ଟ୍ୱିଟ୍‌ର ହ୍ୟାଣ୍ଡେଲରୁ ବିଜେପିକୁ ହଟାଇଲେ ଜ୍ୟୋତିରାଦିତ୍ୟ

1 min read

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ମଧ୍ୟପ୍ରଦେଶ ରାଜନୀତିର ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ । ନିକଟ ଅତୀତରେ ହାତ ଛାଡ଼ି ପଦ୍ମ ଧରିଥିବା ଏହି ନେତା ନିଜ ରାଜନୈତିକ ଅଭିମୁଖ୍ୟକୁ ନେଇ ପୁଣି ଚର୍ଚ୍ଚାରେ । ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରୁ ବିଜେପିକୁ ହଟାଇ ସସପେନ୍ସ ସୃଷ୍ଟି କରିଛନ୍ତି । ବିଜେପି ପରିବର୍ତ୍ତେ ନିଜକୁ ଜଣେ ପବ୍ଲିକ୍ ସର୍ଭେଣ୍ଟ ଓ ଜଣେ କ୍ରିକେଟ ଉତ୍ସାହି ଭାବେ ଦର୍ଶାଇଛନ୍ତି ।

ଏଭଳି କରିବା ପରେ ରାଜେନୖତିକ ମହଲରେ ଆରମ୍ଭ ହୋଇଛି ଅଙ୍କକଷା । ବିଜେପି ଭିତରେ କଂଗ୍ରେସ ଫେରନ୍ତା ଏହି ନେତାଙ୍କ ସ୍ଥିତି ନେଇ ଏବେ ନାନା କଳ୍ପନାଜଳ୍ପନା । ମାମା(ଶିବରାଜ ସିଂହ ଚୈହାନ)ଙ୍କ ସହ ମହାରାଜଙ୍କ ସମ୍ପର୍କ ମଧ୍ୟ ଏବେ ପ୍ରଶ୍ନ ଘେରରେ ।

ତେବେ ଜ୍ୟୋତିରାଦିତ୍ୟଙ୍କ ଟ୍ୱିଟ୍‌ର ଆକ୍ଟିଭିଟିକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ କଂଗ୍ରେସକୁ ନିଜ ଟ୍ୱିଟ୍ର ହ୍ୟାଣ୍ଡେଲ୍‌ରୁ ହଟାଇ ଚର୍ଚ୍ଚାରେ ରହିଥିଲେ । ବିଜେପିରେ ସାମିଲ ହେବା ପୂର୍ବରୁ ଏଭଳି କରିଥିଲେ ଜ୍ୟୋତିରାଦିତ୍ୟ ।

ତେବେ ଏଭଳି କଳ୍ପନାଜଳ୍ପନାର ପ୍ରତିକ୍ରିୟା ରଖିଛନ୍ତି ଜ୍ୟୋତିରାଦିତ୍ୟା । ଏକ ଟ୍ୱିଟ୍ କରି ସେ ଉଲ୍ଲେଖ କରିଛନ୍ତି, ମିଛ ଖବର ସତ ଖବର ଠାରୁ ଅଧିକ ଶୀଘ୍ର ବ୍ୟାପେ । ତେବେ ସିଧାସଳଖ ଟ୍ୱିଟର ହ୍ୟାଣ୍ଡେଲ୍‌ରୁ ବିଜେପିକୁ ହଟାଇବାକୁ ନେଇ କୌଣସି ସୂଚନା ଦେଇନାହାନ୍ତି ।

Leave a Reply