ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ସନାତନ ରଥଙ୍କ ବିୟୋଗ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

1 min read
Eminent Neurosurgeon Sanatan Rath passes away; Naveen Patnaik expresses deep grief.

ଭୁବନେଶ୍ୱର: ରାଜ୍ୟର ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ସନାତନ ରଥଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । କଟକସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଡାକ୍ତର ରଥ ରାଜ୍ୟର ଜଣେ ଜଣାଶୁଣା ସ୍ନାୟୁ ବିଶେଷଜ୍ଞ ଥିଲେ । ସେ କଟକ ଏସ୍‌ସିବି ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ।

ଡାକ୍ତର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଡାକ୍ତର ରଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡାକ୍ତର ରଥ ଜଣେ ଲୋକପ୍ରିୟ ସର୍ଜନ ଭାବେ ପରିଚିତ ଥିଲେ । ରାଜ୍ୟରେ ଚିକିତ୍ସା ଶିକ୍ଷା ଦିଗରେ ତାଙ୍କର ଯୋଗଦାନକୁ ସବୁବେଳେ ମନେ ରଖାଯିବ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

୧୯୩୪ ମସିହା ଜୁଲାଇ ୨୫ ତାରିଖରେ ଜନ୍ମିତ ଡାକ୍ତର ରଥ ଭେଲୋରରୁ ଡାକ୍ତରୀ ଶିକ୍ଷା ଶେଷ କରିଥିଲେ । ୧୯୬୫ ମସିହାରେ ସେ କଟକ ଏସିସିବି ମେଡିକାଲ କଲେଜର ନ୍ୟୁରୋସର୍ଜରୀ ବିଭାଗରେ ସହଯୋଗୀ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୯୧ରେ ତାଙ୍କୁ ରାଜ୍ୟ ମେଡିକାଲ ଏଜୁକେଶନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା ।

Leave a Reply