତ ଆଜିଠୁ ହୋଟେଲ, ରେସ୍ତୋରାଁ ମଧ୍ୟ ଖୋଲିବ । କିନ୍ତୁ, ସେଥିପାଇଁ କିଛି ସର୍ତ୍ତ ରହିଛି ।

ଦେଶ ଅନଲକ୍ ହେଉଥିବା ବେଳେ କରୋନା ଗ୍ରାଫ୍ ବଢ଼ି ଚାଲିଛି । ରାଜଧାନୀ ଦିଲ୍ଲୀରେ ୨୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନଲକ୍ ୧.୦ କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବନାହିଁ । କଣ୍ଟେନମେଣ୍ଟ ଜୋନ୍ ପୂର୍ବ ଭଳି ଲକଡାଉନ୍ ମଧ୍ୟରେ ରହିବ । ଏହି ଅଞ୍ଚଳରେ ଜରୁରୀ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକୁ ଅନୁମତି ନାହିଁ ।

କଣ୍ଟେନମେଣ୍ଟ ଜୋନରେ କୌଣସି ଧାର୍ମିକ ସ୍ଥଳ ଖୋଲିବ ନାହିଁ । ଏପରିକି ମଲ୍, ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ମଧ୍ୟ ଅନୁମତି ନାହିଁ । ଦେଶ ଭିତରେ ଯାତାୟାତ ପାଇଁ କୌଣସି ପାସ୍ ଦରକାର ନାହିଁ ।

ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍

Leave a Reply