spot_img
Home Blog Page 6961

ରୋଗୀଙ୍କୁ ଫେରାଇ ପାରିବେନି ଘରୋଇ ଡାକ୍ତରଖାନା, ଟ୍ୱିଇଟ୍ କରି ଚେତାଇ ଦେଲେ ମୁଖ୍ୟ ଶାସନ ସଚିବ

ରୋଗୀଙ୍କୁ ଘରୋଇ ହସ୍‌ପିଟାଲ ଓ କ୍ଲିନିକ୍‌ ଫେରାଇ ଦେବା ଘଟଣାରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ । ରୋଗୀଙ୍କୁ ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଇଟ୍ କରି ଏହି ଚେତାବନୀ ଦେଇଛନ୍ତି । ରୋଗୀଙ୍କୁ ଚିକିତ୍ସା୍ ନକରି ଫେରାଇଦେବା ଅନୈତିକ ଓ ବେଆଇନ । ଅଭିଯୋଗକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି । ହଟ୍‌ସ୍ପଟ୍‌ ଜିଲ୍ଲା ରୋଗୀଙ୍କୁ ଘରୋଇ ହସ୍‌ପିଟାଲ ଓ କ୍ଲିନି୍‌କ୍‌ ଫେରାଇ ଦେଉଥିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଅନ୍ୟପକ୍ଷରେ ସେହିପରି କଟକର ବିଭିନ୍ନ ସରକାରୀ ହସ୍‌ପିଟାଲରେ କରୋନା ସଂକ୍ରମଣ ରୋକିବାକୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜ୍ୟର ବା ଏସ୍‌ଓପି ଲାଗୁ ହେବ । ବଡ଼ ମେଡିକାଲ, ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ଓ ଶିଶୁଭବନରେ ଏସ୍‌ଓପି ଲାଗୁ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରୋଗୀ ଓ ଆଟେଣ୍ଡାଣ୍ଟଙ୍କୁ ପରିଚୟ ପତ୍ର ଦିଆଯିବ । ବିନା ପରିଚୟପତ୍ରରେ କାହାରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ରୋଗୀଙ୍କୁ ଆତ୍ମୀୟ ଭେଟିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଦିଆଯିବ । ଆଟେଣ୍ଡାଣ୍ଟଙ୍କ ସଂଖ୍ୟା କମ୍ କରିବା ଉପରେ କର୍ତ୍ତୃପକ୍ଷ ଗୁରୁତ୍ବ ଦେବେ । ରୋଗୀ ଓ ଆଟେଣ୍ଡାଣ୍ଟଙ୍କର ଆଣ୍ଡିଜେନ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଫରଓ୍ୱାର୍ଡ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା: କହିଲେ, ବାହାଦୁର ସୈନିକ ଦେଶର ଗର୍ବ

ଲଦାଖ: ଦୁଇ ଦିନିଆ ଲଦାଖ ଏବଂ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଯାଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୁପୱାଡା ନିକଟ ଏଲଓସି ସ୍ଥିତି ସମୀକ୍ଷା କରିବା ସହ ଯବାନଙ୍କୁ ଉତ୍ସାହିତ କରିଛନ୍ତି  । ଏଲଓସିରେ ମୁତୟନ ଯବାନ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ବେଳେ ବାହାଦୁର ସିପାହୀ ଦେଶର ଗର୍ବ ବୋଲି କହିବା ସହିତ ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ଦେଶସେବାକୁ ସଲାମ କରିଛନ୍ତି  ।

ଏହାପୂର୍ବରୁ ସେ ଅମରନାଥ ଯାଇ ବାବା ବର୍ଫାନିଙ୍କ ଦର୍ଶନ କରିଥିଲେ  । ଦୁଇ ଦିନିଆ ଲଦାଖ ଏବଂ ଜାମ୍ମୁ ଓ କାଶ୍ମୀର ଗସ୍ତରେପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  । ଆଜି କୁପୱାଡ଼ା ଫରୱାର୍ଡ ପୋଷ୍ଟ ଯାଇ ଏଲଓସି ସ୍ଥିତି ସମୀକ୍ଷା କରିବା ସହ ଯବାନଙ୍କୁ କରିଛନ୍ତି ଉତ୍ସାହିତ  । ସୀମାରେ ମୁତୟନ ବାହାଦୁର ଯବାନଙ୍କ ସହ ଆଲୋଚନା ବେଳେ ଦେଇଛନ୍ତି ସାବାସି  ।

କହିଛନ୍ତି, ଦେଶ ପାଇଁ ଉତ୍ସର୍ଗୀକୃତ ବୀର ଯବନା ଦେଶର ଗର୍ବ  । ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ରହି ମଧ୍ୟ ଦେଶ ରକ୍ଷାରେ ବ୍ରତୀ  । ଦେଶ ସେମାନଙ୍କ ବାହାଦୁରୀକୁ ସଲାମ କରୁଛି  । ଏହା ପୂର୍ବରୁ ରାଜନାଥ ଅମରନାଥ ମନ୍ଦିର ଗସ୍ତ କରି ବାବା ବର୍ଫାନିଙ୍କ ଦର୍ଶନ କରିବା ସହିତ ମନ୍ଦିରରେ ଘଣ୍ଟାଏ କାଳ ଅତିବାହିତ କରିଥିଲେ  । ବାବାଙ୍କ ଦର୍ଶନ କରି ସେ ଆଶୀର୍ବାଦ ଲାଭ କରିଛନ୍ତି ବୋଲି କହିଛନ୍ତି ରାଜନାଥ  ।

ଏହି ଅବସରରେ ତାଙ୍କ ସହ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଓ ସେନା ମୁଖ୍ୟ ଜେନେରାଲ ଏମ ଏମ ନରୱାଣେ ଉପସ୍ଥିତ ଥିଲେ  । ଶୁକ୍ରବାର ରାଜନାଥ ପ୍ରଥମେ ଲଦାଖରେ ପହଞ୍ଚି ଏଲଏସିରେ ସ୍ଥିତି ସମୀକ୍ଷା କରିବା ସହ ଯବାନଙ୍କୁ ସମ୍ବୋଧିତ କରିଥିଲେ  । ଭାରତର ଇଞ୍ଚେ ଜମି କେହି ଛଡାଇ ନେଇପାରିବେ ନାହିଁ ବୋଲି କହିବା ସହ ସବୁ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରାଯିବ ବୋଲି କହିଥିଲେ  । ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତ କରିଥିଲେ  ।

https://www.facebook.com/NandighoshaTV/videos/836511276878406/

୨ ବିଧାୟକଙ୍କ ସମର୍ଥନ ପରେ ରାଜ୍ୟପାଳଙ୍କୁ ଭେଟିଲେ ଗେହଲୋଟ୍‌

ଜୟପୁର: ରାଜସ୍ଥାନରେ ସୁଧୁରୁଛି ଗେହଲୋଟଙ୍କ ସ୍ଥିତି । ରାଜ୍ୟପାଳଙ୍କୁ ଭେଟି ୧୦୨ ସମର୍ଥକ ଥିବା ଦର୍ଶାଇବା ପରେ ରାଜସ୍ଥାନ ରାଜନୀତିର ଚିତ୍ର କିଛିଟା ସ୍ପଷ୍ଟ ହୋଇପାରିଛି । ଶନିବାର ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାକ୍ଷାତ କରିବା ସହ ତାଙ୍କ ସରକାରଙ୍କ ପାଖରେ  ୧୦୨ ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇଛନ୍ତି । ତେବେ ଏ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ଦେଇନାହାନ୍ତି ଗେହଲଟ୍ ।

କେବଳ ଏହା ରାଜ୍ୟପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର ଥିବା କହିଛନ୍ତି । ଏହାପୂର୍ବରୁ କଂଗ୍ରେସ ସରକାରଙ୍କୁ ୨ ଜଣ ଭାରତୀୟ ଟ୍ରାଇବଲ ପାର୍ଟି ବିଧାୟକ ସମର୍ଥନ ଘୋଷଣ କରିଥିଲେ । ଏକ ସାମ୍ୱାଦିକ ସମ୍ମିଳନୀରେ ଉଭୟ ଗେହଲୋଟ୍‌ଙ୍କୁ ସମର୍ଥନ କରୁଥିବା ନେଇ ସୂଚିତ କରିଛନ୍ତି । ପୂର୍ବରୁ ଏମାନେ ଗେହଲୋଟ୍ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ । ତେବେ ଗେହଲୋଟଙ୍କ ଠାରେ ସଂଖ୍ୟାଗରିଷ୍ଠତା ଥିବା ଦର୍ଶାଇଥିବା ସତ୍ତ୍ୱେ ସମସ୍ତ ବିଧାୟକ ଜୟପୁରର ଫେୟାରମେଣ୍ଟ ହୋଟେଲରେ ରହିଛନ୍ତି ।

ସୂଚନା ଯୋଗ୍ୟ ଯେ, ରାଜ୍ୟପାଳଙ୍କୁ ଦେଖା କରିବା ସମୟରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ରାଜ୍ୟପାଳଙ୍କୁ ସାନିଟାଇଜର୍‌ ଦେବା ସହ ନିଜେ ମଧ୍ୟ ସାନିଟାଇଜରର ବ୍ୟବହାର କରିଥିଲେ । ଏବଂ ସାକ୍ଷାତବେଳେ ଉଭୟ ମୁହଁରେ ମାସ୍କ ମଧ୍ୟ ପିନ୍ଧିଥିଲେ । ଯାହା ଲୋକଙ୍କୁ କରୋନା ମୁକାବିଲା ନେଇ ଭଲ ସନ୍ଦେଶ ଦେଉଛି ।

ଥମୁନି ରାଜନୈତିକ ଝଡ଼: ବିଧାୟକଙ୍କ ନାଁରେ ରୁଜୁ ହେଲା FIR

ଉପ ନିର୍ବାଚନ ପାଇଁ ରାଜନୀତିକ ଦଳକୁ ମତ ମାଗିଲା ନିର୍ବାଚନ କମିଶନ

କରୋନା ମହାମାରୀ ସମୟରେ କେମିତି ହେବ ଉପନିର୍ବାଚନ ପ୍ରଚାର ଓ ଭୋଟିଂ କିପରି କରାଯିବ, ସେ ନେଇ ବିଭିନ୍ନ ରାଜନୈତିକ ଦଳଙ୍କୁ ମତାମତ ମାଗିଛନ୍ତି ଜାତୀୟ ନିର୍ବାଚନ କମିସନ । ଜୁଲାଇ ୩୧ ସୁଦ୍ଧା ମତାମତ ପଠାଇବାକୁ ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କୁ ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ ହେବାକୁ ଥିବା ଦୁଇଟି ଉପନର୍ବାଚନକୁ କୋଭିଡ ନିୟମାବଳୀ ଅନୁସାରେ ପରିଚାଳନା କରିବାକୁ ସମସ୍ତଙ୍କ ସହ ଆଲୋଚନା ପାଇଁ ବିରୋଧୀ ମତ ରଖିଛନ୍ତି । ସେପଟେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଠନମୂଳକ ମତ ରଖିବା ନେଇ ସରକାରୀ ଦଳ ଯୁକ୍ତି ବାଢିଛି ।

ଦେଶ ବର୍ତ୍ତମାନ ସ୍ବାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଦେଇ ଗତି କରୁଛି । ଯେଉଁଥିପାଇଁ ନିଷ୍ପତ୍ତି ଓ ନିର୍ବାଚନ ବିଳମ୍ବ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଛତିଶଗଡ଼ରେ ଗୋଟିଏ, ଗୁଜୁରାଟରେ ୧୦ଟି, ହରିୟାଣାରେ ଗୋଟିଏ, ଝାଡ଼ଖଣ୍ଡରେ ଦୁଇଟି, କର୍ଣ୍ଣାଟକରେ ଦୁଇ, ମଧ୍ୟପ୍ରଦେଶରେ ୨୬ଟି, ମଣିପୁରରେ ୪ଟି, ନାଗାଲାଣ୍ଡରେ ଗୋଟିଏ, ଓଡ଼ିଶାରେ ଦୁଇଟି, ଉତ୍ତର ପ୍ରଦେଶରେ ୫ଟି ବିଧାନସଭାକୁ ମିଶାଇ ସବୁଦାୟ ୫୪ ଉପନର୍ବାଚନ ହେବାର ଅଛି । ସେହିପରି ବିହାରରେ ବିଧାନସଭା ନିର୍ବାଚନ ସହ ବାଲମିକି ନଗର ସଂସଦୀୟ କ୍ଷେତ୍ରରେ ଉପ-ନର୍ବାଚନ ହେବ ।

ଭ୍ୟାକ୍ସିନ୍ ତିଆରି ଟିମରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ଓଡିଆ ବୈଜ୍ଞାନିକ, ଜାପାନରେ ଚାଲିଛି ଗବେଷଣା

କରୋନା ସଂକ୍ରମଣ ଓ ଏହାର ପ୍ରତିଶେଧକ ନେଇ ଜାପାନରେ ଚାଲିଛି ଗବେଷଣା । ଏହି ଗବେଷଣାରେ ସାମିଲ ହୋଇଛନ୍ତି ଓଡ଼ିଆ ବୈଜ୍ଞାନିକ । କୋଭିଡ-୧୯ର ମୁକାବିଲା ପାଇଁ ସାରା ବିଶ୍ୱରେ ଟିକା ନେଇ ଗବେଷଣା ଚାଲିଥିବାବେଳେ ଜାପାନର ସେଣ୍ଟର ଫର ବାୟୋସିଷ୍ଟମସ ଡାଇନାମିକ୍ସ ରିସର୍ଚ୍ଚ ଏ ଦିଗରେ ମଧ୍ୟ ଏହି ଗବେଷଣାରେ ସାମିଲ ହୋଇଛି । ଅନୁଷ୍ଠାନର ଆଦିତ୍ୟ ଓ ଅନ୍ୟ ଅନୁଷ୍ଠାନର ଦୁଇଜଣ ସଦସ୍ୟ ୟୁମିଫେନଭର ନାମରେ ଏକ ଔଷଧ ନେଇ ଗବେଷଣା ଚଳାଇଛନ୍ତି । ବିଶ୍ୱରେ ଆମେରିକା ଓ ଋଷିଆ ତୁଳନାରେ ଚୀନରେ କରୋନା ମୃତ୍ୟୁ ସଂଖ୍ୟା କମ ରହିଥିଲା । କାରଣ ସେମାନେ ଏହି ଔଷଧର ବ୍ୟବହାର କରିଥିଲେ ବୋଲି କୁହାଯ଼ାଉଛି କିନ୍ତୁ ଏହା ଏପର୍ଯ଼୍ୟନ୍ତ ପ୍ରମାଣିତ ହୋଇନାହିଁ ।

Corona Vaccine

ତେବେ ଏହି ଔଷଧର ରହିଥିବା ରସାୟନ ଏବଂ କରୋନା ଭୂତାଣୁକୁ ରୋକିବାରେ ଏହା କେତେଦୂର ସହାୟକ ହେବ ସେନେଇ ଚଳାଇଛନ୍ତି ଗବେଷଣା । ଗବେଷଣା କରୁଥିବା ଏହି ଟିମରେ ଅଛନ୍ତି ରାୟଗଡ଼ାର ଓଡ଼ିଆ ବୈଜ୍ଞାନିକ ଆଦିତ୍ୟ କୁମାର ପାଢୀ । ଏହି ଟିମରେ ଅନ୍ୟ ଦୁଇ ସଦସ୍ୟ ହେଲେ ଭୁବନେଶ୍ବର ନାଇଜରର ଛାତ୍ର ଅନିରୁଦ୍ଧ ସିଲ ଓ ନର୍ଥ ଇଷ୍ଟର୍ଣ୍ଣ ହିଲ ବିଶ୍ବବିଦ୍ୟାଳୟ ସିଲଂର ଆସିଷ୍ଟାଣ୍ଟ ପ୍ରଫେସର ତିମିର ତ୍ରିପାଠୀ । ତେବେ ମେଡିସିନ ନିର୍ମାଣ ସହିତ ଅନ୍ୟ ଦେଶରେ ନିର୍ମାଣ ହେଉଥିବା ଔଷଧରୁ କେତେ ସୁଫଳ ମିଳୁଛି ସେ ନେଇ ମଧ୍ୟ ଆଦିତ୍ୟଙ୍କ ଟିମ ଗବେଷଣା କରୁଛି । ଏଥିସହିତ କରୋନା ସଂକ୍ରମଣକୁ ନେଇ ମଧ୍ୟ ଚାଲିଛି ଗବେଷଣା ।

ନବେ ଦଶକର ରାଜନେତ୍ରୀ ଏବେ ହୋଇଛନ୍ତି ସଫଳ ଚାଷୀ, ୯୫ ବର୍ଷରେ ଚାଷ ଜମିରେ ବୁହାଉଛନ୍ତି ଝାଳ…

କେନ୍ଦୁଝର: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ନିଜର ଦୃଢ ଇଚ୍ଛାଶକ୍ତି ଯୋଗୁଁ ସେ ରାଜନେତ୍ରୀରୁ ପାଲଟିଛନ୍ତି ସଫଳ ଚାଷୀ । ନବେ ଦଶକରେ କେନ୍ଦୁଝରର ପରିଚିତ ବ୍ୟକ୍ତିତ୍ୱ ତଥା ଜିଲ୍ଲା ପରିଷଦର ପ୍ରଥମ ଉପାଧ୍ୟକ୍ଷ ସୁଶୀଳାବାଳା ପହି । ବୟସ ୯୫ ଡେଇଁଲାଣି । ହେଲେ ଆଜି ବି ସେ ଚଳଚଞ୍ଚଳ । ଯେଉଁ ବୟସରେ ସେ ବିଶ୍ରାମ କରିବା କଥା ସେ ବୟସରେ ସେ ଚାଷ ଜମିରରେ ବୁହାଉଛନ୍ତି ଝାଳ ।

ଅକାମୀ ହୋଇ ପଡିଥିବା ନିଜର ଏକର ଏକର ଜମିରେ ସେ ଫଳାଇଛନ୍ତି ସୁନାର ଫସଲ । ଅନ୍ୟକୁ ରୋଜଗାର ପନ୍ଥା ଯୋଗାଇବା ସହ ନିଜେ ମଧ୍ୟ ସ୍ୱାବଲମ୍ବୀ ହୋଇଛନ୍ତି । ଭୋରରୁ କ୍ଷେତରେ ପହଞ୍ଚି ଆରମ୍ଭ କରିଦିଅନ୍ତି କାମ । ପରିବା ଚାଷ କରି ଯାହା ମିଳେ ସବୁ ଗରିବଙ୍କ ପାଇଁ ଖର୍ଚ୍ଚ କରନ୍ତି । ରାଜନୀତିରୁ ଅବସର ନେବା ପରେ ଘରେ ବସିବାକୁ ଭଲ ନଲାଗିବାରୁ ଫଳରେ ଚାଷ କରିବାକୁ ମନ ବଳାଇଲେ ଏହି ମହିଳା । ଚାଷ କାର୍ଯ୍ୟରେ ସେ ୧୨ ଜଣ ଶ୍ରମିକଙ୍କୁ ନିଯୁକ୍ତି ଦେଇଛନ୍ତି । ମକା, କଦଳୀ, ରୁମା ଛୁଇଁ, ଭେଣ୍ଡି କାକୁଡିଠାରୁ ଆରମ୍ଭ କରି ସବୁ ପ୍ରକାରର ପନିପରିବା ଚାଷ କରିଛନ୍ତି ସୁଶୀଳାବାଳା.

କରୋନା ନିୟନ୍ତ୍ରଣ ପାଇଁ ନୂଆ ରଣନୀତି, ଭିତ୍ତିଭୂମି ସଂପ୍ରସାରଣ ଉପରେ ଗୁରୁତ୍ୱ

ଗଞ୍ଜାମ ଜିଲ୍ଲାରେ କରୋନା ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ରଣକୌଶଳ ଆପଣାଇଛନ୍ତି  । ଏଥିରେ ସଚେତନତା, ଟେଲିମେଡିସିନ ଓ ଭିତ୍ତିଭୂମି ସଂପ୍ରସାରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ଅନୁଷ୍ଠିତ ହୋଇଛି । ନିଷ୍ପତ୍ତି ଅନୁଯାୟୀ, ବ୍ରହ୍ମପୁର ମେଡିକାଲ କଲେଜର ଓପିଡି ଓ ଜରୁରିକାଳୀନ ଓ୍ୱାର୍ଡ ୨୪ ଘଣ୍ଟିଆ ସେବା ଯୋଗାଇବ । ଜଣେ ଅତିରିକ୍ତ ସୁପରିଟେଣ୍ଡେଣ୍ଟଙ୍କୁ ଦାୟିତ୍ୱ ମିଳିବ । ଅନ୍ୟପକ୍ଷରେ ମେକେସିଜି ଶିଶୁ ବିଭାଗର ଶହେ ଶଯ୍ୟା, ବିଦ୍ୟୁତପୁରରେ ୧୫୦ ଶଯ୍ୟା ଓ ସରସ୍ୱତୀ ବିଦ୍ୟାମନ୍ଦିରରେ ୧୫୦ ଶଯ୍ୟା ପ୍ରସ୍ତୁତ କରାଯିବ ।

ତେବେ ମେକେସିଜି କୋଭିଡ ଶଯ୍ୟା ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନର ତତ୍ତ୍ୱବଧାନରେ ରହିବ ଓ ବାକି ଶଯ୍ୟା ବ୍ରହ୍ମପୁର ମହାନଗର ନିଗମ ନିମ୍ନରେ କାର୍ଯ୍ୟ କରିବେ । ସେହିଭଳି ଅମ୍ଲଜାନର ସ୍ତର କମ ଥିବା ରୋଗୀଙ୍କ ପାଇଁ ୧୦ ପ୍ରତିଶତ ଶଯ୍ୟା ସଂରକ୍ଷିତ ହୋଇ ରହିବା ନେଇ ମଧ୍ୟ ଘୋଷଣା ହୋଇଛି । ତେବେ ରୋଗୀଙ୍କ ମନୋବଳ ବଢାଇବା ପାଇଁ ସରକାର କହିଛନ୍ତି ଯେ ଡାକ୍ତରଖାନାରେ ମନସ୍ତାତ୍ତ୍ୱିକ ପରାମର୍ଶଦାତା ନିଯୁକ୍ତ ହେବେ । ଏମାନେ ସଂକ୍ରମିତଙ୍କ ମଧ୍ୟରେ ମନୋବଳ ବଢାଇବାର କାମ କରିବେ । ତେବେ ସୁସ୍ଥ ହୋଇ ଫେରିବା ପରେ ଉକ୍ତ ବ୍ୟକ୍ତିମାନଙ୍କୁ କୋଭିଡ୍ ମନିଟର ଭାବେ ଦାୟିତ୍ୱ ମିଳିବ । ଜଣକା ଅତି କମରେ ୧୦ ଜଣଙ୍କ ମନୋବଳ ବଢାଇବା ସହ ସାହୟ ଯୋଗାଇବେ । ଏଥିପାଇଁ ସେମାନଙ୍କ ଏକ ହଜାର ଟଙ୍କା ଲେଖାଏଁ ମଧ୍ୟ ଯୋଗାଇ ଦିଆଯିବ ।

ଅନ୍ୟପକ୍ଷରେ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ନୂଆ ପ୍ରକାରରେ କିଛି ଚିନ୍ତା କରିଛନ୍ତି । ଏମାନଙ୍କୁ ହୋମ୍ ଆଇସୋଲେସନ୍ ସମୟରେ ମେଡିକାଲ କିଟ୍ ଯୋଗାଇଦେବା ସହ ସେମାନଙ୍କ ପରିବାର ଲୋକଙ୍କୁ ଆଇଇସି ମ୍ୟାଟେରିୟାଲ ଯୋଗାଇ ଦିଆଯିବ । ସେହିଭଳି ବ୍ରହ୍ମପୁର ଓ ଗୋପାଳପୁର ଥିବା ହୋଟେଲରେ ଡାକ୍ତରମାନଙ୍କର ରହଣୀ ବ୍ୟବସ୍ଥା କରିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିଛି । କୋଭିଡ ପଜିଟିଭ ରୋଗୀ ଓ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରେ ମାନସିକ ସୁସ୍ଥତା ପାଇଁ କଲ ସେଣ୍ଟରରେ ଆବଶ୍ୟକୀୟ ପରାମର୍ଶ ଦିଆଯିବ ।

ନିଜ ଦେଶରେ ବିରୋଧର ସମ୍ମୁଖୀନ ହେଲେ ଓଲି: ରାଜରାସ୍ତାରେ ସନ୍ଥ ସମାଜର ପ୍ରତିବାଦ

କାଠମାଣ୍ଡୁ: ଭାରତ ସହ ବହୁ ବର୍ଷର ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା କରୁଥିବା ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ବିରୋଧ । ତାଙ୍କର ଏଭଳି ଆଭିମୁଖ୍ୟ ବିରୋଧରେ ସ୍ୱର ଉଠାଇଲେ ନେପାଳ ଦେଶର ସାଧାରଣ ଜନତା । ଓଲି ବିପକ୍ଷ ପ୍ରତିବାଦରେ ସାଧାରଣ ଜନତାଙ୍କ ସମେତ ସନ୍ଥ ସମାଜ ମଧ୍ୟ ସାମିଲ ହୋଇଛନ୍ତି ।

Oli's shocker: India created fake Ayodhya, Ram was from Nepal ...

ସାଧୁମାନେ ଜୁଲାଇ ୧୮ରେ ରାସ୍ତାକୁ ଓହ୍ଲାଇ, ଓଲି ପ୍ରଭୁ ରାମ ଏବଂ ଅଯୋଧ୍ୟାଙ୍କୁ ଦେଇଥିବା ବିବୃତ୍ତିକୁ ନେଇ ନିଜ କ୍ଷୋଭ ପ୍ରକାଶ କରିଥିଲେ ।  ସାଧୁମାନେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ଜନକପୁରରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନରେ ସାମିଲ ସାଧୁ, ଧାର୍ମିକ ସଂଗଠନ ଏବଂ ସାଧାରଣ ନାଗରିକ ପ୍ରଧାନମନ୍ତ୍ରୀ ଓଲି ତାଙ୍କ ବିବୃତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।

Nepal's political crisis - How fierce will the Maoists be now ...

      ଜନକପୁର ଏବଂ ଅଯୋଧ୍ୟାଙ୍କ ସମ୍ପର୍କକୁ ବଜାୟ ରଖିବା ପାଇଁ ବିରୋଧୀ ସାଧୁ ଓ ନାଗରିକମାନେ ସ୍ଲୋଗାନ ଦେଇଥିଲେ । ଏଥିସହ ପିଏମ ଅଲିଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଯେ, ସେମାନେ ହିନ୍ଦୁମାନଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇବା ଉଚିତ୍ ନୁହେଁ । ଉଲ୍ଲେଖନୀୟ ବିଷୟ ହେଉଛି, ନିକଟରେ ନେପାଳର ଆଦିକାଭୀ ଭାନୁଭଟ୍ଟଙ୍କ ଜନ୍ମ ବାର୍ଷିକୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଅଲି ପ୍ରଭୁ ରାମଙ୍କୁ ନେପାଳର ନାଗରିକ ଭାବରେ ବର୍ଣ୍ଣନା କରିଥିଲେ ।

ବଦଳିବ ରାମ ମନ୍ଦିରର ନକ୍ସା: ଶିଳାନ୍ୟାସ ପାଇଁ PMOକୁ ପଠାଗଲା ୨ଟି ତାରିଖ

ତାଙ୍କ ବିବୃତ୍ତିକୁ ସମର୍ଥନ କରି ଓଲି କହିଥିଲେ ଯେ ଅଯୋଧ୍ୟା କେବଳ ଭାରତରେ ନୁହେଁ, ନେପାଳରେ ମଧ୍ୟ ଅଛନ୍ତି । ସେ ଭାରତକୁ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଏନକାଉଣ୍ଟର କରିଥିବା ଅଭିଯୋଗ କରିଛନ୍ତି । ଅଯୋଧ୍ୟାଙ୍କ ସାଧୁମାନେ ମଧ୍ୟ ଅଲିଙ୍କ ବକ୍ତବ୍ୟକୁ କଡ଼ା ସମାଲୋଚନା କରିଥିଲେ ।

            କେ.ପି ଶର୍ମା ଓଲିଙ୍କ ଚୀନ୍‌ ସହ ସମ୍ପର୍କ ନେଇ କେହି ଅନବିଜ୍ଞ ନୁହଁନ୍ତି । ଗତ କିଛି ଦିନ ହେବ ଅଲି କ୍ରମାଗତ ଭାବରେ ଭାରତ ବିରୋଧୀ ଏଜେଣ୍ଡା ପ୍ରସାରଣ କରିବାକୁ ଚେଷ୍ଟା କରିଆସୁଛନ୍ତି । ନିକଟରେ ଓଲି ସରକାର ଭାରତର ତିନୋଟି ଅଞ୍ଚଳ ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନି ବୋଲି ଘୋଷଣା କରିଥିଲେ । ସଂସଦରୁ ଏହି ତିନୋଟି କ୍ଷେତ୍ରକୁ ଦର୍ଶାଇ ନେପାଳ ଏକ ନୂତନ ମାନଚିତ୍ର ପାସ କରିଛି ।

ଆଠ ବର୍ଷ ମଧ୍ୟରେ ଥରୁଟିଏ ମଧ୍ୟ ନଷ୍ଟ ହୋଇନି ନିଶାଦ୍ରବ୍ୟ, ଜାଣନ୍ତୁ ପୁରା ପ୍ରସଙ୍ଗ ……

ରାଜ୍ୟରେ ଜବତ ହେଉଛି କୋଟି କୋଟି ଟଙ୍କାର ବ୍ରାଉନସୁଗାର । ତେବେ ଜବତ ହେଉଥିବା ବ୍ରାଉନସୁଗାର ରହୁଛି କେଉଁଠି ଓ ଯାଉଛି କୁଆଡେ ? ମାମଲା ଶେଷ ହେବା ପରେ ଏହାକୁ କରାଯାଉଛି କଣ ? ଏହାକୁ ନଷ୍ଟ କରିବା ପାଇଁ ଡ୍ରଗ୍ସ ଡିସ୍ପୋଜାଲ ଟିମ ଥିବାବେଳେ ଗତ ୮ ବର୍ଷରେ ଥରୁଟିଏ ମଧ୍ୟ ଏହାକୁ ନଷ୍ଟ କରାଯାଇ ନାହିଁ । ମିଳିଥିବା ସୂଚନା ଅନୁଯାୟୀ, ନିଶାଦ୍ରବ୍ୟ ନଷ୍ଟ କରିବା ପାଇଁ ସରକାର ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି । ଗାଇଡଲାଇନ ଅନୁସାରେ ନୋଡାଲ ଅଫିସର ଭାବେ ଓଡିଶା ପୋଲିସରେ ଡିଏସ୍ପି ଓ କମିଶନରେଟ ପୋଲିସରେ ଏସିପି ନିଯ଼ୁକ୍ତ ହେବେ । ଡିସିପି ଓ ଏସପି ଏହି କମିଟିର ଚେୟାରମ୍ୟାନ ରହିବେ । ସଂପୃକ୍ତ ଜିଲ୍ଲାର କୋର୍ଟରେ ନିଶାଦ୍ରବ୍ୟକୁ ନେଇ କେଉଁ ମାମଲା ଚାଲିଛି ତାହାର ତାଲିକା ପ୍ରସ୍ତୁତ କରିବେ ।

ଏହାପରେ ସଂପୃକ୍ତ ଥାନାର ଥାନାଧିକାରୀ ନିଶାଦ୍ରବ୍ୟକୁ ନଷ୍ଟ କରିବା ଲାଗି କୋର୍ଟରେ ଆବେଦନ କରିବେ । ବିଚାରପତିଙ୍କ ସମ୍ମୁଖରେ ନିଶାଦ୍ରବ୍ୟର ଫଟୋ ନିଆଯାଇ ଏହାକୁ ସାର୍ଟିଫାଏ କରାଯିବା ପରେ ନମୁନା ସଂଗ୍ରହ କରାଯିବ । ଏହାପରେ କଡା ସୁରକ୍ଷା ବଳୟରେ ନିଶାଦ୍ରବ୍ୟକୁ ମାଲଖାନାରୁ ନିଆଯାଇ ନଷ୍ଟ କରାଯିବ । ଖୋର୍ଦ୍ଧା ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଗତ ତିନି ମାସ ମଧ୍ୟରେ କ୍ରାଇମବ୍ରାଞ୍ଚର ଏସଟିଏଫ, କମିସନରେଟ ପୋଲିସର କୁଇକ ଆକ୍ସନ ଟିମ, ସ୍ପେସାଲ ସ୍କ।ର୍ଡ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ କୋଟି କୋଟି ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଚାଲାଣ ବେଳେ  ପୋଲିସ ଏସବୁକୁ ଠାବ କରିବା ସହ ମାଷ୍ଟରମାଇଣ୍ଡକୁ ବି ଗିରଫ କରିଛି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏଥିରେ ବାଧକ ସାଜିଛି କୋର୍ଟରେ ବିଚରାଧିନ ଥିବା ମାମଲା । ତେବେ ବର୍ଷ ବର୍ଷ ଧରି ମାମଲା କୋର୍ଟ ପରିସରଭୁକ୍ତ ଥିବାରୁ ନିଶାଦ୍ରବ୍ୟକୁ ନଷ୍ଟ କରାଯାଇ ପାରୁନଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ।

ତିରୁପତିରେ ୨୧ ପୂଜାରୀଙ୍କ ସମେତ ୧୫୮ କର୍ମଚାରୀ କରୋନା ସଂକ୍ରମିତ: ମନ୍ଦିର ବନ୍ଦ କରାଯିବାକୁ ନେଇ ଚାଲିଛି ବିଚାର

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ କରୋନା ଭୂତାଣୁର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ତିରୁମାଲା ତିରୁପତି ଦେବସ୍ଥାନମ୍‌ରେ  ୨୧ ପୂଜକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୋହିତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତିରୁପତିରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୫୮ ମନ୍ଦିର କର୍ମଚାରୀ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି ।

India's richest temple in Tirupati lays off 1300 contractual ...

ଅନୁଷ୍ଠାନର ମୁଖ୍ୟ – ପେଡା ଜିଆର ସ୍ୱାମୀ ଏବଂ ଚିନ୍ନା ଜିଆର ସ୍ୱାମୀ ମଧ୍ୟ କୋଭିଡ -୧୯ ପଜିଟିଭ ବୋଲି ଜଣାପଡ଼ିଛି । ସେହି ଦିନଠାରୁ, ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡ ୧୫୮ ଜଣ କର୍ମଚାରୀ କୋଭିଡ୍ -୧୯ ପଜିଟିଭ୍ ଚିହ୍ନଟ ହେବା ପରେ ମଧ୍ୟ ମନ୍ଦିରରେ ଦର୍ଶନ ଜାରି ରଖିବେ କି ନାହିଁ ତାହା ଉପରେ ବିଚାର କରୁଛନ୍ତି । ଆଭ୍ୟନ୍ତରୀଣ ପୋଲିସର ରିପୋର୍ଟରେ ତିରୁପତିଙ୍କ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ମନ୍ଦିରର ଦର୍ଶନ ତୁରନ୍ତ ବନ୍ଦ କରାଯାଉ ।

Get Prasad from Tirupati Balaji Temple, Andhra Pradesh & Get ...

ପୋଟୁ ଏବଂ ସୁରକ୍ଷା କର୍ମୀମାନେ ସର୍ବାଧିକ କରୋନା ସଂକ୍ରମିତ

ତିରୁପତିରେ ସମୁଦାୟ ୧୦୦ ପୁରୋହିତ ଅଛନ୍ତି, ସେମାନଙ୍କ ମଧ୍ୟରୁ ୨୧ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏଥିସହିତ POTU କର୍ମଚାରୀ କିମ୍ବା APSP ସୁରକ୍ଷା କର୍ମୀଙ୍କ ମଧ୍ୟରେ ବହୁ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Employment of non-Hindus in Tirumala Tirupati temple becomes a ...

ଏଥିସହିତ ସ୍ଥାନୀୟ ପ୍ରଶାସନ ମଧ୍ୟ କହିଛି ଯେ, ମନ୍ଦିର ଏବଂ ଧାର୍ମିକ ସ୍ଥାନ ଖୋଲା ଥିବାରୁ ଭାଇରସ ବ୍ୟାପିବା ଘଟଣା ଆସୁଛି । ପରିସ୍ଥିତି ଅନିୟନ୍ତ୍ରିତ ନହେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ କହିଛି ।

ଖାକି ବର୍ଦ୍ଦି ନୁହେଁ, କରୋନାରୁ ବଞ୍ଚିବା ପାଇଁ ପୋଲିସ୍‌ ପିପିଇ କିଟ୍‌ ପିନ୍ଧି କରୁଛନ୍ତି ଯାଞ୍ଚ