spot_img
Home Blog Page 70

ବିଧାୟକଙ୍କୁ କୋଟି କୋଟି ଟଙ୍କାରେ କିଣିବା କଣ ବିଜୁ ଲେଗାସୀ ? ବିଜୁ ସାହସୀ ହେବାକୁ କହିଥିଲେ ବିକ୍ରି ହେବାକୁ ନୁହେଁ

ନନ୍ଦିଘୋଷ ବ୍ୟୁରୋ : କାଲି ଏକ ସ୍ମରଣୀୟ ଦିବସ ନୁହେଁ କଳା ଦିବସ ଥିଲା ବୋଲି କହିଛି ବିଜେଡି । ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରକୁ ନେଇ ସାରା ଓଡ଼ିଶାବାସୀ ବ୍ୟଥିତ ହୋଇଛନ୍ତି । ଘୋଡ଼ା ବେପାରରେ ରହି କିଛି ବିଜେଡି ବିଧାୟକ ବିଜୁ ଲିଗାସୀ କଥା କହିବା ହାସ୍ୟାସ୍ପଦ । ଲଜ୍ଜା ନିବାରଣ କରିବାକୁ ବିଜୁ ଲିଗାସୀ କଥା କହୁଛନ୍ତି । ସେମାନେ ମୋଟା ଅଙ୍କର ଭୋଟ ନେଇ କ୍ରସ ଭୋଟିଙ୍ଗ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ପ୍ରେସମିଟ କରି ଦଳ କହିଛି, ବିଜୁ ପ୍ରେମୀ ନିଜ ନିର୍ବାଚନ ମଣ୍ଡଳୀରେ ସେମାନଙ୍କୁ ବିରୋଧ କରିବା ଦରକାର । ଦେବୀ ତ୍ରିପାଠୀଙ୍କ ବାପା ପ୍ରଭାତ ତ୍ରିପାଠୀ ୧୯୯୬ରେ କଂଗ୍ରେସର ଜୟନ୍ତୀ ପଟ୍ଟନାୟକଙ୍କ ପାଇଁ କ୍ରସ ଭୋଟିଙ୍ଗ କରି ଦଳରୁ ବିଦା ହୋଇଥିଲେ । କ୍ରସ ଭୋଟର ଟ୍ରେଣ୍ଡ ତାଙ୍କ ବାପା ଆରମ୍ଭ କରିଥିଲେ । ପୁଅ ଅନୁସରଣ କଲେ । ସବୁ ଦଳକୁ ବ୍ୟବହାର କରି ବି 23-23 ଭୋଟ ପଡିଲା । ବିକ୍ରି ହୋଇଥିବା ବିଧାୟକଙ୍କୁ ବିଜେଡି ନିନ୍ଦା କରୁଛି ।

୮୦ ବର୍ଷ ବୟସରେ ଗତକାଲି ନବୀନ ପଟ୍ଟନାୟକ ନେତୃତ୍ୱ ନେଇଛନ୍ତି ।  ଯେଉଁମାନେ ତାଙ୍କୁ ଧୋକା ଦେଲେ ଭଗବାନ ସେମାନଙ୍କୁ କ୍ଷମା ଦେବେନି । ନବୀନ ପଟ୍ଟନାୟକଙ୍କ ଅଭିଶାପ ସେମାନଙ୍କ ଉପରେ ପଡିବ ବୋଲି କହିଛି ବିଜେଡି । ୨୦୨୬ ଜାନୁଆରୀ ୧୫ ରେ ସନା ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନବୀନ ପଟ୍ଟନାୟକ ବିଜେଡିରୁ ନିଲମ୍ବନ କରିଥିଲେ । ସମସ୍ତେ କାରଣ ପଚାରୁଥିଲେ । ଯାହାର ଉତ୍ତର ଗତକାଲି ବିଜୟ ମହାପାତ୍ର କହିଲେ । ୬ ମାସରୁ ଏହି ବ୍ଲୁ ପ୍ରିଣ୍ଟ ହେଉଥିବା ସେ କହିଛନ୍ତି । ନବୀନ ନିଲମ୍ବନ କରି ଠିକ କରିଛନ୍ତି ବୋଲି ବିଜେଡି କହିଛି । ଘୋଡା ହୋଇଛନ୍ତି ବିଧାୟକ, ନିର୍ବାଚନମଣ୍ଡଳିରେ ଉଚିତ ଜବାବ ମିଳିବ । ରେଙ୍ଗାଲି ବିଧାୟକଙ୍କୁ ୧୫ କୋଟି ଯଚା ଯିବା ସହ ପରିବାର ପ୍ରତି ଭୟ କରାଯାଇଥିଲା । ହେଲେ ତାଙ୍କୁ ସାଧୁବାଦ ସେ ଆସି ନବୀନଙ୍କ ନିର୍ଦ୍ଦେଶରେ ଭୋଟ ଦେଲେ । ନବୀନ ପଟ୍ଟନାୟକ ଉଦାର. ଯିଏ ତାଙ୍କୁ ଗାଡିକୁ ଟେକା ପକାଇଥିଲେ, ତାଙ୍କୁ ଆଣି ବିଧାୟକ, ପୁଅକୁ ବିଧାୟକ ଓ ପତ୍ନୀଙ୍କୁ ଜିଲ୍ଲା ପରିଷଦ କରାଇଥିଲେ. କଣ ସବୁ ଭୁଲି ଗଲେ ବୋଲି ବିଜେଡି ପ୍ରଶ୍ନ କରିଛି । ମେଡିକାଲରେ ଲୋକ ପୋଡି ପାଉଁଶ ହେଲେ. ପାରାଦ୍ୱୀପରେ ବିଜେପି ବିଧାୟକ ମୌଜ କରୁଥିଲେ । ଲୁଟିକି ଓଡ଼ିଶା ଶାସନ ଚଳିବ ନାହିଁ ବୋଲି ବିଜେଡି କଟାକ୍ଷ କରିଛି ।

ମଣ୍ଡିରେ ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନବସ୍ତା ; ମିଲର ଗାଡି ନଆସିବାରୁ ଚିନ୍ତାରେ ଚାଷୀ

ନନ୍ଦିଘୋଷ ବ୍ୟୁରୋ : ମଣ୍ଡିରେ ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନବସ୍ତା, ଜଗିରହିଛି ଚାଷୀ। ମିଲର ଗାଡି ନଆସିବାରୁ ଚିନ୍ତାରେ ଚାଷୀ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଚଟୁଆ ସମବାୟ ସମିତି ମଣ୍ଡିରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ଖରା ବର୍ଷାକୁ ଖାତିର ନକରି ମଣ୍ଡିରେ ପାଲ ଘୋଡାଇ ଜଗି ରହିଛି ଚାଷୀ। ଏରସମା ବ୍ଲକ ଚଟୁଆ ସମବାୟ ସମିତି ମଣ୍ଡିରେ ଧାନ ବିକ୍ରି ପାଇଁ ୪୦୦ ରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି।  ସମିତିକୁ ମୋଟ ୧୪ ହଜାର କ୍ୱିଣ୍ଟାଲ ଧାନ ଉଠାଣ ଟାର୍ଗେଟ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୧୨୦ ଜଣ ଚାଷୀଙ୍କର ପ୍ରାୟ ୪ ହଜାର କ୍ୱିଣ୍ଟାଲ ଧାନ ଉଠିଛି। ଧାନ ଉଠାଣ ବିଳମ୍ବ ହେବାରୁ ଚାଷୀଙ୍କ ଆର୍ଥିକ ସମସ୍ୟା ମଧ୍ୟ ବଢ଼ିଛି। ଋଣ ପରିଶୋଧ କରିବା ଓ ପରିବାର ଚଳାଇବା ପାଇଁ ବାଧ୍ୟ ହୋଇ କେତେକ ଚାଷୀ ନିଜ ଧାନକୁ ବେପାରୀଙ୍କୁ କମ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି।ତେବେ ଶୀଘ୍ର ଧାନ ଉଠାଣ ବ୍ୟବସ୍ଥା କରିବା ସହ ମିଲର ଗାଡ଼ି ପଠାଇବାକୁ ଚାଷୀମାନେ ପ୍ରଶାସନଙ୍କୁ ଦାବି କରିଛନ୍ତି। ଯଦି ଶୀଘ୍ର ସମାଧାନ ନ ହୁଏ, ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ମଧ୍ୟ ଦେଇଛନ୍ତି ଚାଷୀ।

ମିଳୁନି କମର୍ସିଆଲ ଗ୍ୟାସ ସିଲିଣ୍ଡର ; ଲମ୍ବା ଲାଇନରେ ଶହଶହ ଖାଉଟି

ନନ୍ଦିଘୋଷ ବ୍ୟୁରୋ : ମିଳୁନି କମର୍ସିଆଲ ଗ୍ୟାସ ସିଲିଣ୍ଡର। ଲମ୍ବା ଲାଇନରେ ଶହଶହ ଖାଉଟି। କଟକ ଜିଲ୍ଲା ସାଲେପୁର କେନ୍ଦୁପାଟଣା ଅଞ୍ଚଳରେ ଗ୍ୟାସ ସଙ୍କଟ। ମୋବାଇଲ କୁ ଡେଲିଭରି ମେସେଜ ଆସିବା ପରେ ମଧ୍ୟ ଗ୍ୟାସ ଯୋଗାଇ ଦେବାକୁ ଅସମର୍ଥ ହେଉଛନ୍ତି ଏଜେନ୍ସି। ତେବେ ବିଭିନ୍ନ ସମୟରେ ଏହି ଆବଶ୍ୟକତାର ଫାଇଦା ଉଠାଉଛନ୍ତି କଳା ବଜାରର ବ୍ୟବସାୟୀ ମାନେ। ଆଜିର ଦିନରେ ମଧ୍ୟ ପ୍ରାଚ୍ୟ ଯୁଦ୍ଧକୁ ବାହାନା କରି ଖାଉଟି ମାନଙ୍କୁ ହଇରାଣ ହରକତ କରୁଛନ୍ତି ଏଜେନ୍ସୀ ମାଲିକ।ଅନ୍ୟପଟେ କଳା ବଜାରରେ କେମିତି ଗ୍ୟାସ ସିଲିଣ୍ଡର ମହଜୁଦ ରହୁଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ।

କାବୁଲରେ ଏୟାରଷ୍ଟ୍ରାଇକ୍ ; ଆକ୍ରମଣରେ ୪୦୦ ମୃତ ୨୫୦ ଆହତ

ନନ୍ଦିଘୋଷ ବ୍ୟୁରୋ : ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ହସପିଟାଲ ଉପରେ ପାକିସ୍ତାନର ଆକ୍ରମଣ। ଏଥିରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ରାତିରେ କାବୁଲର ଏହି ହସପିଟାଲ ଉପରେ ଘନ ଘନ କ୍ଷେପଣାସ୍ତ୍ର ଓ ବୋମାମାଡ଼ ହୋଇଥିଲା। ଏହି ହସପିଟାଲ ହେଉଛି ୨୦୦୦ ବେଡ୍ ବିଶିଷ୍ଟ। ବହୁ ଲୋକ ଏଥିରେ ଚିକିତ୍ସିତ ହେଉଥିବା ସମୟରେ ପାକିସ୍ତାନ ଆକ୍ରମଣ କରିଛି। ହସପିଟାଲର ବହୁ ଅଂଶ ମାଟିରେ ମିଶି ଯାଇଛି। ୪୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରଥମେ କୁହାଯାଇଥିବା ବେଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ପାକିସ୍ତାନୀ ସେନା ଏକ ହସପିଟାଲକୁ ଟାର୍ଗେଟ କରିଥିବାରୁ ଏହାକୁ ତାଲିବାନ କଡ଼ା ନିନ୍ଦା କରିଛି। ଆଫଗାନିସ୍ତାନର କ୍ରିକେଟର ରସିଦ ଖାନ, ନଭିନ ଉଲ୍ ହକ୍ କଡ଼ା ନିନ୍ଦା କରିଛନ୍ତି। ସାଧାରଣ ନିରୀହ ଲୋକଙ୍କୁ ମାରି ପାକିସ୍ତାନ କଣ ପାଇବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

କଟକ ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡ ଘଟଣା ; ଆଜି ଘଟଣାସ୍ଥଳରେ ହୋଇପାରେ ତନାଘନା

ନନ୍ଦିଘୋଷ ବ୍ୟୁରୋ : କଟକ ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡରେ ଗୁରୁତର ଥିବା ୫ ରୋଗୀଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ। ସେମାନଙ୍କୁ ନ୍ୟୁରୋ ସର୍ଜରୀ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ବ୍ୟବଚ୍ଛେଦ ପରେ ୧୦ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଜି ପିସିସି ସଭାପତି ଭକ୍ତ ଦାସ ଏସସିବି ପରିଦର୍ଶନ କରିବା ସହିତ ଆହତ ରୋଗୀଙ୍କୁ ଭେଟିବେ। ସେପଟେ ଅଗ୍ନିକାଣ୍ଡର କାରଣ ସଂପର୍କରେ ଫ୍ଯାକ୍ଟ ଫାଇଣ୍ଡିଙ୍ଗ ଟିମ ଏସସିବି ବୁଲି ଅନୁଧ୍ୟାନ କରିଛନ୍ତି। ସରକାର ଅଗ୍ନିକାଣ୍ଡର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଜି କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାର ସମ୍ଭାବନା ଅଛି। ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିରୋଧୀ ଦଳ ନେତା ଏସସିବି ଯାଇ ଅଘଟଣସ୍ଥଳ ବୁଲି ଦେଖିଥିଲେ ଓ ଆହତଙ୍କୁ ଭେଟିଥିଲେ।

ଭଦ୍ରକ ତିଶଳପୁର ଛକରେ ସିରିଜ ଦୁର୍ଘଟଣା ; ଜଣେ ମୃତ, ୪ ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ପଛକୁ ପଛ ପିଟିହେଲେ ୩ଟି ଗାଡ଼ି । ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ତିଶଳପୁର ଛକ ନିକଟରେ ସିରିଜ୍ ଦୁର୍ଘଟଣା । । ଯାତ୍ରୀବାହି ବସ୍ -ଟ୍ରକ ଓ ପିକଅପ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ। ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଭୟରେ ଯାତ୍ରୀ ମନେ ବସରୁ ଓହ୍ଲାଉଥିବା ବେଳେ ବସକୁ ପଛପଟୁ ଧକା ଦେଇଥିଲା ଆଉ ଏକ ଟ୍ରକ। ପରେ ଟ୍ରକକୁ ପଛରୁ ଧକ୍କା ଦେଲା ମାଲ ବୋଝେଇ ପିକଅପ ଭ୍ୟାନ। ଏହି ସିରିଜ ଦୁର୍ଘଟଣାରେ ପିକଅପ ଭ୍ୟାନ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ବସ ଯାତ୍ରୀ ୪ ଜଣ ଗୁରୁତ୍ତର ହୋଇଛନ୍ତି। ଦୁର୍ଘଟଣାରେ ବାପପୁଅ ୨ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ବସଟି କୋଲକତାରୁ ଭୁବନେଶ୍ୱର ଯାଉଥିବା ସୂଚନା ମିଳିଛି।

ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ; କଟକ SCB ଅଗ୍ନିକାଣ୍ଡ ପାଇଁ ଇସ୍ତଫା ଦାବି

ନନ୍ଦିଘୋଷ ବ୍ୟୁରୋ : ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଶୂନ୍ୟକାଳରେ କଟକ ଏସସିବି ଅଗ୍ନିକାଣ୍ଡ ପ୍ରସଙ୍ଗ ଉଠାଇଥିଲେ ନବୀନ। ସେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି। ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ସ୍ବାସ୍ଥ୍ୟ ମନ୍ତ୍ରୀ। ରାଜ୍ୟ ସରକାରଙ୍କ ଅପାରଗତାରୁ କଟକ ଏସସିବିରେ ଅଗ୍ନିକାଣ୍ଡ ଘଟିଥିବା କହିଲେ ନବୀନ। ଏହାସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ନବୀନ ।

ଉପାନ୍ତରେ ଭୁଶୁଡିପଡି଼ଲାଣି ଶିକ୍ଷା ବ୍ୟବସ୍ଥା, ୧୭୦ ପିଲାଙ୍କୁ ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଢାଉଛନ୍ତି ପାଠ

ବାଲିଗୁଡ଼ା : ଉପାନ୍ତରେ ଭୁଶୁଡ଼ିପଡିଲାଣି ଶିକ୍ଷା ବ୍ୟବସ୍ଥା । ସ୍ମାର୍ଟ ସ୍କୁଲରେ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ । ୧୭୦ ଛାତ୍ରଛାତ୍ରୀଙ୍କୁ ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀରେ ଚାଲିଛି ପାଠପଢା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସୁଡ୍ରା ପଞ୍ଚାୟତର ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୧୭୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଛାତ୍ରୀ ନିବାସରେ ୧୪୦ ଜଣ ପିଲା ରହି ପାଠପଢୁଛନ୍ତି । ହେଲେ ସ୍କୁଲରେ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଫଳରେ ପାଠପଢାରେ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି ।…
ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟଟି ପାହାଡ ପାଦଦେଶରେ ରହିଥିଲେ ସୁଦ୍ଧା ସ୍କୁଲର ଶୈକ୍ଷିକ ବାତାବରଣ ଅତ୍ୟନ୍ତ ଉଚ୍ଚକୋଟୀର । ସ୍କୁଲରେ ପିଲା କେରଳ ମଡେଲରେ U ସେପରେ ବସି ପାଠ ପଢୁଛନ୍ତି । ପ୍ରତିବର୍ଷ ବିଦ୍ୟାଳୟର ଅନେକ ଛାତ୍ରୀ ବିଭିନ୍ନ ପରୀକ୍ଷା ଓ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରୁଛନ୍ତି । ପ୍ରଧାନ ଶିକ୍ଷକଙ୍କ ଉଦ୍ୟମରେ ସ୍କୁଲ ପରିବେଶକୁ ଅତି ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଛି । ସରକାର ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି କରିଲେ ବିଦ୍ୟାଳୟର ଆହୁରି ଉନ୍ନତି ହେବ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ।

ଖୁବ୍ ଶୀଘ୍ର ଭାରତରେ ପହଞ୍ଚିବ ଅଶୋଧିତ ତେଲ ବୋଝେଇ ଜାହାଜ

ନନ୍ଦିଘୋଷ ବ୍ୟୁରୋ ; ଇରାନ-ଇସ୍ରାଏଲ-ଆମେରିକା ବିବାଦ ବିଶ୍ୱ ତୈଳ ସଙ୍କଟକୁ ଆହୁରି ଘନିଷ୍ଠ କରିଛି। ଏହି ସମୟରେ, ଅନେକ ତେଲ ବୋଝେଇ ଜାହାଜ ବର୍ତ୍ତମାନ ସମୁଦ୍ର ରାସ୍ତାରେ ଫସି ରହିଛି। ଏହି ଜାହାଜଗୁଡ଼ିକ ଉପରେ ଗତ କିଛି ଦିନ ମଧ୍ୟରେ ଅନେକ ଥର ଆକ୍ରମଣ ହୋଇଛି। ତଥାପି, ଭାରତରେ ଆସୁଥିବା ଜାହାଜଗୁଡ଼ିକ ସମ୍ପର୍କରେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କହିଛି ଯେ UAE ର ଫୁଜୈରାହ ତୈଳ ଟର୍ମିନାଲରେ ଅଶୋଧିତ ତେଲ ଅନଲୋଡ୍ କରିବା ସମୟରେ ହୋଇଥିବା ଆକ୍ରମଣ ପରେ, ଭାରତୀୟ ପତାକା ଜାହାଜ ଜଗ୍ ଲଡକି ଫୁଜୈରାହ ସିଙ୍ଗଲ୍ ପଏଣ୍ଟ ମୁରିଂରୁ ସୁରକ୍ଷିତ ଭାବରେ ପ୍ରସ୍ଥାନ କରିଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୧୪ ମାର୍ଚ୍ଚ, ୨୦୨୬ରେ, ଭାରତୀୟ ପତାକା ବହନକାରୀ ଜାହାଜ “ଜଗ୍ ଲାଡକି” ଫୁଜୈରାହ ସିଙ୍ଗଲ୍ ପଏଣ୍ଟ ମୁରିଂରେ ଅଶୋଧିତ ତେଲ ଲୋଡ୍ କରୁଥିଲା ବେଳେ ଫୁଜୈରାହ ତୈଳ ଟର୍ମିନାଲ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ, ଜାହାଜଟି ରବିବାର ସକାଳ ୧୦:୩୦ ରେ ଫୁଜୈରାହରୁ ସୁରକ୍ଷିତ ଭାବରେ ପ୍ରସ୍ଥାନ କରିଥିଲା।

ଫୁଜୈରାହରୁ ଯାତ୍ରା କରିଥିବା ଏହି ଜାହାଜଟି ପ୍ରାୟ ୮୦୮୦୦ ମେଟ୍ରିକ୍ ଟନ୍ ମୁର୍ବାନ୍ ଅଶୋଧିତ ତେଲ ବୋହି ନେଉଛି। ଏହା ଭାରତ ଅଭିମୁଖେ ଯାଉଛି। ଜାହାଜ ଏବଂ ଏଥିରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି।” ଆକ୍ରମଣରେ ସେମାନଙ୍କର କୌଣସି କ୍ଷତି ହୋଇନାହିଁ।

ମନ୍ତ୍ରଣାଳୟ କହିଛି ଯେ ଏହି ଅଞ୍ଚଳରେ କାର୍ଯ୍ୟରତ ଭାରତୀୟ ଜାହାଜ ଏବଂ ନାବିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ସରକାର ଏହା ମଧ୍ୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ନାବିକମାନଙ୍କ ସହିତ ଜଡିତ କୌଣସି ଘଟଣା ରିପୋର୍ଟ ହୋଇନାହିଁ। ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି।

ପ୍ରାୟ ୯୨୭୧୨ ମେଟ୍ରିକ୍ ଟନ୍ ଏଲପିଜି ବୋଝେଇ ଦୁଇଟି ଭାରତୀୟ ପତାକାଧାରୀ ଏଲପିଜି ବାହକ ଶିବାଲିକ୍ ଏବଂ ନନ୍ଦା ଦେବୀ ଶନିବାର ଦିନ ହରମୁଜ୍ ପ୍ରଣାଳୀ ପାର ହୋଇ ଭାରତ ଅଭିମୁଖେ ଯାତ୍ରା କରୁଛନ୍ତି। ଆଶା କରାଯାଉଛି ଯେ ଏହି ଜାହାଜଗୁଡ଼ିକ ଆଗାମୀ ୪୮ଘଣ୍ଟା ମଧ୍ୟରେ ଭାରତରେ ପହଞ୍ଚି ପାରିବେ। ସେମାନଙ୍କର ଆଗମନ ଦେଶର ଏଲପିଜି ଅଭାବକୁ କମ କରିପାରିବ।

ମନ୍ତ୍ରଣାଳୟ କହିଛି ଯେ ୬୧୧ ଜଣ ନାବିକଙ୍କୁ ନେଇ ୨୨ଟି ଭାରତୀୟ ପତାକା ଜାହାଜ ପଶ୍ଚିମ ପାରସ୍ୟ ଉପସାଗର ଅଞ୍ଚଳରେ ରହିଛି ଏବଂ ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଦ୍ୱାରା ସେମାନଙ୍କ ଉପରେ ନଜର ରଖାଯାଇଛି। RPSL ଏଜେନ୍ସି ଏବଂ ଭାରତୀୟ ମିଶନ ସହିତ ସମନ୍ୱୟ ରଖି ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଶହ ଶହ ଭାରତୀୟ ନାବିକଙ୍କୁ ପୂର୍ବରୁ ଉପସାଗର ଅଞ୍ଚଳରୁ ସ୍ୱଦେଶ ଫେରାଇ ନିଆଯାଇଛି।

ପରିବର୍ତ୍ତିତ ସାମୁଦ୍ରିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ବନ୍ଦରଗୁଡ଼ିକ ଜାହାଜ ଚଳାଚଳ ଏବଂ ମାଲ ପରିବହନ ଉପରେ କଡ଼ା ନଜର ରଖିଛନ୍ତି। ଏଥିରେ ଆହୁରି କୁହାଯାଇଛି, “ସମୁଦ୍ରିକ ବାଣିଜ୍ୟ ଏବଂ ବନ୍ଦର କାର୍ଯ୍ୟର ନିରନ୍ତରତା ବଜାୟ ରଖି ଭାରତୀୟ ନାବିକଙ୍କ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ବୈଦେଶିକ ମନ୍ତ୍ରଣାଳୟ, ଭାରତୀୟ ମିଶନ, ଜାହାଜ କମ୍ପାନୀ ଏବଂ ସାମୁଦ୍ରିକ କ୍ଷେତ୍ରରେ ଅଂଶୀଦାରମାନଙ୍କ ସହିତ ନିରନ୍ତର ସମନ୍ୱୟ ସ୍ଥାପନ କରୁଛି।

ଦୁବାଇରେ ଡ୍ରୋନ୍ ବିସ୍ଫୋରଣ ! ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ପୂର୍ଣ୍ଣ ବନ୍ଦ…

ନନ୍ଦିଘୋଷ ବ୍ୟୁରୋ ; ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ପରିସ୍ଥିତି ଖରାପ ହେଉଛି। ଏହି ସଂଘର୍ଷରେ ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟ ଆକ୍ରମଣର ଶିକାର ହେଉଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦୁବାଇରେ ଅନେକ ଥର ଆକ୍ରମଣ ହୋଇଛି। ସୋମବାର ସକାଳେ ଏକ ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏକ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା। ବିସ୍ଫୋରଣରେ ସେଠାରେ ଥିବା ଏକ ଇନ୍ଧନ ଟାଙ୍କିରେ ନିଆଁ ଲାଗିଯାଇଥିଲା। ତଥାପି, କିଛି ସମୟ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ସୁରକ୍ଷା କାରଣରୁ, ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ବିମାନ ଉଡ଼ାଣକୁ ସ୍ଥଗିତ ରଖାଯାଇଛି।

ଦୁବାଇ ମିଡିଆ ଅଫିସ୍ ରିପୋର୍ଟ କରିଛି ଯେ ଦୁବାଇ ସିଭିଲ୍ ଡିଫେନ୍ସ ଦଳଗୁଡ଼ିକ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ଇନ୍ଧନ ଟାଙ୍କିରେ ନିଆଁ ଲାଗିବା ଫଳରେ ବିସ୍ଫୋରଣକୁ ଚିହ୍ନଟ କରିଛନ୍ତି। ତଥାପି, ଘଟଣାର କିଛି ସମୟ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଏପର୍ଯ୍ୟନ୍ତ କୌଣସି ଆହତ ହୋଇଥିବାର ରିପୋର୍ଟ ହୋଇନାହିଁ।

ଦୁବାଇ ବିମାନବନ୍ଦର ଘୋଷଣା କରିଛି ଯେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ କିଛି ବିମାନକୁ ଅଲ୍ ମକତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଉଛି। ବିମାନବନ୍ଦର ଷ୍ଟ୍ରିଟ୍ ଏବଂ ବିମାନବନ୍ଦର ଟନେଲରେ ଯାତାୟାତ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଭାରତରୁ ଦୁବାଇ ଯାଉଥିବା ଏକ ଏମିରେଟ୍ସ ବିମାନ କୋଚି ଫେରି ଆସିଛି। ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ବିମାନବନ୍ଦର ପରିସରରେ ରଖାଯାଇଛି।

ଦୁବାଇ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବରେ ବନ୍ଦ ଘୋଷଣା କରିଛନ୍ତି। ବିମାନବନ୍ଦର ସ୍ପଷ୍ଟ ଭାବରେ କହିଛି ଯେ କେହି ବିମାନବନ୍ଦର ନିକଟକୁ ଯିବା ଉଚିତ୍ ନୁହେଁ। ବିମାନବନ୍ଦର ଅଧିକାରୀମାନେ ଜନସାଧାରଣଙ୍କୁ ସମସ୍ତ ଉଡ଼ାଣ ଅପଡେଟ୍ ଅନଲାଇନରେ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି। ଏହି ସମୟ ମଧ୍ୟରେ ବିମାନବନ୍ଦର ସହିତ ସମ୍ପର୍କ ଏଡ଼ାଇବା ଉଚିତ୍ ନୁହେଁ।

ବିମାନବନ୍ଦର ଚାରିପାଖରେ ଡ୍ରୋନ୍ ଧମକର ସମ୍ପ୍ରତି ରିପୋର୍ଟ ଯୋଗୁଁ ସୁରକ୍ଷା ଏଜେନ୍ସିଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି। ପୂର୍ବରୁ ବିମାନବନ୍ଦର ନିଜେ ଅନେକ ଆକ୍ରମଣର ଟାର୍ଗେଟ୍ ହୋଇଛି, ଯାହା ଫଳରେ ଅନେକ ଆହତ ହୋଇଛନ୍ତି। ଏହି କାରଣରୁ କର୍ତ୍ତୃପକ୍ଷ ଏଥର ସମ୍ପୂର୍ଣ୍ଣ ବିମାନବନ୍ଦର କମ୍ପ୍ଲେକ୍ସକୁ ବନ୍ଦ କରିଦେଇଛନ୍ତି।