ଶ୍ରୀମନ୍ଦିରରେ ସେବାୟତଙ୍କୁ କରୋନା

Puri Jagannath Temple Sevayat Tested COVID19 Positive

ପୁରୀ: କୋଭିଡ୍ କଟକଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାଳିତ ହେଉଛି ଘୋଷଯାତ୍ରା । ରଥଯାତ୍ରାରେ ନିୟୋଜିତ ସେବାୟତ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ୧୧୪୩ ଜଣ ସେବାୟତଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ପଜିଟିଭ୍ ଆସିଥିବା ସେବାୟତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କରୋନା ସଂକ୍ରମିତ ହୋଇଥିବା ସେବାୟତ ଜଣଙ୍କ କାହା କାହା ସଂସ୍ପର୍ଶରେ ଆସିଛନ୍ତି । ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସାମାଜିକ ଦୂରତା ରକ୍ଷି ରଥ ନୀତି ଓ ରଥ ଟାଣିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରାରେ ନିୟୋଜିତ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି ।

ପୁରୀରେ ରଥଯାତ୍ରା ପାଇଁ ଗତକାଲି ସୁପ୍ରିମକୋର୍ଟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିଲେ । ପ୍ରତି ୧ ଘଣ୍ଟା ଅନ୍ତରରେ ରଥ ଟାଣିବାକୁ କୋର୍ଟ କହିଛନ୍ତି । ପୁରୀରେ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଏହା ୨୪ ତାରିଖ ଦିନ ୨ଟା ଯାଏଁ ବଳବତ୍ତର ରହିବ । ପୁରୀବାସୀଙ୍କୁ ବି ବଡ଼ଦାଣ୍ଡ ବାରଣ କରାଯାଇଛି । ସମସ୍ତେ ଘରେ ରହି ଟେଲିଭିଜନ ମାଧ୍ୟମରେ ରଥ ଯାତ୍ରା ଦେଖିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply