spot_img
Home Blog Page 7003

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୦ଜଣ କୋରନା ଆକ୍ରାନ୍ତ

ଭୁବନେଶ୍ୱର: କରୋନା କାଳରେ କରୋନାକୁ ନେଇ ଆସିଲା ଭଲ ଖବର । ଗତ ୨୪ ଘଣ୍ଟାରେ ୧୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ରାଜ୍ୟରେ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଗତ କିଛି ଦିନ ଧରି ଲଗାତାର ଭାବେ ପ୍ରତିଦିନ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ଆଜି ୧୪୦ ଜଣ ଆକ୍ରାନ୍ତ ସୁସ୍ଥ ହେବା ସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୩୩ରେ ପହଞ୍ଚିଛି । କଟକରୁ ସର୍ବାଧିକ ୨୪ ଜଣ ସୁସ୍ଥ ହୋଇଥିବା ବେଳେ ୨୨ ଜଣ ଗଞ୍ଜାମରୁ ୨୧ନୁଆପଡ଼ା, ଯାଜପୁର, ଜଗତସିଂହପୁର ଏବଂ ଖୋର୍ଦ୍ଧାରୁ ୧୧ ଲେଖାଏଁ, ସୁନ୍ଦରଗଡ଼ରୁ ୮ଜଣ, ବଲାଙ୍ଗୀର ଓ ଭଦ୍ରକରୁ ୭ଜଣ ଲେଖାଏଁ, ଢେଙ୍କାନାରୁ ୫ଜଣ, ବରଗଡ଼ କେନ୍ଦ୍ରାପଡ଼, ସମ୍ବଲପୁରରୁ ୩ଜଣ ଲେଖାଏଁ, ବାଲେଶ୍ୱର ଏବଂ ପୁରୀରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ହାତର ରଙ୍ଗ କହିବ ଆପଣ କେତେ ଜଣଙ୍କୁ ଭଲ ପାଉଛନ୍ତି ?

ପ୍ରେମକୁ ଶାଶ୍ୱତ ଓ ପବିତ୍ର କୁହାଯାଏ । ପ୍ରେମ ବା ଭଲ ପାଇବା କେବେ ଜୀବନରେ ଆଣିଦିଏ ଅସରନ୍ତି ଖୁସି ତ ଆଉ କେବେ ଜୀବନରେ ଢାଙ୍କିଦିଏ ଦୁଃଖର କଳା ବାଦଲ । ଆଜିକାଲିର ଆଧୁନିକ ଦୁନିଆରେ ଭଲ ପାଇବା ଏକ ଟ୍ରେଣ୍ଡ୍ ପାଲଟିଛି । ସ୍ମାର୍ଟ ସହର ସହ ସ୍ମାର୍ଟ ହେଉଛି ଲଭ୍ । ତେବେ, ଆପଣଙ୍କ ପାର୍ଟନର ଆଉ କାହାକୁ ଭଲ ପାଉଛନ୍ତି କି ? ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ…

କର୍ମ ସହ ହାତ ରଙ୍ଗର ସମ୍ପର୍କକର୍ମ ଆଧାରରେ ହାତର ରେଖା ବଦଳି ଯାଏ । ଏଥିସହ ପାପୁଲିର ରଙ୍ଗ ବଦଳି ଥାଏ । କିନ୍ତୁ ସାଧାରଣତଃ ଏହାକୁ ଲୋକମାନେ ଜାଣିପାରନ୍ତି ନାହିଁ । ଯଦି କେବେ ବି ଜଣାପଡ଼େ ତାହାଲେ କାମ କରିବା ଯୋଗୁଁ ହାତର ରଙ୍ଗ ବଦଳିଥିବା  କିମ୍ବା କୌଣସି ସାମଗ୍ରୀ ବ୍ୟବହାର ଯୋଗୁଁ ପ୍ରତିକ୍ରିୟା ବୋଲି ଭାବନ୍ତି । କିନ୍ତୁ, ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଯାହାର ସମ୍ପର୍କ ଆମ କର୍ମ ସହିତ ରହିଛି ।

ଏମିତି କାମ କରୁଛନ୍ତି କି ?

ହସ୍ତରେଖା ଅନୁସାରେ କୌଣସି ବ୍ୟକ୍ତି ପ୍ରତି କାମରେ ତର ତର ହୋଇ କରନ୍ତି । ଅଥବା ଅଚାନକ କାହାପାଖରୁ ଅଧିକ ଟଙ୍କା ମିଳିଲେ ହାତର ରଙ୍ଗ ବଦଳିଯାଏ । ଏଭଳି ଲୋକଙ୍କ ପାପୁଲିର ରଙ୍ଗ ଲାଲ୍ ହୋଇ ଯାଇଥାଏ ।

ବଢ଼ୁଛି କି ମାନସିକ ଚାପ ?

ସମସ୍ତଙ୍କ ମନରେ କାମକୁ ନେଇ ଡର, ଭୟ ହେଉ କିମ୍ବା ଖିୁସି ଥାଏ । ତେବେ, କେହି କେହି ଅଚାନକ ମାନସିକ ଚାପରେ ପଡ଼ିଯାଆନ୍ତି । ଅଥବା ତାଙ୍କ ସ୍ୱଭାବ ପରିବର୍ତ୍ତନ ହେବା ସହ ରାଗି ଯାଆନ୍ତି । ଏଭଳି ଲୋକଙ୍କ ହାତର ରଙ୍ଗ କଳା ପଡ଼ିଯାଏ ।

ଭୂଲରେ ଏମିତି କରନ୍ତୁ ନାହିଁ

ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ କଷ୍ଟ ଦେଇ ନିଜେ ଖୁସି ପାଆନ୍ତି । ଅନ୍ୟକୁ ଦୁଃଖ ଦେବାକୁ ଉପାୟ ଖୋଜୁଥିବା ଲୋକ ଅଥବା ଅଧିକ ପ୍ରେମ ପ୍ରସଙ୍ଗରେ ପଡ଼ିଥିବା ବ୍ୟକ୍ତିଙ୍କ ହାତର ରଙ୍ଗ ବାଦାମୀ ହୋଇଯାଏ ।

ଏମିତି ପ୍ରକୃତି ନାହିଁ ତ ?

ହସ୍ତରେଖା ଅନୁସାରେ, ଯିଏ ପ୍ରତି ସମୟ ଆଳସ୍ୟରେ ଅତିବାହିତ କରେ । ତାର ବଡ଼ ବଡ଼ କାମ ସବୁ ଖରାପ ହୋଇଯାଏ । ସେହି ବ୍ୟକ୍ତି ଅଳସୁଆ ପଣ ନ ଛାଡ଼ିଲେ ହାତର ରଙ୍ଗ ହଳଦିଆ ପଡ଼ିଯାଏ । ଏପରିକି ଅନ୍ୟକୁ ସମ୍ମାନ କରୁ ନଥିବା ଲୋକଙ୍କ ହାତର ରଙ୍ଗ ହଳଦିଆ ହୋଇଯାଏ ।

ଆପଣ ଚାହୁଁଥିବା ବନ୍ଧୁ ଏବେ ଦେଖିପାରିବେ ଆପଣଙ୍କ ହ୍ୱାଟସ୍ ଆପ୍‌ର ଲାଷ୍ଟ ସିନ, ଜାଣନ୍ତୁ କେମିତି

ବିଶ୍ୱରେ ୨ ଶହ କୋଟିରୁ ଅଧିକ ଉପଭୋକ୍ତାଙ୍କ ଏବେ ହ୍ୱାଟସ୍ ଆପ୍ ବ୍ୟବହାର କରୁଛନ୍ତି । ଦୁନିଆର ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ମଧ୍ୟରୁ ହ୍ୱାଟସ୍‌ ଆପ୍‌ ଅନ୍ୟତମ । ଏହି ଆପର ପ୍ଲାଟଫର୍ମରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଫିଚରସ୍ କ୍ରମାଗତ ଭାବରେ ଆସିଛି । କିଛି ଦିନ ପୂର୍ବରୁ ଲକ୍‌ଡାଉନରେ ଉପଭୋକ୍ତାଙ୍କ ସୁବିଧା ପାଇଁ ଭିଡିଓ କଲରରେ କିପରି ଅଧିକ ଉପଭୋକ୍ତା ରହିପାରିବେ ତାକୁ ନେଇ ଚିନ୍ତା କରିଥିଲା । ଏବଂ ପରେ ଭିଡିଓ କଲିଂ ସୀମାକୁ ୪ ଜଣରୁ ୮ଜଣ ଉପଭୋକ୍ତାଙ୍କୁ ବୃଦ୍ଧି କରାଯାଇଥିଲା । ଖାଲି ସେତିକି ନୁହେଁ ଫରୱାର୍ଡ ମେସେଜର ସୀମା ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ହ୍ୱାଟସ୍ ଆପ୍ ମଧ୍ୟ ଖୁବ୍ ଶୀଘ୍ର ଆହୁରି ଅନେକ ନୂତନ ଫିଚରସ୍ ଉପଭୋକ୍ତାଙ୍କ ପାଇଁ ଆଣିବାକୁ ଯାଉଛି । ଯାହା ଆପଣଙ୍କ ପ୍ରତିଦିନର ଚାଟିଂ ଶୈଳୀରେ ପରିବର୍ତ୍ତନ ଆଣିବ ।

