କାହିଁକି ସୁଶାନ୍ତ କଲେ ସୁଇସାଇଡ୍ ? ଖୁଲାସା କରିବ କ୍ରାଇମବ୍ରାଞ୍ଚ

Why Bollywood Actor Sushanta Singh Rajput committed Suicide, Crime Branch investigation started

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା । କାହିଁକି କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ସୁଶାନ୍ତ । ଆତ୍ମହତ୍ୟା ପଛରେ ମାନସିକ ଅବସାଦ ନା ଅନ୍ୟ କୌଣସି କାରଣ ରହିଛି । ଏବେ ଏହି ପ୍ରଶ୍ନର ଉତ୍ତର ଖୋଜୁଛି ମୁମ୍ବାଇ ପୋଲିସ । ସୁଶାନ୍ତ ରହୁଥିବା ବାନ୍ଦ୍ରା ଆପାର୍ଟମେଣ୍ଟରୁ କୌଣସି ସୁଇସାଇଡାଲ ନୋଟ୍ ମିଳିନାହିଁ । ତେବେ, ସୁଶାନ୍ତ ବିଳମ୍ବିତ ରାତିରେ ଜଣେ ଅଭିନେତାଙ୍କୁ କଲ୍ କରିଥିଲେ । ସେ ଫୋନ୍ ନ ଉଠାଇବାରୁ ସୁଶାନ୍ତ ଶୋଇ ପଡ଼ିଥିଲେ । ରବିବାର ସକାଳ ୧୦ଟାରେ ଜୁସ୍ ପିଇବା ପରେ ରୁମକୁ ଚାଲି ଯାଇଥିଲେ ।ଦିନ ଗୋଟାଏ ପର୍ଯ୍ୟନ୍ତ ସେ ଘରୁ ବାହାରକୁ ବାହାରି ନଥିଲେ । ଖାଇବା ପାଇଁ ଡାକିବାରୁ ସେ ଶୁଣିନଥିଲେ । ଫଳରେ ସ୍ଥାନୀୟ ଚାବିୱାଲା ସହାୟତାରେ ଚାବି ଖୋଲିଥିଲେ । ଭିତରେ ସୁଶାନ୍ତ ସବୁଜ ରଙ୍ଗର କପଡ଼ାରେ ଫ୍ୟାନରେ ଝୁଲି ପଡ଼ିଥିଲେ । ସଙ୍ଗେ ସଙ୍ଗେ ଚାକର ପୋଲିସକୁ ଖବର ଦେଇଥିବା ବେଳେ ସୁଶାନ୍ତଙ୍କ ସାଙ୍ଗ ଆମ୍ବୁଲାନ୍ସ ଡାକିଥିଲେ । ମୃତ୍ୟୁକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ତେବେ, ସୁଶାନ୍ତ ପ୍ରାୟ ୬ ମାସ ହେବ ଡିପ୍ରେସନରେ ଥିବାରୁ ଔଷଧ ଖାଉଥିଲେ ବୋଲି ତାଙ୍କ ସାଙ୍ଗ କହିଛନ୍ତି ।ପୋଲିସ ସମ୍ପୃକ୍ତ ଡାକ୍ତରଙ୍କୁ ପଚାରଉଚରା କରିବା ସହ ରୁମରୁ ମେଡିସିନ୍ ଓ ଡକ୍ୟୁମେଣ୍ଟ ଜବତ କରିଛି । ସେପଟେ କ୍ରାଇମବ୍ରାଞ୍ଚ ସୁଶାନ୍ତଙ୍କ ବାନ୍ଦ୍ରା ବାସଭବନରେ ପହଞ୍ଚି ତଦନ୍ତ କରୁଛି । ମୃତ୍ୟୁ ଖବର ଶୁଣି ଅସୁସ୍ଥ ହୋଇ ପଡ଼ିଥିବା ସୁଶାନ୍ତଙ୍କ ପିତା ଆସନ୍ତାକାଲି ସ୍ୱତନ୍ତ୍ର ଫ୍ଲାଇଟରେ ମୁମ୍ବାଇ ଆସିବେ ବୋଲି ଜଣାପଡ଼ିଛି । ସୁଶାନ୍ତ ସିଂହ ରାଜପୁତ ଆସନ୍ତା ନଭେମ୍ବର ମାସରେ ବିବାହ କରିଥାନ୍ତେ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଥିଲା ବୋଲି ସମ୍ପର୍କୀୟ ପନ୍ନା ସିଂହ ସୂଚନା ଦେଇଛନ୍ତି ।

ହଇରାଣ କରୁଥିଲେ ବଙ୍ଗାଳି ଯୁବତୀ

ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତ ଲୋଖଣ୍ଡେଙ୍କ ଗତ ସପ୍ତାହରେ ଜଣେ ବ୍ୟବସାୟୀଙ୍କ ସହିତ ନିର୍ବନ୍ଧ ହୋଇଛି । ୬ ଦିନ ପୂର୍ବରୁ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ଆତ୍ମହତ୍ୟା କରିଥିଲେ । ସୂଚନା ଅନୁସାରେ ଏହି ବିଷୟରେ ସୁଶାନ୍ତଙ୍କୁ ପଚରାଉଚରା କରାଯାଇଥିଲା । ପରିବାର ଲୋକଙ୍କ ଅନୁଯାୟୀ, ତାଙ୍କୁ ଜଣେ ବଙ୍ଗାଳି ଝିଅ ବାରମ୍ବାର ହଇରାଣ ହରକତ କରୁଥିଲେ । କ୍ରାଇମବ୍ରାଞ୍ଚ ଏସବୁ ରହସ୍ୟ ଉପରୁ ପରଦା ଉଠାଇବ ବୋଲି ଆଶା କରାଯାଉଛି ।

ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ

Leave a Reply