ରାଉରକେଲାରେ ଆଜିଠୁ ପାଞ୍ଚ ଦିନ ଧରି ହେବ ସେରୋ ସର୍ଭେ

ରାଉରକେଲା: ରାଉରକେଲା ସହରରେ ଆଜିଠାରୁ ଆରମ୍ଭ ହେବ ସେରୋ ସର୍ଭେ। ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ଦୁଇ ଜଣ ବୈଜ୍ଞାନିକଙ୍କ ସହ ରାଉରକେଲା ସହରକୁ ୧୭ ଜଣିଆ ଟିମ ଆସିଛନ୍ତି ।  ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଠାରୁ ରାଉରକେଲା ସହରରେ ୫ଦିନ ଧରି ସେରୋ ସର୍ଭେଲାନସ ଅନୁଷ୍ଠିତ ହେବା ସହ ସହରର ଵିଭିନ୍ନ ସ୍ଥାନରୁ ୨୫ ଶହ ରକ୍ତ ନମୁନା ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା ସୂଚନା ଦେଇଛନ୍ତି। ସେରୋ ସର୍ଭେଲାନସ ରାଉରକେଲା ସହରର ବିଭିନ୍ନ ୱାର୍ଡ଼ ସହିତ ସେକ୍ଟର ଅଞ୍ଚଳ ଗସ୍ତ କରି ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି କମିଶନର ସୁଚନା ଦେଇଛନ୍ତି ।

ଅନ୍ୟପଟେ କରୋନା କହରରେ ପୁରା ରାଜ୍ୟ । ଅଗଷ୍ଟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଶ କରୋନା ମୃତ୍ୟୁରେ ତୃତୀୟ ସ୍ଥାନାରେ ପହଞ୍ଚିଥିବା ବେଳେ ଓଡ଼ିଶା କରୋନା ସଂକ୍ରମଣରେ ଏକ ଲକ୍ଷ ପାର କରିସାରିଛି । ସୋମବାର ୧୬୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୫୬୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୪୧ ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ କରୋନା ସଂଖ୍ୟା ରହିଛି ୧୦୩୫୩୬ । ସେଥିମଧ୍ୟରୁ ୭୩ ହଜାର ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ ୨୯ ହଜାର ୭୫୮ ଜଣ ସଂକ୍ରମିତ ସକ୍ରିୟ ରହିଛନ୍ତି । ସେପଟେ ଆଜି କରୋନା ଦ୍ୱାରା ୧୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ୧୭ ଲକ୍ଷ ୮୯ ହଜାର ୪୩୩ ଜଣଙ୍କର କରୋନା ଟେଷ୍ଟ ହୋଇଛି ।

ଆଜି ରାଜ୍ୟରେ କରୋନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି । ଯାହାଫଳରେ ରାଜ୍ୟରେ କରୋନା ରୋଗୀଙ୍କ ମୋଟ ମୃତ୍ୟୁ ସଂଖ୍ୟା ୪୯୨ରେ ପହଞ୍ଚିଛି । ୧୦ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩, କନ୍ଧମାଳରୁ ୩, ନୟାଗଡ଼, ସୁନ୍ଦରଗଡ଼, ରାୟଗଡ଼ା ଓ ଗଞ୍ଜାମରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave a Reply