spot_img
Home Blog Page 6906

ତାଗିଦ ପରେ ବି ଚୀନର ଦୋମୁହାଁ ନୀତି: ବଙ୍କର ପରେ ଏବେ ହେଲିପ୍ୟାଡ଼୍‌ ପ୍ରସ୍ତୁତ କରୁଛି

ନୂଆଦିଲ୍ଲୀ: ମୁହାଁମୁହିଁ ହୋଇଛନ୍ତି ଦୁଇ ପରମାଣୁ ଶକ୍ତି । ସୀମାରେ ସଂଘର୍ଷ କରି ଆଉ ଖସିପାରିବନି ଚୀନ । ଦୃଢ ଜବାବ ଦେବାକୁ ଅନେଇ ବସିଛି ଭାରତ । ଖାଲି କମାଣ୍ଡକୁ ଅପେକ୍ଷା । ଭାରତର କଡ଼ା ଚେତାବନୀ ପରେ ବି ସୀମାରୁ ସେନା ଫେରାଉନି ଚୀନ । ପ୍ରଥମେ ବଙ୍କର ଆଉ ଏବେ ହେଲିପ୍ୟାଡ ତିଆରି କରୁଛି । ସାଟେଲାଇଟ୍ ଇମେଜରୁ ଚୀନର ହରକତ୍ ବିଷୟରେ ଜାଣିବାକୁ ମିଳିଛି । ତାଗିଦ ପରେ ବି ସୀମାରେ ଯ଼ୁଦ୍ଧାସ୍ତ୍ର ଠୁଳ କରୁଛି ଚୀନ୍ ।

ଇଣ୍ଡିଆ VS ଚାଇନା ସୀମାରେ ଦୁଇ ଦେଶର ଶକ୍ତି ପରୀକ୍ଷା ତାଗିଦ ପରେ ବି ଚୀନର ଦୋମୁଁହା ନୀତି ଭାରତ ଚୀନ ସୀମାରେ ଯୁଦ୍ଧର କଳା ବାଦଲ । ଭାରତକୁ ଟକ୍କର ଦେବାକୁ ସୀମାରେ ବଙ୍କର ପରେ ଏବେ ହେଲିପ୍ୟାଡ ନିର୍ମାଣ କରୁଛି ଚୀନ । ଏପଟେ ଭାରତ ବି ଚୀନର ପଦକ୍ଷେପ ଦେଖି ଜବାବି ହମଲା ପାଇଁ ତୟାର ରହିଛି ଭାରତୀୟ ସେନା । ଲଦାଖର ଗଲଓ୍ବାନ ଘାଟିରେ ସଂଘର୍ଷ ପରେ ଏବେ ବି ସେଠାରେ ସ୍ଥିତି ଠିକ୍ ନାହିଁ । ଚୀନ ସମସ୍ତ ମାପଦଣ୍ଡ ଭୁଲି ଗୋଟିଏ ପରେ ଗୋଟିଏ କାମ କରିବାରେ ଲାଗିଛି ।

ଏପଟେ ଭାରତ ଏଲଏସିରେ ମୁତୟନ କରିଛି ଶକ୍ତିଶାଳୀ ମିଜାଇଲ ଆକାଶ । ଏହି ଶକ୍ତିଶାଳୀ ମିଜାଇଲ୍ ଆକାଶରେ ଦୃତଗତିରେ ଉଡିବା ସହ ଶତ୍ରୁ ପକ୍ଷକୁ କଡା ଯ଼ବାବ ଦେବାରେ ବେଶ ସକ୍ଷମ ହେବ । ସବୁଠୁ ବଡ କଥ ହେଲା ପାହାଡ ଉପରେ ମଧ୍ୟ ଆକାଶ ସବୁ ପରିସ୍ଥିତିର ମୁକାବିଲା କରିପାରିବ । ଭିଓ- ଏପଟେ ଚୀନ ପ୍ରସଙ୍ଗରେ ବିରୋଧୀଙ୍କ ଆକ୍ଷେପକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କଂଗ୍ରେସ ନେତାଙ୍କ ଆଭିମୁଖ୍ୟ ଅନ୍ୟ ଦେଶକୁ ସୁହାଇଲା ଭଳି ସବୁବେଳେ ରହିଛି । ଚୀନ ଓ ପାକିସ୍ତାନକୁ ସୁହାଇଲା ଭଳି କଥା କହୁଛି କଂଗ୍ରେସ । ଚୀନ ମାମଲାରେ ସରକାର ବିରୋଧୀଙ୍କ ସହ ଚର୍ଚ୍ଚା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଗୃହମନ୍ତ୍ରୀ କହିଛନ୍ତି । ଏ ନେଇ ସଂସଦରେ ଚର୍ଚ୍ଚା ହେବ ।

