‘ଭାରତରେ ଚରମରେ ପହଞ୍ଚିବ କରୋନା, ଅଭାବ ହେବ ଆଇସିୟୁ’

1 min read

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ନଭେମ୍ବର ୧୫ ତାରିଖ ବେଳକୁ ଚମର ସୀମାରେ ପହଞ୍ଚିପାରେ । ଏମିତିକି ଆଇସିୟୁ ବେଡ୍ ଓ ଭେଣ୍ଟିଲେଟର କମ୍ ପଡ଼ିବ । ଏକ ଅଧ୍ୟୟନରୁ ଏହା ଦାବି କରୋଯାଇଛି । ଅଧ୍ୟୟନ ମୁତାବକ ଲକଡାଉନ୍ ଯୋଗୁଁ କରୋନା ୮ ସପ୍ତାହ ବିଳମ୍ବରେ ଉଗ୍ର ରୂପ ଧାରଣ କରିବ । ICMR ଅପରେସନ୍ ରିସର୍ଚ୍ଚ ଗ୍ରୁପର ଅଧ୍ୟୟନରେ ଏନେଇ କୁହାଯାଇଛି ।

ଲକଡାଉନ୍ ଯୋଗୁଁ ସଂକ୍ରମଣ ୬୯ରୁ ୯୭ ପ୍ରତିଶତ ଯାଏଁ କମିଛି । ଯାହାଦ୍ୱାରା ସ୍ୱାସ୍ଥ୍ୟସେବା ପ୍ରଣାଳୀରେ ସଂଶୋଧନ ଅଣାଯାଇ ପାରିଛି । ନଭେମ୍ବର ପ୍ରଥମ ସପ୍ତାହରେ କରୋନା ଚରମ ସୀମାରେ ପହଞ୍ଚିପାରେ । ଏହାପରେ ୪ ମାସ ଯାଏଁ ଆଇସୋଲେସନ୍ ବେଡ୍, ୬ ମାସ ଯାଏଁ ଆଇସିୟୁ, ୯ ମାସ ଯାଏଁ ଭେଣ୍ଟିଲେଟର ଅଭାବ ଦେଖା ଦେଇପାରେ ।

ଭାରତରେ କୋଭିଡ୍-୧୯ ମଡେଲ ବିଶ୍ଲେଷଣ ଅନୁସାରେ ଲକଡାଉନ୍ ଅବଧିରେ ଯାଞ୍ଚ, ଉପଚାର ଓ ଆକ୍ରାନ୍ତଙ୍କୁ ଅଲଗା ରଖିବା ପାଇଁ ଅତିରିକ୍ତ ସୁବିଧା ପ୍ରସ୍ତୁତି ସହିତ ସଂକ୍ରମଣ ମାମଲା ୭୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହେବ । ବଢ଼ୁଥିବା ସଂକ୍ରମଣ ପ୍ରାୟ ୨୭ ପ୍ରତିଶତ ହ୍ରାସ ପାଇବ । ୬୦ ପ୍ରତିଶତ କରୋନା ମୃତ୍ୟୁ ମଧ୍ୟ ରୋକାଯାଇ ପାରିଛି ।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ରବିବାରକୁ ସଂକ୍ରମଣ ମାମଲା ୩ ଲକ୍ଷ ୨୦ ହଜାରକୁ ବୃଦ୍ଧି ପାଇଛି । ଏବେ ଯାଏଁ ୯ ହଜାର ୧୯୫ ଜଣଙ୍କ ମୃତ୍ୟୁ ହୋଇଛି । ଲଗାତାର ତୃତୀୟ ଦେନ ପାଇଁ ଦେଶରେ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତ ବିଶ୍ୱରେ ସଂକ୍ରମିତ ଦେଶ ତାଲିକାର ୪ ନମ୍ବରରେ ରହିଛି ।

ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି… ଆଜି କେଜ୍ରିୱାଲଙ୍କ ସହ ଆଲୋଚନା କରିବେ ଅମିତ ଶାହା

Leave a Reply