ହ୍ୱାଟସ୍ ଆପ୍ ଏହି ଫିଚରସ୍‌ ଅନେକ ମାସ ଧରି ଉପଭୋକ୍ତାଙ୍କ ପାଖକୁ ଆଣିବା ପୂର୍ବରୁ ପରୀକ୍ଷା କରିଥାଏ । ଫିଚରସ୍ ମାଧ୍ୟମରେ, ଉପଭୋକ୍ତାମାନେ ଏକାସାଙ୍ଗରେ ଏକାଧିକ ହ୍ୱାଟସ୍ ଆପ୍ ଆକାଉଣ୍ଟ ବ୍ୟବହାର କରିବାକୁ ସମର୍ଥ ହେବେ। ଏପର୍ଯ୍ୟନ୍ତ, ଯଦି ଆପଣ ଆପଣଙ୍କର ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ଅନ୍ୟ ଡିଭାଇସରେ ଲଗଇନ୍ କରନ୍ତି, ତେବେ ଏହା ପୁରୁଣା ଡିଭାଇସରୁ ଅଟୋମେଟିକ ଲଗ୍ ଆଉଟ୍ ହୋଇଛି ।

ଏହି ଫିଚରସ୍‌ ମଧ୍ୟ ଦୀର୍ଘ ସମୟ ଧରି କାମ କରୁଛି  । ହ୍ୱାଟସ୍ ଆପ୍ ଆପ୍‌ର ଡିଲିଟ୍ ମେସେଜ୍ ସହିତ ଏହା ସମାନ ଫିଚରସ୍‌ ହେବ । ଏବେ ପୁରୁଣା ମେସେଜ ଅଟୋମେଟିକ୍‌ ଡିଲିଟ ହୋଇଜିବ । ଏହି ମେସେଜ କେତେ ଦିନ ପରେ ଡିଲିଟ ହେବ ତାହା ଉପଭୋକ୍ତାମାନେ ଏହି ସମୟ ସୀମା ସେଟ୍ କରିବାକୁ ସମର୍ଥ ହେବେ ।

ହ୍ୱାଟସ୍ ଆପ୍‌ରେ ଖୁବ୍ ଶୀଘ୍ର ଏକ ଇନ୍-ଆପ୍ ବ୍ରାଉଜର୍ ଫିଚରସ୍‌ ଆସିବାକୁ ଯାଉଛି । ଯାହା ମାଧ୍ୟମରେ ଉପଭୋକ୍ତାମାନେ ଏହି ଆପରେ ହ୍ୱାଟସ୍ ଆପ ମିଳୁଥିବା ଲିଙ୍କ୍ ଖୋଲିବାକୁ ସକ୍ଷମ ହେବେ । ଅଦ୍ୟାବଧି, ହ୍ୱାଟସ୍ ଆପ୍‌ରେ ମିଳୁଥିବା ଲିଙ୍କ ଖୋଲିବାକୁ ଉପଭୋକ୍ତାମାନଙ୍କୁ ଅନ୍ୟ ବ୍ରାଉଜରକୁ ଯିବାକୁ ପଡିବ ନାହିଁ ।

ଖାଲି ସେତିକି ନୁହେଁ । ଆପଣ ଖୁବ୍ ଶୀଘ୍ର ଏପରି ଏକ ଫିଚରସ୍‌ ପାଇବାକୁ ଯାଉଛନ୍ତି ଯାହା ଦ୍ୱାରା କେଉଁ ବନ୍ଧୁମାନେ ସେମାନଙ୍କର ଶେଷ ଦୃଶ୍ୟ ଦେଖିପାରିବେ ତାହା ସ୍ଥିର କରିବାକୁ ସମର୍ଥ ହେବେ । ବର୍ତ୍ତମାନ, ଉପଭୋକ୍ତାମାନେ କେବଳ ତିନୋଟି ବିକଳ୍ପ ପାଇପାରୁଛନ୍ତି । ଏହାପରେ ଏକ ଡ଼ିଚରସ୍‌ ଆସିବ ଯେଉଁଥିରେ ସେ ନିଜେ ଚିହ୍ନଟ କରି ରଖିପାରିବେ ସେମାନଙ୍କର ଲାଷ୍ଟ ସିନ କିଏ ଦେଖିବା ଦରକାର ।

