ସୁଶାନ୍ତ ସିଂ ରାଜପୁତଙ୍କୁ ଖୁସି କରାଇବା ପାଇଁ ଏହି ନିର୍ଦ୍ଦେଶକଙ୍କ ସହ କଥା କରାଉଥିଲେ ରିଆ

1 min read
rhea used to call film maker Rumi Jaffery to chill with Sushant singh

ମୁମ୍ବାଇ: ଫିଲ୍ମ ନିର୍ମାତା ରୂମି ଜାଫରି (Rumi Jaffery) ସୁଶାନ୍ତ ସିଂଙ୍କ ସହ ଏକ ରୋମାଣ୍ଟିକ କମେଡି ବେସ୍ଡ ଫିଲ୍ମ ତିଆରି କରିବାକୁ ଯାଉଥିଲେ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସୁଶାନ୍ତ ସିଂ ଓ ତାଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଅଭିନୟ କରିଥାନ୍ତେ । ରୂମି ନିଜ ବୟାନରେ କହିଛନ୍ତି ଯେ, ସୁଶାନ୍ତ ତାଙ୍କ ସହ ସବୁବେଳେ ଚାଷ ବିଷୟରେ ଖୋଲାଖୋଲି କଥା ବାର୍ତ୍ତା କରୁଥିଲେ । କେବଳ ସେତିକି ନୁହେଁ ଯେତେବେଳେ ସୁଶାନ୍ତ ତାଙ୍କ ଘରକୁ ଯାଉଥିଲେ ସେ ତାଙ୍କ ବଗିଚାକୁ ନିଶ୍ଚିତ ଭାବେ ବୁଲିବାକୁ ଯାଉଥିଲେ ।

ରିଆ ଅଧିକାଂଶ ସମୟ ରୂମିଙ୍କୁ କଲ୍ କରି ସୁଶାନ୍ତଙ୍କ ଘରକୁ ଡାକୁଥିଲେ । ରୂମି ଜାଫରିଙ୍କ ସହ କଥା ହେଲେ ସୁଶାନ୍ତଙ୍କୁ ପଜିଟିଭ୍ ଏନେର୍ଜି ମିଳୁଥିଲା । ସେ ଖୁସି ମଧ୍ୟ ହେଉଥିଲେ । ରୂମି ଜାଣିଥିଲେ ଯେ, ସୁଶାନ୍ତ ଡିପ୍ରେସନର ଶିକାର ହୋଇଥିଲେ ଓ ସେ ଔଷଧ ଖାଉଥିଲେ । ରୂମି ସୁଶାନ୍ତଙ୍କ ମୃତ୍ୟୁ ପରେ ରିଆଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲେ । ହେଲେ ରିଆ ଅପସେଟ୍ ଥିବାରୁ ଫୋନ୍ ଉଠାଉନାହାନ୍ତି । ସେଥିପାଇଁ ରୂମି ରିଆଙ୍କ ମାଆ ସହ କଥା ହୋଇଛନ୍ତି ।

ରିଆ ରୂମିଙ୍କୁ ପୂର୍ବରୁ କହିଥିଲେ ଯେ, ସୁଶାନ୍ତ ଡିପ୍ରେସନରେ ଅଛନ୍ତି । ସୁଶାନ୍ତ ନିଜେ ମଧ୍ୟ ନିର୍ମାତାଙ୍କୁ ୫-୬ ମାସ ପୂର୍ବରୁ ନିଜ ଅବସାଦ ବିଷୟରେ କହିଥିଲେ । ଏଥିପାଇଁ ରୂମି ଅନେକ ଥର ତାଙ୍କ ଅବସାଦର କାରଣ ଜାଣିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସୁଶାନ୍ତ କେବେ ଏହାର କାରଣ ସେୟାର କରିନଥିଲେ ।

ରୂମି ଜାଫରିଙ୍କୁ ସୁଶାନ୍ତ ବହୁତ ପସନ୍ଦ କରୁଥିଲେ । ତାଙ୍କ ସହ ଅଭିନେତା ବହୁତ ମଜା ମସ୍ତି କରୁଥିଲେ । ଜୁନ ମାସ ୧୨ ତାରିଖରେ ରୂମି ସୁଶାନ୍ତଙ୍କୁ ମେସେଜ କରିଥିଲେ ଓ ସେ ନିର୍ମାତାଙ୍କୁ ଇମୋସନାଲ୍ ରିପ୍ଲାଏ ଦେଇଥିଲେ । ଆଜି ଯାଏଁ ରୂମି ସୁଶାନ୍ତଙ୍କର ସେହି ଭାବୁକ ମେସେଜ ପଢନ୍ତି । ସେତେବେଳେ ସେ କେବେ ଭାବିନଥିଲେ ଏହି ମେସେଜର ଦୁଇ ଦିନ ପରେ ସେ ଆତ୍ମହତ୍ୟା କରିବେ । ପବିତ୍ର ରିସ୍ତା ଧାରାବାହିକ ପରେ ସୁଶାନ୍ତ ୨୦୧୩ ମସିହାରେ “କାୟ ପୋ ଛେ” ଫିଲ୍ମରେ ଅଭିନୟ କରି ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ସୁଧ ଦେଶି ରୋମାନ୍ସ, ଏମ୍ ଏସ୍ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ, ରାବତା, କେଦାରନାଥ, ଛିଛୋରେ ଓ ସୋନଚିଡିଆ ଫିଲ୍ମରେ ଅଭିନୟ କରି ପ୍ରତିଷ୍ଠା ଲାଭ କରିଥିଲେ ।

Leave a Reply