ଜମ୍ମୁରୁ ରାଜଧାନୀ ମୁହାଁ ୪ ଲସ୍କର ଆତଙ୍କବାଦୀ, ବସ୍ ଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ କଡ଼ା ଚେକିଂ

1 min read

ନୂଆଦିଲ୍ଲୀ: ରାଜଧାନୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଜମ୍ମୁରୁ ଜୈସ୍ ଏ ମହମ୍ମଦ ଓ ଲସ୍କର ଏ ତୋଏବାର ୪ ଜଣ ଆତଙ୍କବାଦୀ ଦେଶର ରାଜଧାନୀକୁ ପଶି ଆସିଛନ୍ତି । ଗୁଇନ୍ଦା ଓ ଦିଲ୍ଲୀ ପୋଲିସ ସୂତ୍ରରୁ ଏ ସୂଚନା ମିଳିଛି । ଆତଙ୍କବାଦୀ ଦିଲ୍ଲୀମୁହାଁ ହୋଇଥିବା ପରେ ହାଇ ଆଲର୍ଟରେ ରହିଛି ଦିଲ୍ଲୀ ପୋଲିସ । ସ୍ଥାନ ସ୍ଥାନରେ ଚେକିଂ ଚାଲିଛି ।

ରିପୋର୍ଟ ଅନୁସାରେ ଆତଙ୍କୀଙ୍କ ପାଖରେ ହତିଆର ମଧ୍ୟ ରହିଛି । ଦିଲ୍ଲୀ ପୋଲିସ ବର୍ଡରରେ ତଲାସୀ ଆରମ୍ଭ କରିଥିବା ବେଳେ ଗେଷ୍ଟ ହାଉସ୍, ହୋଟେଲ ଓ କଶ୍ମୀର ନମ୍ବର ଗାଡ଼ିର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ସୀମାରେ ଗାଡ଼ି ଗୁଡ଼ିକର ବନେଟ ଖୋଲିକରି ଚେକିଂ ହେଉଚି । ଦିଲ୍ଲୀର ସମସ୍ତ ଜିଲ୍ଲା ଡିସିପି, ସ୍ପେଶାଲ ସେଲ, କ୍ରାଇମ୍ ବ୍ରାଞ୍ଚ ଓ ଅନ୍ୟ ୟୁନିଟ୍ ମଧ୍ୟ ଆଲର୍ଟରେ ରହିଛନ୍ତି ।

ଅନ୍ୟପଟେ କାହାକୁ ଘର ଭଡ଼ା ଦେବା ପୂର୍ବରୁ ମାଲିକ ସମ୍ପୂର୍ଣ୍ଣ ସୂଚନା ରଖିବାକୁ ଦିଲ୍ଲୀ ପୋଲିସ ଅପିଲ୍ କରିଛି । ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ ଯାଞ୍ଚ କରାଯାଉଛି । ଆତଙ୍କବାଦୀ ଦିଲ୍ଲୀ-ଏନସିଆରରେ ଆକ୍ରମଣ ପାଇଁ ଯୋଜନା କରିଛନ୍ତି । ଆତଙ୍କୀ କାର୍, ଟ୍ୟାକ୍ସି କିମ୍ବା ବସରେ ଜମ୍ମୁରୁ ଦିଲ୍ଲୀ ଆସୁଥିବା ସୂଚନା ରହିଥିବା ବେଳେ ଉତ୍ତର ଦିଲ୍ଲୀ ଉପରେ ପୋଲସ ତୀକ୍ଷଣ ନଜର ରଖିଛି ।

ଜମ୍ମୁ କାଶ୍ମୀରରେ ପୁଣି ଯବାନ ଓ ଆତଙ୍କବାଦୀ ଗୁଳିବିନିମୟ… ୪ ଆତଙ୍କୀ ନିହତ

Leave a Reply