ରାଜ୍ୟରେ ଟେଷ୍ଟିଂ ସାଙ୍ଗକୁ ବଢ଼ୁଛି କରୋନା ପଜିଟିଭ୍ ସଂଖ୍ୟା: ୨୪ ଘଣ୍ଟାରେ ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଗଷ୍ଟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଶ କରୋନା ମୃତ୍ୟୁରେ ତୃତୀୟ ସ୍ଥାନାରେ ପହଞ୍ଚିଥିବା ବେଳେ ଓଡ଼ିଶା କରୋନା ସଂକ୍ରମଣରେ ଏକ ଲକ୍ଷ ପାର କରିସାରିଛି । ସୋମବାର ୨୬୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୫୬୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୪୧ ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ କରୋନା ସଂଖ୍ୟା ରହିଛି ୧୦୩୫୩୬ । ସେଥିମଧ୍ୟରୁ ୭୩ ହଜାର ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ ୨୯ ହଜାର ୭୫୮ ଜଣ ସଂକ୍ରମିତ ସକ୍ରିୟ ରହିଛନ୍ତି । ସେପଟେ ଆଜି କରୋନା ଦ୍ୱାରା ୧୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ୧୭ ଲକ୍ଷ ୮୯ ହଜାର ୪୩୩ ଜଣଙ୍କର କରୋନା ଟେଷ୍ଟ୍ ହୋଇଛି ।

ପୂର୍ବଭଳି ଖୋର୍ଦ୍ଧାରୁ ଆଜି ସର୍ବାଧିକ ୬୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ପରେ କଟକରୁ ୨୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇଟି ସ୍ଥାନରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୪, ବାଲେଶ୍ୱରରୁ ୧୦୩, ବରଗଡ଼ରୁ ୮୨, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪୨, ବୌଦ୍ଧରୁ ୯, ଦେବଗଡ଼ରୁ ୩, ଢେଙ୍କାନାଳରୁ ୬୭, ଗଜପତିରୁ ୭, ଗଞ୍ଜାମରୁ ୧୯୦, ଜଗତସିଂହପୁରରୁ ୮୨, ଯାଜପୁରରୁ ୧୦୩, ଝାରସୁଗୁଡ଼ାରୁ ୮୫, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୧୨୮, କେଉଁଝରରୁ ୮୬, କୋରାପୁଟରୁ ୧୨୭, ମାଲଗାନଗିରିରୁ ୮୦, ମୟୂରଭଞ୍ଜରୁ ୭୨, ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୯୧, ନୂଆପଡ଼ାରୁ ୧୬, ପୁରୀରୁ ୪୬, ରାୟଗଡ଼ାରୁ ୫୪, ସମ୍ବଲପୁରରୁ ୭୮, ସୋନପୁରରୁ ୨୧, ସୁନ୍ଦରଗଡ଼ରୁ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

Leave a Reply