spot_img
Home Blog Page 6979

ଲକଡାଉନ୍: କଣ ସତରେ ମଦ ଉପରେ ହିଁ ନିର୍ଭର କରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ?

ନୂଆଦିଲ୍ଲୀ: ଲକଡାଉନ-୩.୦ ରେ  ମଦ ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି । ଏନେକ ବିଭିନ୍ନ ପ୍ରକାର ଚର୍ଚ୍ଚା ସୋସିଆଲ ମିଡିଆରେ ହେଉଛି, କୁହାଯାଉଛି ଯେ ରାଜ୍ୟଗୁଡ଼ିକର ଅର୍ଥବ୍ୟବସ୍ଥା ମଦ ରାଜସ୍ୱ ଉପରେ ଚାଲିଛି । ଆସନ୍ତୁ ଏହାର ସତ୍ୟତା କ’ଣ ସେ ବିଷୟରେ ଜାଣିବା ? ଏବଂ ସର୍ବଶେଷରେ, ରାଜ୍ୟଗୁଡ଼ିକ ମଦରୁ କେତେ ରୋଜଗାର କରନ୍ତି  ?

ଦୀର୍ଘ ଦିନ ଧରି ମଦ ବିକ୍ରି ବନ୍ଦ ରହିବା କାରଣରୁ  ମଦ ଶିଳ୍ପ ଚିନ୍ତାରେ ରହିଥିଲା, ତେଣୁ ହରିୟାଣା ପରି ଅନେକ ରାଜ୍ୟ ସରକାର ମଧ୍ୟ ଏହା ଦାବି କରୁଥିଲେ । କିନ୍ତୁ ରାଜସ୍ଥାନ ସରକାର ଲକଡାଉନ୍ ମଧ୍ୟରେ ଅବକାରୀ ଶୁଳ୍କ ବଢାଇ ଦେଇଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ, ରାଜସ୍ଥାନ ନିଶ୍ଚିନ୍ତ ଥିଲା ଯେ, ଲକଡାଉନ୍ ସମୟରେ ମଦ ବିକ୍ରି ନେଇ ଅନୁମତି ମିଳିବ ।

ମଦରୁ ରାଜ୍ୟଗୁଡିକ କିପରି ରୋଜଗାର କରନ୍ତି ?

ରାଜ୍ୟଗୁଡିକର ଆୟର ମୁଖ୍ୟ ଉତ୍ସ ହେଉଛି – ରାଜ୍ୟ ଜିଏସଟି, ଜମି ରାଜସ୍ୱ, ଭ୍ୟାଟ୍ କିମ୍ବା ପେଟ୍ରୋଲ ଏବଂ ଡିଜେଲ ଉପରେ ବିକ୍ରୟ କର, ମଦ ଉପରେ ଲାଗୁ କରାଯାଉଥିବା ଏକ୍ସାଇଜ୍ ଏବଂ ଯାନ ଉପରେ ଅନ୍ୟାନ୍ୟ ଟିକସ ଇତ୍ୟାଦି । ମଦ ଉପରେ ଲାଗୁଥିବା ଏକ୍ସାଇଜ୍ ଟ୍ୟାକ୍ସ, ଅର୍ଥାତ୍ ଅବକାରୀ ଶୁଳ୍କ ରାଜ୍ୟଗୁଡିକର ରାଜସ୍ୱରେ ଏକ ବଡ଼ ଅବଦାନ ଦେଇଥାଏ ।

ମଦ ଏବଂ ପେଟ୍ରୋଲ, ଡିଜେଲକୁ GSTରୁ ବାଦ ଦିଆଯାଇଛି । ତେଣୁ ରାଜ୍ୟଗୁଡ଼ିକ ସେମାନଙ୍କ ଉପରେ ଭାରି ଟ୍ୟାକ୍ସ ଲଗାଇ ସେମାନଙ୍କର ରାଜସ୍ୱ ବୃଦ୍ଧି କରନ୍ତି । ନିକଟରେ ରାଜସ୍ଥାନ ସରକାର ମଦ ଉପରେ ଏକ୍ସାଇଜ୍ ଟ୍ୟାକ୍ସକୁ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ଦେଶରେ ଉତ୍ପାଦିତ ବିଦେଶୀ ମଦ (ଆଇଏମ୍ଏଫ୍ଏଲ୍) ଉପରେ ଟିକସ ୩୫ ରୁ ୪୫ ପ୍ରତିଶତକୁ କରାଯାଇଛି । ସେହିଭଳି ବିୟର ଉପରେ ଟ୍ୟାକ୍ସ ମଧ୍ୟ ୪୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଅର୍ଥାତ୍ ୧୦୦ ଟଙ୍କା ବିୟର ପାଇଁ ୪୫ ଟଙ୍କାର ଟ୍ୟାକ୍ସ ଗ୍ରାହକ ସରକାରଙ୍କୁ ଦେଇଥାନ୍ତି ।

ଏହା ବ୍ୟତୀତ ରାଜ୍ୟଗୁଡିକ କେନ୍ଦ୍ରୀୟ GSTରୁ ଅଂଶ ଗ୍ରହଣ କରନ୍ତି | କିନ୍ତୁ କେନ୍ଦ୍ର ସରକାର ଅନେକ ମାସ ଧରି ରାଜ୍ୟମାନଙ୍କୁ GSTର ଅଂଶ ପ୍ରଦାନ କରିବାରେ ସକ୍ଷମ ହୋଇନାହାଁନ୍ତି,  ଯାହା ବିଷୟରେ ରାଜ୍ୟମାନେ ଅନେକ ଥର ଅଭିଯୋଗ କରିଛନ୍ତି।

ରାଜ୍ୟଗୁଡିକର ରାଜସ୍ୱର ଏକ ବଡ଼ ଅଂଶ ମଦ ଓ ପେଟ୍ରୋଲ, ଡିଜେଲ ବିକ୍ରିରୁ ଆସିଥାଏ । ଏହି ଦୁଇଟିର ବିକ୍ରି ବନ୍ଦ ହୋଇଯିବା କାରଣରୁ ରାଜ୍ୟଗୁଡ଼ିକର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା। ପରିସ୍ଥିତି ଏପରି ଥିଲା ଯେ ଅନେକ ରାଜ୍ୟକୁ ୧.୫ ରୁ ୨ ପ୍ରତିଶତରୁ ଅଧିକ ସୁଧରେ ଋଣ ନେବାକୁ ପଡିଛି ।

ମଦରୁ କେତେ ରୋଜଗାର ହୋଇଥାଏ ?

ଅଧିକାଂଶ ରାଜ୍ୟରେ ସମୁଦାୟ ରାଜସ୍ୱର ୧୫ ରୁ ୩୦ ପ୍ରତିଶତ ମଦରୁ ଆସିଥାଏ । ମଦ ବିକ୍ରୟରେ ୟୁପିର ମୋଟ ଟିକସ ରାଜସ୍ୱର ପ୍ରାୟ ୨୦ ପ୍ରତିଶତ ଅଂଶ ରହିଥାଏ । ଉତ୍ତରାଖଣ୍ଡରେ ମଧ୍ୟ ମଦ ଉପରେ ଏକ୍ସାଇଜ୍ ଟ୍ୟାକ୍ସ ମୋଟ ରାଜସ୍ୱର ପ୍ରାୟ ୨୦ ପ୍ରତିଶତ ହୋଇଥାଏ । ସମସ୍ତ ରାଜ୍ୟର କଥା କୁହାଯାଏ ତ, ଗତ ଆର୍ଥିକ ବର୍ଷରେ ସେମାନେ ମୋଟ ୨.୫ ଲକ୍ଷ କୋଟି ଟଙ୍କା ଅର୍ଥାତ୍ ମଦ ବିକ୍ରୟରୁ ଟିକସ ରାଜସ୍ୱ ଅର୍ଜନ କରିଥିଲେ ।

ମଦ ବିକ୍ରୟରୁ ୨୦୧୯-୨୦ ଆର୍ଥିକ ବର୍ଷରେ ମହାରାଷ୍ଟ୍ରରେ ୨୪,୦୦୦ କୋଟି, ଉତ୍ତରପ୍ରଦେଶ ୨୬,୦୦୦ କୋଟି, ତେଲେଙ୍ଗାନା ୨୧,୫୦୦ କୋଟି, କର୍ଣ୍ଣାଟକ ୨୦,୯୪୮ କୋଟି, ପଶ୍ଚିମବଙ୍ଗ ୧୧,୮୭୪ କୋଟି, ରାଜସ୍ଥାନ ୭,୮୦୦ କୋଟି ଏବଂ ପଞ୍ଜାବରେ ୫,୬୦୦ କୋଟି ଟଙ୍କାର ରାଜସ୍ୱ ପାଇପାରିଛି । ଦିଲ୍ଲୀ ପ୍ରାୟ ୫,୫୦୦ କୋଟି ଟଙ୍କା ଅବକାରୀ ଶୁଳ୍କ ପାଇଥିଲା । ରାଜ୍ୟର ସମୁଦାୟ ରାଜସ୍ୱର ଏହା ପ୍ରାୟ ୧୪ ପ୍ରତିଶତ । ବିହାର ଏବଂ ଗୁଜୁରାଟରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି ।

କ୍ୱାରେଣ୍ଟାଇନ ଭଙ୍ଗକାରୀ ଅମାନିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର: ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ ମାନିବାକୁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ଆମପାଇଁ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ, ଏହାକୁ ସୁରକ୍ଷିତ ରଖିବା ସମସ୍ତଙ୍କ ଦାୟିତ୍ୱ । ତେଣୁ ସମସ୍ତେ କ୍ୱାରେଣ୍ଟାଇନ ନିୟମ ଉଲ୍ଲଂଧନ କରୁଥିବା ବ୍ୟକ୍ତିଙ୍କୁ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଏହି ବାବଦରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି । ପ୍ରଥମ ଟ୍ୱିଟରେ ସେ କହିଛନ୍ତି ଯେ, ‘ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ନିଜର। ବର୍ତ୍ତମାନସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ। ପ୍ରତ୍ୟେକଟି ଜୀବନର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ କ୍ୱାରେଣ୍ଟିନର ବ୍ୟବସ୍ଥା ହୋଇଛି।‘

ଏହାପରେ ଅନ୍ୟ ଗୋଟିଏ ଟ୍ୱିଟ କରି ସେ ଲେଖିଥିଲେ, ‘ ବର୍ତ୍ତମାନ ଓଡ଼ିଶା ଭଲ ସ୍ଥିତିରେ ଅଛି। ଏଥିପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି। ବହୁ ଓଡ଼ିଆ ନିଜ କର୍ମରୁ ଉର୍ଦ୍ଧ୍ବକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଭୂତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛନ୍ତି। ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ।‘

ତୃତୀୟ ଟ୍ୱିଟରେ ସେ କ୍ୱାରେଣ୍ଟିନ ନିୟମ ଭଙ୍ଗକାରୀଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ‘ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେଣ୍ଟିନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡ଼ାକଡ଼ି ପାଳନ କରନ୍ତୁ। ଏହାର ଉଲ୍ଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଅବଗତ କରିବେ। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।‘

ଆଜି ତୃତୀୟ ପର୍ଯ୍ୟାୟ ଲକଡାଉନ୍: ଏହି ସବୁ ନୂଆ ନିୟମ ହେଲା ଲାଗୁ

ଭୁବନେଶ୍ୱର: ଆଜିଠୁ ଦେଶରେ ଲାଗୁ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ । ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ । ପୂର୍ବ ଦୁଇଟି ପର୍ଯ୍ୟାୟ ଲକ୍‌ଡାଉନ୍‌ ଭଳି ଏଥର ବି ସମାନ କଟକଣା ଥିବା ବେଳେ ଜୋନ ହିସାବରେ କୋହଳ କରାଯାଇଛି । ଲକ୍‌ଡାଉନ ସମୟରେ ବିମାନ ସେବା, ରେଳ ସେବା, ମେଟ୍ରୋ, ଆନ୍ତଃରାଜ୍ୟ ଯାତାୟତ, ସ୍କୁଲ, କଲେଜ, କୋଚିଂ ସେଣ୍ଟର, ସିନେମା ହଲ୍‌, ସପିଂ ମଲ୍‌, ଜିମ୍‌, ସାମାଜିକ ଧାର୍ମିକ ଏକତ୍ରୀକରଣ, ବିବାହ, ବ୍ରତ, ମନ୍ଦିର ପ୍ରବେଶ ବନ୍ଦ ରହିବ । ଏଥିସହ ସଂଧ୍ୟା ୭ରୁ ସକାଳ ୭ ଯାଏଁ ଅଣ ଅତ୍ୟାବଶ୍ୟକୀୟ ସେବା ସହ ବ୍ୟକ୍ତିଗତ ଯାତାୟତ ବନ୍ଦ ରହିବ । ପୂର୍ବରୁ ଦୁଇଥର ଯାକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଉଦ୍‌ବୋଧନ ଦେଇ ଲକ୍‌ଡାଉନ ଘୋଷଣା କରିଥିବା ବେଳେ ଏଥର କେନ୍ଦ୍ର ଗୃହମନ୍ତ୍ର।ଳୟ ପକ୍ଷରୁ ଘୋଷଣା କରାଯାଇଛି ।

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନୋଟି ଜୋନ୍‌ ପାଇଁ ବିଭିନ୍ନ କଟକଣା ଜାରି କରାଯାଇଛି । ସମସ୍ତ ଜୋନ୍‌ରେ ଘରୋଇ ଓ ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ସେହିଭଳି ଟ୍ରେନ୍‌ ଯାତ୍ରା ଓ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଇଛି । ବ୍ୟକ୍ତି ବିଶେଷଙ୍କ ଆନ୍ତଃରାଜ୍ୟ ଯାତାୟତ ଉପରେ କଟକଣା ଲାଗିଛି । ସମସ୍ତ ସାମାଜିକ, ରାଜନୈତିକ, ସାଂସ୍କୃତିକ, ବୌଦ୍ଧିକ, କ୍ରିଡ଼ା ସଂପର୍କିତ, ଧାର୍ମିକ ସମ୍ମୀଳନି ଉପରେ ମଧ୍ୟ କଟକଣା ଲଗାଯାଇଛି । ସମସ୍ତ ଧାର୍ମିକ ପୀଠ, ଉପାସନା ପୀଠ ବନ୍ଦ ରହିବ ଓ ଧାର୍ମିକ ସଭା ହୋଇପାରିବ ନାହିଁ ।

ରାଜ୍ୟ ସରକାରଙ୍କ ପକ୍ଷରୁ ରେଡ୍‌ ଜୋନ୍‌ ପାଇଁ କିଛି କଟକଣା ଜାରି କରାଯାଇଛି । ରେଡ୍‌ ଜୋନ୍‌ରେ ଚାରିଚକିଆ ଯାନରେ ଡ୍ରାଇଭରଙ୍କ ସହ ୨ ଜଣ ଯାତ୍ରୀ ଯାତ୍ରା କରିପାରିବେ । ସେହିଭଳି ୨ଚକିଆ ଯାନରେ କେବଳ ଜଣେ ଯାଇପାରିବେ । ଓଲା, ଉବେରରେ କେବଳ ସ୍ୱାସ୍ଥ୍ୟ କର୍ମୀ ଓ ରୋଗୀ ଯାତାୟତ କରିପାରିବେ । ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପଭିତ୍ତିକ କାର୍ଯ୍ୟକ୍ରମ ଚାଲିପାରିବ । ସହରାଞ୍ଚଳରେ କେବଳ ଏସଇଜେଡ୍‌, ରପ୍ତାନୀଭିତ୍ତିକ ଶିଳ୍ପ, ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥା, ଔଷଧ ନିର୍ମାଣକାରୀ ସଂସ୍ଥା, ସ୍ୱାସ୍ଥ୍ୟ ଉପକରଣ ନିର୍ମାଣକାରୀ ସଂସ୍ଥା, ଆଇଟି, ହାର୍ଡୱେର ନିର୍ମାଣକାରୀ ସଂସ୍ଥା, ଝୋଟ ଶିଳ୍ପ ଖୋଲିପାରିବ । ସହରାଞ୍ଚଳରେ କେବଳ ସହରାଞ୍ଚଳ ଶ୍ରମିକଙ୍କୁ ନେଇ ନିର୍ମାଣ କାର୍ଯ୍ୟ ଚାଲିପାରିବ । ଅକ୍ଷୟ ଶକ୍ତି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଅନୁମତି ରହିଛି । ଗ୍ରାମାଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଏବଂ ମାର୍କେଟ୍‌ କମ୍ପ୍ଲେକ୍ସ ଖୋଲାରହିବ । ଏକୁଟିଆ ଥିବା ଯେକୈାଣସି ଦୋକାନ ଖୋଲିପାରିବ। ଗ୍ରାମାଞ୍ଚଳରେ ସମସ୍ତ ଦୋକାନ ଖୋଲିପାରିବ, ତେବେ ମଲ୍‌ ଖୋଲିବା ଅନୁମତି ନାହିଁ ।

ସେହିଭଳି ଅରେଞ୍ଜ ଜୋନ୍‌ ପାଇଁ କିଛି କଟକଣା ଜାରି ହୋଇଛି। ଟ୍ୟାକ୍ସିରେ ଡ୍ରାଇଭରଙ୍କ ସହ ୨ଜଣ ଯାତ୍ରୀ ଯାଇପାରିବେ । ଅନୁମତିପ୍ରାପ୍ତ କାର୍ଯ୍ୟ ପାଇଁ ଯାନ ଓ ବ୍ୟକ୍ତି ବିଶେଷ ଜିଲ୍ଲା ବାହାରକୁ ଯାଇପାରିବେ। ଚାରିଚକିଆ ଯାନରେ ଡ୍ରାଇଭରଙ୍କ ସହ ୨ଜଣ ଯାଇପାରିବେ । ଅନ୍ୟ ସମସ୍ତ କାର୍ଯ୍ୟକଳାପ ବିନା ଅବରୋଧରେ ହୋଇପାରିବ।

ଗ୍ରୀନ୍‌ ଜୋନ୍‌ରେ ଦେଶବ୍ୟାପୀ କଟକଣାରେ ଥିବା କାମ ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟ ଚାଲିପାରିବ । ୫୦% ଯାତ୍ରୀରେ ବସ୍‌, ମାଲ୍‌ ପରିବହନ, ୬ ମିଟରର ସାମାଜିକ ଦୂରତା ରଖି ମଦ ଓ ପାନ ଦୋକାନ ଖୋଲିବ । ଅତ୍ୟାବଶ୍ୟକୀୟ ସେବା ପାଇଁ କୈାଣସି ଅଲଗା ପାସ୍‌ ଆବଶ୍ୟକ ନାହିଁ ବୋଲି ଗୃହମନ୍ତ୍ର।ଳୟ ପ୍ରକାଶ କରିଛି ।

ରଥଯାତ୍ରା ହେବ କି ନାହିଁ ଆଜି ହେବ ନିଷ୍ପତ୍ତି

ପୁରୀ: ଗ୍ରୀନ୍ ଜୋନରେ ପୁରୀ ଜିଲ୍ଲା । ଜୁନ୍ ୨୩ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଦେଶରେ କରୋନା ମହାମାରୀ ଯୋଗୁଁ ଲକଡାଉନ୍ ଅବଧି ବଢ଼ି ଚାଲିଥିବା ବେଳେ ରଥଯାତ୍ରାକୁ ନେଇ ଦେଖାଦେଇଛି ସସପେନ୍ସ । ରଥଯାତ୍ରା ନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଅପରାହ୍ଣରେ ଭିଡିଓ କନଫରେନ୍ସିଂରେ ବୈଠକ ବସିବ ।

କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍: ରଥଯାତ୍ରା ନେଇ ଆଶା ଉଜ୍ଜିବୀତ

ଏଥିରେ ରଥ ନିର୍ମାଣ ନେଇ ଆଲୋଚନା ହେବ । ଗତ ପରିଚାଳନା କମିଟି ବୈଠକ ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକ୍ରମେ ରଥ କାର୍ଯ୍ୟ ଅନୁକୂଳ ନୀତି ଶ୍ରୀମନ୍ଦିର ଭିତରେ ହୋଇଥିଲା । ତେବେ ଆଜିର ବୈଠକରେ ରଥ ନିର୍ମାଣ କାମ ଓ ରଥଯାତ୍ରା ନେଇ ଆଲୋଚନା ହେବ । ଆସନ୍ତା ୬ ତାରିଖରେ ଗୁଜ ଅନୁକୂଳ ଓ ୧୫ରେ ଭଉଁରୀ ଯାତ୍ରାରେ ଚକଡେରା ନୀତି ରହିଛି ।

ନିୟମକୁ ଫୁ… ସଂଘରୋଧ କେନ୍ଦ୍ରରେ ବାଲଟି, ଥାଳି ଧରି ଫେରନ୍ତାଙ୍କ ସଂକୀର୍ତ୍ତନ

ଭଦ୍ରକ: ଡେଞ୍ଜର ରେଡ୍ ଜୋନରେ ଭଦ୍ରକ । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଯଥାସମ୍ଭବ ପ୍ରୟାସ କରୁଛନ୍ତି । ରାଜ୍ୟ ବାହାରେ ଫସିଥିବା ଶ୍ରମିକଙ୍କୁ ମଧ୍ୟ ଅନ୍ୟ ରାଜ୍ୟ ସହ ଆଲୋଚନା କରି ଅଣାଯାଉଛି । ତେବେ, ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀମାନେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ନିୟମ ମାନୁନାହାଁନ୍ତି । ଗତକାଲି ଗଞ୍ଜାମରେ ସଂଘରୋଧ କେନ୍ଦ୍ରରୁ ଫେରନ୍ତାମାନେ ଚମ୍ପଟ୍ ମାରିଥିଲେ । ଆଜି ଭଦ୍ରକ ଜିଲ୍ଲାର କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଆସିଛି ଫେରନ୍ତାଙ୍କ ମସ୍ତିର ଭିଡିଓ । ଯାହା ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି ।ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା କୋଲକାତା ଫେରନ୍ତାଙ୍କ ଭିଡିଓ ଭାଇରାଲ୍ ହୋଇଛି । ସଂଗରୋଧରେ ଥିବା କୋଲକାତା ଫେରନ୍ତାମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଟିକଟିକ୍ ଭିଡିଓ କରି ମସ୍ତି କରୁଛନ୍ତି । କିଏ ଝାଡ଼ୁ ଧରିଛି ତ କିଏ ଥାଳି ଓ ଆଉ କିଏ ବାଲଟି । ଥାଳି, ବାଲଟି ବାଡ଼େଇ କୋଲକାତା ଫେରନ୍ତାମାନେ ସଂଘରୋଧରେ ସଂକୀର୍ତ୍ତନ କରିଛନ୍ତି ।ଏହି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ୯ ଜଣ କୋଲକାତା ଫେରନ୍ତା ଅଛନ୍ତି । ଟିକଟିକ୍ ଭିଡିଓ ଭାଇରାଲ୍ ହେବା ପରେ ଫେରନ୍ତାଙ୍କ ନାଁରେ ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା ଏତଲା ଦେଇଛନ୍ତି । ତିହିଡ଼ି ଥାନାରେ ସରପଞ୍ଚ, ୯ ଫେରନ୍ତାଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଗତକାଲି ମୁଖ୍ୟ ଶାସନ ସଚିବ ଫେରନ୍ତା କୌଣସି ନିୟମ ଉଲ୍ଲଂଘନ କଲେ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ।

ଲକଡାଉନ୍ ୩.୦: ଘରେ ବସି ପାଠ ପଢିବା ପାଇଁ ସରକାର ନେଲେ ଏହି ବଡ ନିଷ୍ପତ୍ତି

ଭୁବନେଶ୍ୱର: କରୋନା ଯୋଗୁଁ ଲକଡାଉନ୍ ଅବଧିକୁ ପୁଣି ବଢାଇଛନ୍ତି ସରକାର । ଆଜିଠୁ ଲକଡାଉନ୍ ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିପାଇଁ ପିଲାମାନଙ୍କ ପାଠପଢାରେ ଅନେକ କ୍ଷତି ହୋଇଛି । କିଛି ପରୀକ୍ଷା ସରିଯାଇଥିବାବେଳେ ଅନ୍ୟ କିଛିଟି ଲକଡାଉନ୍ ସରିବା ପରେ କୌଣସି ମୁହୂର୍ତ୍ତରେ ହୋଇପାରେ ବୋଲି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ । ତେବେ ପିଲାମାନଙ୍କ ପାଠପଢାରେ ଅବହେଳା ନହେଉ ଏଥିପାଇଁ ଅନଲାଇନ୍ ସେଟ୍ ଅପ କରାଯାଇଛି ।   ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ।

କରୋନା ଲକ୍‌ଡାଉନ ଯୋଗୁଁ ସବୁ ସ୍କୁଲ ବନ୍ଦ ଥିବା ବେଳେ ପିଲା ମାନେ ଘରେ ବସି ଅନଲାଇନ୍‌ରେ ପାଠ ପଢିବେ । ରାଜ୍ୟ ସରକାର ଏଥିପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି । ଖୋର୍ଧ। ଜିଲ୍ଲାରେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ସଫଳ ହେବା ପରେ ସାରା ରାଜ୍ୟରେ ସରକାର ଏହା ଲାଗୁ କରିଛନ୍ତି । ଏଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ସରକାର । ଦ୍ବିତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଙ୍କ ପାଇଁ ଆଜିଠାରୁ ୬ ସପ୍ତାହ ପର୍ଯ୍ୟନ୍ତ ପାଠ ପଢା ଚାଲିବ । ଡିଇଓଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ୭ଟି ସ୍ତରରେ ହ୍ଵାଟ୍ସଆପ୍ ଗ୍ରୁପ ଗଠନ କରି ଶିକ୍ଷା ଦାନ କରାଯିବ ।

ଖୋଲିଲା ମଦ ଦୋକାନ, ଏମିତି ଭିଡ଼ ଲଗାଇଥିଲେ ଲୋକ…

ବେଙ୍ଗଳୁରୁ: ଦେଶରେ ଆଜିଠୁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହୋଇଛି । ଏଥିସହ ଜୋନ ଅନୁସାରେ କୋହଳ ହୋଇଛି କଟକଣା । ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ ଭାବରେ କେନ୍ଦ୍ର ସରକାର ଅଞ୍ଚଳକୁ ଚିହ୍ନଟ କରିଛନ୍ତି । ଏଥିସହ ଜୋନ୍ ପ୍ରକାରେ ବିଭିନ୍ନ କାର୍ଯ୍ୟ ସହ ଦୋକାନ ଆଦି ଖୋଲିବାକୁ ମିଳିଛି ସର୍ତ୍ତମୂଳକ ଅନୁମତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ପରେ କର୍ଣ୍ଣାଟକ ସରକାର ରାଜ୍ୟର ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି ।ରାଜ୍ୟରେ ସକାଳ ୯ଟାରୁ ସନ୍ଧ୍ୟା ୭ଟା ଯାଏଁ ମଦ ଦୋକାନ ଖୋଲା ରହିବ । ସକାଳୁ ସକାଳୁ ହୁବଲି ସହରର ମଦ ଦୋକାନ ଆଗରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ମାସେରୁ ଅଧିକ ସମୟ ହେବ ମଦ ଦୋକାନ ବନ୍ଦ ଥିବାରୁ ଲୋକେ ଲାଇନ୍ ଲଗାଇଛନ୍ତି । କିଛି ଲୋକ ଦୋକାନ ଖୋଲିବା ପୂର୍ବରୁ ମଧ୍ୟ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।କର୍ଣ୍ଣାଟକ ଧାରୱାଡ଼ ଜିଲ୍ଲାରେ ରହିଛି ହୁବଲି ସହର । ବର୍ତ୍ତମାନ ଯାଏଁ ଧାରୱାଡ଼ ଜିଲ୍ଲାରେ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ଅରେଞ୍ଜ ଜୋନରେ ରହିଛି ।

 

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

କେନ୍ଦୁଝର: କରୋନା ସ୍ଥିତି ଦିନକୁ ଦିନ ବିଗିଡାବାରେ ଲାଗିଛି । ଆଜି ସକାଳେ ମଧ୍ୟ ସୁନ୍ଦରଗଡରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି । ତେବେ ରାଜ୍ୟରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି । ତେବେ କେନ୍ଦୁଝରରୁ ଦ୍ୱିତୀୟ ପଜିଟିଭ ଚିହ୍ନଟ ହେବା ପରେ ତତ୍ପର ହୋଇଛି ପ୍ରଶାସନ। ହାଟଡିହି ବ୍ଲକ ପଞ୍ଚଗୋଛିଆ ପଞ୍ଚାୟତ ମୁ୍ଗୁପୁର ଗାଁ ସମେତ ହିରାପୁର, ସର୍ବେଶ୍ବରପୁର ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଗାଁକୁ ଯାତାୟତ ଉପରେ ରୋକ୍‌ ଲଗାଯାଇଛି। ସେହିପରି ପଞ୍ଚଗୋଛିଆ ପଞ୍ଚାୟତର ୮ଟି ଗାଁ ଓ ନିକଟରେ ଥିବା ବଞ୍ଚୋ ପଞ୍ଚାୟତର ୩ଟି ଗାଁକୁ ବଫର ଜୋନ୍‌ ଘୋଷଣା କରାଯାଇଛି । କରୋନା ସଂକ୍ରମିତଙ୍କୁ କଟକ କୋଭିଡ୍‌ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଆକ୍ରାନ୍ତ କାହା ସଂସ୍ପର୍ଶରେ ଆସିଥିଲେ, ସେନେଇ ତଥ୍ୟ ସଂଗ୍ରହ କରାଯାଉଛି। ଅନ୍ୟପକ୍ଷରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ଆନନ୍ଦପୁର ବ୍ଲକ ପଞ୍ଚୁପଲ୍ଲୀ ପଞ୍ଚାୟତର କଣ୍ଟେନ୍‌ମେଣ୍ଟ ଅବଧିକୁ ଆଉ ୪୮ ଘଣ୍ଟାକୁ ଜିଲ୍ଲା ପ୍ରଶାସନ ବୃଦ୍ଧି କରିଛି ।

ଖୁସି ଖବର, ବର୍ଷ ଶେଷ ସୁଦ୍ଧା ଆସିବ କରୋନା ଭ୍ୟାକ୍ସିନ୍ !

ୱାଶିଂଟନ୍: ଆମେରିକାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୫୭ ହଜାର ଡେଇଁଥିବା ବେଳେ ୬୭ ହଜାର ୬୭୪ ଜଣଙ୍କ ମୃତ୍ୟୁ ହୋଇଛି । ବିଶ୍ୱରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭ୍ୟାକ୍ସିନ୍ ଆସିବ ବୋଲି କହିଛନ୍ତି । ଭ୍ୟାକ୍ସିନ୍ ବଜାରରେ ୨୦୨୦ ଡିସେମ୍ବର ସୁଦ୍ଧା ଉପଲବ୍ଧ ହେବ ।

ଆମେରିକା ସହିତ ବିଶ୍ୱର ଅନେକ ଦେଶ ଭ୍ୟାକ୍ସିନ୍ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ବ୍ରିଟେନ୍, ଅକ୍ସଫୋର୍ଡ ୟୁନିଭରସିଟି ଜେନ୍ନର ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ କରୋନା ଆକ୍ରାନ୍ତଙ୍କ ଠାରେ କରିସାରିଛି । ଅନ୍ୟ ୟୁରୋପୀୟ ଦେଶ ଗୁଡ଼ିକ ମଧ୍ୟ ଭ୍ୟାକ୍ସିନ୍ ତିଆରି ଦିଗରେ ଜୋରଦାର ଉଦ୍ୟମ କରୁଛନ୍ତି ।

କେବଳ ଆମେରିକାରେ କରୋନା ଭ୍ୟାକ୍ସିନ୍ ନେଇ ୧୧୫ଟି ଲାବ୍ରୋଟୋରୀରେ ପରୀକ୍ଷା ନିରୀକ୍ଷା ଚାଲିଛି । ମହାମାରୀ ୭କରୋନାରେ ଏଯାବତ୍ ବିଶ୍ୱର ୩.୫ ମିଲିୟନ୍ ଲୋକ ଆକ୍ରାନ୍ତ ହୋଇଛନ୍ତି । ଦୁନିଆରେ ୨ ଲକ୍ଷ ୪୭ ହଜାର ୩୦୬ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି ।

କରୋନା ଯୁଦ୍ଧରେ ଖୁସି ଖବର, ସଂକ୍ରମିତଙ୍କ ଉପରେ କାମ କରୁଛି ରେମଡେସିବିର !

ସୁନ୍ଦରଗଡରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି

ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି