spot_img
Home Blog Page 6944

ବୀମା କମ୍ପାନୀରେ କାମ କରୁଥିଲେ ଅଭିନେତା ଅମରେଶ ପୁରୀ, ଜାଣନ୍ତୁ କେମିତି ମିଳିଲା ବଲିଉଡରେ ସୁଯୋଗ

ନୂଆଦିଲ୍ଲୀ: ବଲିଉଡର ବହୁ ଚର୍ଚ୍ଚିତ ଅଭିନେତା ସ୍ୱର୍ଗତ ଅମରେଶ ପୁରୀ ୨୨ ଜୁନ ୧୯୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଅମରେଶ ପୁରୀଙ୍କ ମୃତ୍ୟୁକୁ ୧୫ ବର୍ଷ ପୁରିସାରିଥିଲେ ମଧ୍ୟ ତାଙ୍କ ଅଭିନୟକୁ ଆଜି ପର୍ଯ୍ୟନ୍ତ ଦର୍ଶକ ମନେପକାଉଛନ୍ତି ।

ଅମରେଶ ପୁରୀ ବଲିଉଡରେ ଭିଲେନ ଭାବରେ ଖୁବ୍ ଜଣାଶୁଣା । ସେ ବଲିଉଡରେ ବଡ଼ ବଡ଼ ଚଳଚିତ୍ରରେ ଭିଲେନ ଭାବରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି । ଅଭିନେତା ଜଣଙ୍କ କେତେବଳେ ମୋଗାମ୍ବୋ ହୋଇ ଲୋକଙ୍କୁ ଡରାଇଛନ୍ତି ତ ପୁଣି କେତେବେଳେ ଦାମିନୀ ଚଳଚିତ୍ରରେ ଚଡଢ଼ା ହୋଇ ଲୋକଙ୍କ ପ୍ରଂଶସା ସାଉଁଟିଛନ୍ତି । ଏମିତି କିଛି ଥିଲା ଅମରେଶ ପୁରୀଙ୍କ ଚଳଚିତ୍ର ଜଗତରେ ଯାତ୍ରା ।

କିନ୍ତୁ ଯେଉଁ ଅମରେଶ ପୁରୀଙ୍କୁ ଆମେ ଜଣେ ଭିଲେନ୍ ଭାବରେ ଜାଣିଛୁ, ବାସ୍ତବରେ ସେ ୨୧ ବର୍ଷ ଧରି ଆଉ ଏକ କାମ କରୁଥିଲେ । ଆଜ୍ଞା ହଁ, ଅମରେଶ ପୁରୀ ଦୁଇ ଦଶନ୍ଧି ଧରି ବଲିଉଡରୁ ଦୂରରେ ଥିଲେ । ସେ ନିଜ ଜୀବନର ୨୧ ବର୍ଷ ବୀମା ନିଗମରେ କର୍ମଚାରୀ ଥିଲେ । ଅମରେଶଙ୍କୁ ଅଭିନୟ କରିବାର ଇଚ୍ଛା ତ ଥିଲା କିନ୍ତୁ ତାଙ୍କୁ ଅଧିକ ସୁଯୋଗ ମିଳିପାରୁନଥିଲା ।

ତାପରେ ଅମରେଶ ପୁରୀଙ୍କ ଜୀବନରେ ଆସିଲେ ଇବ୍ରାହୀମ ଇଲ୍କାଜୀ ଯିଏ କି ଅମରେଶଙ୍କୁ ଥିଏଟର ଦୁନିଆ ସହିତ ପରିଚିତ କରାଇଲେ । ଏହି ସମୟରେ ଅମରେଶ ପୁରୀ ଅନେକ ଚମତ୍କାର ପ୍ଲେ’ରେ କାମ କରିଛନ୍ତି । କିନ୍ତୁ ଥିଏଟର କରିବା ପରେ ମଧ୍ୟ ଅମରେଶଙ୍କୁ ବଲିଉଡରେ ସୁଯୋଗ ମିଳିପାରୁନଥିଲା ।

ତା’ ପରେ ଅମରେଶ ପୁରାଙ୍କ ଜୀବନକୁ ଆସିଲେ ସତ୍ୟଦେବ ଦୁବେ । ସତ୍ୟଦେବ ଦୁବେ ସେହି ସମୟର ଜଣେ ବିଖ୍ୟାତ ଅଭିନେତା, ଲେଖକ ଏବଂ ନିର୍ଦ୍ଦେଶକ ଥିଲେ । ଅତି କମ୍ ବୟସରେ ସେ ଏତେମାତ୍ରାରେ ସଫଳତା ପାଇଥିଲେ ଯେ ସମସ୍ତେ ତାଙ୍କ ପ୍ରଂଶସା କରୁଥିଲେ । କିନ୍ତୁ ଅମରେଶ ପୁରୀ ସତ୍ୟଦେବଙ୍କ ତୁଳନାରେ ବୟସରେ ବହୁତ ବଡ଼ଥିଲେ । ସେ ନିଜ କରିୟରରେ ନିଜଠାରୁ ବୟସରେ ସାନ ବ୍ୟକ୍ତିଙ୍କୁ ନିଜ ଗୁରୁ ବୋଲି ମାନିଥିଲେ ।

ଅମରେଶ ବହୁ ସମୟ ଧରି ସତ୍ୟଦେବଙ୍କ ସାଙ୍ଗରେ ଜଣେ ସହାୟକ ରୂପରେ କାମ କରିଥିଲେ । ଏହି ସମୟ ଠାରୁ ଅମରେଶଙ୍କ ଜୀବନର ନୂତନ ଅଧ୍ୟାୟ ଆରମ୍ଭ ହେଲା ଏବଂ ସେ ବଲିଉଡରେ ପାଦ ଥାପିଥିଲେ । ୧୯୭୧ ମସିହାରେ ରେଶମା ଏବଂ ଶେରା ନାମକ ଦୁଇ ଚଳଚିତ୍ରରେ ଅମରେଶ ପୁରୀଙ୍କ ଅଭିନୟକୁ ସମସ୍ତେ ଖୁବ ପ୍ରଶଂସା କରିଥିଲେ ।

ଏହାପରେ ଅମରେଶ କେବେ ପଛକୁ ଦେଖିନାହାନ୍ତି ଅମରେଶ ପୁରୀ ବଲିଉଡର ପ୍ରାୟ ଅନେକ ବଡ଼ ବଡ଼ ଚଳଚିତ୍ରରେ ଜଣେ ଭିଲେନ ଚରିତ୍ରରେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି ।

ଲଗାତାର ୧୬ ଦିନ ପାଇଁ ବଢ଼ିଲା ତେଲ ଦର…

ଭୁବନେଶ୍ୱର: ଲକଡାଉନ୍ ରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ଗ୍ରାହକଙ୍କୁ ମହଙ୍ଗା ମାଡ଼। ଲଗାତାର ୧୬ ଦିନ ପାଇଁ ବଢ଼ିଲା ତେଲ ଦର। ଆଜି ପେଟ୍ରୋଲ୍‌ ଦର ଲିଟର ପିଛା ୩୩ ପଇସା ଓ ଡିଜେଲ ଦର ଲିଟର ପିଛା ୫୮ ପଇସା ବୃଦ୍ଧି ହୋଇଛି। ପେଟ୍ରୋଲ ଦର ବର୍ତ୍ତମାନ ୭୯.୫୬ ପଇସା ରେ ପହଞ୍ଚିଛି ।

ଦେଶରେ ଉପରମୁହାଁ ତେଲ ଦର… ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଅପରପକ୍ଷରେ ଡିଜେଲ ଦର ୭୮.୮୫ ପଇସା ବଢିଲାଣି। ଲକଡାଉନ ଯୋଗୁଁ ଲୋକେ ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ବେଳେ କେନ୍ଦ୍ରର ଗ୍ରାହକ ମାରଣନୀତିକୁ ନିନ୍ଦା କରାଯାଇଛି। ଗଲା ୬ ତାରିଖରେ ପେଟ୍ରୋଲ ଦର ଥିଲା ୭୧ ଟଙ୍କା ୭୨ ପଇସା। ଡିଜେଲ ଦର ଥିଲା ୬୭ ଟଙ୍କା ୭୩ ପଇସା। ୭ ତାରିଖରୁ ଲଗାତାର ତେଲ ଦର ବଢ଼ିଚାଲିଛି।

ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ ଟଙ୍କା ୧୩ ପଇସା ହୋଇଥିବା ବେଳେ ଡିଜେଲ ୭୭ ଟଙ୍କା ୪ ପଇସା ବଢ଼ିଛି। କଟକରେ ମଧ୍ୟ ୮୦ ଟପିଛି ପେଟ୍ରୋଲ ଦର। ଗଲା ୬ ତାରିଖରେ ପେଟ୍ରୋଲ ଦର ଥିଲା ୭୧ ଟଙ୍କା ୭୨ ପଇସା। ଡିଜେଲ ଦର ଥିଲା ୬୭ ଟଙ୍କା ୭୩ ପଇସା। ୭ ତାରିଖରୁ ଲଗାତାର ତେଲ ଦର ବଢ଼ିଚାଲିଛି।

ପୂର୍ବରୁ ମଧ୍ୟ ପେଟ୍ରୋଲ୍‌ ଦର ୫୧ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‌ ୬୧ ପଇସା ବୃଦ୍ଧି ହୋଇଥିଲା । ପେଟ୍ରୋଲ ଦର ଏବେ ୭୮.୮୮ ପଇସା ହେବା ସହ ଡିଜେଲ ଦର ୭୭.୬୭ ପଇସା ହୋଇଥିଲା । ପୁଣି ଆଜି ଦର ବଢିଛି । ୭ ତାରିଖରୁ ତୈଳଦରରେ ତାଲା ଲାଗିପାରୁନାହିଁ । ଦିନକୁ ଦିନ ଲଗାତାର ଭାବେ ତୈଳ ଦର ଲିଟର ପିଛା ବଢିବାରେ ଲାଗିଛି ।

ସୁଶାନ୍ତଙ୍କ ଉପରେ କାହିଁକି ରାଗିଥିଲେ ସଲମାନ ଖାନ୍ ? ଜାଣନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏବଂ ଅନେକ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏବଂ କଳାକାରମାନେ ସୁଶାନ୍ତଙ୍କୁ କାମ ଦେଇନଥିବାର ଅଭିଯୋଗ ମଧ୍ୟ ହୋଇଛି । କେବଳ ସେତିକି ନୁହେଁ ବିହାରରେ ମୁଜାଫରପୁରରେ ସଲମାନ, ଏକତା, କରଣ ଜୋହରଙ୍କ ସମେତ ୮ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ସଲମାନଙ୍କ ନାଁ ସୁଶାନ୍ତଙ୍କ ଆତ୍ମହତ୍ୟା ସହ କିଭଳି ଜଡିତ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ସଲମାନ ସୁଶାନ୍ତଙ୍କ ଉପରେ ରାଗିଥିଲେ । ତେବେ ସଲମାନ ସୁଶାନ୍ତଙ୍କ ଉପରେ କ୍ରୋଧିତ ହେବାର କାରଣ କ’ଣ ଥିଲା ତାହା ଅଧିକାଂଶ ଲୋକେ ଜାଣିନାହାଁନ୍ତି । ରିପୋର୍ଟ ଅନୁସାରେ ସୁଶାନ୍ତଙ୍କୁ ନେଇ ସଲମାନ ଅସନ୍ତୋଷ ଥିଲେ । ସୁରଜ ପାଞ୍ଚୋଲିଙ୍କୁ ନେଇ ସଲମାନ ସୁଶାନ୍ତ ଉପରେ ରାଗିଥିଲେ।

ସଲମାନ ଖାନ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ ଯେଉଁଥିରେ ସେ ସୁଶାନ୍ତ ସିଂଙ୍କୁ ମୁଖ୍ୟ ଭୂମିକା ପାଇଁ ବାଛିଥିଲେ । ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ଶେଷ ହୋଇସାରିଥିଲା। ସଲମାନଙ୍କ ଅନୁସାରେ, ସୁଶାନ୍ତ ଏହି ଚଳଚ୍ଚିତ୍ର ପାଇଁ ପରଫେକ୍ଟ ପସନ୍ଦ ଥିଲେ । କିନ୍ତୁ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ବନ୍ଦ ହୋଇଯାଇଥିଲା  । ତେବେ ରାଜପୁତଙ୍କ ଉପରେ ଅସନ୍ତୋଷ ଥିବାରୁ ସଲମାନ ଫିଲ୍ମ ବନ୍ଦ କରିଦେଇଥିଲେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ, ମୁମ୍ବାଇର ଏକ ପବ୍‌ରେ ପାର୍ଟି ସମୟରେ ସୁରଜ ପଞ୍ଚୋଲି ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମଧ୍ୟରେ ଝଗଡା ହୋଇଥିଲା।

ତେବେ ଏହି ଖବର ସଲମାନଙ୍କ ପାଖରେ ପହଞ୍ଚିବା ପରେ ସେ ତୁରନ୍ତ ସୁଶାନ୍ତଙ୍କୁ ଫୋନ୍ କରିଥିଲେ । ସେଦିନ ସୁଶାନ୍ତ ସୁରଜଙ୍କୁ ଦାୟୀ ବୋଲି କହିଥିଲେ । ସେଥିପାଇଁ ସଲମାନ ସୁଶାନ୍ତଙ୍କ ଫିଲ୍ମ ବାହାର କରିଦେଇଥିବା ଶୁଣିବାକୁ ମିଳିଥିଲା । କାରଣ ସଲମାନ ଖାନ ସୁରଜ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । ସୁରଜଙ୍କ ପାଇଁ ସଲମାନଙ୍କ ଭଲ ପାଇବା ବିଷୟରେ ପୂରା ବଲିଉଡ ଜାଣିଛି । ସୁରଜଙ୍କୁ ବଲିଉଡରେ ସଲାମନ ହିଁ ଲଞ୍ଚ କରିଥିଲେ । କେବଳ ସେତିକି ନୁହେଁ ନିକଟରେ ସୁରଜଙ୍କ ଫିଲ୍ମ ସାଟେଲାଇଟ୍ ଶଙ୍କରକୁ ସଲମାନ ନିଜ ଦବଙ୍ଗ ଟିମ୍ ସହ ପ୍ରମୋଟ କରୁଥିବାର ନଜର ଆସିଥିଲେ ।

ସୁଶାନ୍ତଙ୍କ ମୃତ୍ୟୁ ପରେ ଜିଆ ଖାନଙ୍କ ମାଆ କହିଛନ୍ତି ଯେ, ସଲମାନ ସୁରଜଙ୍କୁ ସବୁ ପ୍ରକାର ସାହାଯ୍ୟ କରି ତାଙ୍କ ଝିଅ କେସରୁ ବଞ୍ଚାଇଥିଲେ । ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସଲମାନ ସୁଶାନ୍ତଙ୍କ ଉପରେ ରାଗି ତାଙ୍କୁ ଫିଲ୍ମରୁ କାଢିଥିବେ ବୋଲି । କିନ୍ତୁ କିଛି ଦିନ ପୂର୍ବରୁ ସୁରଜ ସୁଶାନ୍ତଙ୍କ ସହ କୌଣସି ଝଗଡା ହେବା ନେଇ ଅସ୍ୱୀକାର କରିଥିଲେ । ଏହା ସହ ସୁରଜ କହିଥିଲେ ଯେ, “ମୁଁ ସୁଶାନ୍ତଙ୍କ ସମ୍ମାନ କରେ”। ସୁଶାନ୍ତଙ୍କ ମୃତ୍ୟୁ ପରେ ସୁରଜ ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ତେବେ ଏହି ତଥ୍ୟର କେତେ ସତ୍ୟତା ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ହେଲେ ସଲମାନଙ୍କ ବିରୋଧରେ ପ୍ରଶଂସକ ସୋସିଆଲ ମିଡିଆରେ ସେମାନଙ୍କ କ୍ରୋଧ ପ୍ରକାଶ କରୁଛନ୍ତି ।

ଆଜି ରଥଯାତ୍ରା ବନ୍ଦ ନିଷ୍ପତ୍ତି ବିରୋଧରେ ପୁର୍ନଆବେଦନର ଶୁଣାଣି… ଆଇନଗତ ଭାବେ ପଦକ୍ଷେପ ନେବେ ରାଜ୍ୟ ସରକାର

ଆଜି ରଥଯାତ୍ରା ବନ୍ଦ ନିଷ୍ପତ୍ତି ବିରୋଧରେ ପୁର୍ନଆବେଦନର ଶୁଣାଣି… ଆଇନଗତ ଭାବେ ପଦକ୍ଷେପ ନେବେ ରାଜ୍ୟ ସରକାର

ପ୍ରେମ ସମ୍ପର୍କରେ କିଛି ରାଶିର ଲୋକଙ୍କ ପରିସ୍ଥିତି ଖରାପ ଦିଗକୁ ଯିବ… ଜାଣନ୍ତୁ

ଆଜିର ପଞ୍ଚାଙ୍ଗ

ଜୁନ୍‌୨୨, ୨୦୨୦ ମସିହା, ମିଥୁନ ୮ ଦିନ,

୧୯୪୨ ଶକାବ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଆଷାଢ ଶୁକ୍ଳ, ପ୍ରତିପଦା, ସୋମବାର

ଆଦ୍ରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ ରହିବେ ପୂର୍ବେ ଦିନ ୧୨ ଟା ୦୨ ମିନିଟ୍‌ ପର୍ଯ୍ୟନ୍ତ

ଏହାପରେ ଯୋଗିନୀ ରହିବେ ଉତ୍ତରେ

ଦିନ ୧ ଟା ୩୪ ପରେ ଯାତ୍ରା କରିଲେ ଶୁଭ ରହିବ

ଘାତଚନ୍ଦ୍ର- କନ୍ୟା ରାଶି ପୁରୁଷ ଓ ବିଛା,କୁମ୍ଭ ରାଶି ମହିଳାଙ୍କର

ଘାତବାର- ମିଥୁନ ରାଶିର

ଶୁଭ ସମୟ- ସକାଳ ୮ ଟା ୪୩ ରୁ ଦିନ ୧୧ ଟା ୨୨ ମଧ୍ୟରେ

ଅଶୁଭ ସମୟ- ସକାଳ ୬ ଟା ୫୦ ରୁ ଦିନ 8ଟା ୨୯ ମଧ୍ୟରେ

ମେଷ ରାଶି

ଅଶ୍ୱିନୀ- ଅଯଥା ଚିନ୍ତା ମନକୁ ବ୍ୟସ୍ତ କରିବ

ଦ୍ୱିଜା- ପାରିବାରିକ ଖୁସିର ମାହୋଲ୍‌ ରହିବ

କୃତ୍ତିକା- କୈାଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସାନଭାଇ ସାହାଯ୍ୟ କରିବେ

ବୃଷ ରାଶି

କୃତ୍ତିକା- ନୂତନ ବନ୍ଧୁଙ୍କୁ ନେଇ ଖୁସିରେ ରହିବେ

ରୋହିଣୀ- ଅର୍ଥଚୋରି ହେବାର ସମ୍ଭାବନା ରହିଛି

ମୃଗଶିରା- ଆଜି ଦିନର ମାପିଚୁପି କଥା କୁହନ୍ତୁ

ମିଥୁନ ରାଶି

ମୃଗଶିରା- ନୂତନ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯିବ

ଆର୍ଦ୍ରା- ଚିନି,ଡାଲି ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଲାଭ ପାଇବେ

ପୁନର୍ବସୁ- ବିବାହ ପ୍ରସ୍ତାବ ଆଜି ଠିକ୍‌ ହେବାର ଯୋଗ ରହିଛି

କର୍କଟ ରାଶି

ପୁନର୍ବସୁ- କୈାଣସି ଗଣ୍ଡଗୋଳ ଭିତରେ ନିଜକୁ ରଖନ୍ତୁ ନାହିଁ

ପୁଷ୍ୟା- ସଂପର୍କକୁ ନେଇ ପରିସ୍ଥିତି ଗମ୍ଭୀର ହୋଇପାରେ,

ଅଶ୍ଳେଷା- ଆଜି ନିଜ ଘରକୁ ଫେରିବାରେ ଅସୁବିଧା ଭୋଗ କରିପାରନ୍ତି

ସିଂହ ରାଶି

ମଘା- ଆଇ.ଟି କ୍ଷେତ୍ରରେ ଯଦି ଅଛନ୍ତି ତେବେ ସଫଳତା ପାଇବେ

ପୂର୍ବା ଫାଲଗୁନି- ଅଚାନକ କୈାଣସି ସୂତ୍ରରୁ ଅର୍ଥ ପାଇପାରନ୍ତି

ଉତ୍ତରାଫାଲଗୁନି- ଖେଳାଳୀଙ୍କ ପାଇଁ ଖୁସି ଖବର ରହିଛି

କନ୍ୟା ରାଶି

ଉତ୍ତରଫାଲଗୁନି- ନୂତନ କର୍ମ ପ୍ରାପ୍ତିର ସମ୍ଭାବନା

ହସ୍ତା- ଉଚ୍ଚପଦସ୍ଥ କାର୍ଯ୍ୟକାରୀଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି

ଚିତ୍ରା- ପିତାଙ୍କ ସହିତ ମତାନ୍ତର ହୋଇପାରେ

ତୁଳା ରାଶି

ଚିତ୍ରା- ଗୁରୁଙ୍କ ସହିତ ଆର୍ଶିବାଦ ମିଳିବା ସହିତ ଶୁଭକାର୍ଯ୍ୟ ହୋଇପାରେ

ସ୍ୱାତୀ- ଗବେଷଣା କରୁଥିବା ବିଦ୍ୟାର୍ଥିମାନଙ୍କ ପାଇଁ ଶୁଭ ଦିନ

ବିଶାଖା- ଅନେକ ଦିନରୁ କରିଆସୁଥିବା କାମରେ ସଫଳତା ପ୍ରାପ୍ତି

ବିଛା ରାଶି

ବିଶାଖା- ଜ୍ୟୋତିଷଶାସ୍ତ୍ର ବିଦ୍ୟାରେ ସଫଳତା ପାଇବେ

ଅନୁରାଧା- ମନ ଚାହୁଁଥିବା ଗୁରୁଙ୍କ ଠାରୁ ଶିକ୍ଷାଲାଭର ସୁଯୋଗ ମିଳିବ

ଜ୍ୟେଷ୍ଠା- ସାନଭଉଣୀ ଓ ପୀଉସୀଙ୍କ ସହିତ ମତଭେଦ ହୋଇପାରନ୍ତି

ଧନୁ ରାଶି

ମୂଳା- ସିମେଣ୍ଟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଲାଭ ମିଳିପାରେ

ପୂର୍ବାଷାଢା- ଶରୀର ଅସୁସ୍ଥ ରହିବ, ଥଣ୍ଡାଜନିତ ରୋଗରେ ପୀଡିତ ହେବେ

ଉତ୍ତରାଷାଢା- ଦାମ୍ପତ୍ୟ ଜୀବନରେ ମତଭେଦ ରହିପାରେ

ମକର ରାଶି

ଉତ୍ତରାଷାଢା- ଗୁପ୍ତଶତ୍ରୁମାନେ ଆଜି ହଇରାଣ କରିବେ, ସତର୍କ ରୁହନ୍ତୁ

ଶ୍ରବଣା- ଋଣକୁ ନେଇ ସମସ୍ୟା ଭୋଗିବେ

ଧନିଷ୍ଠା- ଭୂମି ସମ୍ଭନ୍ଧୀୟ ସମସ୍ୟାକୁ ନେଇ ଚିନ୍ତାରେ ପଡିବେ

କୁମ୍ଭ ରାଶି

ଧନିଷ୍ଠା- ପ୍ରେମ ସଂପର୍କରେ ପରିସ୍ଥିତି ଖରାପ ଦିଗକୁ ଯିବ

ଶତଭିଷା- ସନ୍ତାନମାନଙ୍କର ସଫଳତାରେ ଖୁସି ରହିବେ

ପୂର୍ବଭାଦ୍ରପଦ- ଉଚ୍ଚଶିକ୍ଷା କରିବା ପାଇଁ ସୁଯୋଗ ପାଇବେ

ମୀନ ରାଶି

ପୂର୍ବଭାଦ୍ରପଦ- ମା’ଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିବ,ଧ୍ୟାନରେ ରହିବେ

ଉତ୍ତରଭାଦ୍ରପଦ- ଅନିଚ୍ଛା ସତ୍ତ୍ଵେ ସ୍ଥାନ ପରିବର୍ତ୍ତନ ହୋଇପାରେ

ରେବତୀ- କୈାଣସି ଗୁପ୍ତକଥାକୁ ପ୍ରକାଶ କରିବା ପାଇଁ ଦ୍ୱନ୍ଦରେ ରହିବେ

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ ନମ୍ବର- 8984684801

ଜମ୍ମୁରୁ ରାଜଧାନୀ ମୁହାଁ ୪ ଲସ୍କର ଆତଙ୍କବାଦୀ, ବସ୍ ଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ କଡ଼ା ଚେକିଂ

ନୂଆଦିଲ୍ଲୀ: ରାଜଧାନୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଜମ୍ମୁରୁ ଜୈସ୍ ଏ ମହମ୍ମଦ ଓ ଲସ୍କର ଏ ତୋଏବାର ୪ ଜଣ ଆତଙ୍କବାଦୀ ଦେଶର ରାଜଧାନୀକୁ ପଶି ଆସିଛନ୍ତି । ଗୁଇନ୍ଦା ଓ ଦିଲ୍ଲୀ ପୋଲିସ ସୂତ୍ରରୁ ଏ ସୂଚନା ମିଳିଛି । ଆତଙ୍କବାଦୀ ଦିଲ୍ଲୀମୁହାଁ ହୋଇଥିବା ପରେ ହାଇ ଆଲର୍ଟରେ ରହିଛି ଦିଲ୍ଲୀ ପୋଲିସ । ସ୍ଥାନ ସ୍ଥାନରେ ଚେକିଂ ଚାଲିଛି ।

ରିପୋର୍ଟ ଅନୁସାରେ ଆତଙ୍କୀଙ୍କ ପାଖରେ ହତିଆର ମଧ୍ୟ ରହିଛି । ଦିଲ୍ଲୀ ପୋଲିସ ବର୍ଡରରେ ତଲାସୀ ଆରମ୍ଭ କରିଥିବା ବେଳେ ଗେଷ୍ଟ ହାଉସ୍, ହୋଟେଲ ଓ କଶ୍ମୀର ନମ୍ବର ଗାଡ଼ିର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ସୀମାରେ ଗାଡ଼ି ଗୁଡ଼ିକର ବନେଟ ଖୋଲିକରି ଚେକିଂ ହେଉଚି । ଦିଲ୍ଲୀର ସମସ୍ତ ଜିଲ୍ଲା ଡିସିପି, ସ୍ପେଶାଲ ସେଲ, କ୍ରାଇମ୍ ବ୍ରାଞ୍ଚ ଓ ଅନ୍ୟ ୟୁନିଟ୍ ମଧ୍ୟ ଆଲର୍ଟରେ ରହିଛନ୍ତି ।

ଅନ୍ୟପଟେ କାହାକୁ ଘର ଭଡ଼ା ଦେବା ପୂର୍ବରୁ ମାଲିକ ସମ୍ପୂର୍ଣ୍ଣ ସୂଚନା ରଖିବାକୁ ଦିଲ୍ଲୀ ପୋଲିସ ଅପିଲ୍ କରିଛି । ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ ଯାଞ୍ଚ କରାଯାଉଛି । ଆତଙ୍କବାଦୀ ଦିଲ୍ଲୀ-ଏନସିଆରରେ ଆକ୍ରମଣ ପାଇଁ ଯୋଜନା କରିଛନ୍ତି । ଆତଙ୍କୀ କାର୍, ଟ୍ୟାକ୍ସି କିମ୍ବା ବସରେ ଜମ୍ମୁରୁ ଦିଲ୍ଲୀ ଆସୁଥିବା ସୂଚନା ରହିଥିବା ବେଳେ ଉତ୍ତର ଦିଲ୍ଲୀ ଉପରେ ପୋଲସ ତୀକ୍ଷଣ ନଜର ରଖିଛି ।

ଜମ୍ମୁ କାଶ୍ମୀରରେ ପୁଣି ଯବାନ ଓ ଆତଙ୍କବାଦୀ ଗୁଳିବିନିମୟ… ୪ ଆତଙ୍କୀ ନିହତ

ମୋଦି କେବଳ ନେତା ନୁହଁନ୍ତି ଅସହାୟଙ୍କ ସ୍ୱର: ନଡ୍ଡା

ଲକ୍ଷ୍ନୌ: ବିଜେପି ସରକାରକୁ ନେଇ ବିରୋଧୀଙ୍କ ରାଜନୀତି । ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଓ ଗଲବାନ ସଂଘର୍ଷକୁ ନେଇ ତୀର ମାରି ଚାଲାଛି କଂଗ୍ରେସ । ଦେଶ ମହାମାରୀ ସହ ଲଢ଼ୁଥିବା ବେଳେ ଭର୍ଚୁଆଲ୍ ରାଲି କାହା ପାଇଁ ବୋଲି କଂଗ୍ରେସ ବାରମ୍ବାର ପ୍ରଶ୍ନ କରୁଛି । ଉତ୍ତରପ୍ରଦେଶରେ ଭର୍ଚୁରାଲିରେ ଏହାର ଉତ୍ତର ରଖି ଦଳ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାହୁଲ ଗାନ୍ଧିଙ୍କୁ ନିଶାନା କରିଛନ୍ତି । କହିଛନ୍ତି ଆଜିକାଲି କଂଗ୍ରେସ ସହିତ ଭଗବାନ ବି ନାହାଁନ୍ତି ।

ଗଲବାନରେ ଚୀନ ସହ ସଂଘର୍ଷକୁ ନେଇ ରାହୁଲ ଗାନ୍ଧି ମୋଦି ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି । ରବିବାର ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ସରେଣ୍ଡର ମୋଦି’ ଆଖ୍ୟା ଦେଇଥିଲେ ରାହୁଲ । ସ୍ପେଲିଂ ଭୁଲ୍ ଯୋଗୁଁ ବିଜେପି ସମର୍ଥକ ‘ସରେଣ୍ଡର’କୁ ‘ସୁରେନ୍ଦ୍ର’ କହିଥିଲେ । ‘ସୁରେନ୍ଦ୍ର’ର ଅର୍ଥ ହେଉଛି ଲୋକଙ୍କ ରାଜା । ରାହୁଲଙ୍କ ଏହି ଆକ୍ରମଣକୁ ବିଜେପି ଏବେ ମୌକା ଭାବେ ବ୍ୟବହାର କରିବା ଆରମ୍ଭ କରିଛି ।

ଭର୍ଚୁଆଲ୍ ରାଲିରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି- ଏବେ କଂଗ୍ରେସ ସହିତ ଭଗବାନ ବି ନାହାଁନ୍ତି । ନରେନ୍ଦ୍ର ମୋଦି ଏବେ ସୁରେନ୍ଦ୍ର ମୋଦି… । ରାହୁଲଙ୍କ ଗୋଟିଏ ଧାଡ଼ି ଟ୍ୱିଟ ବିଜେପି ପାଇଁ ଏବେ ବରଦାନ ପାଲଟିଛି ।

ରବିବାର ସକାଳେ ରାହୁଲ ଗାନ୍ଧି ଟ୍ୱିଟରରେ ପିଏମ୍ ମୋଦିଙ୍କୁ ‘ସରେଣ୍ଡର ମୋଦି’ ଲେଖିଥିଲେ । ଜାପାନ ଟାଇମ୍ସରେ ପ୍ରକାଶିତ ଲେଖା ଉପରେ ମତ ଦେଇଥିଲେ ରାହୁଲ ଏମିତି ଲେଖିଥିଲେ । ଯେଉଁ ପୋଷ୍ଟର କଡ଼ା ପ୍ରତିକ୍ରିୟା ଦେଇଥିଲା ବିଜେପି । ଏପରିକି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସାହନବାଜ ହୁସୈନ୍ ଭିଡିଓ ଜାରି କରି ରାହୁଲ୍ ମର୍ଯ୍ୟାଦା ହାନି କରୁଥିବା କହିଥିଲେ ।

ରାହୁଲ କହୁଥିବା କଥା ଶତ୍ରୁ ଦେଶର ନେତା ବି କହୁନାହାନ୍ତି: ବିଜେପି

ସାନ ଦେହରେ ବଡ଼ର ଆତ୍ମା: କାଗଜରେ ଲେଖୁଛି ଦୋଷୀର ନାଁ

ଦିଗପହଣ୍ଡି ( କାଳୁ ଚରଣ ନାହକ ): ସାନ ଭଉଣୀ ଦେହରେ ସବାର ବଡ଼ ଭଉଣୀର ଆତ୍ମା । ଗୋଟି ଗୋଟି କରି କହିଯାଉଛି କେମିତି ହେଲା ବଡ଼ ଭଉଣୀର ମୃତ୍ୟୁ। ଖାତାରେ ଲେଖୁଛି ଦୋଷୀ କିଏ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ଦେଖାଳି ଗାଁର ଏ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି।

ଗତ ମେମାସ ୧୦ ତାରିଖରେ ଗାଁର ପ୍ରମୋଦିନୀ ମା’ଙ୍କ ସହ ଜମିରେ କାମ କରିବା ପରେ ନଦୀକୁ ଯାଇଥିଲେ। ମାଘରକୁ ଫେରୁଥିବା ବେଳେ ଶୁଣିଥିଲେ ଝିଅର ଚିତ୍କାର। ପରେ ମିଳିଥିଲା ଝିଅର ମୃତଦେହ । । ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି କେ. ନୂଆଗାଁ ପୋଲିସ। ଝିଅକୁ ବଳାତ୍କାର ସହ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

ତେବେ ଘଟଣାରେ ପୋଲିସ ଏଯାଏଁ କାହାକୁ ଗିରଫ କରିନି । ସେପଟେ ସାନ ଭଉଣୀ ଦେହରେ ବଡ଼ ଭଉଣୀର ପ୍ରେତାତ୍ମା ସବାର ହେବା ସହ ହତ୍ୟାକାରୀର ନାଁ ଲେଖୁଥିବା ଭିଡିଓ ଭାଇରାଲ ହୋଇଛି। ତେବେ ପ୍ରଶ୍ନ ଉଠୁଛି, ଭୂତ କହୁଛି କି ସତ କାହାଣୀ? ଅତୃପ୍ତ ଆତ୍ମା ଖୋଲିବ କି ହତ୍ୟା ରହସ୍ୟ? ତାକୁ ନେଇ ଚର୍ଚ୍ଚା ଜୋରଧରିଛି ।

ଡ୍ରାଗନ୍ ଡରାଉନି ବରଂ ଡରୁଛି, ଚୀନ୍ ସେନା ଦେଖିବାକୁ ଶକ୍ତିଶାଳୀ ହେଲେ ଅସଲରେ…

ନୂଆଦିଲ୍ଲୀ: ଫମ୍ପା ମାଠିଆର ଶବ୍ଦ ବେଶି । ଏକ ଜାତୀୟ ଗଣମାଧ୍ୟମର କହିବାନୁଯାୟୀ ଚାଇନା ପାଖରେ ଯେତିକି ଶକ୍ତି ନାହିଁ ତାଠାରୁ ଢ଼େର୍‌ ଅଧିକ ସେ ଦେଖେଇ ହେଉଛି । ଭାରତରେ ସମସ୍ତେ ଜାଣନ୍ତି ଚାଇନା ମାଲ ମାନେ ନୋ ଗ୍ୟାରେଣ୍ଟି, ନୋ ଓ୍ୱାରେଣ୍ଟି । ଚାଇନା ମାଲ୍‌ ଦେଖିବାକୁ ଉପରୁ ଚିକ୍କଣ ହେଲେ ଭିତରୁ ଯେମିତି ଫମ୍ପା ଥାଏ ଠିକ୍‌ ସେହିଭଳି ଚାଇନାର ଶକ୍ତି ପ୍ରଦର୍ଶନ ଦୂରରୁ ଦେଖିବାକୁ ଭଲ ଲାଗେ । କିନ୍ତୁ ଭିତର ଫମ୍ପା ଥାଏ ।

China Military 1

କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନାର ଶାସନରେ ଥିବା ଚୀନ୍‌ ଧୋକା ଦେବାରେ ସିଦ୍ଧହସ୍ତ । ସୀମା ବିସ୍ତାର ଏବଂ ନିଜ ହୀନ ଉଦ୍ଦେଶ୍ୟକୁ ସାଧନ କରିବା ପାଇଁ ସାରା ବିଶ୍ୱକୁ ଧୋକା ଦେଇଚାଲିଛି ଚୀନ୍‌ । ସବୁଠାରୁ ବଡ଼ କଥା ହେଲା ଚୀନ ଯେତେବେଳେ ନିଜର ଯୁଦ୍ଧାସ୍ତ୍ର ଏବଂ ମିସାଇଲ ସହ ମାର୍ଚ୍ଚ କରେ, ସେତେବେଳେ ଯେ କେହି କହିବ ଯେ ଏହି ସେନାକୁ କେହି ପରାସ୍ତ କରିପାରିବେ ନାହିଁ । କିନ୍ତୁ ବାସ୍ତବରେ ଚୀନର ପିପୁଲ୍ସ ଲିବେରେସନ୍‌ ଆର୍ମୀ  (ପିଏଲଏ) ଏକ ଫମ୍ପା ମାଠିଆ । ପିଏଲଏ ଦିନକୁ ଦିନ ଭିତରୁ ଦୁର୍ବଳ ହେବାରେ ଲାଗିଛି । ଗତ ୩୫ ବର୍ଷ ଧରି ଜାରି ରହିଥିବା ୱାନ ଚାଇଲ୍ଡ ପଲିସି ଏବଂ ଦୁର୍ନୀତି ଚୀନ୍‌ ଆର୍ମୀକୁ ଭିତରୁ ଫମ୍ପା କରିଦେଇଥିବା କୁହାଯାଉଛି ।

China Military 1

ଏହି କାରଣରୁ ଏବେ ଭାରତ-ଚୀନ୍‌ ସୀମାରେ ବିବାଦ ଉପୁଜିଥିଲେ ମଧ୍ୟ ଚୀନ୍‌ ଚୁପ୍‌ ରହିବାକୁ ବାଧ୍ୟ ହେଉଛି ବୋଲି କୁହାଯାଇପାରେ । କାରଣ ଏପଟେ ଭାରତୀୟ ବାୟୁସେନାର ଲଢୁଆ ବିମାନ ଆକାଶ ମାର୍ଗରେ ରଣ ହୁଙ୍କାର ଦେଇ କଡା ଜବାବ ଦେବାକୁ ପ୍ରସ୍ତୁତ ରହିଛି । ହାବାର୍ଡ ୟୁନିଭର୍ସିଟିର ରିସର୍ଚ୍ଚ ଅନୁସାରେ ଚୀନ୍‌ର ଜେ ୧୦ ଲଢୁଆ ବିମାନ ତୁଳନାରେ ଭାରତର ମିରାଗ ୨୦୦୦ ଅଧିକ ଶକ୍ତିଶାଳୀ । ସୁଖୋଇ SU-30KMI ଚୀନ୍‌ର ସବୁ ଯୁଦ୍ଧ ବିମାନଠାରୁ ଆତ୍ୟାଧୁନିକ ରହିଛି । ଯଦି ଚୀନ ଯୁଦ୍ଧ ପାଇଁ ପାଦ ବଢାଏ ତେବେ ପିଏଲଏ ବଡ଼ ଅଡୁଆରେ ପଡିବ, ଯାହାର ଆଶଙ୍କା ଚୀନକୁ ମଧ୍ୟ ରହିଛି । ସେପଟେ ଭାରତ ସରକାର ଏଲ୍‌ଏସିରେ ଚୀନ ସେନାକୁ ମୁହଁତୋଡ ଜବାବ ଦେବାକୁ ୩ ସେନାଙ୍କୁ ପୂର୍ଣ୍ଣ ସ୍ୱାଧିନତା ପ୍ରଦାନ କରିବା ସହ ଆର୍ଥିକ ସ୍ୱାଧୀନତା ମଧ୍ୟ ଦେଇସାରିଛି । ଏହାସହ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ତିନି ସେନାକୁ ନିର୍ଦ୍ଦେଶ ଦିଆଯାଇଛି ।

China Military 1

ଅନ୍ୟପଟେ ଚୀନ ସେନାକୁ ୧୯୭୯ ମସିହାରେ ଭିଏତନାମ ପରି ଛୋଟ ଦେଶ ମାତ ଦେବାରେ ସକ୍ଷମ ହୋଇଥିଲା । ଭିଏତନାମର କହିବାନୁଯାୟୀ ଯୁଦ୍ଧ ବେଳେ ସେ ଚୀନ ସେନାର ୬୨ ହଜାର ପିଏଲଏ ଯବାନଙ୍କୁ ନିପାତ କରିଥିଲା । ଏହାସହ ୫୫୦ରୁ ଅଧିକ ଗାଡ଼ି ଧ୍ୱଂସ କରିଥିଲା ।

ତେବେ ଏହାପରେ ମଧ୍ୟ ପିଏଲଏରେ କୌଣସି ସୁଧାର ଆସିନାହିଁ । ମାଓ ପରେ ଶାସନ ଭାର ସମ୍ଭାଳିଥିବା ଦେଙ୍ଗ ସିୟାଓ ପିଙ୍ଗ୍‌ଙ୍କ କାର୍ଯ୍ୟକାଳରେ ଭଷ୍ଟ୍ରାଚାର ଆହୁରି ଅ୍ରଧିକ ବଢ଼ିଥିଲା ଏବଂ ଦେଶକୁ ଭିତରୁ ଖୋଳ କରି ଚାଲିଥିଲା । ଏହା ପରେ ୨୦୧୨ରେ ସି ଜିନ୍‌ପିଙ୍ଗ ଶାସନ ଡୋରି ଧରିଥିଲେ । ସେହି ସମୟରେ ଚୀନର ଅବସ୍ଥା ଅତି ଶୋଚନୀୟ ଥିଲା । ଏମିତିକି ସେଣ୍ଟ୍ରାଲ ମିଲିଟାରି କମିଶନର ଦୁଇ ଭାଇସ୍‌ ଚେୟାରମ୍ୟାନଙ୍କୁ ସରକାରଙ୍କୁ ବାହର କରିବାକୁ ପଡିଥିଲା ।

China Military 1

ଖାଲି ସେତିକି ନୁହେଁ ସମୟାନୁକ୍ରମେ ୧୦୦ରୁ ଅଧିକ ଜେନେରାଲଙ୍କୁ ପରେ ପରେ ସେନାରୁ ବାହାର କରାଯାଇଥିଲା । ପାକିସ୍ତାନ ସେନା ମୁଖିଆ ମାନେ ଯେଭଳି ସୌଖିନ୍‌ ଭରା ଜୀବନ ଯାପନ କରୁଛନ୍ତି ଠିକ୍‌ ସେହିଭଳି ଚୀନ୍‌ର ସେନା ମୁଖିଆ ମାନେ ମଧ୍ୟ ସୌଖିନ୍‌ ଜୀବନ ଯାପନ କରୁଛନ୍ତି । ଆଉ ଏହି ସେନା ମୁଖିଆମାନେ ନିଜ ଇଚ୍ଛାରେ ଦେଶ ଚଳାଉଛନ୍ତି ଏବଂ ଭଷ୍ଟ୍ରାଚାର ମଧ୍ୟ ଚଳାଇଛନ୍ତି । ଏହି କାରଣରୁ ପାକିସ୍ତାନ ସହ ଚାଇନାର ଭଲ ସମ୍ପର୍କ ରହିଛି ।

ଝାରସୁଗୁଡ଼ାରେ ବିବାହ ବାର୍ଷିକୀ ଓ ଜନ୍ମଦିନରୁ ବ୍ୟାପିଲା କରୋନା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭ ଜଣ ବ୍ରଜରାଜନଗର ଓପିଏମ କଲୋନୀରର ବାସିନ୍ଦା । ଏହି ୧୭ ଜଣ କିଛିଦିନ ପୂର୍ବେ ଓପିଏମ କଲୋନୀରେ ହୋଇଥିବା ଏକ ବିବାହ ବାର୍ଷିକୀ ଓ ଜନ୍ମଦିନ ଭୋଜିରେ ଖାଇବାକୁ ଯାଇଥିଲେ । ଭୋଜିରେ କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ୬ ତାରିଖି ଦିନ ଗୁରଗାଓଁରୁ  ଜଣେ ମହିଳା  ଓପିଏମ୍ ଅଞ୍ଚଳରେ ଥିବା ତାଙ୍କ ମାମୁଁ ଘରକୁ ଆସି ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ । ତାଙ୍କ ସହ ତାଙ୍କର ସ୍ୱାମୀ ଏବଂ ଏକ ପୁଅ ମଧ୍ୟ ଆସିଥିଲେ । କିଛିଦିନ ପରେ ତାଙ୍କ ପୁଅର ଜନ୍ମଦିନ ପାଳନରେ କଲୋନୀର ପଡୋଶୀମାନେ ଯୋଗଦେଇଥିଲେ । ଏବଂ ପରବର୍ତ୍ତୀ ସମୟରେ ଏହି ଲୋକମାନେ କଲୋନୀରେ ଏକ ଦମ୍ପତ୍ତିର ବିବାହ ବାର୍ଷିକୀରେ ମଧ୍ୟ ଯୋଗଦେଇଥିଲେ । ଫଳରେ ଏହିଭଳି ଖାମଖିଆଲି ଯୋଗୁଁ ଏହି ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିଛି ।

ତେବେ କୋଭିଡ ନିୟମ ଉଲଙ୍ଘନ କରିଥିବା ଘରର ମୁଖ୍ୟ ବ୍ୟକ୍ତିଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏହ କରୋନା ରୋଗୀମାନେ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବାରୁ ଗୋଷ୍ଠି ସଂକ୍ରମଣର ଆଶଙ୍କା ନାହିଁ । ଜିଲ୍ଲାବାସୀ ସରକାରଙ୍କ ନିୟମ ପାଳନ କରି ପ୍ରଶାସନକୁ କରୋନା ମୁକାବିଲାରେ ସହଯୋଗ କଲେ ଝାରସୁଗୁଡା କରୋନା ମୁକ୍ତ  ହୋଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି ।