ଏହି କାରଣରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଦଳାଇଥିଲେ ନିଜ ମଙ୍ଗଳସୂତ୍ର

reason why Aishwarya Rai Bachchan changed her mangalsutra

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ପାଖରେ ଢେର ଅଳଙ୍କାର ଅଛି । କିନ୍ତୁ ସମସ୍ତ ଅଳଙ୍କାର ମଧ୍ୟରୁ ମଙ୍ଗଳାସୂତ୍ର ଜଣେ ବିବାହିତ ମହିଳା ପାଇଁ ବିଶେଷ ମହତ୍ୱ ରହିଛି । ଏହା କେବଳ ଏକ କଳା ସୂତା ନୁହେଁ ବରଂ ଏହା ପରମ୍ପାର ଓ ହିନ୍ଦୁ ନାରୀଙ୍କ ପ୍ରତୀକ । ବିବାହ ପରେ ଏହା ତାଙ୍କ ପରିଚୟର ଏକ ଅଂଶ ହୋଇଯାଏ । ଐଶ୍ୱର୍ଯ୍ୟା ରାୟଙ୍କ ପାଇଁ ମଧ୍ୟ ତାଙ୍କ ମଙ୍ଗଳସୂତ୍ର, କିନ୍ତୁ ଆଜିକାଲି ତାଙ୍କ ମଙ୍ଗଳସୂତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି ।

୨୦୦୭ ମସିହା ଏପ୍ରିଲ ମାସ ୧୯ ତାରିଖରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ ଐଶ୍ୱର୍ଯ୍ୟା ରାୟ । ଐଶ୍ୱର୍ଯ୍ୟା ତାଙ୍କ ବିବାହରେ ପ୍ରସିଦ୍ଧ ଡିଜାଇନର୍ ନୀତା ଲୁଲାଙ୍କ ଡିଜାଇନ୍ଡ ଏକ ଗୋଲ୍ଡେନ୍ ରଙ୍ଗର କାଞ୍ଜୀବରମ୍ ଶାଢୀ ପିନ୍ଧିଥିଲେ, ଯାହାର ଦାମ ୭୫ ଲକ୍ଷ ଥିଲା। କେବଳ ସେତିକି ନୁହେଁ, ବିବାହରେ ହୀରାର ଏକ ମଙ୍ଗଲସୂତ୍ର ପିନ୍ଧିଥିଲେ ଐଶ୍ୱର୍ଯ୍ୟା । ସେତେବେଳେ ଏହାର ମୂଲ୍ୟ ପ୍ରାୟ ୪୫ଲକ୍ଷ ଥିଲା । କିନ୍ତୁ ବିବାହର ଏତେ ବର୍ଷ ପରେ ଐଶ୍ୱର୍ଯ୍ୟାଙ୍କ ମଙ୍ଗଲସୂତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ବିବାହର ପରେ ପରେ ଐଶ୍ୱର୍ଯ୍ୟାଙ୍କ ମଙ୍ଗଳସୂତ୍ର ଲମ୍ବା ଓ ମୋଟା ଥିଲା । କିନ୍ତୁ ଆଜିକାଲି ଐଶ୍ୱର୍ଯ୍ୟା ଅଲଗା ମଙ୍ଗଲସୂତ୍ର ପିନ୍ଧୁଛନ୍ତି ଯାହା ହାଇଲାଇଟ୍ ହେବାରେ ଲାଗିଛି ।  ତେବେ ଏହା ପଛର କାରଣ ମଧ୍ୟ ଜଣାପଡିଛି । ସୂଚନାଯୋଗ୍ୟ ଯେ, ଆରାଧ୍ୟା ବଚ୍ଚନଙ୍କ ଜନ୍ମ ପୂର୍ବରୁ ଅଭିନେତ୍ରୀ ସେହି ଡାଇମଣ୍ଡ ମଙ୍ଗଳସୂତ୍ର ପିନ୍ଧୁଥିଲେ । କିନ୍ତୁ ଝିଅର ଜନ୍ମ ପରେ ସେ ଲମ୍ବା ମଙ୍ଗଲସୂତ୍ରକୁ ବଦଳରେ ଏକ ଛୋଟ ମଙ୍ଗଳସୂତ୍ର ପିନ୍ଧିଲେ । କିନ୍ତୁ ମଙ୍ଗଳସୂତ୍ରର ହୀରା ପେଣ୍ଡେଟ ସମାନ ରଖିଥିଲେ ।

ତେବେ ଐଶ୍ୱର୍ଯ୍ୟାଙ୍କ ମଙ୍ଗଳସୂତ୍ର ବଦଳିବାର କାରଣ ତାଙ୍କ ଲାଡଲି ଥିଲେ । ୨୦୧୧ ମସିହା ନଭେମ୍ବର ମାସ ୧୬ ତାରିଖରେ ଆରାଧ୍ୟାଙ୍କ ଜନ୍ମ ହୋଇଥିଲା । ଆରାଧ୍ୟାଙ୍କ ଜନ୍ମ ପରେ ଐଶ୍ୱର୍ଯ୍ୟା ଭାରି ଅଳଙ୍କାର ପିନ୍ଧିବା ଛାଡିଦେଇଥିଲେ । କାରଣ ଆରାଧ୍ୟା ଅଧିକାଂଶ ସମୟରେ ନିଜ ମାଆଙ୍କ ସହ ସମୟ ବିତାଇବା ପସନ୍ଦ କରନ୍ତି । କୌଣସି ଅସୁବିଧାର ସମ୍ମୁଖୀନ ନହେବା ପାଇଁ ଐଶ୍ୱର୍ଯ୍ୟା ଏହି ସବୁ ଛୋଟ ଛୋଟ ଜିନିଷରେ ପରିବର୍ତ୍ତନ ଆଣିଥିଲେ ।

 

Leave a Reply