ସ୍କାନରରେ ରହିବ ଅଧିକ ସଂକ୍ରମିତ ଜିଲ୍ଲା: ଜୀବନ ଜୀବିକା ଉପରେ ବିଚାର କରିବାକୁ ବିରୋଧୀଙ୍କ ଦାବି

ଭୁବନେଶ୍ୱର: ରାଜ୍ୟରେ କମୁନି ଭୁତାଣୁର ଭୟାବହତା । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଆରମ୍ଭରୁ କଠୋର ପଦକ୍ଷେପ ନେଇଛନ୍ତି । ଆବଶ୍ୟକ ଅନୁସାରେ କଣ୍ଟେନମେଣ୍ଟ, ଲକଡାଉନ୍ ଏବଂ ସଟ୍‌ଡାଉନ୍‌ ଲାଗୁ କରାଯାଇଛି । କିନ୍ତୁ ଏସବୁର ଅବଧି ଦିନକ ପରେ ସରିବାକୁ ଯାଉଛି । ସରକାରଙ୍କ ପଦକ୍ଷେପକୁ ବିରୋଧି ପ୍ରଶଂସା କରିବା ସହ ଆଗକୁ ସବୁଦଳର ବରିଷ୍ଠ ଓ ଅଭିଜ୍ଞ ନେତାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ।

ବିଜେଡି କହିଛି ଲୋକଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେଉଛନ୍ତି । ଦିନକ ପରେ ସରିବ କରୋନା ପାଇଁ ଲାଗିଥିବା ଲକଡାଉନ୍‌ ଏବଂ ସପ୍ତାହିକ ସଟ୍‌ଡାଉନ୍‌ । ସେପଟେ ଜୁଲାଇ ମାସ ସଂକ୍ରମଣ ରୋକିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାସ । କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସବୁଠୁ ଭଲ କାମ କରିଆସିଛନ୍ତି । ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ଅଛି । ମୃତ୍ୟୁସଂଖ୍ୟା ବି ଅନ୍ୟ ରାଜ୍ୟ ତୁଳନାରେ କମ୍‌ ଅଛି ।

କିନ୍ତୁ ଜୁଲାଇ ମାସ ପାଇଁ ସରକାର ଯେଉଁ ନିଷ୍ପତ୍ତି ନେବେ ସେଥିପାଇଁ ସବୁ ଦଳର ନେତା ଏବଂ ଅଭିଜ୍ଞତା ରଖିଥିବା ବ୍ୟକ୍ତିଙ୍କ ଠାରୁ ମତାମତ ନିୟନ୍ତୁ । କେବଳ ସଟଡାଉନ୍ ନକରି ଜୀବନ ଜୀବିକା ଉପରେ ବିଚାର କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି ।

ସେପଟେ ଶାସକ ଦଳ କହିଛି, ରାଜ୍ୟ ସରକାର କୋଭିଡ୍ ମୁକାବିଲା ପାଇଁ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ଦେଶପାଇଁ ରୋଲ୍ ମଡେଲ୍ ହୋଇଛି । ସରକାର ତରବରିଆ ଭାବେ କିଛି ନିଷ୍ପତ୍ତି ନିଅନ୍ତି ନାହିଁ । ପରିସ୍ଥିତି, ସାଧାରଣ ଲୋକଙ୍କ ସ୍ୱର୍ଥକୁ ବିଚାର କରି ସରକାର ସବୁବେଳେ ନିଷ୍ପତ୍ତି ନିଅନ୍ତି ।

 

ବତ୍ତର୍ମାନର ସ୍ଥିତି ଦେଖି ଓ ବିସ୍ତୃତ ଆଲୋଚନା କରି ନିଷ୍ପତ୍ତି ନିଆଯାଉଛି ବୋଲି ବିଜେଡି କହିଛି । କରୋନା ସଂକ୍ରମଣ ଜୁଲାଇ ମାସରେ ଶୀର୍ଷରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଥିବାରୁ ସରକାର ଆଗକୁ କିଭଳି ପଦକ୍ଷେପ ନେବେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

ସରପଞ୍ଚ ଜାହିର କଲେ ଜିଲାପାଳ କ୍ଷମତା, ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ଵର ପଞ୍ଚାୟତକୁ କଲେ ସଟ୍‌ଡାଉନ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ଵର ପଞ୍ଚାୟତରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି କରୋନା ଯୋଦ୍ଧା ମଧ୍ୟ ଏଠାରେ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହାପରେ ରବିବାର ଠାରୁ ସଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଅନୀତା କୁମାରୀ ସ୍ୱାଇଁ । ଏନେଇ ଗଞ୍ଜାମ ଜିଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ପ୍ରଶାସନ ସହ ସବିଶେଷ ଆଲୋଚନା ପରେ ସମଗ୍ର ପଞ୍ଚାୟତକୁ ଏକ ସପ୍ତାହ ପର୍ଯ୍ୟନ୍ତ ସଟ୍‌ଡାଉନ ଘୋଷଣା କରାଯାଇଥିବା ସରପଞ୍ଚ ଅନୀତା କୁମାରୀ କହିଛନ୍ତି ।

ସେପଟେ ସଟଡାଉନ୍ ସମ୍ପର୍କରେ ସମସ୍ତ ପଞ୍ଚାୟତ ବାସୀଙ୍କୁ ଅବଗତ କରାଇ ଦିଆଯାଇଛି ବୋଲି ବିଡିଓ ହଳଧର ଶବର କହିଛନ୍ତି । ସଟ୍‌ଡାଉନ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ସଚେତନତା କରାଯାଇଛି । କରୋନା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ କଡ଼ା ନଜର ରଖିଛି । ଏହା ବ୍ୟତିତ ଅନ୍ୟ ସବୁ ଖେତ୍ରରେ ମଧ୍ୟ ନୀୟକ କଡ଼ା କଡ଼ି କରାଯାଇଛି । ସଟ୍‌ଡାଉନ ସମୟରେ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।

ସଟ୍‌ଡାଉନ ସମୟରେ କେହିବି ଘରୁ ବାହାରିବେ ନାହିଁ । ପୋଖରୀରେ ଗାଧୋଇବା ଶୌଚ ହେବାକୁ ମନା କରାଯାଇଛି । ଜରୁରୀ କାମ ନଥିଲେ ଘରୁ ବାହାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି । ଲୋକେ ଭୟଭୀତ ନ ହୋଇ ସାମାଜିକ ଦୂରତା ସହ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି ମାଇକ ଯୋଗେ ପ୍ରଚାର କରାଯାଇଥିବା ସରପଞ୍ଚ ପ୍ରତିନିଧି ସରୋଜ କୁମାର ଜେନା କହିଛନ୍ତି ।

ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରୁ ଫେରି ହୋମ କ୍ଵାରେଣ୍ଟାଇନରେ ଥିବା କିଛି ପ୍ରବାସୀ ଓଡ଼ିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ  କରୋନା ପଜେଟିଭ୍ ଚିହ୍ନଟ କରାଯାଇ ଚିକିତ୍ସା କରାଯାଉଛି । ଏ ନେଇ ରବିବାର ରିପୋର୍ଟ ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ଵୈତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ସମଗ୍ର ପଞ୍ଚାୟତକୁ ସଟ୍‌ଡାଉନ ଘୋଷଣା ସହ ଆବଶ୍ୟକ ପଡ଼ିଲେ ସିଦ୍ଧେଶ୍ୱର ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ବିଚାର ବିମର୍ଶ ଜାରି ରହିଛି ।

ଅସନ୍ତା ୨୪ ଘଣ୍ଟାରେ ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା: ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟାରେ ଭିଜିବ ସାରା ଓଡ଼ିଶା । ଟ୍ରଫ ଲାଇନ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର -ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଟ୍ରଫ ଲାଇନ ଯୋଗୁ ଜୁଲାଇ ପହିଲା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ। ଆଗାମୀ ୨୪ ଘଣ୍ଟାରେ ଭିଜିବ ସାରା ଓଡ଼ିଶା । ଟ୍ରଫ ଲାଇନ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।

ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର-ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଟ୍ରଫ ଲାଇନ ଯୋଗୁ ଆସନ୍ତା ପହିଲା ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କନ୍ଧମାଳ, ରାୟଗଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଗଞ୍ଜାମ ଏବଂ ଗଜପତି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ ଓଡ଼ିଶାରେ କିଛି-କିଛି ସ୍ଥାନରେ ବର୍ଷା ହୋଇଛି |

ନୂଆପଡା ଜିଲ୍ଲାର ସିନପାଲିରେ ୧୧୩.୦ ମିଲିମିଟର ଏବଂ ଅନୁଗୁଳ ଜିଲ୍ଲା କଣିହାଁ ଠାରେ ୭୨.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜୁନ ୧ରୁ ୨୮ ତାରିଖ ସୁଦ୍ଧା ଓଡ଼ିଶାରେ ହାରାହାରି ହୋଇଛି ୨୨୮.୫ ମିଲିମିଟର ବର୍ଷା | ଯାହା ସ୍ୱାଭାବିକ ବର୍ଷା ୧୯୭.୮ ମିଲିମିଟରଠାରୁ ୧୬ ପ୍ରତିଶତ ଅଧିକ | ତେବେ କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ସ୍ୱାଭାବିକଠାରୁ କମ ବର୍ଷା ହୋଇଛି |

ଅନ୍ୟପକ୍ଷରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୋନପୁର, ବୌଦ୍ଧ, କନ୍ଧମାଳ, ଗଂଜାମ, ଗଜପତି, ନବରଙ୍ଗପୁର, ଏବଂ ନୟାଗଡ ପ୍ରଭୃତି ୧୧ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ଜୁନ ୩୦ରେ ଓଡିଶାର ପ୍ରାୟ ଜିଲ୍ଲାରେ କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଲାଙ୍ଗୀର, ଦେବଗଡ଼, ସୋନପୁର, ବୌଦ୍ଧ, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ, ଗଜପତି, ଗଂଜାମ, ପୁରୀ, କନ୍ଧମାଳ, ରାୟଗଡା ପ୍ରଭୃତି ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବଜ୍ରାଘାତରେ ଫାଟିଗଲା ହନୁମାନ ମନ୍ଦିରର ଦଧିନଉତି, ଲୋକେ ଭୟଭୀତ

ଖୋର୍ଦ୍ଧା: ପ୍ରକୃତି ରଚୁଛି ପ୍ରକୋପ । ବଜ୍ରାଘାତରେ ଫାଟି ଯାଇଛି ପ୍ରଭୁ ହନୁମାନଙ୍କ ମନ୍ଦିରର ଦଧିନଉତି । ଆଜି ବଜ୍ରାଘାତରେ ହନୁମାନ ମନ୍ଦିରର ଦଧିନଉତି କ୍ଷତିଗ୍ରସ୍ତ ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । କେହି କେହି ଏହାକୁ ଆସନ୍ନ ବିପଦ କହୁଥିବା ବେଳେ ଆଉ କେହି ଆର୍ଥିଂ ନଥିବାରୁ ଏଭଳି ହେଉଥିବା କହିଛନ୍ତି । ତେବେ, ଘଟଣା ପରେ ସମସ୍ତଙ୍କ ମନରେ ଭୟ ଭରି ରହିଛି ।

ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଦଳେଇପୁଟ ଗାଁରେ । ଆଜି ଅପରାହ୍ଣରେ ବଜ୍ରପାତ ହୋଇଥିଲା । ଏଥିରେ ଗାଁରେ ଥିବା ହନୁମାନ ମନ୍ଦିରର ଦଧିନଉତି କ୍ଷତିଗ୍ରସ୍ତ ହୋଇଛି । ମନ୍ଦିରର ଉପର ଚୂଡ଼ାରେ ଥିବା ଦଧିନଉତିଟି ବଜ୍ରପାତରେ ଉପରୁ ଭାଗରୁ ଫାଟି ଯାଇଛି । ଏହାକୁ ଲୋକେ ଅଶୁଭ ସଂକେତ ବୋଲି କହୁଛନ୍ତି ।

ତେବେ, ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ କେବେ ଏଭଳି ଘଟଣା ଘଟିନଥିଲା । ପ୍ରଥମ ଥର ପାଇଁ ଏଭଳି ହୋଇଥିବାରୁ ଲୋକଙ୍କ ମଧ୍ୟରେ ନାନା ଆଶା ଆଶଙ୍କା ପ୍ରକାଶ ପାଇଛି । ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି ।

କରୋନା କାଳ ଭିତରେ ସାଇଲେଣ୍ଟ କିଲର ସାଜିଛି ଟିବି, ପ୍ରତିଦିନ ୧୪୦୦ ଲୋକଙ୍କ ମୁଣ୍ଡ ନେଉଛି ଯକ୍ଷ୍ମା

ସାରା ବିଶ୍ୱ କରୋନା ସଂକ୍ରମଣ ବିରୋଧରେ ଜାରି ରଖିଛି ଲଢେଇ । କିନ୍ତୁ ସଂକ୍ରମଣ ରୋକିବାରେ ସେତେଟା ସଫଳତା ମିଳିପାରିନି । ଏହାରି ଭିତରେ ଆସିଛି ଏକ ସାଂଘାତିକ ତଥ୍ୟ । ସାଇଲେଣ୍ଟ କିଲର ସାଜି ଜଣକ ପରେ ଜଣଙ୍କ ମୁଣ୍ଡ ନେଉଛି ଯକ୍ଷ୍ମା । ସାଇଲେଣ୍ଟ କିଲର ଯକ୍ଷ୍ମାରେ ବର୍ଷକରେ ଗଲାଣି ୭୯ ହଜାର ଜୀବନ ।

କରୋନା ଆତଙ୍କ ଭିତରେ ଯକ୍ଷ୍ମାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆସିଥିବା ରିପୋର୍ଟ ଆପଣଙ୍କ ନିଦ ହଜାଇ ଦେବ । ପ୍ରତିଦିନ ୧୪୦୦ ଲୋକଙ୍କ ମୁଣ୍ଡ ନେଉଛି ଯକ୍ଷ୍ମା । ବଢିଚାଲିଛି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା । ୨୦୧୯ ରିପୋର୍ଟ ଅନୁଯାୟୀ ଭାରତରେ ୨୪ ଲକ୍ଷ ଲୋକ ଯକ୍ଷ୍ମାରେ ଆକ୍ରାନ୍ତ । ୭୯ ହଜାର ଲୋକଙ୍କ ଜୀବନ ନେଇଛି ଯକ୍ଷ୍ମା । ବର୍ତ୍ତମାନ ସମୟରେ ଯକ୍ଷ୍ମା ଆକ୍ରାନ୍ତ ଲୋକ ସଜାଗ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଓଡିଶାରେ ବି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୧୮ରେ ୫୦୩୦୩ ଜଣ ଯକ୍ଷ୍ମାରେ ଆକ୍ରାନ୍ତ ଥିବାବେଳେ ୨୦୧୯ରେ ଏହି ସଂଖ୍ୟା ବଢି ୫୩ ହଜାର ୬୧୨ରେ ପହଁଚିଛି । ୨୦୧୮ରେ ୩୪ ହଜାର ୧୫୭ ପୁରୁଷ , ୧୬ ହଜାର ୯୨ ଜଣ ମହିଳା ଓ ୨୩୫୧ ଶିଶୁ ଓ ୫୪ ଜଣ ଟ୍ରାନ୍ସଜେଣ୍ଡର ଆକ୍ରାନ୍ତ ହୋଇଥିଲେ ।

୨୦୧୯ରେ ପୁରୁଷ ରୋଗୀଙ୍କ ସଂଖ୍ୟା ୩୫ ହଜାର ୭୫୭, ମହିଳା ୧୭ ହଜାର ୭୯୨, ଶିଶୁ ୨୪୫୦ଓ ୬୩ ଜଣ ଟ୍ରାନ୍ସଜେଣ୍ଡର ଆକ୍ରାନ୍ତ ହୋଇଅଛନ୍ତି । ଚିହ୍ନଟ ପ୍ରକ୍ରିୟା ବଢିଥିବାରୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ବୋଲି ବିଶେଷଜ୍ଞ କହିଛନ୍ତି ।

ଅନ୍ୟପଟେ ଏହି ଦିଗରେ ଅନେକ କାମ କରିବାର ଆବଶ୍ୟକତା ଅଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ସେପଟେ ୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଟାର୍ଗେଟ ରଖିଛନ୍ତି  ।

ଆଇଫୋନ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରୁଛି ଟିକଟକ୍ !

ନୂଆଦିଲ୍ଲୀ: ଆଇଫୋନ୍ ବ୍ୟବହାରକାରୀ ସାବଧାନ୍ । ଫୋନରୁ ତଥ୍ୟ ଚୋରି କରୁଛି ଚାଇନିଜ୍ ଆପ୍ ଟିକଟକ୍ । ଆପଲ iOS 14 ସଫ୍ଟୱେରରୁ ଟିକଟକ୍ ତଥ୍ୟ ଚୋରି କରୁଛି । ମେସେଜରୁ ଇମେଲ୍ ଆଉ ପାସୱାର୍ଡ ସବୁକିଛିର ତଥ୍ୟ ହାତଉଛି । ଟିକଟକ୍ ଆକାଉଣ୍ଟ ଥିବା ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି । ଯେତେବେଳେ କି iOS 14ର ସମ୍ପୂର୍ଣ୍ଣ ଭର୍ସନ ଏହି ବର୍ଷ ଆସିବ ବୋଲି ଆଶା କରାଯାଉଛି ।

ଫୋର୍ବସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏପ୍ରିଲରେ ଟିକଟକ୍ ଏଭଳି ଡାଟା ଚୋରି ଆରମ୍ଭ କରିଥିଲା । ଯାହା ବର୍ତ୍ତମାନ ଜାରି ରହିଛି । iOSର କ୍ଲିପବୋର୍ଡ କାର୍ଯ୍ୟକାରିତାରେ ସମସ୍ୟା ରହିଛି । ଏହା ବ୍ୟବହାରକାରୀଙ୍କ ଟେକ୍ସଟ୍ ଓ ଫଟୋକୁ ଅନ୍ୟ ଏକ ଆପକୁ କପି, ପେଷ୍ଟ କରିଥାଏ । ଏପରିକି ଏହା ଗୋଟିଏ ଆପଲ୍ ଡିଭାଇସରୁ ଅନ୍ୟ ଆପଲ୍ ଡିଭାଇସ୍ ଯଥା ଆଇଫୋନ୍, ମାକ ଓ ଆଇପାଡକୁ ଟେକ୍ସଟ୍ ଓ ଫଟୋ ସେୟାର କରେ ।

କୌଣସି ପ୍ରକାର ଫଟୋ କିମ୍ବା ଟେକ୍ସଟ୍ କ୍ଲିପବୋର୍ଡ ସହାୟତାରେ କପି, ପେଷ୍ଟ ପାଇଁ ଏହା ପ୍ରସ୍ତୁତ କରାଯାଇଛି । ତଣୁ, କେଉଁ ଆପ୍ କେଉଁ ତଥ୍ୟ ସଂଗ୍ରହ କରୁଛି ତାହାକୁ ନେଇ ବ୍ୟବହାରକାରୀଙ୍କୁ କୌଣସି ୱାର୍ଣ୍ଣିଂ ମିଳି ନଥାଏ । ତେବେ, ଫୋର୍ବସ ଅନୁସନ୍ଧାନ କହୁଛି- ଏହା ଦ୍ୱାରା ବ୍ୟବହାରକାରୀଙ୍କ ଲୋକେସନ୍ ମଧ୍ୟ ଆପ୍ଲିକେସନ୍ ଜାଣିଥାଏ ।

ଯଦି ଆଇଫୋନରେ ଟିକଟକ୍ ଇନଷ୍ଟଲ ଥାଏ ତେବେ, ଏହା ଡିଭାଇସରେ ଥିବା ପାସୱାର୍ଡ, ଡକ୍ୟୁମେଣ୍ଟସ୍, ଗୋପନ ଇମେଲ୍, ଆର୍ଥିକ ସୂଚନା ସଂଗ୍ରହ କରିପାରିବ । ଆପଲ୍ iOS 14ର ବେଟା ଭର୍ସନ ରିଲିଜ୍ କରିଛି । ଯାହାକି କୌଣସି ଆପ୍ କପି, ପେଷ୍ଟ କରୁଥିବା ବେଳେ ବ୍ୟବହାରକାରୀଙ୍କ ସୂଚିତ କରିବ । ଜଣେ ଭେରିଫାଇଡ୍ ଟ୍ୱିଟର ୟୁଜର ଜେରେମି ବର୍ଗ ଭିଡିଓ ପୋଷ୍ଟ କରି ଲେଖଛନ୍ତି ବେଟା ଭର୍ସନ୍ ଟିକଟକ୍ କିଛି କପି କଲେ ଆଲର୍ଟ କରୁଛି ।

ଏହା ଉପରେ ଚାଇନିଜ୍ କମ୍ପାନୀ ଟିକଟକ୍ ନିଜର ପ୍ରତିକ୍ରିୟା ରଖିଛି । ଏହାର ଅପଡେଟ୍ ଭର୍ସନ ଆସିଛି ବୋଲି ଟିକଟକ୍ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱରରୁ ଆଉ ନୂଆ ୬ କରୋନା ସଂକ୍ରମିତ ଚିହ୍ନଟ, ସିଲ୍‌ ହେଲା ବାହାର ରାଜ୍ୟରୁ ଆସି କାମ କରୁଥିବା ଏକ କୋଠା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗୁରୁବାର ପୁଣି ରାଜ୍ୟରୁ ନୂଆ ୧୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରୁ କେବଳ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସେହି ୧୫ ଜଣଙ୍କ ମଧ୍ୟରୁ ୬ ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ହୋମ୍ କ୍ୱାରେଣ୍ଟାଇନରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩ଚିହ୍ନଟ ହୋଇଛନ୍ତି ।

ହୋମ୍ କ୍ୱାରେଣ୍ଟାଇନରେ ଥିବା ଜଣେ ବାଙ୍ଗଲୋର ଫେରନ୍ତା ଡୁମଡୁମାରୁ ଚିହ୍ନଟ ହୋଇଛନ୍ତି । ଜଣେ କୋଲକାତା ଫେରନ୍ତା ନୟାପଲ୍ଲୀରୁ ଓ ଅନ୍ୟଜଣେ କୋଲକାତା ଫେରନ୍ତା ବାପୁଜି ନଗରରୁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୨୬୪ କରୋନା ପଜିଟିଭ୍ ଚିହ୍ନଟ… ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

ସ୍ଥାନୀୟ ସଂକ୍ରମିତ ୩ଜଣଙ୍କ ମଧ୍ୟରୁ ଜଣେ ଘରୋଇ ହସ୍ପିଟାଲ, ଜଣେ ଟଙ୍କପାଣି ରୋଡ୍ ଓ ଅନ୍ୟଜଣେ ଫରେଷ୍ଟ ପାର୍କ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନେଶ୍ୱରରୁ ଆଜି ୧୯ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

ରାଜ୍ୟରେ ବଢ଼ିଲା କରୋନା ସୁସ୍ଥତାର ହାର, ୪୭୪୩ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା

ସେପଟେ ଶ୍ରୀବିହାରର ଏକ ନିର୍ମାଣଧୀନ କୋଠାକୁ ସିଲ୍ କରିଛି ବିଏମସି । ୨୧ଜଣ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ କାମ କରୁଥିବା ଅଭିଯୋଗ ପାଇ ବିଏମସି ଗତକାଲି ରେଡ୍ କରିଥିଲା । ସିଲ୍‌ ପରେ ସେଠାରେ କାମ ବନ୍ଦ କରାଯାଇଛି । ଜୁଲାଇ ୧୦ ଯାଏଁ ଏହି ଶ୍ରମିକ ମାନେ କୋଭିଡ ନିୟମ ମାନି ହୋମ୍ କ୍ୱାରେଣ୍ଟାଇନରେ ରହିବେ  ।

କୋଭିଡ଼ ଯୋଦ୍ଧାଙ୍କ ନିଷ୍ଠା ଓ ନିଃସ୍ୱାର୍ଥ ସେବା ପାଇଁ ଉତ୍ସର୍ଗୀକୃତ ଏକ ସୁନ୍ଦର ସଂଗୀତ.

ଭୁବନେଶ୍ୱର:  କୋଭିଡ୍ ଯୋଦ୍ଧା କରୋନା ଆକ୍ରାନ୍ତ ହେଉଥିବା ବେଳେ ସାହାସ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ସୁରକ୍ଷିତ କରିବାରେ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାର ତୁଳନା ନାହିଁ। ସେମାନଙ୍କ ତ୍ୟାଗ ଅସୀମ। ଏହି ସୁନ୍ଦର ଗୀତକୁ ସେମାନଙ୍କ ପାଇଁ ଉତ୍ସର୍ଗ କରିବା ସହ ଅସୁସ୍ଥ ଯୋଦ୍ଧାଙ୍କ ଆଶୁଆରୋଗ୍ୟ କାମନା କରୁଛି  ।

ବର୍ତ୍ତମାନ ସମୟରେ ଆମ ଦାୟିତ୍ୱବୋଧତା ଏବଂ ଏକତା ସମଗ୍ର ବିଶ୍ୱକୁ ଦେଖାଇବାକୁ ପଡ଼ିବ। ଏ ଯୁଦ୍ଧ ଜିତିବା ପାଇଁ ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ନିଜସ୍ତରରେ ସଚେତନ ଓ ଆତ୍ମ ଶୃଙ୍ଖଳା ବଜାୟ ରଖିବାକୁ ପଡ଼ିବ; ତାହା ହିଁ ହେବ ଆମ କୋଭିଡ ଯୋଦ୍ଧାଙ୍କ ପ୍ରତି ପ୍ରକୃତ ସମ୍ମାନ  ।

ଆସିଲା ଆସ୍ୱସ୍ତିକର ସୂଚନା, କରୋନା ଆରମ୍ଭରୁ ଖାଇପାରିବେ ଏହି ଔଷଧ…

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ଜାଲରେ ଭାରତ ମଧ୍ୟ ସାଙ୍ଘାତିକ ଭାବରେ ଛନ୍ଦି ହୋଇଛି । ବିଶ୍ୱରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ଏକ କୋଟି ପାର କରିଥିବା ବେଳେ ସୁସ୍ଥ ହାର ୫୦ ଲକ୍ଷ ପାର ହୋଇଛି । ସେପଟେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଛୁଇଁବା ଉପରେ । ତେବେ ଏଥିରୁ ମୁକୁଳିବା ପାଇଁ ଅହରହ ଚାଲିଛି ସଂଘର୍ଷ ।

ପୁରା ବିଶ୍ୱ ଏବେ କରୋନା ପ୍ରତିକାର ପାଇଁ ପ୍ରତିଶେଧକ ଟୀକା ପ୍ରସ୍ତୁତ କରିବାରେ ବ୍ୟସ୍ତ । ସେଥିରୁ ଭାରତ ବାଦ ପଡ଼ିନାହିଁ । ଭାରତ ମଧ୍ୟ କରୋନା ପ୍ରତିଶେଧକ ଟୀକା ଖୋଜିବାରେ ଲାଗିପଡ଼ିଛି । କିନ୍ତୁ ଏପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ପ୍ରତିକାର ମିଳିପାରିନାହିଁ । ଏହି ଭିତରେ ଦେଶବାସୀଙ୍କ ପାଇଁ ଆସିଛି ଖୁସି ଖବର । ଏଥର କରୋନାକୁ ପ୍ରତିହତ କରିବାରେ ସହାୟକ ହେବ ଡେକ୍ସାମେଥାସନ ।

ମହାମାରୀ କରୋନା ଭୂତାଣୁ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଥିବାବେଳେ ଏହାର ମୁକାବିଲା ପାଇଁ ଖୋଜା ଚାଲିଛି ବିକଳ୍ପ ବ୍ୟବସ୍ଥା । ଏ ନେଇ ଡେକ୍ସାମେଥାସନର ବ୍ୟବହାରକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ସାମାନ୍ୟରୁ ଗୁରୁତର ଥିବା କରୋନା ରୋଗୀଙ୍କ କ୍ଷେତ୍ରରେ କାମ ଦେବ ମେଡିସିନ୍ । ଯାହାଫଳରେ ଆରମ୍ଭ ହେଉଥିବା କରୋନା ସଂକ୍ରମଣ ଏଥିରେ ଭଲ ହୋଇପାରିବ ।

ଏହି ମେଡିସିନକୁ ବିଶେଷ ଭାବେ ଫୁସଫୁସ ଜନିତ ରୋଗ ପାଇଁ ବ୍ୟବହାର କରାଯାଏ । ତେବେ ପୂର୍ବରୁ ବିଶ୍ୱ ସ୍ୱାସ୍ଥ ସଙ୍ଗଠନ ଡେକ୍ସାମେଥାସନ ମେଡିସିନକୁ କରୋନା କ୍ଷେତ୍ରରେ ଉପଯୋଗୀ କରିବା ପାଇଁ ଅନୁମତି ଦେଇଥିଲା  । କିନ୍ତୁ ଏବେ ଭାରତ ସରକାର ଏହାକୁ ଗ୍ରୀନ ସିଗନାଲ ଦେଇଛନ୍ତି ।