ରାଜ୍ୟରେ ଆଉ ୨ ମୁଣ୍ଡ ନେଲା କରୋନା

Two more Covid Death Reported in Odisha

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ୧୮ ଜିଲ୍ଲାରେ ୧୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୫୦ଟି କେସ୍ ଆସିଥିବା ବେଳେ ୧୭ଟି ହେଉଛି ସ୍ଥାନୀୟ ସଂକ୍ରମଣ । ସଂକ୍ରମିତ ସଂଖ୍ୟା ବଢ଼ିବା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । କରୋନା ପୀଡ଼ିତ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ମୃତକ ୨ ଜଣ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି । ମଧୁମେହ ଓ କିଡନୀ ରୋଗରେ ପୀଡ଼ିତ ୭୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେହିଭଳି ମଧୁମେହରେ ପୀଡ଼ିତ ୫୩ ବର୍ଷୀୟ ପୁରୁଷ କରୋନାରେ ଆଖି ବୁଜିଛନ୍ତି । ସବୁ ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିବାରୁ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ତେବେ, ୮୦ ବର୍ଷୀୟ ମୃତକଙ୍କୁ କରୋନା ମୃତ୍ୟୁ ଭାବେ ସ୍ୱାସ୍ଥ୍ୟ ବିଭାଗ ନେଇ ନାହିଁ ।୨ ମୃତ୍ୟୁ ସହ କଟକ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଛି । କରୋନା ବ୍ୟତୀତ ୭ ଜଣ ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୪୭୦ରେ ପହଞ୍ଚି ଥିବାବେଳେ ୩୮୬୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ ୧୫୮୩ ଜଣ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।

ଶ୍ରୀମନ୍ଦିରରେ ସେବାୟତଙ୍କୁ କରୋନା

Leave a Reply