ଆସୁଛି ମୌସୁମୀ: ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ୩ଦିନ ମଧ୍ୟରେ  ଓଡ଼ିଶା ଛୁଇଁବ ମୌସୁମୀ ।  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ସଂଲଗ୍ନ ଅଂଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବୂଳୟ ‘ଲଘୁଚାପ’ରେ ପରିଣତ ହୋଇଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଯାହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୱେଲ ମାର୍କ ଲୋ-ପ୍ରେସର ରୂପ ନେବ ।

ଫଳରେ ଓଡ଼ିଶାରେ ଲଗାତାର ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଫଳରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶାକୁ ମୌସୁମୀ ବାଟ କଢାଇ ଆଣିବା ପାଇଁ ବଙ୍ଗୋପସାଗରରେ ପାଗ ଅନୁକୂଳ ଥି୍ବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୪ ଜିଲ୍ଲାକୁ ଓରେଞ୍ଜ ଆର୍ଲଟ ରହିଛି ସେଗୁଡ଼ିକ ହେଲା କୋରାପୁଟ, ମାୟୁରଭଞ୍ଜ , ଗଞ୍ଜାମ ଓ ଗଜପତି । ଏବଂ ଆଉ ୧୧ଟି ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ସେଗୁଡ଼ିକ ହେଲା ପୁରୀ, କନ୍ଧମାଳ, କେଉଁଝର, ଢେଙ୍କାନାଳ, କଟକ, ଅନୁଗୁଳ, ଜଗତସିଂହପୁର, ଖୋର୍ଦ୍ଧା,ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ।

ରଥଯାତ୍ରା ନେଇ ସରକାରଙ୍କୁ ନିଷ୍ପତ୍ତି ନେବାକୁ କହିଲେ ହାଇକୋର୍ଟ..

କଟକ: ରାଥଯାତ୍ରା ନେଇ ସରକାର ନେବେ ନିଷ୍ପତ୍ତି । କଟକ-ହାଇକୋର୍ଟ ରେ ରଥଯାତ୍ରା ପ୍ରସଙ୍ଗ ଉପରେ ଶୁଣାଣି କରି ରାଜ୍ୟ ସରକାରଙ୍କୁ ପରିସ୍ଥିତି କୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କୋଭିଡ୍ ନିୟମ ମାନି ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ହାଇକୋର୍ଟ । ଶୁଣାଣି କାଳରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଥିଲେ ଆଡଭୋକେଟ ଜେନେରାଲ । ହାଇକୋର୍ଟଙ୍କ ଆଦେଶ ପରେ ରଥଯାତ୍ରା ହେବ କି ନାହିଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ।

ତେବେ ରଥଯାତ୍ରା ପାଖେଇ ଆସିଲାଣି । ରଥଖଳାରେ ଜୋରସୋରରେ ଚାଲିଚି ରଥ ନିର୍ମାଣ କାମ । ରଥ ନିର୍ମାଣରେ ମହାରଣା, ରୂପକାର, କମାର ଓ ଭୋଇ ସେବକ ନିୟୋଜିତ ଅଛନ୍ତି । ୩ ରଥକୁ ଉଠିଲା ବଡ଼ ପୋଟଳ । ଶୀଘ୍ର କାମ ସାରିବାକୁ କାହାରି ହାତକୁ ତର ନାହିଁ । ରଥର ପ୍ରାୟ ୭୦ ପ୍ରତିଶତ କାମ ସରିଥିବା ବେଳେ ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ କାମ ସରିବ ବୋଲି ସେବାୟତ ମାନେ କହିଛନ୍ତି ।

ସେହିପରି ୩ ରଥର ୧୪ ନାହାକା ନିର୍ମାଣ କାମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ, ଦ୍ବିତୀୟ ଭୂଇଁ ଲାଗିସାରିଥିବା ବେଳେ ତୃତୀୟ ଭୂଇଁ କାମ ସରିଛି । ପାରାଭାଡ଼ି କାମ ଜାରି ରହିଛି । ରଥରେ ରଙ୍ଗପକାଇବା କାମ ଆରମ୍ଭ ହୋଇଛି ।

ଦିଲ୍ଲୀରେ କମ୍ୟୁନିଟି ସ୍ପ୍ରେଡର ବିପଦ ! ବିନା ଲକ୍ଷଣ ଥିବା ଲୋକ ହେଉଛନ୍ତି କରୋନା ପଜିଟିଭ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି ।  ବିନା ଲକ୍ଷଣଥିବା ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି । କାରଣ ଯେତେବେଳେ ବିନା ଲକ୍ଷଣ ଥିବା ଲୋକଙ୍କର  କରୋନା ଟେଷ୍ଟ କରାଯାଉଛି ସେତେବେଳେ ସେମାନେ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହାର ଅର୍ଥ ହେଉଛି ଦିଲ୍ଲୀରେ କରୋନା ବ୍ୟାପିଯାଇଛି । ସୋମାବାର ଦିନ କରୋନା ଟେଷ୍ଟର ୨୭ପ୍ରତିଶତ ଲୋକ କରୋନା ପଜିଟିଭି ବାହାରିଛନ୍ତି । ଏହାସହ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୩୦ହଜାର ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଆଜି ଉପ ରାଜ୍ୟପାଳ ଅନିଲ ବୈଜଲ ଏହାକୁ ନେଇ ବୈଠକ ଡକାଇଛନ୍ତି ।  ଯେଉଁଠାରେ ଅରବିନ୍ଦ କେଜରିୱାଲଙ୍କ ବଦଳରେ ମନିଷ ଶିଶୋଦିଆ  ଉପସ୍ଥିତ ଅଛନ୍ତି ।

ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୩୭ଶହ ଲୋକଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୦୦୭ଜଣ ଲୋକଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଯାହା ପରୀକ୍ଷଣର ୨୭ ପ୍ରତିଶତ  । ଯଦି ପୂର୍ବ ସପ୍ତାହ ର କଥା କୁହାଯାଏ ତ ପଜିଟିଭ୍ ସଂଖ୍ୟା ୨୬ ପ୍ରତିଶତ ରହିଥିଲା ।

କମ୍ୟୁନିଟି ସ୍ପ୍ରେଡ୍

ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯ହଜାର ୯୪୩ ରହିଛି । ଏମାନଙ୍କ ମଧ୍ୟରୁ ୧୧ହଜାର ୩୫୭ଜଣ ଏପର୍ଯ୍ୟନ୍ତ  ସୁସ୍ଥ ହୋଇଥିବା ବେଳେ ୧୭ହଜାର ୭୧୨ମାମଲା  ସକ୍ରିୟ ଅଛି ।  ଦିଲ୍ଲୀରେ ଏବେ କରୋନା ସଂକ୍ରମଣ ବ୍ୟାପିବାର ଭୟ ମଧ୍ୟ ବଢିବାରେ ଲାଗିଛି । ଯାହାକୁ ଆଜି ଏକ ବୈଠକ ହେବାକୁ ଯାଉଛି । ଏହି ବୈଠକକୁ ନେଇ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଥିଲେ ଯେ, ଦିଲ୍ଲୀରେ କରୋନା ମାମଲା ବଢିବାରେ ଲାଗିଛି । କରୋନାର ସ୍ଥିତି ଉପରେ ଏସଡିଏମଏର ବୈଠକ ଅଛି ।

ବର୍ତ୍ତମାନ ଦିଲ୍ଲୀରେ କରୋନାଙ୍କ ସ୍ଥିତି କ’ଣ ତାହାକୁ ନେଇ ବୈଠକରେ ଆଲୋଚନା ହେବ । କଣ କରୋନାର ସ୍ଥିତି କମ୍ୟୁନିଟି ସ୍ପ୍ରେଡରେ ପହଞ୍ଚିଛି ତାହାକୁ ନେଇ ଚର୍ଚ୍ଚା ହୋଇପାରେ । ଏବଂ ଯଦି କରୋନା ଦିଲ୍ଲୀରେ ସମ୍ପ୍ରଦାୟ ବିସ୍ତାର ବା କମ୍ୟୁନିଟି ସ୍ପ୍ରେଡରେ ପହଞ୍ଚିଛି, ତେବେ ଏହାର ମୁକାବିଲା ପାଇଁ ରଣନୀତି କ’ଣ ହେବ ? ସମସ୍ତ ତଥ୍ୟ ସହିତ କିଛି ବିଶେଷଜ୍ଞଙ୍କୁ ଡକାଯାଇଛି । ସେହି ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ମଧ୍ୟ ହେବ ।

ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଛି ଏଭଳି ସ୍ଥିତିରେ ଯଦି ଜାଣାପଡ଼େ ଯେ, ସମ୍ପ୍ରଦାୟ ବିସ୍ତାର ବା କମ୍ୟୁନିଟି ସ୍ପ୍ରେଡ ହେଉଛି, ତେବେ ଦିଲ୍ଲୀ ସରକାରଙ୍କ ରଣନୀତି ବଦଳିଯିବ ।

୧୮୩ଟି ହଟସ୍ପଟ୍

ଦିଲ୍ଲୀରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ହେତୁ ଏଠାରେ କରୋନା ହଟସ୍ପଟ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ରବିବାର ସୁଦ୍ଧା ଦିଲ୍ଲୀର ହଟସ୍ପଟ୍ ସଂଖ୍ୟା ୧୬୯ ଥିଲା ଯାହା ଏବେ ୧୮୩ରେ ପହଞ୍ଚିଛି ।

ଏହି କାରଣରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଦଳାଇଥିଲେ ନିଜ ମଙ୍ଗଳସୂତ୍ର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ପାଖରେ ଢେର ଅଳଙ୍କାର ଅଛି । କିନ୍ତୁ ସମସ୍ତ ଅଳଙ୍କାର ମଧ୍ୟରୁ ମଙ୍ଗଳାସୂତ୍ର ଜଣେ ବିବାହିତ ମହିଳା ପାଇଁ ବିଶେଷ ମହତ୍ୱ ରହିଛି । ଏହା କେବଳ ଏକ କଳା ସୂତା ନୁହେଁ ବରଂ ଏହା ପରମ୍ପାର ଓ ହିନ୍ଦୁ ନାରୀଙ୍କ ପ୍ରତୀକ । ବିବାହ ପରେ ଏହା ତାଙ୍କ ପରିଚୟର ଏକ ଅଂଶ ହୋଇଯାଏ । ଐଶ୍ୱର୍ଯ୍ୟା ରାୟଙ୍କ ପାଇଁ ମଧ୍ୟ ତାଙ୍କ ମଙ୍ଗଳସୂତ୍ର, କିନ୍ତୁ ଆଜିକାଲି ତାଙ୍କ ମଙ୍ଗଳସୂତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି ।

୨୦୦୭ ମସିହା ଏପ୍ରିଲ ମାସ ୧୯ ତାରିଖରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ ଐଶ୍ୱର୍ଯ୍ୟା ରାୟ । ଐଶ୍ୱର୍ଯ୍ୟା ତାଙ୍କ ବିବାହରେ ପ୍ରସିଦ୍ଧ ଡିଜାଇନର୍ ନୀତା ଲୁଲାଙ୍କ ଡିଜାଇନ୍ଡ ଏକ ଗୋଲ୍ଡେନ୍ ରଙ୍ଗର କାଞ୍ଜୀବରମ୍ ଶାଢୀ ପିନ୍ଧିଥିଲେ, ଯାହାର ଦାମ ୭୫ ଲକ୍ଷ ଥିଲା। କେବଳ ସେତିକି ନୁହେଁ, ବିବାହରେ ହୀରାର ଏକ ମଙ୍ଗଲସୂତ୍ର ପିନ୍ଧିଥିଲେ ଐଶ୍ୱର୍ଯ୍ୟା । ସେତେବେଳେ ଏହାର ମୂଲ୍ୟ ପ୍ରାୟ ୪୫ଲକ୍ଷ ଥିଲା । କିନ୍ତୁ ବିବାହର ଏତେ ବର୍ଷ ପରେ ଐଶ୍ୱର୍ଯ୍ୟାଙ୍କ ମଙ୍ଗଲସୂତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ବିବାହର ପରେ ପରେ ଐଶ୍ୱର୍ଯ୍ୟାଙ୍କ ମଙ୍ଗଳସୂତ୍ର ଲମ୍ବା ଓ ମୋଟା ଥିଲା । କିନ୍ତୁ ଆଜିକାଲି ଐଶ୍ୱର୍ଯ୍ୟା ଅଲଗା ମଙ୍ଗଲସୂତ୍ର ପିନ୍ଧୁଛନ୍ତି ଯାହା ହାଇଲାଇଟ୍ ହେବାରେ ଲାଗିଛି ।  ତେବେ ଏହା ପଛର କାରଣ ମଧ୍ୟ ଜଣାପଡିଛି । ସୂଚନାଯୋଗ୍ୟ ଯେ, ଆରାଧ୍ୟା ବଚ୍ଚନଙ୍କ ଜନ୍ମ ପୂର୍ବରୁ ଅଭିନେତ୍ରୀ ସେହି ଡାଇମଣ୍ଡ ମଙ୍ଗଳସୂତ୍ର ପିନ୍ଧୁଥିଲେ । କିନ୍ତୁ ଝିଅର ଜନ୍ମ ପରେ ସେ ଲମ୍ବା ମଙ୍ଗଲସୂତ୍ରକୁ ବଦଳରେ ଏକ ଛୋଟ ମଙ୍ଗଳସୂତ୍ର ପିନ୍ଧିଲେ । କିନ୍ତୁ ମଙ୍ଗଳସୂତ୍ରର ହୀରା ପେଣ୍ଡେଟ ସମାନ ରଖିଥିଲେ ।

ତେବେ ଐଶ୍ୱର୍ଯ୍ୟାଙ୍କ ମଙ୍ଗଳସୂତ୍ର ବଦଳିବାର କାରଣ ତାଙ୍କ ଲାଡଲି ଥିଲେ । ୨୦୧୧ ମସିହା ନଭେମ୍ବର ମାସ ୧୬ ତାରିଖରେ ଆରାଧ୍ୟାଙ୍କ ଜନ୍ମ ହୋଇଥିଲା । ଆରାଧ୍ୟାଙ୍କ ଜନ୍ମ ପରେ ଐଶ୍ୱର୍ଯ୍ୟା ଭାରି ଅଳଙ୍କାର ପିନ୍ଧିବା ଛାଡିଦେଇଥିଲେ । କାରଣ ଆରାଧ୍ୟା ଅଧିକାଂଶ ସମୟରେ ନିଜ ମାଆଙ୍କ ସହ ସମୟ ବିତାଇବା ପସନ୍ଦ କରନ୍ତି । କୌଣସି ଅସୁବିଧାର ସମ୍ମୁଖୀନ ନହେବା ପାଇଁ ଐଶ୍ୱର୍ଯ୍ୟା ଏହି ସବୁ ଛୋଟ ଛୋଟ ଜିନିଷରେ ପରିବର୍ତ୍ତନ ଆଣିଥିଲେ ।

 

ଭୁବନେଶ୍ୱରରେ ୪ ନୂଆ କରୋନା ପଜିଟିଭ୍, ଜାଣନ୍ତୁ କିଏ କେଉଁଠୁ….

ଭୁବନେଶ୍ୱର: ପୁଣି ଭୁବନେଶ୍ୱରରେ ଚିହ୍ନଟ ହେଲେ ୪ ନୂଆ କରୋନା ପଜିଟିଭ୍‌ । ୪ ଜଣଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରପୁର ଅଞ୍ଚଳର ୨୮ ବର୍ଷୀୟ ଯୁବକ ବୋଲି ଜଣାପଡ଼ିଛି । ସେ ହାଇଦ୍ରାବାଦରୁ ଫେରୁଥିବା ନେଇ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି ।

ସେହିଭଳି ଆଉ ଜଣେ ଆକ୍ରାନ୍ତ ଡୁମୁଡୁମା ଅଞ୍ଚଳର ୨୯ ବର୍ଷୀୟ ଯୁବକ ବୋଲି ସୂଚନା ମିଳିଛି । ସେ ଦିଲ୍ଲୀରୁ ହାଇଦ୍ରାବଦ ଫେରିଥିବା ନେଇ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି ।

ଅନ୍ୟ ଦୁଇ କରୋନା ଆକ୍ରାନ୍ତ ହେଲେ ପଟିଆ ଅଞ୍ଚଳର । ଉଭୟ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଜଣେ ୩୪ ବର୍ଷର ପୁରୁଷ ହୋଇଥିବା ବେଳେ ଆଉ ଜଣେ ୨୬ ବର୍ଷୀୟ ମହିଳା ରହିଛନ୍ତି । ସେମାନଙ୍କ ଦିଲ୍ଲୀରୁ ଫେରିଥିବା ନେଇ ଟ୍ରାଭେଲ ହିଷ୍ଟ୍ରି ରହିଛି ।

ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ସନାତନ ରଥଙ୍କ ବିୟୋଗ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ରାଜ୍ୟର ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ସନାତନ ରଥଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । କଟକସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଡାକ୍ତର ରଥ ରାଜ୍ୟର ଜଣେ ଜଣାଶୁଣା ସ୍ନାୟୁ ବିଶେଷଜ୍ଞ ଥିଲେ । ସେ କଟକ ଏସ୍‌ସିବି ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ।

ଡାକ୍ତର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଡାକ୍ତର ରଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡାକ୍ତର ରଥ ଜଣେ ଲୋକପ୍ରିୟ ସର୍ଜନ ଭାବେ ପରିଚିତ ଥିଲେ । ରାଜ୍ୟରେ ଚିକିତ୍ସା ଶିକ୍ଷା ଦିଗରେ ତାଙ୍କର ଯୋଗଦାନକୁ ସବୁବେଳେ ମନେ ରଖାଯିବ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

୧୯୩୪ ମସିହା ଜୁଲାଇ ୨୫ ତାରିଖରେ ଜନ୍ମିତ ଡାକ୍ତର ରଥ ଭେଲୋରରୁ ଡାକ୍ତରୀ ଶିକ୍ଷା ଶେଷ କରିଥିଲେ । ୧୯୬୫ ମସିହାରେ ସେ କଟକ ଏସିସିବି ମେଡିକାଲ କଲେଜର ନ୍ୟୁରୋସର୍ଜରୀ ବିଭାଗରେ ସହଯୋଗୀ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୯୧ରେ ତାଙ୍କୁ ରାଜ୍ୟ ମେଡିକାଲ ଏଜୁକେଶନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା ।

ସ୍କୁଲ ଆଡମିଶନ ପ୍ରସଙ୍ଗ : ଅଭିଭାବକ ମହାସଂଘର ବିରୋଧ,ଆନ୍ଦୋଳନ ଧମକ

ଭୁବନେଶ୍ୱର: ସ୍କୁଲରେ ଆଡମିଶନ ପ୍ରସଙ୍ଗ । ଜୋରଦାର ବିରୋଧ ସତ୍ତ୍ଵେ ସରକାର ଆରମ୍ଭ କରିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଆଡମିଶନ ଗତକାଲିଠାରୁ ଆରମ୍ଭ ହୋଇଛି । ଏହାକୁ ବିରୋଧ କରି ଓଡ଼ିଶା ଅଭିଭାବକ ମହାସଂଘ ଆଜି ମହାତ୍ମା ଗାନ୍ଧୀ ପାର୍କରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ଧାରଣା ଦେଇଥିଲେ । ସାରା ବିଶ୍ୱ କରୋନା କବଳିତ ଥିବାବେଳେ ଆଡମିଶନ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛି ଅଭିଭାବକ ମହାସଂଘ । ଘରୋଇ ସ୍କୁଲଗୁଡ଼ିକର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିବା ସଂଘ ଅଭିଯୋଗ କରିଛି । ସରକାର ତୁରନ୍ତ ଏ ନିଷ୍ପତ୍ତିରୁ ନ ଓହରିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସଂଘ ଚେତାଇ ଦେଇଛି ।

File pic

 

ଅନ୍ୟପଟେ ଆଡମିଶନକୁ ସଂଘ କାହିଁକି ବିରୋଧ କରୁଛି । ଏହା ସେମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ହୋଇପାରେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାଶ । ସେମାନେ ଏହାକୁ କାହିଁକି ଘରୋଇ ବିଦ୍ୟାଳୟ ସହ ଯୋଡୁଛନ୍ତି ବୋଲି ସମୀର ପ୍ରଶ୍ନ କରିଛନ୍ତି । ଜୁଲାଇ ୧୫ ସୁଦ୍ଧା ଆଡମିଶନ ସାରିବାକୁ ହେବ । ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ସରକାର ତିନି ମାସ ଯାଏଁ ମଧ୍ୟାହ୍ନ ଭୋଜନ ଦେଇଛନ୍ତି । ପରବର୍ତ୍ତୀ ଅବସ୍ଥାରେ କେତେ ପିଲା ଆଡମିଶନ କଲେ ତାରା ଡାଟା ଆବଶ୍ୟକ ରହିଛି । ମୁଖ୍ୟ ଶାସନ ସଚିବ କହିଛନ୍ତି, ଜୁନ ୩୦ ଭିତରେ ୧୦ ବର୍ଷରୁ କମ ପିଲାଙ୍କୁ ଆଣି ଆଡମିଶନ କରିବାକୁ । ତେଣୁ ସରକାର ଏବେଠାରୁ ଆଡମିଶନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ।