ରାଜ୍ୟରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ… ଏକାଦିନକେ ୩୦୪ ପଜିଟିଭ ଚିହ୍ନଟ… ଆଉ ୨ ମୁଣ୍ଡନେଲା ଭୂତାଣ
୧୯୬୨ ପରେ ଏମିତି ସୂର୍ଯ୍ୟପରାଗ, ଜ୍ୟୋତିଷ ଶାସ୍ତ୍ରରେ ପ୍ରାକୃତିକ ବିନାଶ ଓ ଯୁଦ୍ଧର ସଙ୍କେତ
ଆଜି ହେଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଏହି ଘଟଣାକୁ ନେଇ ଜ୍ୟୋତିର୍ବିତମାନେ ବିଭିନ୍ନ ଆଶା ଆଶଙ୍କା ଦର୍ଶାଇଛନ୍ତି । ସେମାନେ କହିଛନ୍ତି ଏଭଳି ସୂର୍ଯ୍ୟ ପରାଗ ବହୁବର୍ଷ ପୂର୍ବେ ୧୯୬୨ ମସିହାରେ ହୋଇଥିଲା । ସେ ସମୟରେ ମଧ୍ୟ ଗୋଟିଏ ପରେ ଗୋଟିଏ ତିନୋଟି ଗ୍ରହଣ ଲାଗିଥିଲା । କିଛି ଏମିତି ଏଥରକ ମଧ୍ୟ ହୋଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ ସମୟରେ ଗ୍ରହ ଓ ନକ୍ଷତ୍ରର ଏପରି ଏକ ବିରଳ ସଂଯୋଗ ହେବାକୁ ଯାଉଛି ଯାହା ଗତ ୫୦୦ ବର୍ଷ ମଧ୍ୟରେ ହୋଇନଥିଲା।
ଗ୍ରହ ନକ୍ଷତ୍ରଗୁଡିକର ଏଭଳି ସଂଯୋଗ ହେତୁ ବିଶ୍ୱରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଘଟିବ । ଏହାକାରଣରୁ ଏମିତି ଏକ ପ୍ରାକୃତିକ ବିପର୍ଯ୍ୟୟ ଆସିବ, ଯାହା ସମଗ୍ର ବିଶ୍ୱ ପାଇଁ ବିପଦ ଜନକ ହେବ ।
ସୂର୍ଯ୍ୟ ପରାଗ ସମୟରେ ଗ୍ରହ ସଂଯୋଗ ଠିକ୍ ରହିବ ନାହିଁ
ଜ୍ୟୋତିଷମାନେ ଏହା ମଧ୍ୟ କହିଛନ୍ତି ଯେ, ଗ୍ରହ ନକ୍ଷତ୍ରଗୁଡିକର ସମ୍ପୂର୍ଣ୍ଣ ଅବସ୍ଥା ଭୟାନକ ରହିବ , ଏବଂ ଏଥିପାଇଁ ହିଁ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଗ୍ରହଣ ସମୟରେ ଗ୍ରହମାନଙ୍କର ସମକକ୍ଷତା ଫଳପ୍ରଦ ହେବନାହିଁ । ଏହାର ପ୍ରଭାବ ପ୍ରାକୃତିକ ବିପର୍ଯ୍ୟୟ, ଭୂକମ୍ପ, ସାମରିକ ସଂଘର୍ଷ କିମ୍ବା ଯୁଦ୍ଧର କାରଣ ହୋଇପାରେ ବୋଲି ଜ୍ୟୋତିଷମାନେ ଆଶା ଆଶଙ୍କା କରିଛନ୍ତି ।
ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ୧୯୬୨ ମସିହାରେ ଗ୍ରହ ନକ୍ଷତ୍ରମାନଙ୍କ ଠିକ୍ ଏଭଳି ହିଁ ସ୍ଥିତିରେ ଥିଲେ । ଏବେ ୫ ଜୁନରେ ଚନ୍ଦ୍ରଗ୍ରହଣ ହୋଇସାରିଛି । ଏବଂ ଦ୍ୱିତୀୟ ସୂର୍ଯ୍ୟ ପରାଗ ଆଜି ଲାଗିଛି । ଏହା ପରେ ଜୁଲାଇରେ ମଧ୍ୟ ଗ୍ରହଣ ଲାଗିବାକୁ ଯାଉଛି । ଏହାପୂର୍ବରୁ ୧୯୬୨ମସିହାରେ ଏମିତି ହିଁ ସଂଯୋଗ ହୋଇଥିଲା ଏବଂ କ୍ରମାଗତ ତିନିଥର ଗ୍ରହଣ ଲାଗିଥିଲା ।
୫୮ ବର୍ଷ ପରେ ୧୮୬୨ ଭଳି ଆଜି ଏହି ଗ୍ରହଣ ଲାଗିଛି
