ବିନା ଭକ୍ତ ଓ ସୀମିତ ସେବାୟତରେ ମହାପ୍ରଭୁଙ୍କ ରଥଯାତ୍ରା । ୫ ଶହ ସେବାୟତଙ୍କୁ ନେଇ ହେଉଛି ତିନି ରଥ ଟଣା । ପୁରୀର ସବୁ ପ୍ରବେଶ ପଥ ସିଲ୍ ହୋଇସାରିଛି । ପୂରା ସହରରେ କଡ଼ା ସୁରକ୍ଷା ।
ଶ୍ରୀଜିଉଙ୍କ ଘୋଷଯାତ୍ରା । ରଥାରୂଢ ଚତୁର୍ଦ୍ଧା ମୂରତି । ଧାଡ଼ି ପହଣ୍ଡିରେ ବିଜେ କଲେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ଓ ଗଜପତିଙ୍କ ଛେରାପହଁରା ପରେ ଆରମ୍ଭ ହେଲା ରଥଟଣା ।
ଶ୍ରୀଜିଉଙ୍କ ଘୋଷଯାତ୍ରା । ରଥାରୂଢ ଚତୁର୍ଦ୍ଧା ମୂରତି । ଧାଡ଼ି ପହଣ୍ଡିରେ ବିଜେ କଲେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ଓ ଗଜପତିଙ୍କ ଛେରାପହଁରା ପରେ ଆରମ୍ଭ ହେଲା ରଥଟଣା ।
ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୪୭୦କୁ ଏବଂ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କିଛିଦିନ ହେବ ରାଜ୍ୟରେ ଲାଗାତାର ଭାବେ ସାମ୍ନାକୁ ଆସୁଛି ଶତାଧିକ କରୋନା ମାମଲା । ଗତକାଲି ୧୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୬୭ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥିସହ ରାଜ୍ୟରେ ସଂକ୍ରମିତ ସଂଖ୍ୟା ସାଢେ ୫ ହଜାର ପାଖରେ ପହଞ୍ଚିଛି । ତେବେ ଆଜି ୧୮ଟି ଜିଲ୍ଲାରୁ ୧୭୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।
COVID-19 REPORT FOR 22nd JUNE
New positive Cases: 167
In quarantine: 150
Local contacts: 17(Details of local contacts will be shared by concerned District Administration)
DIstrict Wise Cases
1. Rayagada: 5
2. Jajpur: 5
3. Khordha: 8
4. Nayagarh: 2
5. Balasore: 13— I & PR Department, Odisha (@IPR_Odisha) June 23, 2020
ସମୁଦାୟ ୧୭୪ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୫୦ ଥିବା ବେଳେ ୧୭ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି । ଗଜପତିରୁ ସର୍ବାଧିକ ୪୧ ସଂକ୍ରମିତ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା ୫, ଯାଜପୁର ୫, ଖୋର୍ଦ୍ଧା ୮, ନୟୟାଗଡ଼ରୁ ୨, ବଲେଶ୍ୱର ୧୩ , କଟକ ୩ ଢେଙ୍କାନାଳ ୯, ଗଞ୍ଜାମରୁ ୩୦, ସୁନ୍ଦର ଗଡ଼ରୁ ୪, ମୟୁରଭଙଞ୍ଜ ୧୪, ଝାରସୁଗୁଡ଼ା ୩, କେନ୍ଦ୍ରାପଡ଼ାରୁ ୭, ଏବଂ କୋରାପୁଟ, ବରଗଡ଼, ପୁରୀ, ଓ ବଲାଙ୍ଗିରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
New recoveries: 143
Cumulative tested: 231356
Positive: 5470
Recovered: 3863
Active Cases: 1583— I & PR Department, Odisha (@IPR_Odisha) June 23, 2020
ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪ଶହ ୭୦ରେ ପହଞ୍ଚିଛି । ୩ହଜାର ୮ଶହ ୬୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହି ଭଳି ରାଜ୍ୟରେ ଆଉ ୧୪୩ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ଆଉ ୨ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଦୁଇଜଣ କଟକ ଅଞ୍ଚଳର ବୋଲି ସୂଚନା ଦେଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ୧୫୮୩ଜଣ କରୋନା ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।
ରାଜ୍ୟରେ ଆଉ ୨ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ୧୮ ଜିଲ୍ଲାରେ ୧୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୫୦ଟି କେସ୍ ଆସିଥିବା ବେଳେ ୧୭ଟି ହେଉଛି ସ୍ଥାନୀୟ ସଂକ୍ରମଣ । ସଂକ୍ରମିତ ସଂଖ୍ୟା ବଢ଼ିବା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । କରୋନା ପୀଡ଼ିତ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ମୃତକ ୨ ଜଣ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି । ମଧୁମେହ ଓ କିଡନୀ ରୋଗରେ ପୀଡ଼ିତ ୭୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେହିଭଳି ମଧୁମେହରେ ପୀଡ଼ିତ ୫୩ ବର୍ଷୀୟ ପୁରୁଷ କରୋନାରେ ଆଖି ବୁଜିଛନ୍ତି । ସବୁ ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିବାରୁ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ତେବେ, ୮୦ ବର୍ଷୀୟ ମୃତକଙ୍କୁ କରୋନା ମୃତ୍ୟୁ ଭାବେ ସ୍ୱାସ୍ଥ୍ୟ ବିଭାଗ ନେଇ ନାହିଁ ।
୨ ମୃତ୍ୟୁ ସହ କଟକ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଛି । କରୋନା ବ୍ୟତୀତ ୭ ଜଣ ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୪୭୦ରେ ପହଞ୍ଚି ଥିବାବେଳେ ୩୮୬୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ ୧୫୮୩ ଜଣ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।
ଆମୀର ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ ‘ଦିଲ୍’କୁ ୩୦ ବର୍ଷ
ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କର ଫିଲ୍ମ ଦୁନିଆରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଆଜି ବି ତାଙ୍କ ଶ୍ରେଷ୍ଠ ନୃତ୍ୟ, ଦୃଢ ଅଭିନୟର ପ୍ରଶଂସକ ସାରା ଦେଶରେ ଅଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ଏକରୁ ଅଧିକ ଚଳଚ୍ଚିତ୍ର ତାଙ୍କ ପ୍ରଶଂସକଙ୍କୁ ଦେଇ ସାରିଛନ୍ତି, ଯେପରିକି ତେଜାବ, ସୋନ, ପୁକର ଏବଂ ଦିଲ | ଏହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ‘ଦିଲ୍’ | 
ଏହି ଚଳଚ୍ଚିତ୍ର ମୁଖ୍ୟ ଭୂମିକାରେ ଆମୀର ଖାନଙ୍କ ସହ ମାଧୁରୀ ଦୀକ୍ଷିତ ଥିଲେ । ୧୯୯୦ ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ଆଜି 30 ବର୍ଷ ପୂରଣ ହେଇଛି | | ଏହି ଅବସରରେ ମାଧୁରୀ ସେହି ଫିଲ୍ମ ସହ ଜଡିତ କିଛି ଚିତ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।ମାଧୁରୀ ସେୟାର କଲେ ଫିଲ୍ମର କିଛି ଅନ୍ତରଙ୍ଗ ଫଟୋ
https://www.instagram.com/p/CBuxPycH-QY/
ଏହି ଫଟୋରେ ମାଧୁରୀ ଦୀକ୍ଷିତଙ୍କ ସହ ଆମୀର ଖାନ ନଜର ଆସିଛନ୍ତି । ଗୋଟିଏ ଫଟୋରେ ଉଭୟ ମଜା କରୁଥିବା ଏବଂ ଗୋଟିଏ ଫଟୋରେ ଉଭୟ ରୋମାଣ୍ଟିକ୍ ନଜର ଆସିଛନ୍ତି | ଏହି ଫଟୋଗୁଡ଼ିକ ସହିତ ମାଧୁରୀ କ୍ୟାପସନରେ ଲେଖିଛନ୍ତି ଯେ, ‘ଦିଲ୍’ ୩୦ବର୍ଷ ହୋଇସାରିଛି । ଆମୀର ଖାନଙ୍କ ସହ କାମ କରିବା ମୋ ପାଇଁ ଏକ ଅଭୁଲା ସ୍ମୃତି । ମୋର ମନେ ଅଛି ଫିଲ୍ମର ସେଟରେ ଦୁଷ୍ଟାମି କରୁଥିବାରୁ ଇନ୍ଦ୍ର କୁମାର ଆମକୁ କେତେ ଗାଳି ଦେଉଥିଲେ । ଦଳର କଠିନ ପରିଶ୍ରମ ଏବଂ ଆପଣଙ୍କ ଭଲପାଇବା ପାଇଁ ଧନ୍ୟବାଦ | ଫିଲ୍ମଟି ବହୁତ ଭଲ ପ୍ରଦର୍ଶନ କରିଥିଲା। ମାଧୁରୀ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ଚଳଚ୍ଚିତ୍ର ପାଇଁ ପ୍ରଥମ ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି।
ଜାଣନ୍ତୁ ମହାପ୍ରଭୁଙ୍କ ରଥର କିଛି ଜଣା ଅଜଣା କଥା…
ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଆରମ୍ଭ ହୋଇ ଯାଇଛି । କରୋନା କଟକଣାରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ମହାଯାତ୍ରା । ରଥ ଯାତ୍ରାରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଆଉ କାଳିଆ ସାଆଁନ୍ତଙ୍କ ଏହି ଯାତ୍ରା ମାଉସୀ ଘରକୁ । ପ୍ରଭୁ ଜଗନ୍ନାଥଙ୍କ ଯାତ୍ରାର ସାହାରା ହେଉଛନ୍ତି ତାଙ୍କ ରଥ ଯାହାର ନାମ ନନ୍ଦିଘୋଷ । କିଏ ବା ନ ଜାଣେ ନନ୍ଦିଘୋଷର ସେଇ ଅପୂର୍ବ କାହାଣୀ ବିଷୟରେ । ତେବେ ଆସନ୍ତୁ ଭାବ ବିନୋଦିଆର ସେଇ ରଥର କିଛି ଜଣା ଓ ଅଜଣା କଥା ।

ନନ୍ଦିଘୋଷର ଅନ୍ୟ ନାମ ହେଉଛି ଚକ୍ରଧ୍ଵଜ ବା ଗରୁଡ ଧ୍ଵଜ ଯହା ଉପରେ ବିରାଜମାନ ହୁଅନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ରଥର ଉଚ୍ଚତା ରହିଛି ୪୫ଫୁଟ ୬ଇଞ୍ଚ । ବଡ଼ଠାକୁରଙ୍କ ରଥ ପ୍ରସ୍ତୁତ କରିବାକୁ କାରିଗରମାନଙ୍କ କଷ୍ଟ ବି କହିଲେ ନସରେ ୪୫ଫୁଟ୍ ଉଚ୍ଚ ପ୍ରସ୍ତୁତ କରିବାକୁ ମହାରଣାମାନେ ପ୍ରାଣ ପଣେ ପ୍ରୟାସ କରନ୍ତି । ଏହି ରଥ ୭୪୨ଖଣ୍ଡ କାଠରେ ପ୍ରସ୍ତୁତ ହୁଏ । ପ୍ରଥମେ ନନ୍ଦିଘୋଷର ୧୬ଟି ଯାକ ଚକ ତିଆରି କରାଯାଏ ।

ତେବେ ରଥରେ କେବଳ କାଳିଆ ଯାଆନ୍ତି ନାହିଁ ସେହି ରଥରେ ଥାନ୍ତି ଅନେକ ଦେବା ଦେବୀ । ସେହିପରି ରଥ ଧ୍ୱଜାରେ ରୁହନ୍ତି ଭକ୍ତଙ୍କ ଭକ୍ତ ପ୍ରଭୁ ହନୁମାନ, ରଥର ଆୟୁଧ ହେଉଛନ୍ତି ଶଙ୍ଖ ଓ ଚକ୍ର ।

ଭାବ ବିନୋଦିଆର ରଥର ଆବରଣ ପୀତ ଓ ଲୋହିତ ବର୍ଣ୍ଣ । ଏବଂ ମହାପ୍ରଭୁଙ୍କ ରଥର ସାରଥି ସାଜି ମାଉସୀ ମାଆଙ୍କ ଘରକୁ ନେଇ ଯାଆନ୍ତି ସାରଥି ଦାରୁକା । ରଥର ୪ଟି ଘୋଡ଼ାର ବର୍ଣ୍ଣ ଧଳା ଏବଂ ସେହି ଅଶ୍ଵମାନକଙ୍କର ନାମ ହେଉଛି ଶଙ୍କ,ବଳାହକ,ଶ୍ଵେତ,ହରିଦ୍ଵାଶ । ଏହି ଅଶ୍ଵର ଅନ୍ୟନାମ ସୌବ୍ୟ,ସୁଗ୍ରୀବ,ମେଘ,ପୁଷ୍ପ,ବଳାହକ ।

ଆଉ ରଥ କେମିତ ସୁରକ୍ଷିତ ପହଞ୍ଚାଇ ତାର ସବୁ ଦାୟିତ୍ତ୍ୱ ଥାଏ ଇନ୍ଦ୍ରଙ୍କ ହାତରେ କାରଣ ରଥର ରକ୍ଷକ ହେଉଛନ୍ତି ପ୍ରଭୁ ଇନ୍ଦ୍ର । ଏବଂ ରଥାଧିପ ବାନତେୟ । ରଥର ଦେବତା ନୃସିଂହ ହୋଇଥିବା ବେଳେ ରଥର ଦେବୀ ହେଉଛନ୍ତି ଯୋଗମାୟା ।

ଯାହା ସାହାଯ୍ୟରେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ଯାଏ ଗଡ଼ି ଗଡ଼ି ଯାଏ ଯେଉଁ ଦଉଡ଼ି ଭକ୍ତଙ୍କ ଭକ୍ତିରେ ତିଆରି ହୋଇଥାଏ ତାହାର ନାମ ହେଉଛି ଶଙ୍ଖଚୁଡ ନାମୀ ନାଗୁଣୀ । ରଥର ଯେଉଁ ମୁଖରୁ ମହାପ୍ରଭୁ ମୁରୁକି ହସି ଭକ୍ତଙ୍କ ଭାବକୁ ବୁଝିଥାନ୍ତି ରଥର ସେହି ମୁଖର ନାମ ହେଉଛି ନନ୍ଦିମୁଖ ।

ଆଜି ମହାପ୍ରଭୁଙ୍କ ସବୁ ଭକ୍ତ ଘରେ ବସି ତା ଲୀଳା ଜାଣୁଥିବେ । ସବୁ ବେଳେ ତାକୁ ଦେଖିବାକୁ ଶ୍ରୀକ୍ଷେତ୍ର ଯାଆନ୍ତି ଭକ୍ତ ସେ ବି ଦେଖାଦିଏ କିନ୍ତୁ ଆଜି ସେ ବାହାରିଛି ଭକ୍ତଙ୍କ ଦୁଃଖସୁଃଖ ବୁଝିବାକୁ କିନ୍ତୁ ତାପାଖରେ ନାହିଁ ସେ ଭକ୍ତଙ୍କ ସମାଗମ । ଲାଗୁଛି ଯେମିତି ରୋଷ କରିଛି କାଳିଆ ।
ଶ୍ରୀମନ୍ଦିରରେ ସେବାୟତଙ୍କୁ କରୋନା
ପୁରୀ: କୋଭିଡ୍ କଟକଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାଳିତ ହେଉଛି ଘୋଷଯାତ୍ରା । ରଥଯାତ୍ରାରେ ନିୟୋଜିତ ସେବାୟତ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ୧୧୪୩ ଜଣ ସେବାୟତଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ପଜିଟିଭ୍ ଆସିଥିବା ସେବାୟତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କରୋନା ସଂକ୍ରମିତ ହୋଇଥିବା ସେବାୟତ ଜଣଙ୍କ କାହା କାହା ସଂସ୍ପର୍ଶରେ ଆସିଛନ୍ତି । ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସାମାଜିକ ଦୂରତା ରକ୍ଷି ରଥ ନୀତି ଓ ରଥ ଟାଣିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରାରେ ନିୟୋଜିତ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି ।
ପୁରୀରେ ରଥଯାତ୍ରା ପାଇଁ ଗତକାଲି ସୁପ୍ରିମକୋର୍ଟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିଲେ । ପ୍ରତି ୧ ଘଣ୍ଟା ଅନ୍ତରରେ ରଥ ଟାଣିବାକୁ କୋର୍ଟ କହିଛନ୍ତି । ପୁରୀରେ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଏହା ୨୪ ତାରିଖ ଦିନ ୨ଟା ଯାଏଁ ବଳବତ୍ତର ରହିବ । ପୁରୀବାସୀଙ୍କୁ ବି ବଡ଼ଦାଣ୍ଡ ବାରଣ କରାଯାଇଛି । ସମସ୍ତେ ଘରେ ରହି ଟେଲିଭିଜନ ମାଧ୍ୟମରେ ରଥ ଯାତ୍ରା ଦେଖିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।
ନୱାଜୁଦ୍ଦିନ ସିଦ୍ଦିକିଙ୍କ ଚାଷୀ ଅବତାର,ଭାଇରାଲ ହେଉଛି ଫଟୋ
ବିଲରେ ବଲିଉଡ୍ ଅଭିନେତା । ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଏବେ କିଛି ଏମିତି ଅବତାରରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସେ ତାଙ୍କ ସହର ବୁଢାନାରେ ଅଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଜମିରେ ଚାଷ କରୁଥିବା ଦେଖିବାକୁ ମିଳିଛି | ନୱାଜୁଦ୍ଦିନଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ନିଜ କ୍ଷେତରେ ନୱାଜୁଦ୍ଦିନଙ୍କୁ କାମ କରୁଥିବା ଦେଖିବାକୁ ମିଳିଛି
https://www.instagram.com/p/CBvki5wB-5a/?utm_source=ig_web_copy_link
ଭିଡିଓରେ ନୱାଜୁଦ୍ଦିନ ସିଦ୍ଦିକି କ୍ଷେତରେ କାମ କରିବା ପରେ ହାତ ଓ ପାଦ ଧୋଉଥିବା ଦେଖିବାକୁ ମିଳିଛି । ସେ ଧଳା ରଙ୍ଗର ସାର୍ଟ ଓ ଗାଢ ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି । ଏଥିସହିତ ତାଙ୍କୁ ଏକ ସାଧାରଣ ଦେଶୀ ଶୈଳୀରେ ମୁଣ୍ଡରେ ଗାମୁଛା ବାନ୍ଧିଥିବାର ମଧ୍ୟ ଦେଖାଯାଇଛି । ଏହି ଭିଡିଓ ସେୟାର କରି ନୱାଜୁଦ୍ଦିନ ଲେଖିଛନ୍ତି- Done for the day!!!
ନୱାଜୁଦ୍ଦିନଙ୍କ ଏହି ଶୈଳୀକୁ ପ୍ରଶଂସକମାନେ ପ୍ରଶଂସା କରୁଛନ୍ତି । ଏହି ଭିଡିଓରୁ ସେମାନେ ପ୍ରେରଣା ନେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ବଡ ବଲିଉଡ ତାରକା ତାଙ୍କ ଚାଷଜମିର କାମ କରୁଥିବା ଦେଖିବାକୁ ମିଳିଥିଲା । କୃଷି ସହ ନୱାଜୁଦ୍ଦିନଙ୍କ ସମ୍ପର୍କ ପୁରୁଣା ବୋଲି ଫ୍ୟାନ୍ କହୁଛନ୍ତି । ଏଥି ସହିତ, ଅନେକ ଲୋକ ନୱାଜୁଦ୍ଦିନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା |

ଅଭିନେତାଙ୍କ ସରଳ ଜୀବନ ଦେଖି ଲୋକମାନେ ଖୁସି ଅଛନ୍ତି | ଅଭିନେତାଙ୍କୁ ଶେଷ ଥର ପାଇଁ ମୋତିଚୁର ଚକନାଚୁରରେ ଦେଖିବାକୁ ମିଳିଥିଲା | ଏଥିରେ ତାଙ୍କୁ ଆଥିଆ ଶେଟ୍ଟୀଙ୍କ ସହ ଦେଖିବାକୁ ମିଳିଥିଲା | ତାଙ୍କର ଚଳଚ୍ଚିତ୍ର ଧୂମକେତୁ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା ।
ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ନୱାଜ

ବିଗତ କିଛିଦିନ ହେଲା ନୱାଜୁଦ୍ଦିନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ । ଦ୍ୱିତୀୟ ପତ୍ନୀ ଆଲିଆ ସିଦ୍ଦିକି ତାଙ୍କୁ ଛାଡପତ୍ର ନୋଟିସ ପଠାଇଥିଲେ । ଏହି ବିଜ୍ଞପ୍ତିରେ ଆଲିଆ ଛାଡପତ୍ର ସହିତ ଗୁଜୁରାଣ ଭତ୍ତା ମଧ୍ୟ ମାଗିଛନ୍ତି। ତେବେ ଏପର୍ଯ୍ୟନ୍ତ ନୱାଜ ଛାଡପତ୍ର ଖବରକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି । ନୱାଜ ଏବଂ ଆଲିଆ ୨୦୦୯ରେ ବିବାହ କରିଥିଲେ । ତାଙ୍କର ଏକ ପୁଅ ଏବଂ ଝିଅ ଅଛନ୍ତି |
ପବିତ୍ର ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ଭକ୍ତଙ୍କ ମାନ ରଖିବାକୁ ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭକ୍ତ ଦୁଃଖସୁଖ ସେ ସବୁ ଦେଖୁଛନ୍ତି ଆଉ ବୁଝୁଛନ୍ତି ସମମସ୍ତଙ୍କ ଭାବ । ସେ ସବୁ ଜାଣିଥିଲେ ହୁଏତ ସେ ଭକ୍ତଙ୍କ ପରୀକ୍ଷା ନେଉଥିଲେ । ସବୁ ପ୍ରକାର ବାଧା ବିଘ୍ନରେ ଭକ୍ତ ତାଙ୍କୁ ଭୁଲି ଯାଇନାହାଁନ୍ତି ତ କିନ୍ତୁ ଆଜି ଜିତି ଯାଇଛି ଭକ୍ତଙ୍କ ଭକ୍ତି ଆଉ ବଡ଼ ଦାଣ୍ଡକୁ ଓହ୍ଲାଇଛନ୍ତି ବଡ଼ ଠାକୁର ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କ ଭାବ ପ୍ରକାଶ କରିଛନ୍ତି । ଆଉ ରଥଯାତ୍ରା ପାଇଁ ସମସ୍ତ ସୁଖ ସମୃଦ୍ଧିର କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।
भगवान जगन्नाथ की रथ यात्रा के पावन-पुनीत अवसर पर आप सभी को मेरी हार्दिक शुभकामनाएं। मेरी कामना है कि श्रद्धा और भक्ति से भरी यह यात्रा देशवासियों के जीवन में सुख, समृद्धि, सौभाग्य और आरोग्य लेकर आए। जय जगन्नाथ!
— Narendra Modi (@narendramodi) June 23, 2020
ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି । ଏବଂ କରୋନା କାଳରେ ସମସ୍ତଙ୍କ ଆରୋଗ୍ୟ କାମନା କରିବାକୁ ଯାଇ ଶ୍ରଦ୍ଧା ଓ ଭକ୍ତି ପୂର୍ଣ୍ଣ ଏହି ଯାତ୍ରା ଦେଶବାସୀଙ୍କ ଜୀବନରେ ସୁଖ ସମୃଦ୍ଧି ସୌଭାଗ୍ୟ ଏବଂ ଆରୋଗ୍ୟ ନେଇ ଆସୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ।
ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା, ବିଶେଷକରି ଓଡିଶାରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତବୃନ୍ଦଙ୍କୁ ।
ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଆମ ସମସ୍ତଙ୍କୁ କୋଭିଡ-19 ମହାମାରୀର ସାମନା କରିବା ପାଇଁ ସାହସ ଓ ଦୃଢ ସଂକଳ୍ପ ପ୍ରଦାନ କରୁ ଏବଂ ଆମ ଜୀବନକୁ ଉତ୍ତମ ସ୍ୱାସ୍ଥ୍ୟ ଓ ଆନନ୍ଦରେ ଭରିଦେଉ।
— President of India (@rashtrapatibhvn) June 23, 2020
ଅନ୍ୟପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଶେଷକରି ଓଡ଼ିଶାରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଆମ ସମସ୍ତଙ୍କୁ କୋଭିଡ-19 ମହାମାରୀର ସାମନା କରିବା ପାଇଁ ସାହସ ଓ ଦୃଢ ସଂକଳ୍ପ ପ୍ରଦାନ କରୁ ଏବଂ ଆମ ଜୀବନକୁ ଉତ୍ତମ ସ୍ୱାସ୍ଥ୍ୟ ଓ ଆନନ୍ଦରେ ଭରି ଦେଉ ବୋଲି ରାଷ୍ଟ୍ରପତି କାମନା କରିଛନ୍ତି ।
ବଡ଼ଠାକୁରଙ୍କୁ ନେଇ ଭାବ ବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଭିନ୍ନ ବାଧା ବିଘ୍ନ ପରେ ଆରମ୍ଭ ହୋଇଛି ଯାଇଛି ବଡ଼ ଠାକୁରଙ୍କ ମାନବୀୟ ଲୀଳା । କିଛି ସମୟ ପରେ ବଡ଼ ଦାଣ୍ଡରେ ଗଡ଼ିବ ମହାପ୍ରଭୁଙ୍କ ରଥ । ରଥ ଯାତ୍ରାକୁ ନେଇ ସମସ୍ତେ ଖୁସି ଥିବା ବେଳେ ଏହି କାର୍ଯ୍ୟକୁ ସୁରୁଖୁରୁରେ କରିବାକୁ ଯିଏ ପଣ କରିଛନ୍ତି କେମିତ ବା ସେ ଖୁସି ହୋଇନଥାନ୍ତେ ।
ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମଗ୍ର ବିଶ୍ୱ କରୋନା ମୁକ୍ତ ହେଉ। ଏହି ଅବସରରେ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। #RathaJatra #ରଥଯାତ୍ରା pic.twitter.com/EV5DxOFufl
— Naveen Patnaik (@Naveen_Odisha) June 23, 2020
ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସାରା ଦେଶରୁ କରୋନା ମହାମାରୀ ବିତ୍ପତି ମାଡ଼ି ବସିଥିବା ବେଳେ ଏହାର ମୁକାବିଲା କରିବାକୁ ସବୁ ପ୍ରକାର ପ୍ରୟାସ ପରେ ଆବଶ୍ୟକ ରହିଛି ମହାପ୍ରଭୁଙ୍କ କରୁଣା । ଏବଂ ଏଭଳି ପରିସ୍ଥିତିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମଗ୍ର ବିଶ୍ୱ କରୋନା ମୁକ୍ତ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।
ଜୟ ଜଗନ୍ନାଥ 🙏
Jai Jagannath 🙏— Naveen Patnaik (@Naveen_Odisha) June 22, 2020
ଏହାସହ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ଆଶା ଆଶଙ୍କର ଅନ୍ତ ପରେ ଯେତେବେଳେ ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ରଥଯାତ୍ରା ହେବା ନେଇ ଅନୁମତି ଆସିଲା ସେତେବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଥମ ଟ୍ୱିଟ ତାଙ୍କ ମନରେ ଥିବା ଜଗନ୍ନାଥ ପ୍ରେମକୁ ଦର୍ଶାଇ ଦେଉଥିଲା । କରୋନା କାଳରେ କାଳିଆର କଳାକାରୀ ବୁଝିବା ସତରେ ବହୁତ କଷ୍ଟ ।