୫୮ ବର୍ଷ ପୂର୍ବେ ୧୯୬୨ ମସିହାରେ ଜୁଲାଇ ୧୭ ରେ ଚନ୍ଦ୍ର ଗ୍ରହଣ ଲାଗିଥିଲା । ଜୁଲାଇ ୩୧ରେ ସୂର୍ଯ୍ୟ ପରାଗ ଏବଂ ଅଗଷ୍ଟ୧୫ରେ ପୁଣି ମଧ୍ୟ ଚନ୍ଦ୍ରଗ୍ରହଣ ହୋଇଥିଲା ।୧୯୬୨ ହିଁ ସେହି ମସିହା ଯେତେବେଳେ ଚୀନ୍ ଧୋକାରେ ଭାରତ ଉପରେ ଆକ୍ରମଣ କରିଥିଲା ଏବଂ ଏଥର ମଧ୍ୟ ଲଦାଖର ଗଲବାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଛି । ଜ୍ୟୋତିର୍ବିତମାନେ ଆଶଙ୍କା ଦର୍ଶାଇଛନ୍ତି ଯେ, ମଧ୍ୟ ଜୁଲାଇ ୭ ପୂର୍ବରୁ ଭାରତ ଚୀନ୍ ବିରୋଧରେ ଏକ ବଡ ପଦକ୍ଷେପ ନେବ ଏବଂ ଏହାସହ ଅଧିକ ଦେଶ ଭାରତ ସପକ୍ଷରେ ରହିବେ । ତେଣୁ ଯଦିଏ ଏହା ବଡ ଯୁଦ୍ଧ ସମ୍ଭାବନା ରଖେ ନାହିଁ କିନ୍ତୁ ଗୋଟିଏ ଛୋଟ ଯୁଦ୍ଧ ହେବାର ସମସ୍ତ ସମ୍ଭାବନା ଅଛି ।
କେବଳ ସେତିକି ନୁହେଁ ସେମାନେ ଏହା ମଧ୍ୟ କହିଛନ୍ତି ଯେ ଏହି ସୂର୍ଯ୍ୟ ପରାଗର ଫଳ ଭଲ ନୁହେଁ । ଏବଂ ଏହି ସମୟକୁ ଦେଶ ଜଗତ ପାଇଁ ରୋଗ ଏବଂ ମହାମାରୀର ଚରମ ସୀମା କୁହାଯାଇପାରେ ।
ସୁଶାନ୍ତ ସିଂ ରାଜପୁତଙ୍କୁ ଖୁସି କରାଇବା ପାଇଁ ଏହି ନିର୍ଦ୍ଦେଶକଙ୍କ ସହ କଥା କରାଉଥିଲେ ରିଆ
ମୁମ୍ବାଇ: ଫିଲ୍ମ ନିର୍ମାତା ରୂମି ଜାଫରି (Rumi Jaffery) ସୁଶାନ୍ତ ସିଂଙ୍କ ସହ ଏକ ରୋମାଣ୍ଟିକ କମେଡି ବେସ୍ଡ ଫିଲ୍ମ ତିଆରି କରିବାକୁ ଯାଉଥିଲେ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସୁଶାନ୍ତ ସିଂ ଓ ତାଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଅଭିନୟ କରିଥାନ୍ତେ । ରୂମି ନିଜ ବୟାନରେ କହିଛନ୍ତି ଯେ, ସୁଶାନ୍ତ ତାଙ୍କ ସହ ସବୁବେଳେ ଚାଷ ବିଷୟରେ ଖୋଲାଖୋଲି କଥା ବାର୍ତ୍ତା କରୁଥିଲେ । କେବଳ ସେତିକି ନୁହେଁ ଯେତେବେଳେ ସୁଶାନ୍ତ ତାଙ୍କ ଘରକୁ ଯାଉଥିଲେ ସେ ତାଙ୍କ ବଗିଚାକୁ ନିଶ୍ଚିତ ଭାବେ ବୁଲିବାକୁ ଯାଉଥିଲେ ।

ରିଆ ଅଧିକାଂଶ ସମୟ ରୂମିଙ୍କୁ କଲ୍ କରି ସୁଶାନ୍ତଙ୍କ ଘରକୁ ଡାକୁଥିଲେ । ରୂମି ଜାଫରିଙ୍କ ସହ କଥା ହେଲେ ସୁଶାନ୍ତଙ୍କୁ ପଜିଟିଭ୍ ଏନେର୍ଜି ମିଳୁଥିଲା । ସେ ଖୁସି ମଧ୍ୟ ହେଉଥିଲେ । ରୂମି ଜାଣିଥିଲେ ଯେ, ସୁଶାନ୍ତ ଡିପ୍ରେସନର ଶିକାର ହୋଇଥିଲେ ଓ ସେ ଔଷଧ ଖାଉଥିଲେ । ରୂମି ସୁଶାନ୍ତଙ୍କ ମୃତ୍ୟୁ ପରେ ରିଆଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲେ । ହେଲେ ରିଆ ଅପସେଟ୍ ଥିବାରୁ ଫୋନ୍ ଉଠାଉନାହାନ୍ତି । ସେଥିପାଇଁ ରୂମି ରିଆଙ୍କ ମାଆ ସହ କଥା ହୋଇଛନ୍ତି ।

ରିଆ ରୂମିଙ୍କୁ ପୂର୍ବରୁ କହିଥିଲେ ଯେ, ସୁଶାନ୍ତ ଡିପ୍ରେସନରେ ଅଛନ୍ତି । ସୁଶାନ୍ତ ନିଜେ ମଧ୍ୟ ନିର୍ମାତାଙ୍କୁ ୫-୬ ମାସ ପୂର୍ବରୁ ନିଜ ଅବସାଦ ବିଷୟରେ କହିଥିଲେ । ଏଥିପାଇଁ ରୂମି ଅନେକ ଥର ତାଙ୍କ ଅବସାଦର କାରଣ ଜାଣିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସୁଶାନ୍ତ କେବେ ଏହାର କାରଣ ସେୟାର କରିନଥିଲେ ।

ରୂମି ଜାଫରିଙ୍କୁ ସୁଶାନ୍ତ ବହୁତ ପସନ୍ଦ କରୁଥିଲେ । ତାଙ୍କ ସହ ଅଭିନେତା ବହୁତ ମଜା ମସ୍ତି କରୁଥିଲେ । ଜୁନ ମାସ ୧୨ ତାରିଖରେ ରୂମି ସୁଶାନ୍ତଙ୍କୁ ମେସେଜ କରିଥିଲେ ଓ ସେ ନିର୍ମାତାଙ୍କୁ ଇମୋସନାଲ୍ ରିପ୍ଲାଏ ଦେଇଥିଲେ । ଆଜି ଯାଏଁ ରୂମି ସୁଶାନ୍ତଙ୍କର ସେହି ଭାବୁକ ମେସେଜ ପଢନ୍ତି । ସେତେବେଳେ ସେ କେବେ ଭାବିନଥିଲେ ଏହି ମେସେଜର ଦୁଇ ଦିନ ପରେ ସେ ଆତ୍ମହତ୍ୟା କରିବେ । ପବିତ୍ର ରିସ୍ତା ଧାରାବାହିକ ପରେ ସୁଶାନ୍ତ ୨୦୧୩ ମସିହାରେ “କାୟ ପୋ ଛେ” ଫିଲ୍ମରେ ଅଭିନୟ କରି ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ସୁଧ ଦେଶି ରୋମାନ୍ସ, ଏମ୍ ଏସ୍ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ, ରାବତା, କେଦାରନାଥ, ଛିଛୋରେ ଓ ସୋନଚିଡିଆ ଫିଲ୍ମରେ ଅଭିନୟ କରି ପ୍ରତିଷ୍ଠା ଲାଭ କରିଥିଲେ ।
ସୂର୍ଯ୍ୟ ପରାଗକୁ ନେଇ କଣ ରହିଛି ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ମାନ୍ୟତା, ଜାଣନ୍ତୁ ଏହାର ରହସ୍ୟ
ନୂଆଦିଲ୍ଲୀ: ଆଜି ବର୍ଷର ସବୁଠୁ ବଡ଼ ସୂର୍ଯ୍ୟ ପ୍ରରାଗ । ସକାଳ ୯ଟା ୧୫ ମିନିଟରେ ଲାଗିଥିବା ସୂର୍ଯ୍ୟ ପରାଗ ସନ୍ଧ୍ୟା ୩ଟା ୪ ପର୍ଯ୍ୟନ୍ତ ରହିବ । ଏହି ସ୍ୱର୍ଗୀୟ ଘଟଣାକୁ ନେଇ ବିଜ୍ଞାନ ଏବଂ ଆଧ୍ୟାତ୍ମିକର ଅନେକ ଭିନ୍ନ ଭିନ୍ନ ମତ ରହିଛି । ବିଜ୍ଞାନ ଗ୍ରହଣକୁ ଏକ ସ୍ୱର୍ଗୀୟ ଘଟଣା ବୋଲି ମାନିଥାଏ, ଅନ୍ୟପଟେ ଆଧ୍ୟାତ୍ମିକ ନଜରରେ ପରାଗର ମାନବ ଜୀବନରେ ଗମ୍ଭୀର ପ୍ରଭାବ ରହିଥାଏ ।

ଆଧ୍ୟାତ୍ମିକ ବିଶ୍ୱାସ ଅଛି ଯେ ସୂର୍ଯ୍ୟ ପରାଗ ମାନବ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ | ଏହା ବିଜ୍ଞାନ ଦୃଷ୍ଟିରେ ଏକ ଉତ୍ସବ । କିନ୍ତୁ ଆଧ୍ୟାତ୍ମିକତା ଅନୁଯାୟୀ, ଗୋଟିଏ ବର୍ଷରେ ତିନି କିମ୍ବା ଅଧିକ ଗ୍ରହଣ ଅତ୍ୟନ୍ତ ଶୁଭ ଅଟେ । ଏଥି ସହିତ, ବିଜ୍ଞାନ ବିଶ୍ୱାସ କରେ ଯେ ଚନ୍ଦ୍ରଗ୍ରହଣ ଯେତେ ଅଧିକ ହେବ, ଗବେଷଣା ପାଇଁ ସେତିକି ଅଧିକ ସୁଯୋଗ ମିଳିବ ।

ସୂର୍ଯ୍ୟ ପରାଗ ଉପରେ ଆଧ୍ୟାତ୍ମିକତାର ବିଶ୍ୱାସ ଅଛି ଯେ ଅଧିକ ସୂର୍ଯ୍ୟ ପରାଗ ହେତୁ ପ୍ରାକୃତିକ ବିପର୍ଯ୍ୟୟ ଘଟେ । ଏଥି ସହିତ ବିଜ୍ଞାନର ମତ ଏହାଠାରୁ ଭିନ୍ନ ଅଟେ । ବିଜ୍ଞାନ ଏହାକୁ କେବଳ ଅନ୍ଧବିଶ୍ୱାସ ବୋଲି ବର୍ଣ୍ଣନା କରେ । ଆଧ୍ୟାତ୍ମିକତା ସହିତ ଜଡିତ ଲୋକମାନେ କୁହନ୍ତି ଯେ ଗ୍ରହଣ ସମୟରେ ଶୁଭ କାମ କରିବା ଉଚିତ୍ ନୁହେଁ | ଏଥି ସହିତ ବୈଜ୍ଞାନିକମାନେ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି ।

ଜ୍ୟୋତିଷମାନେ କହିଛନ୍ତି ଯେ ୧୯୬୨ ମସିହାରେ ଯେପରି ସୂର୍ଯ୍ୟ ପରାଗର ସଂଯୋଗ ରହିଥିଲା ଏଥର ମଧ୍ୟ ସୂର୍ଯ୍ୟ ପରାଗର ସମାନ ସମକକ୍ଷତା ରହିଛି । ମହାଭାରତ ସମୟରେ ଘଟିଥିବା ସୂର୍ଯ୍ୟ ଗ୍ରହଣ ସହିତ ଏହି ସୂର୍ଯ୍ୟ ପରାଗ ସମକକ୍ଷ ବୋଲି ଦାବି କରାଯାଇଛି । ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ ଏହି ପରାଗ ଭାରତର ଶକ୍ତି ବୃଦ୍ଧି କରିବ, ଯେତେବେଳେ କି ଏହା ପଡୋଶୀ ଚୀନ୍ ଉପରେ ନକାରାତ୍ମକ ପ୍ରଭାବ ପକାଇବ ।
ରାଜ୍ୟରେ ଆଉ ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ୍ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ ଆଜି ସର୍ବାଧିକ ୩୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସବୁଦିନଠାରୁ ଆଜି କରୋନା ପଜିଟିଭ୍ ସଂଖ୍ୟା ଅଧିକ ରହିଛି। ୫ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୫୧୬୦ରେ ପହଞ୍ଚିଛି । ଆଜି ବରଗଡ଼ ଓ ଗଞ୍ଜାମରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ଆଜି କ୍ୱାରେଣ୍ଟାଇନରୁ ୨୭୨, ଲୋକାଲ୍ କେସ୍ ୩୨, ଚିହ୍ନଟ ହୋଇଛନ୍ତି । ୨୧ ଜିଲ୍ଲାରୁ ୩୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ସର୍ବାଧିକ ୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ପୂର୍ବରୁ ଖୋର୍ଦ୍ଧାରୁ ଜଣେ, ଭୁବନେଶ୍ୱରରୁ ୩ଜଣ, କଟକ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରେ ୬ ଜଣ ଓ ପୁରୀରୁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ବରଗଡ଼ ଓ ଗଞ୍ଜାମରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବରଗଡ ଜିଲ୍ଲାର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୭୬ ବର୍ଷୀୟ ବୃଦ୍ଧ ଜଣକ ଡାଇବେଟିସ୍ ରୋଗରେ ମଧ୍ୟ ପୀଡିତ ଥିଲେ । ସେ ଏନେଇ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ସେହିଭଳି ଗଞ୍ଜାମର ୪୯ ବର୍ଷୀୟ ମୃତକ ଜଣକ ଏକାଧିକ ରୋଗରେ ପୀଡିତ ଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ରାଜ୍ୟରେ ପୁଣି ୩୦୪ ସଂକ୍ରମିତ ଚିହ୍ନଟ
ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଦିନକରେ ସର୍ବାଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ୩୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ ୨୭୨ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୨ଜଣ ସ୍ଥାନୀୟ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏଥିସହ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ପାର୍ କରିଛି । ସେହିଭଳି ରାଜ୍ୟରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୨୩୭ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୧୬୦ରେ ପହଞ୍ଚିଛି ।

ତେବେ ଆଜି ଚିହ୍ନଟ ହୋଇଥିବା ସମୁଦାୟ ୩୦୪ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୪୭ଜଣ ସଂକ୍ରମିତ ଗଜପତି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୪୦, ଜଗତସିଂହପୁରରୁ ୨୯, ଖୋର୍ଦ୍ଧା ୫, କଟକ ୧୩, ଯାଜପୁର ୨୧, ବାଲେଶ୍ୱର ୧୭, ପୁରୀ ୩, କେନ୍ଦ୍ରାପଡ଼ା ୫, ଭଦ୍ରକ ୧୧, କନ୍ଧମାଳ ୧୨, ବଲାଙ୍ଗୀର, ଢେଙ୍କାନାଳ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ, ମୟୁରଭଞ୍ଜ ୬, ନୟାଗଡ଼ ୩, ବରଗଡ଼ ୧୪, ମାଲାନଗିରି ୨, ଝାରସୁଗୁଡ଼ ୨୫, ସୋନପୁର ୪, ସମ୍ବଲପୁର ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 20th JUNE
New positive cases: 304
In quarantine: 272
Local contacts: 32(Details of local contacts will be shared by concerned Dist Administration)
Distrist Wise Cases
1. Khurdha: 05
2. Malkangiri: 02
3. Cuttack: 13
4. Nayagarh: 3
5. Jagatsinghpur: 29— I & PR Department, Odisha (@IPR_Odisha) June 21, 2020
ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ୪୨ ଆଗ୍ନିକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ବର୍ତ୍ତମାନ ସୁଦ୍ଧା ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ୨୬୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଛି । ଏବେ ସୁଦ୍ଧା ୫ ହଜାର ସହେ ୬୦ଜଣ ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ୩୫୩୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଆଜି ଆଉ ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏବଂ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ୧୬୦୭ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।
ଏହି ରାଶିର ଲୋକଙ୍କର ଆଜି ଅର୍ଥ ହାନୀ ହେବ… ଜାଣନ୍ତୁ
ଆଜିର ପଞ୍ଚାଙ୍ଗ
ମେ ୨୧, ୨୦୨୦ ମସିହା, ମିଥୁନ ୭ ଦିନ,
୧୯୪୨ ଶକାବ୍ଦ, ୧୪୨୭ ସାଲ୍, ୨୦୭୭ ସମ୍ବତ୍
ଆଷାଢ ମାସ, କୃଷ୍ଣ ଅମାବାସ୍ୟା,ରବିବାର
ମଗଶିରା ନକ୍ଷତ୍ର ,ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି
ଯୋଗିନୀ ଐଶାନ୍ୟ କୋଣରେ ରହିବେ ଦିନ ୧୨ ଟା ୧୪ ମିନିଟ୍ ପର୍ଯ୍ୟନ୍ତ
ଏହା ପରେ ପୂର୍ବେରେ ରହିବେ
ପୂର୍ବ କୋଣକୁ ଯାତ୍ରା ନିଷେଧ
ଘାତଚନ୍ଦ୍ର-କନ୍ୟା ରାଶି ପୁରୁଷ ଓ ବିଛା,କୁମ୍ଭ ରାଶି ମୃହିଳାଙ୍କର
ଘାତବାର- ମେଷ ରାଶିର
ଶୁଭ ସମୟ- ସକାଳ ୭ ଟା ୪୯ ମଧ୍ୟରେ ଓ ଦିନ ୧ ଟା ପରେ
ଅଶୁଭ ସମୟ- ଦିନ ୪ ଟା ୪୭ ରୁ ସନ୍ଧ୍ୟା ୭ ଟା ୨୭ ମଧ୍ୟରେ
ସୂର୍ଯ୍ୟ ପରାଗ
ଜୁନ୍ ୨୧, ଆଜି ହେଉଛି ଦୁର୍ଲଭ ସୂର୍ଯ୍ୟ ପରାଗ
୬ଟି ଗ୍ରହ ବକ୍ରୀ ରହିବେ
ବୁଧ, ଶୁକ୍ର, ଶନି, ଗୁରୁ, ରାହୁ, କେତୁ
ବର୍ଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ
ରବିବାରରେ ଗ୍ରହଣ ହୋଇଥିବାରୁ ବର୍ଷା ଏବର୍ଷ କମ୍ ରହିବ
ଧାନ,ଗହମ,ଅମଳ କମ୍ ହେବ
ମୁଖ୍ୟ ଦେଶମାନଙ୍କରେ ରାଷ୍ଟ୍ରର ଅଧ୍ୟକ୍ଷଙ୍କ ପ୍ରତି ସମସ୍ୟା,ଚିନ୍ତା ବଢିବ
ସୂର୍ଯ୍ୟ ପରାଗର ସ୍ପର୍ଶ ସମୟ- ସକାଳ ୧୦ ଟା ୩୮
ଗ୍ରହଣ ମଧ୍ୟ ଭାଗ- ଦିନ ୧୨ ଟା ୨୫
ପରାଗର ମୋକ୍ଷ ସମୟ- ଦିନ ୨ ଟା ୦୯ ମିନିଟ୍
ଗ୍ରହଣ ଲାଗିବା ପୂର୍ବରୁ କଣ କରିବେ
ଜଳରେ ତୁଳସୀ ପତ୍ର, କ୍ଷୀର, ଦହି, ଘିଅ ପକାଇ ରଖିବେ
କାରଣ ଏହା ଦ୍ଵାରା ଗ୍ରହଣର କୁପ୍ରଭାବ ପଡିବ ନାହିଁ
ଗ୍ରହଣ ସମୟରେ କୈାଣସି ବି ଗ୍ରହଙ୍କର ବୀଜ ମନ୍ତ୍ରକୁ ପାଠ କରନ୍ତୁ
ଏହା ବହୁ ଶୁଭଫଳ ଦେଇଥାଏ
ସୂର୍ଯ୍ୟ ଗ୍ରହଣ ସମୟରେ ବିଶେଷ ଭାବରେ
ରାହୁ,କେତୁ,ରବି ଗ୍ରହଙ୍କର ମନ୍ତ୍ର ପାଠ ଅତି ଶୁଭ ହୋଇଥାଏ
ମନ୍ତ୍ର ସିଦ୍ଧି ମଧ୍ୟ ହୋଇଥାଏ
ମେଷ,ମକର,କନ୍ୟା,ସିଂହ ରାଶିମାନଙ୍କ ପାଇଁ ଏହି ଗ୍ରହଣ ସାମାନ୍ୟ ଶୁଭ ରହିବ
ବୃଷ, ମିଥୁନ, କର୍କଟ, ତୁଳା, ବିଛା, ଧନୁ, କୁମ୍ଭ ରାଶି ପାଇଁ ଅଶୁଭ ରହିବ
ମୃଗଶିରା ନକ୍ଷତ୍ରର ସ୍ୱାମୀ ହେଉଛନ୍ତି ମଙ୍ଗଳ ଗ୍ରହ
ତେଣୁ ଭୂମିକମ୍ପ, ରେଳ ଦୁର୍ଘଟଣା, ଭୂସ୍ପଳନ ଭଳି ଘଟଣା ଘଟିବ
କ’ଣ କରିବା ଉଚିତ୍
ଗ୍ରହଣ ପୂର୍ବରୁ ସ୍ନ।ନ କରି ମନ୍ତ୍ର ଜପ କରନ୍ତୁ
ଗଙ୍ଗାଜଳ ପକାଇ ସ୍ନ।ନ କରିବେ
ଭଗବାନ ଶିବଙ୍କ ମନ୍ତ୍ର ପାଠ କରନ୍ତୁ
ଗ୍ରହଣ ଶେଷ ପରେ ନିଜ ସକ୍ଷମ ଅନୁସାରେ ଦାନ କରନ୍ତୁ
ଗ୍ରହଣ ସମୟରେ ଶୋଇବା ଉଚିତ୍ ନୁହେଁ
ଗଛ କାଟିବେନି, ଗଛରୁ ପତ୍ର ଛିଡାଇବେ ନାହିଁ
ନଖ, ଚୁଟି କାଟିବେନି
କପଡା ଧୋଇବେନି କି ସିଲେଇ କରିବେନି
କୈାଣସି ଖାଦ୍ୟ ଖାଇବା ଉଚିତ୍ ନୁହେଁ
କେବଳ ଇଷ୍ଟଦେବଙ୍କର ମନ୍ତ୍ରକୁ ଜପ କରିବେ
ଓଁ ନମୋ ଭଗବତେ ବାସୁଦେବାୟ ନମଃ
ଓଁ ନମୋ ଶିବାୟ
ଓଁ ଦୁର୍ଗା ୟେ ନମଃ
ଗ୍ରହଣ ଶେଷ ପରେ କଣ କରିବେ
ଘରକୁ ଗୋବର, ଗଙ୍ଗାଜଳ, ଗୋମୂତ୍ର, ହଳଦୀ, କ୍ଷୀର
ସମୁଦ୍ର ଲୁଣକୁ ଜଳରେ ମିଶାଇ ଘରକୁ ସଫା କରିବେ
ମୁଣ୍ଡ ସଫା କରି ସ୍ନ।ନ କରିବେ
କର୍ପୂର, ଗଙ୍ଗାଜଳକୁ ଘର ସାରା ସିଞ୍ଚନ କରନ୍ତୁ
ମେଷ- ଭାଇ ସହିତ ବିବାଦ ରହିବ,ବାମ ହାତରେ ଆଘାତ ଲାଗିପାରେ
ବୃଷ- ଆର୍ଥିକ ସଙ୍କଟ, ଅଚାନକ ଅର୍ଥ ହାନୀ, ବାହନରେ ଆଘାତ ଲାଗିପାରେ
ମିଥୁନ- କୋର୍ଟ କଚେରୀ ବିବାଦ ହୋଇପାରେ, ମାରପିଟ୍ ହେବାର ସମ୍ଭାବନା
କର୍କଟ- ଗୁପ୍ତ ଷଡଯନ୍ତ୍ରର ଶିକାର ହୋଇପାରନ୍ତି, ମାନସିକ ଚିନ୍ତା ବହୁତ ବଢିବ, ପ୍ରେମରେ ବିଫଳ
ସିଂହ- କର୍ମରେ ବାଧା ରହିବ, କ୍ରୋଧ କମ୍ କରନ୍ତୁ ନଚେତ କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ହୋଇପାରେ
କନ୍ୟା- ପରିସ୍ଥିତି ସପକ୍ଷରେ ରହିବ, ସବୁ କାମ ଶୁଭ ରହିବ
ତୁଳା- କୋର୍ଟକଚେରୀ ମାମଲାରେ ଫସିବେ, ଗୁପ୍ତ ଷଡଯନ୍ତ୍ରର ଶିକାର ହେବେ
ବିଛା- ରାଜଦଣ୍ଡ,ଝଗଡା,ପିତାଙ୍କ ସହିତ ମାନସିକ ଦୁରତା ରହିବ
ଧନୁ- ସମସ୍ୟାର ସମାଧାନ ହୋଇପାରେ, ଦାମ୍ପତ୍ୟ ଜୀବନରେ ଝଗଡା, ଆର୍ଥିକ ସମସ୍ୟା ଦେଖାଦେବ
ମୃକର- ଗୁପ୍ତରୋଗ, ଗୁପ୍ତ ଚିନ୍ତାକୁ ନେଇ ମନ ଅଶାନ୍ତ ରହିବ, ପ୍ରତି କ୍ଷେତ୍ରରେ ସାବଧାନ ରୁହନ୍ତୁ
କୁମ୍ଭ- ସନ୍ତାନ ସମସ୍ୟା, ପ୍ରେମ ସମସ୍ତ। ଲାଗିରହିବା ସହ ବିଦ୍ୟାରେ ବାଧା ରହିବ ଗାଡି ସମସ୍ୟା ବି ହୋଇପାରେ
ମୀନ- ଘର ପ୍ରତିଷ୍ଠା, ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିବେ
ଜ୍ୟୋତିର୍ବିଦ୍ ପ୍ରଜ୍ଞା ତ୍ରିପାଠୀ
ଯୋଗାଯୋଗ ନମ୍ବର- 8984684801
ହିନ୍ଦୋଳ ଗିରିଧରପ୍ରସାଦରେ ଘରେ ପଶିଲା ଦନ୍ତା… ଭାଙ୍ଗିଲା ୪ ବଖରା ଘର
ଢେଙ୍କାନାଳ: ହାତୀ ମଣିଷ ଲଢେଇ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଏକାଠି ଗୋଟେ ଘରେ ରାତିକାଟିଲେ ମଣିଷ ଓ ଦନ୍ତା। ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଦନ୍ତା ଉତ୍ପାତ ଚଳାଇଥିବା ବେଳେ ଗିରିଧର ପ୍ରସାଦ ଗାଁର କାର୍ତ୍ତିକ ସାମଲଙ୍କ ଘରେ ପଶିଲା ହାତୀ। ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ଆମ୍ବ ବାସ୍ନା ବାରି ହାତୀ ଲୁହା ଗ୍ରିଲ୍ ଭାଙ୍ଗି ତାଙ୍କ ଘରେ ପଶିଥିଲା।

ଗୋଟେ ବଖରାରେ ହାତୀ ପଶିଥିବା ବେଳେ ଅନ୍ୟ ଏକ ବଖରାରେ ପରିବାରର ୪ସଦସ୍ୟ ଶୋଇଥିଲେ। ପରେ ହାତୀ ପଶିବା ଜାଣି ବନ ବିଭାଗକୁ ଖବର ଦେଇଥିଲେ କାର୍ତ୍ତିକ। ଲୋକଙ୍କୁ ଘରୁ ଉଦ୍ଧାର କରିବା ସହ ହାତୀକୁ ବାହାର କରିବାରେ ସଫଳ ହୋଇଛି ବନ ବିଭାଗ। ସେପେଟେ ଗାଁରେ ପଶିଥିବା ଆଉ ୮ ହାତୀଙ୍କୁ ୫ ଘଣ୍ଟାର ପରିଶ୍ରମ ପରେ ଜଙ୍ଗଲକୁ ପଠାଇବାରେ ସଫଳ ହୋଇଛି ବନ ବିଭାଗ।
ଇଣ୍ଡେ।-ତିବେତିଆନ ବର୍ଡରରେ ଯବାନଙ୍କ ଯୋଗାଭ୍ୟାସ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ଦେଶ କରୁଛି ଯୋଗାଭ୍ୟାସ। ସୀମାରେ ସେନା ମଧ୍ୟ ଯୋଗ କରୁଥିବାର ଦେଖିବାକୁ ମିଳିଛି। ଲଦାଖରେ ଇଣ୍ଡେ।-ତିବେତିଆନ ବର୍ଡର ପୋଲିସ ଯୋଗ କରିଛନ୍ତି। ସମୁଦ୍ରପତ୍ତନରୁ ୧୮ ହଜାର ଫୁଟ୍ ଉପରେ ମାଇନସମ ତାପମାତ୍ରାରେ ଯବାନ ମାନେ ଯୋଗ କରିଛନ୍ତି। ସେପଟେ ଉତ୍ତରାଖଣ୍ଡରେ ମଧ୍ୟ ଇଣ୍ଡେ।-ତିବେତିଆନ ବର୍ଡର ପୋଲିସ ବା ITBP ଯବାନ ମାନେ ଯୋଗ କରିଛନ୍ତି।

ସମୁଦ୍ରପତ୍ତନରୁ ୧୪ ହଜାର ଫୁଟ୍ ଉପରେ ବଦ୍ରିନାଥ ନିକଟ ବସୁଧରା ଗ୍ଲାସିଅରରେ ଯୋଗ କରିଥିବାର ଦେଖିବାକୁ ମିଲିଛି। ଅରୁଣାଚଳ ପ୍ରଦେଶ ଆଇଟିବିପି ଯବାନମାନେ ଯୋଗ କରିଛନ୍ତି। ଲୋହିତପୁରରେ ଥିବା ଆନିମୃଲ ଟ୍ରେନିଂ ସ୍କୁଲରେ ଘୋଡା ଉପରେ ଯବାନ ମାନେ ଯ଼ୋଗ କରୁଥିବାର ଦେଖିବାକୁ ମିଳିଛି। ସିକିମର ହିମବୀରରେଯବାନ ମାନେ ଯୋଗ କରିଛନ୍ତି। ସମୁଦ୍ରପତ୍ତନରୁ ୧୮ ହଜାର ଫୁଟ୍ ଉପରେ ଯବାନ ମାନେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଯୋଗ କରିଛନ୍ତି।
ଦେଶରେ ସଂକ୍ରମିତ ସଂଖ୍ୟା ୪ ଲକ୍ଷ ଓ ମୃତ୍ୟୁ ସଂଖ୍ୟା ୧୩ ହଜାର ଟପିଲା… ୨ ଲକ୍ଷ ୨୭ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ
ନୂଆଦିଲ୍ଲୀ: ଭାରତରେ ନୂଆ ଶିଖର ଛୁଇଁଲା କରୋନା । ଦେଶରେ ବଢ଼ିବାରା ଲାଗଛି କରୋନା ଆକ୍ରନ୍ତ ଓ ମୃତକଙ୍କ ସଂଖ୍ୟା। କରୋନ ମୃତ୍ୟୁ ସଂଖ୍ୟା ୧୩ ହଜାର ୨୫୪ ରେ ପହଞ୍ଚିଲାଣି। ଦେଶରେ କରୋନାରେ ସଂକ୍ରମିତ ହେଲେଣି ୪ ଲକ୍ଷ ଓ ମୃତ୍ୟୁ ସଂଖ୍ୟା ୧୩ ହଜାର ଟପିଲାଣି। ଦୈନିକ ସଂକ୍ରମଣ ୧୫ ହଜାର ଟପିଲାଣି। ୨୪ ଘଣ୍ଟାରେ ୧୫ ହଜାର ୪୧୩ ଜଣ ସଂକ୍ରମିତ ହୋଇଥିବା ବେଳେ ୩୦୬ ଜଣଙ୍କ ମୃତ୍ୟୁ ହୋଇଛି।

ଦେଶରେ ମୋଟ ସଂକ୍ରମିତ ୪ ଲକ୍ଷ ୧୦ ହଜାର ୪୬୧ । ୨ ଲକ୍ଷ ୨୭ ହଜାର ୭୫୬ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ରରେ ଲକ୍ଷେ ୨୮ ହଜାର ୨୦୫ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ହଜାର ୯୮୪ ଜଣଙ୍କ ମୃତ୍ୟୁ ହେଲାଣି। ତାମିଲନାଡୁରେ ୫୬ ହଜାର ୮୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ୭୦୪ ଜଣଙ୍କ ମୃତ୍ୟୁ ହେଲାଣି। ଦିଲ୍ଲୀରେ ୫୬ ହଜାର ୭୪୬ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ହଜାର ୧୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

